ଅସତ୍ୟକୁ ହାମ୍ବୁଡୁଛି

ସମଗ୍ର ପୃଥିବୀକୁ ଦେଖିଲେ କରୋନା ମହାମାରୀ ବିଭିନ୍ନ ଦିଗରୁ ଅନେକ କିଛି ଉଜାଡ଼ି ଦେଇଛି। ଏହାର ଦ୍ୱିତୀୟ ଲହରରେ ଭାରତ ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ଅସଂଖ୍ୟ ଲୋକଙ୍କ ଜୀବନ ଯାଇଥିଲେ ମଧ୍ୟ ତାହାକୁ ରାଜ୍ୟ ସରକାରଗୁଡ଼ିକ କମ୍‌ କରି ଦର୍ଶାଉଛନ୍ତି। ନିକଟରେ ପାଟନା ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ବିହାରରେ ନୀତୀଶ କୁମାରଙ୍କ ସରକାର ମୂଳ ସଂଖ୍ୟା ସହ ୫,୫୦୦ ମୃତ୍ୟୁ ସଂଖ୍ୟା ଯୋଡ଼ିଥିଲେ। ସେହିପରି ମହାରାଷ୍ଟ୍ରରେ ଉଦ୍ଧବ ଠାକ୍‌ରେଙ୍କ ସରକାର ପୂର୍ବ ମୃତ୍ୟୁ ସଂଖ୍ୟାରେ ପ୍ରାୟ ୯ ହଜାର ମୃତକଙ୍କ ନାମ ମିଶାଇଛନ୍ତି। ଏବେ ଜଣାପଡ଼ିଛି ମଧ୍ୟପ୍ରଦେଶର ଶିବରାଜ ସିଂ ଚୌହାନ ସରକାର ମଧ୍ୟ କୋଭିଡ୍‌ ମୃତକଙ୍କ ସଂଖ୍ୟା କମାଇକରି ଦେଖାଇଛନ୍ତି। ସରକାରୀ ରେକର୍ଡ ତୁଳନାରେ ସେଠାରେ କରୋନାଜନିତ ମୃତକଙ୍କ ସଂଖ୍ୟା ପାଖାପାଖି ୩ ଗୁଣରୁ ଅଧିକ ରହିଥିବା ଜଣାପଡ଼ିଛି। ଏସବୁ ରାଜ୍ୟରେ ଖୋଳତାଡ଼ ହେବାରୁ ଏଭଳି ତଥ୍ୟ ହସ୍ତଗତ ହେଉଛି। ପୁଣି ଏହି ତଥ୍ୟ ଯେ ସତ୍ୟ ଉପରେ ଆଧାରିତ ତାହାକୁ ନେଇ ସନ୍ଦେହ ରହିଛି। ଗତମାସ ଉତ୍ତରପ୍ରଦେଶ ଓ ବିହାରରେ କରୋନା ଯୋଗୁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଅନେକ ହଜାର ମୃତଦେହ ଗଙ୍ଗାନଦୀ ଜଳରେ ଭାସୁଥିବା ଓ ବାଲି ଭିତରେ ପୋତା ହୋଇଥିବାର ଦୃଶ୍ୟ ଗଣମାଧ୍ୟମରେ ଲୋକେ ଦେଖିଛନ୍ତି। ସେଥିରୁ ଜଣାପଡ଼ିଥିଲା ଯେ, ସରକାର ଜାଣିଶୁଣି ମୃତ୍ୟୁସଂଖ୍ୟା କମାଇବା ଲାଗି ଡାକ୍ତରଖାନା କର୍ମଚାରୀ ଓ ଅନ୍ୟାନ୍ୟ ସରକାରୀ ସଂସ୍ଥାର ସାହାଯ୍ୟ ନେଇଥିଲେ। ଏବର ସ୍ଥିତି ଦେଖିଲେ କୁହାଯାଇପାରେ ଯେ, କେବଳ ଏହିସବୁ ରାଜ୍ୟ ନୁହେଁ, ଅନ୍ୟାନ୍ୟ ରାଜ୍ୟ ସହ ଓଡ଼ିଶାରେ ଏ ସଂକ୍ରାନ୍ତ ତଥ୍ୟ ଯାଞ୍ଚ କରାଗଲେ ସଂଖ୍ୟା ନିଶ୍ଚୟ ବଢ଼ିପାରେ। ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଦ୍ୱାରା କୋଭିଡ୍‌ ମୃତ୍ୟୁସଂଖ୍ୟାକୁ ନେଇ ଦିଆଯାଇଥିବା ଭୁଲ ତଥ୍ୟ ମହାମାରୀ ମୁକାବିଲା ରଣନୀତି ପ୍ରସ୍ତୁତିରେ ବାଧକ ସାଜିବ। ଏଠାରେ ସ୍ବୀକାରଯୋଗ୍ୟ ଯେ, ନିକଟ ଅତୀତ ଘଟଣାବଳୀକୁ ଦେଖିଲେ ଗୁଲେରିଆଙ୍କ ଅଧିକାଂଶ ମତ ରାଜନୈତିକ ପ୍ରଭାବ ଦ୍ୱାରା ପରିଚାଳିତ ହେଉଛି। କିନ୍ତୁ ସରକାରଙ୍କ ମୃତ୍ୟୁସଂଖ୍ୟା ଲୁଚାଇବାର ଚରିତ୍ର ଯୋଗୁ କୋଭିଡ୍‌ ମୁକାବିଲା ବାଧାପ୍ରାପ୍ତ ହେଉଥିବା କଥା ନିଶ୍ଚିତ ଭାବେ ବିଶ୍ୱସନୀୟ।
ପ୍ରଶ୍ନ ଉଠେ, ମଣିଷ ମରିଯିବାର ରିପୋର୍ଟ ଠିକ୍‌ ଦର୍ଶାଇବାରେ ପ୍ରଶାସନ କାହିଁକି କୁଣ୍ଠା ପ୍ରକାଶ କରେ। ଏହାର ସୂକ୍ଷ୍ମ ଉତ୍ତର ହୋଇପାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ନ ଦେବା ଏବଂ ସରକାର କୋଭିଡ୍‌ ପରିଚାଳନା ଉଚିତ ଢଙ୍ଗରେ କରିଛନ୍ତି ବୋଲି ସାଧାରଣରେ ଦେଖେଇ ହେବା। ଏଥିସହିତ କେନ୍ଦ୍ର ସରକାରଙ୍କ ଭୂମିକା ମଧ୍ୟ ଗୁରୁତ୍ୱ ଧାରଣ କରୁଛି। ନିଜ କାର୍ଯ୍ୟରେ ଉଚିତ ପଦକ୍ଷେପ ନେବାରେ ଅସଫଳ ହୋଇଥିବା କେନ୍ଦ୍ର ଏବେ ବିଭିନ୍ନ ରାଜ୍ୟ ଦ୍ୱାରା ଘୋଷିତ ମୃତ୍ୟୁସଂଖ୍ୟାକୁ ନେଇ ଭଲ ଏବଂ ଖରାପ ପରିଚାଳନାର ସାର୍ଟିଫିକେଟ ଦେଉଛି। ଏହା ଫଳରେ ନିଜର ଦକ୍ଷତା ପ୍ରମାଣ କରିବାକୁ ଯାଇ ରାଜ୍ୟ ସରକାରଗୁଡ଼ିକ ମୃତ୍ୟୁସଂଖ୍ୟା ଲୁଚାଇବା ସକାଶେ ଉତ୍ସାହିତ ହେଉଛନ୍ତି। ଏହାଦ୍ୱାରା ଭାରତରେ କରୋନା ମହାମାରୀର ବାସ୍ତବ ତଥ୍ୟ ଇତିହାସରେ କେବେ ହେଲେ ମିଳିବ ନାହିଁ। ଦେଶର ସ୍ବାସ୍ଥ୍ୟ ଭିତ୍ତିଭୂମି ସହିତ ଜାତୀୟ ଅର୍ଥନୀତି ଭୁଶୁଡ଼ି ପଡ଼ୁଥିବା ବେଳେ ଭାରତୀୟଙ୍କ ଅସତ୍ୟକୁ ହାମ୍ବୁଡ଼ି ବସିବାର ଚରିତ୍ର ଏ ଦେଶକୁ ଅଭୂତପୂର୍ବ କ୍ଷତି ପହଞ୍ଚାଇବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri