ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ସ୍ନାତକ ପରୀକ୍ଷାଫଳ ପ୍ରକାଶ: ବିଶ୍ୱବିଦ୍ୟାଳୟ ଟପ୍ପର ହେଲେ ୩ ଛାତ୍ରୀ

ଭବାନୀପାଟଣା ୧।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଶେଷ ବର୍ଷ ସ୍ନାତକ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି। ଏହି ଫଳାଫଳରେ ଭବାନୀପାଟଣା ସହର ନିକଟସ୍ଥ ପ୍ରଗତି ମହାବିଦ୍ୟାଳୟ ସଫଳତା ହାସଲ କରିଛି। ଚଳିତ ବର୍ଷ ସ୍ନାତକ ପରୀକ୍ଷାରେ ପ୍ରଗତି ମହାବିଦ୍ୟାଳୟର ତିନି ଜଣ ମେଧାବୀ ଛାତ୍ରୀ ଭିନ୍ନ ଭିନ୍ନ ବିଷୟରେ ବିଶ୍ୱବିଦ୍ୟାଳୟ ସ୍ତରରେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି।ଅର୍ଚ୍ଚନା ମିଶ୍ର ପଦାର୍ଥ ବିଜ୍ଞାନ ବିଭାଗରେ, ରୋଜି ସାହୁ ରସାୟନ ବିଜ୍ଞାନ ବିଭାଗରେ, ରିନୁ ଭୋଇ ଗଣିତ ବିଭାଗରେ ବିଶ୍ୱବିଦ୍ୟାଳୟ ଟପ୍ପର ହୋଇ ଜିଲା ପାଇଁ ଗୌରବ ଆଣିଛନ୍ତି। ପଦାର୍ଥ ବିଜ୍ଞାନ ବିଭାଗର ଅର୍ଚ୍ଚନା ମିଶ୍ର ୯.୧୨ ସିଜିପିଏ, ରସାୟନ ବିଜ୍ଞାନ ବିଭାଗର ରୋଜି ସାହୁ ୯.୨୭ ସିଜିପିଏ ଏବଂ ଗଣିତ ବିଭାଗର ରିନୁ ଭୋଇ ୯.୦୫ ସିଜିପିଏ ମାର୍କ ହାସଲ କରିଛନ୍ତି। ଏହି ସଫଳତା ପଛରେ ମହାବିଦ୍ୟାଳୟର ଅଧ୍ୟାପକ-ଅଧ୍ୟାପିକା, ଅଭିଭାବକ ଏବଂ ଛାତ୍ରୀଛାତ୍ରଙ୍କ ନିରନ୍ତର ପରିଶ୍ରମ ଓ ସହଯୋଗ ରହିଛି।ଏହି କୃତିତ୍ୱ ପ୍ରଗତି ମହାବିଦ୍ୟାଳୟର ଶିକ୍ଷାଗତ ମାନ ଓ ଗୁଣବତ୍ତାକୁ ଆହୁରି ସୁଦୃଢ଼ କରିଛି। ପ୍ରଗତି ଅନୁଷ୍ଠାନର ମୁଖ୍ୟ ଇଂ ଅଜୟ କୁମାର ପଣ୍ଡା, ଚେୟାରପର୍ସନ ସୁଶ୍ରୀ ସଙ୍ଗୀତ ପଣ୍ଡା, ପରିଚାଳନା ସମିତି ସଭାପତି ଲକ୍ଷ୍ମୀକାନ୍ତ ବେହେରା ଓ ଅଧ୍ୟକ୍ଷ ତାପସ ପରମାଣିକ ଟପର ଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ଭଉଣୀଙ୍କ ମଧ୍ୟରେ ଗଢ଼ିଉଠିଲା ପ୍ରେମ ସମ୍ପର୍କ: ବିବାହ କରିବା ପାଇଁ ଏମିତି କାମ କଲେ…ଜାଣିଲେ ହୋଇଯିବେ ଚକିତ

ନୂଆଦିଲ୍ଲୀ, ୧।୬: ବିହାରର ଜାମୁଇ ଜିଲାର ଲକ୍ଷ୍ମୀପୁର ବ୍ଲକରୁ ଏକ ବିବାହ ଖବର ସାମ୍ନାକୁ ଆସିଛି, ଯାହା ବ୍ୟାପକ ଆଲୋଚନାର ବିଷୟ ପାଲଟିଛି। ହରଲା ଗାଁର ଜଣେ…

LPGକୁ ନେଇ ଜରୁରୀ ଖବର: ୩୦ ଦିନ ମଧ୍ୟରେ ସମାପ୍ତ କରନ୍ତୁ ଏହି କାମ, ନଚେତ୍‌ ବନ୍ଦ ହୋଇଯିବ…

ନୂଆଦିଲ୍ଲୀ, ୧।୬: ଇରାନ-ଆମେରିକା ଯୁଦ୍ଧ ସାରା ବିଶ୍ୱରେ ଅସ୍ଥିରତା ସୃଷ୍ଟି କରିଛି, ଯାହା ଭାରତରେ ଗ୍ୟାସ ଯୋଗାଣକୁ ମଧ୍ୟ ପ୍ରଭାବିତ କରିଛି। କେନ୍ଦ୍ର ସରକାର LPG ଏବଂ…

ଏବିଇଓ ଭାବେ ଦାୟିତ୍ୱ ନେଲେ ଶ୍ରୀମନ୍ତ ଧରୁଆ, ବିଭିନ୍ନ ଶିକ୍ଷକ ସଂଘ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା

କୋକସରା,୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡଙ୍ଗରୀଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀମନ୍ତ ଧରୁଆଙ୍କୁ ସୋମବାର କୋକସରା ଏବିଇଓ ଭାବେ କାର୍ଯ୍ୟଭାର ଦିଆଯାଇଛି।…

୫ ଦିନ ହେଲା ଅଚଳ ହୋଇପଡିଛ BSNL ଟାୱାର, ବିନା ନେଟୱର୍କରେ ହନ୍ତସନ୍ତ ୨୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ

ନନ୍ଦପୁର, ୧।୬( ତୁଷାର କାନ୍ତ ମହାନ୍ତି ): କୋରାପୁଟ ଜିଲା ନନ୍ଦପୁର ବ୍ଲକ କସନ୍ଦି ପଞ୍ଚାୟତବାସୀଙ୍କୁ ମୋବାଇଲ ନେଟୱର୍କ ସେବା ଯୋଗାଇ ଦେବାକୁ ଥିବା ଏକମାତ୍ର ବିଲାପୁଟ…

ଆନନ୍ଦପୁର ବସଷ୍ଟାଣ୍ଡରେ ଚାଲିଥିଲା ଅବୈଧ ମଦ ବେପାର, ଖବରପାଇ ଅଚାନକ ଚଢାଉ କଲା ପୋଲିସ, ତା’ପରେ…

ହାଟଡିହୀ/ଆନନ୍ଦପୁର,୧l୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଆନନ୍ଦପୁର ବସଷ୍ଟାଣ୍ଡରେ ଅବୈଧ ଭାବେ ମଦ ବେପାର କରୁଥିବା ଜଣେ ଦୋକାନୀକୁ ପୋଲିସ ଗିରଫ କରିଛି…

ଜମିଜମା ବିବାଦ ନେଲା ବିବାଦ ଉଗ୍ରରୂପ: ବଡ଼ ଭାଇର ଟାଙ୍ଗିଆ ଚୋଟରେ ଚାଲିଗଲା ସାନ ଭାଇର ଜୀବନ

ତୁମୁଡିବନ୍ଧ, ୧।୬(ଦିପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କଦମ ପଦର ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଜମି ବିବାଦକୁ ନେଇ…

ବାଟରେ ରୋଗୀଙ୍କ ମୃତ୍ୟୁ ହୋଇଯିବାରୁ ଜଙ୍ଗଲ ରାସ୍ତାରେ ଓହ୍ଲାଇ ପଳାଇଲେ ବୋଲେରୋ ଚାଳକ, ମୃତ ସ୍ବାମୀଙ୍କୁ ଜଗିରହିଲେ ବୃଦ୍ଧା

ଥୁଆମୂଳ ରାମପୁର, ୧।୬ (ଦୁର୍ଗା କୀର୍ତ୍ତି): ସମାଜରୁ ହଜିଯାଉଛି ମାନବିକତା, ମଣିଷ ମନରୁ ଦୟାଭାବ କ୍ଷୁର୍ଣ୍ଣ ହେବାରେ ଲାଗିଛି। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର- ଭବାନୀପାଟଣା ରାସ୍ତା…

୩ ମାସ ତଳେ ବିବାହ କରିଥିଲେ ମୋନାଲି,ମାରିଦେଲେ ଶାଶୁଘର ଲୋକେ: ଗୁମର ଖୋଲିଦେଲେ ଭଉଣୀ

ଛତ୍ରପୁର,୧/୬ (ଦିଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଦିନକୁ ଦିନ ଯୌତୁକ ନିର୍ଯାତନାଜନିତ ବଧୁ ହତ୍ୟା ବୃଦ୍ଧି ପାଉଥିବାବେଳେ ସୋମବାର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଖୋର୍ଦ୍ଧା ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri