ଅବ୍ୟବସ୍ଥା ଘେରରେ ମା’ ରାମଚଣ୍ଡୀ ପୀଠ

ମହାକାଳପଡ଼ା,୭ା୪(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲାର ପ୍ରମୁଖ ଶକ୍ତିପୀଠ ଦରିଆପାରି ମା’ ରାମଚଣ୍ଡୀଙ୍କ ବିଜେସ୍ଥଳୀ ମହାକାଳପଡ଼ା ବ୍ଲକ ରାମନଗରଠାରେ ଆସନ୍ତା ମହାବିଷୁବ ସଂକ୍ରାନ୍ତିରେ ଝାମୁଯାତ୍ରା ଅନୁଷ୍ଠିତ ହେବ। ରାଜ୍ୟ ଓ ରାଜ୍ୟ ବାହାରୁ ଶ୍ରଦ୍ଧାଳୁମାନଙ୍କ ଭିଡ଼ ପରିଲକ୍ଷିତ ହେବ। ଦୂରଦୂରାନ୍ତରୁ ଆସୁଥିବା ବ୍ୟବସାୟୀଙ୍କ ଘରକରଣା ଜିନିଷଠୁ ଆରମ୍ଭ କରି ଭଳିକି ଭଳି ବିଭିନ୍ନ ଦୋକାନ ବଜାର ପସରା ମେଲିବ। ଦୁଃଖ ଓ ପରିତାପର ବିଷୟ, ମନ୍ଦିର ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରଶାସନ ପକ୍ଷରୁ ମନ୍ଦିରର ରଙ୍ଗ, ପୋଖରୀ ପଙ୍କୋଦ୍ଧାର, ପାନୀୟ ଜଳ ଓ ଶୌଚାଳୟ ନିର୍ମାଣକୁ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି। ଏହି ଝାମୁଯାତ୍ରାରେ ୫୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ହେବ। ଏହାକୁ ଦୃଷ୍ଟିରେ ରଖି ପାନୀୟ ଜଳଯୋଗାଣ, ପରିମଳ, ବିଦ୍ୟୁତ୍‌, ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ଟ୍ରାଫିକ୍‌, ଅଗ୍ନି ନିରାପତ୍ତା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥାଏ। ଚଳିତବର୍ଷ ଏହାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି। ମନ୍ଦିର ପରିସର ସୌନ୍ଦର୍ଯ୍ୟ ବୃଦ୍ଧି କରିବାକୁ ମନ୍ଦିର ବେଢ଼ା ଚାରିପାଖେ ଉଚ୍ଚ କ୍ଷମତାସମ୍ପନ୍ନ ଆଲୋକ ସଜ୍ଜା ସହ ମା’ଙ୍କ ମନ୍ଦିରରେ ରଙ୍ଗଲେପନ ହୋଇପାରିଲା ନାହିଁ। ବେଢ଼ା ପରିସରରେ ଥିବା ପୋଖରୀରେ କୁଢ଼ କୁଢ଼ ଆବର୍ଜନା, ଅପରିଷ୍କାର ଜଳ ରହିଛି। ଏହାକୁ ପରିଷ୍କାର କରିବାରେ ପରିଚାଳନା କମିଟି ବ୍ୟର୍ଥ ହୋଇଛି। ସ୍ବଳ୍ପ ଜଳ ପଙ୍କୋଦ୍ଧାର ନ ହେବା ଯୋଗୁ ଅପରିଷ୍କାର ହୋଇ ରହିଛି। ଏହାକୁ ନିଷ୍କାସନ କରି ସ୍ବଚ୍ଛ ଜଳ ଭରିବାର ବ୍ୟବସ୍ଥା କରାଯାଇ ନାହିଁ। ଅନ୍ୟପକ୍ଷରେ ଝାମୁଯାତ୍ରା ଅନୁଷ୍ଠିତ ପୂର୍ବରୁ ରାଜ୍ୟ ତଥା ରାଜ୍ୟ ବାହାରୁ ଅସ୍ଥାୟୀ ଦୋକାନଗୁଡ଼ିକୁ ସ୍ଥାନ କିଏ ବଣ୍ଟନ କରିବ ସେ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାରଣ ମନ୍ଦିର ପରିଚାଳନା କମିଟି ୨ବର୍ଷ ପୂର୍ବରୁ ଅବଧି ସରିଯାଇଛି। ଦାୟିତ୍ୱ ଥିବା ଅସ୍ଥାୟୀ ଟ୍ରଷ୍ଟିଙ୍କ ମନ୍ଦିର ପରିଚାଳନାରେ ତ୍ରୁଟି ରହିଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ପ୍ରତିବର୍ଷ ଝାମୁଯାତ୍ରାରେ ଲକ୍ଷାଧିକ ଟଙ୍କା ଆୟ ହେଉଥିବା ବେଳେ ତାହାର କୌଣସି ହିସାବ ନାହିଁ। ମା’ଙ୍କ ପୀଠରେ କେତେଜଣ ଦଲାଲ ରାତିଅଧିଆ ନାବାଳିକାଙ୍କ ବିବାହ କରାଉଛନ୍ତି। ଏ ନେଇ ପୋଲିସ, ପ୍ରଶାସନ ଅଗୋଚରରେ ସମ୍ପନ୍ନ ହେଉଥିବା ସ୍ଥାନୀୟ ଲୋକମାନେ କହିଛନ୍ତି। ଅପରପକ୍ଷରେ ଏହି ପୀଠରେ କେତେଜଣ ନାବାଳିକାଙ୍କ ଆଧାର କାର୍ଡକୁ ଏଡିଟିଂ କରାଯାଇ ବୟସ ବଢ଼ାଇ ବିବାହ କରାଯାଉଛି ବୋଲି ବୁଦ୍ଧିଜୀବୀ ଓ ସାମାଜିକ କର୍ମୀମାନେ କ୍ଷୋଭ ପ୍ରକାଶ କରିଛନ୍ତି। ତେବେ ବିଭିନ୍ନ ସମୟରେ ମା’ଙ୍କ ମନ୍ଦିରରେ ଅଳଙ୍କାର ଚୋରି ହୋଇଥିଲେ ମଧ୍ୟ ଏ ନେଇ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଏହି ପୀଠର ସୁରକ୍ଷା ପାଇଁ ମା’ରାମଚଣ୍ଡୀ ଆଞ୍ଚଳିକ ସେନା ପକ୍ଷରୁ ସିସିଟିଭି ଫୁଟେଜ ଓ ସୁରକ୍ଷା କର୍ମୀଙ୍କୁ ରାତ୍ରିକାଳୀନ ପାଟ୍ରୋଲିଂ ବ୍ୟବସ୍ଥା କରିବାକୁ ସେନା ଆବାହକ ଲକ୍ଷ୍ମୀକାନ୍ତ ସ୍ବାଇଁ ସୂଚନା ଦେଇଛନ୍ତି। ଅପରପକ୍ଷରେ ମା’ଙ୍କ ପୀଠରେ ୭ ଦିନ ପର୍ଯ୍ୟନ୍ତ ମେଳା ଅନୁଷ୍ଠିତ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଭିଡ଼ ପରିଲକ୍ଷିତ ହେବାକୁ ଥିବାରୁ ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର ଶୌଚାଳୟ ବ୍ୟବସ୍ଥା କରାଯାଇ ନାହିଁ। ବେଢ଼ା ପରିସରରେ ଅସ୍ଥାୟୀ ନଳକୂପ ଖନନ, ସୁଲଭ ଶୌଚାଳୟ, ପୋଖରୀରୁ ପଙ୍କୋଦ୍ଧାର କରି ବିଶୁଦ୍ଧ ଜଳ ଭର୍ତ୍ତିି କରିବା, ମନ୍ଦିର ରଙ୍ଗ ଆଦି କାର୍ଯ୍ୟ ଝାମୁଯାତ୍ରା ପୂର୍ବରୁ ସମାପନ କରିବାକୁ ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ ଓ ବିଡିଓ ଦେବାଶିଷ ରାଉତଙ୍କୁ ଭେଟି ମା’ ରାମଚଣ୍ଡୀ ଆଞ୍ଚଳିକ ସେନାର କର୍ମକର୍ତ୍ତା କଳ୍ପତରୁ ସାମଲ, ଅଶୋକ କୁମାର ସ୍ବାଇଁ, ସୁବାସ ସ୍ବାଇଁ, ବିରଞ୍ଚତ୍ ନାରାୟଣ ଦାସ, ହେମନ୍ତ ସ୍ବାଇଁ, ସମୀର ମିସ୍ତ୍ରି, ସୁବାସ ବିଶ୍ୱାସ, ପବିତ୍ର ବେହେରା ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ମହାକାଳପଡ଼ା ତହସିଲଦାର ତ୍ରିପାଠୀଙ୍କୁ ପଚାରିବାରେ ଖୁବ୍‌ଶୀଘ୍ର ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି। ମନ୍ଦିର ପରିଚାଳନା ଦାୟିତ୍ୱରେ ଥିବା ଟ୍ରଷ୍ଟି ମଥୁରି ଚରଣ ସେନାପତିଙ୍କୁ ପଚାରିବାରେ ସମସ୍ୟା ପ୍ରତି ଦୃଷ୍ଟି ଦିଆଯିବା ସହ ଝାମୁଯାତ୍ରା ପୂର୍ବରୁ ସମସ୍ତ ଅବ୍ୟବସ୍ଥାର ସମାଧାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri