‘ଦିନଟିଏ ଉପାସ ରହିବେ ମା’ ତାରିଣୀ’

ଘଟଗାଁ,୧୩।୭(ଡି.ଏନ.ଏ.) – ଆସନ୍ତା ଗୁରୁବାର ଘଟଗାଁ ମା’ ତାରିଣୀଙ୍କ ଆଷାଢୀ ପର୍ବ ପାଳନ କରାଯିବ। ଏଥିପାଇଁ ଗତ ସୋମବାର ତାରିଣୀ ମନ୍ଦିର ପରିଚାଳନା ବୋର୍ଡ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଏନେଇ ବ୍ୟାପକ ଆଲୋଚନା କରାଯାଇ ମା’ଙ୍କ ଏହି ପର୍ବ କିପରି ଶାନ୍ତି ଶୃଙ୍ଖଳାରେ ଶେଷ ହେବ ଏଥିପାଇଁ ବିଚାର ବିମର୍ଶ କରାଯାଇଥିଲା। ୨୨ଖଣ୍ଡ ମୌଜାର ଗ୍ରାମ ମୁଖ୍ୟ ଓ ଗ୍ରାମଦେବତୀଙ୍କ ପୂଜକମାନଙ୍କୁ ଏଥିପାଇଁ ନିମନ୍ତ୍ରଣ କରାଯାଇଛି। ସନ୍ଧ୍ୟାରେ ମନ୍ଦିର ଖୋଲିବା ପରେ ସେମାନେ ସମସ୍ତେ ମା’ଙ୍କ ଆଷାଢୀ ପୂଜା ପାଇଁ ଭୋଗ ଡାଲା ଓ ବୋଜା ଧରି ଭିତରକୁ ଯାଇ ଏହି ପୂଜା କରିବେ।
ଏହି ପୂଜା କାହିଁି କେତେ କାଳରୁ ପ୍ରଚଳିତ ହୋଇ ଆସୁଛି। ଏହି ପୂଜାକୁ ନେଇ ସ୍ଥାନୀୟ ଲୋକଙ୍କ ବହୁ ଆସ୍ଥା ଓ ବିଶ୍ୱାସ ରହିଛି। ପରମ୍ପରା ଅନୁଯାୟୀ ସେଦିନ ସକାଳୁ ସନ୍ଧ୍ୟା ଯାଏ ମନ୍ଦିର ବନ୍ଦ ରହିବ। କୌଣସି ପୂଜାନୀତି ହେବ ନାହିଁ। ଏହି ବନ୍ଦ ସମୟରେ ମା’ ତାରିଣୀ ବର୍ଷରେ ଗୋଟିଏ ଦିନ ଉପବାସ ରହି ଭଗବାନ ବିଷ୍ଣୁଙ୍କ ଧ୍ୟାନରେ ରହି ପ୍ରଜାମାନଙ୍କ ମଙ୍ଗଳ କାମନା କରିଥାନ୍ତି। କେହି କେହି ଏହାକୁ କୃଷି ଓ କୃଷକମାନଙ୍କ ଶୁଭକାମନା କରି କିପରି ଭଲ ଚାଷ ହେବ ସେଥିପାଇଁ ମା’ ତାରିଣୀ ଉପବାସରେ ରହୁଥିବା କହିଥାନ୍ତି। ଏହି ପର୍ବରେ ଆଉ ଏକ ବିଶେଷତ୍ୱ ହେଲା ନିଶା ପୂଜା। ଯାହାକୁ ବିଳମ୍ବିତ ରାତିରେ କେବଳ ବରିଷ୍ଠ ପୂଜକମାନଙ୍କ ଦ୍ୱାରା କରାଯାଇଥାଏ। ସେଦିନ ସକାଳୁ ବରିଷ୍ଠ ପୂଜକମାନେ ଉପବାସ ରହି ରାତିରେ ଏହି ପୂଜା କରିବାପରେ ପ୍ରସାଦ ପାଇଥାନ୍ତି। ଦିନତମାମ ମନ୍ଦିର ବନ୍ଦ ପରେ ସନ୍ଧ୍ୟା ୭ଟାରେ ପହଡ଼ ଖୋଲିବା ମାତ୍ରେ ଭିଡ଼ ଜମିଥାଏ। ମା’ଙ୍କ ଆଷାଢୀ ପୂଜା ଓ ସୁନାବେଶ ଦର୍ଶନ ପାଇଁ ପ୍ରବଳ ଜନ ସମାଗମ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ପୋଲିସ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ମନ୍ଦିର ପରିଚାଳନା ବୋର୍ଡର ସଭାପତି ରାଜେନ୍ଦ୍ର କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବରିଷ୍ଠ ସଦସ୍ୟ କ୍ଷୀରୋଦ ପ୍ରସାଦ ଦାସ, ରୁଦ୍ର ନାରାୟଣ ମହାନ୍ତ, ପ୍ରମୋଦ କୁମାର ଦେହୁରୀ, ଆନନ୍ଦ ଚନ୍ଦ୍ର ସିଂହ, ନିର୍ମଳ କୁମାର ମହାନ୍ତି, ଦୟାନିଧି ମହାନ୍ତ ଓ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ସଞ୍ଜୀବ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ବୈଠକ ପରେ ବରିଷ୍ଠ ପୂଜକ ଶ୍ୟାମସୂନ୍ଦର ଦେହୁରୀ, ଦୋଳଗୋବିନ୍ଦ ଦେହୁରୀ ଓ ନଟବର ଦେହୁରୀଙ୍କ ସହ ଆଲୋଚନା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୯ ଓଭର ହେଡ୍‌ ଟାଙ୍କି, ଲୋକଙ୍କୁ ପାଣି ମୁନ୍ଦେ ମିଳୁନି

ମାର୍ଶାଘାଇ,୨୪ା୪ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଲୋକେ ତ୍ରାହି ତ୍ରାହି ଡାକିଲେଣି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ବିଜେଡି, ଭାଜପାରେ ଗୋଷ୍ଠୀ କନ୍ଦଳ

ପଟ୍ଟାମୁଣ୍ଡାଇ,୨୪ା୪ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ଆସନ ସବୁବେଳେ ରାଜ୍ୟ ରାଜନୀତିରେ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି। ସବୁଥର ଏହି ଆସନରେ ବିଜେଡି ଓ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ରଣେନ୍ଦ୍ରଙ୍କ ଭାଇରାଲ ଭିଡିଓକୁ ନେଇ ହଇଚଇ

ନିମାପଡ଼ା,୨୪ା୪(ରଞ୍ଜନ ପଟ୍ଟନାୟକ):ପୁରୀ ଜିଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଭାଇରାଲ ଭିଡିଓକୁ ନେଇ ଏବେ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ହଟଚମଟ ସୃଷ୍ଟି ହୋଇଛି। ସମ୍ପ୍ରତି...

ପଦପଦବୀ ଅପେକ୍ଷା ସମ୍ମାନ, ବିଶ୍ୱାସ ବଡ଼

ଖୋର୍ଦ୍ଧା,୨୪ା୪(ପ୍ରଭାତ ପାଣିଗ୍ରାହୀ): ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ବିଜେଡି ମନ୍ମଥ ରାଉତରାୟ, ଭାଜପା ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସ...

ଡବଲ ଇଞ୍ଜିନ ସରକାର କରିବାକୁ ଧର୍ମେନ୍ଦ୍ରଙ୍କ ଆହ୍ବାନ

ଝାରସୁଗୁଡ଼ା,୨୪ା୪ (ସଞ୍ଜୟ ମାଲି):ଝାରସୁଗୁଡା ଜିଲା ଲଇକେରା ବ୍ଲକରେ ମଙ୍ଗଳବାର ଭାଜପା ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ଲଇକେରା ବିଜେଡି ମହିଳା ନେତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri