ଦୃଷ୍ଟି ଆଢୁଆଳରେ କ୍ଷେତମୁଣ୍ଡଳୀର ମା’ ରାମଚଣ୍ଡୀ

ଜଗନ୍ନାଥପ୍ରସାଦ,୮।୧(ଡି.ଏନ.ଏ.): ଘୁମୁସର ବନାଞ୍ଚଳର ଜଗନ୍ନାଥପ୍ରସାଦ ବ୍ଲକ କ୍ଷେତମୁଣ୍ଡଳୀ ପଞ୍ଚାୟତ ନିକଟ ବଣପାହାଡ ମଧ୍ୟରେ ଅବସ୍ଥାନ କରିଛନ୍ତି ମାଡ଼ ରାମଚଣ୍ଡି। ଜଗନ୍ନାଥପ୍ରସାଦ ମୁଖ୍ୟ ରାସ୍ତାରୁ କ୍ରିୟାଧର କ୍ଷେତମୁଣ୍ଡାଳୀ ପଞ୍ଚାୟତ ରାସ୍ତାରେ ୧୧ କମି ଦୂରରେ ଏହା ଅବସ୍ଥିତ। ପୀଠ ନିକଟରେ କୂଳୁକୂଳୁ ନାଦ କରି ବହିଯାଇଛି ବନ୍ତାଧାର ଝରଣା। ଶୀତ ଋତୁର ଏଠିକାର ପ୍ରାକୃତିକ ପରିବେଶ ପର୍ଯ୍ୟଟକଙ୍କୁ ଟାଣିଆଣେ। ଆଖପାଖର ଲୋକେ ପିକ୍‌ନିକ ପାଇଁ ଏହି ସ୍ଥାନଟିକୁ ପ୍ରକୃଷ୍ଠ ଭାବି ଛୁଟି ଆସିଥାନ୍ତି।
ଲୋକକଥାରୁ ଶୁଣିବାକୁ ମିଳେ, ଅଞ୍ଚଳର ୩ ଜଣଙ୍କୁ ଗୋଟିଏ ରାତିରେ ସ୍ବପ୍ନାଦେଶ ହୋଇଥିଲା ମା’ରାମଚଣ୍ଡୀ ପାଷାଣ ରୂପରେ ବନ୍ତାଧାର ଠାରେ ରହିଛନ୍ତି। ଗ୍ରାମ ଲୋକେ ସେବେଠାରୁ ମା’ ରାମଚଣ୍ଡୀଙ୍କୁ ପୂଜାର୍ଚ୍ଚନା କରି ଆସୁଛନ୍ତି। ଶିଶୁଣ୍ଡା ଗ୍ରାମ ବ୍ରାହ୍ମଣ ସମାଜର କେତେଜଣ ଅବସରପ୍ରାପ୍ତ ଶିକ୍ଷକଙ୍କ ପରିବାର ଅର୍ଥ ଯୋଗାଡ଼ କରି ଏହି ମନ୍ଦିର ଉନ୍ନତି କାର୍ଯ୍ୟରେ ସହଯୋଗ କରୁଛନ୍ତି। କିନ୍ତୁ ଜଙ୍ଗଲ ମଧ୍ୟରେ ଥିବାରୁ ପ୍ରଶାସନ ଆଢୁଆଳରେ ଏହା ରହିଯାଇଛି। ସରକାର ଏଥିପ୍ରତି ଦୃଷ୍ଟି ଦେଇ ପର୍ଯ୍ୟଟକଙ୍କ ପାଇଁ ପୀଠକୁ ଭଲ ରାସ୍ତାଟିଏ କରିବା ସହ ମନ୍ଦିର ଉନ୍ନତି କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଅବସରପ୍ରାପ୍ତ ଶିକ୍ଷକ ପୀତବାସ ଷଡଙ୍ଗୀ କୁହନ୍ତି, ପଞ୍ଚାୟତ ପୂର୍ବ ଭାଗରେ ଥିବା ଶିଶୁଣ୍ଡା ଗ୍ରାମରେ ସର୍ବଦା ଜଳ ସମସ୍ୟା ଲାଗିରହିଥିଲା। ବନ୍ତାଧାରକୁ ୧୯୭୭ ମସିହାରେ ସ୍ଥାନୀୟ ପ୍ରଶାସନ ସହଯୋଗରେ କେନାଲ ମାଧ୍ୟମରେ ଜଳ ଯୋଗାଇ ଚାଷ ଜମିକୁ ପାଣି ମାଡୁଛି। ପୂର୍ବରୁ ଏହି ସୁନ୍ଦର ପରିବେଶକୁ ଉପଭୋଗ କରିବା ଲାଗି ଅଫିସରମାନେ ଆସି କିଭଳି ଜାଗାର ଉନ୍ନତି ହୋଇପାରିବ ଆଲୋଚନା କରୁଥିଲେ। ସମୟ ବଦଳିଛି, ଅଫିସର ମଧ୍ୟ ବଦଳିଛନ୍ତି। ମାତ୍ର ମା’ ରାମଚଣ୍ଡୀଙ୍କ ପୀଠ ଉନ୍ନତି ଅପେକ୍ଷାରେ ରହିଛି।
ଏନେଇ ଅବସରପ୍ରାପ୍ତ ଶିକ୍ଷକ ଦେବରାଜ ମହାପାତ୍ର କୁହନ୍ତି, ପରିବାରର ସହଯୋଗ ସହାୟତାରେ ଯେତିକି ସମ୍ଭବ ଉନ୍ନତି କାର୍ଯ୍ୟରେ ସହଯୋଗ କରୁଛୁ। ବର୍ତ୍ତମାନର ଓଡିଶାର ଚିଫ୍‌ ସେକ୍ରେଟାରୀ ସେତେବେଳେ ଏହି ବ୍ଲକର ବିଡ଼ିଓ ଥିଲେ। ସେହି ସମୟରେ କ୍ଷେତମୁଣ୍ଡାଳୀ ଶିଶୁଣ୍ଡା ଗ୍ରାମର ଗ୍ରାମବାସୀଙ୍କ ପାଇଁ ଜଳ ଯୋଗାଣରେ ତାଙ୍କ ଭୂମିକା ଅତୁଳନୀୟ ଥିଲା।
ପ୍ରତ୍ୟେକ ନୂଆବର୍ଷରେ ପରିବାର ସହ ଆସି ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁ। ପରିବାର ଲୋକଙ୍କ ସାଙ୍ଗରେ ଭୋଜି ଭାତ କରି ବନ୍ତଧାର କୁଳୁ କୁଳୁ ଶବ୍ଦର ମଜା ନେଇଥାଉ। ଏଠାକୁ ଆସିବା ପାଇଁ ଭଲ ରାସ୍ତା ନଥିବାରୁ ସମସ୍ୟା ହେଉଛି। ଭଲ ରାସ୍ତା ଖଣ୍ଡେ ପ୍ରଶାସନ କଲେ ଭଲ ହୁଅନ୍ତା ବୋଲି କୁହନ୍ତି ଗୃହିଣୀ ବନିତା ଷଢଙ୍ଗୀ। ସାମାଜିକ କର୍ମୀ ଅବିନାଶ ଆଚାର୍ଯ୍ୟ କୁହନ୍ତି, ନୂଆବର୍ଷରେ ମା’ ରାମଚଣ୍ଡୀଙ୍କ ଦର୍ଶନ ସହ ଭୋଜିଭାତ ଓ ପ୍ରାକୃତିକ ପରିବେଶ ଏଠାକୁ ଆମକୁ ଟାଣିଆଣେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri