ଝଡ଼ବାତ୍ୟାକୁ ରୋକିବ ଲୁଣା ହେନ୍ତାଳ ଜଙ୍ଗଲ, ୧୯୯୯ ମହାବାତ୍ୟାରେ…

ମହାକାଳପଡ଼ା,୧୭ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): ବଙ୍ଗୋପସାଗର ଉପକୂଳ କେନ୍ଦ୍ରାପଡ଼ା ଜିଲା ପ୍ରାକୃତିକ ବିପର୍ଯ୍ୟୟ ଅଞ୍ଚଳ ଭାବେ ଜଣାଶୁଣା। ଏହି ଉପକୂଳବର୍ତ୍ତୀ ନଦୀ ସମୁଦ୍ର ଧାରେ ଧାରେ ପ୍ରାକୃତିକ ପରିବେଷ୍ଟିତ ଶୋଭା ବର୍ଦ୍ଧନ କରୁଛି ଲୁଣା ହେନ୍ତାଳ ଘଞ୍ଚ ଜଙ୍ଗଲ। ଏଥିରେ ବିଭିନ୍ନ ବନ୍ୟ ଜନ୍ତୁ ସହିତ ଦେଶୀ ବିଦେଶୀ ପକ୍ଷୀମାନଙ୍କ ସମାଗମ ହୋଇଥାଏ। ଏହି ଲୁଣା ହେନ୍ତାଳ ଘଞ୍ଚ ଜଙ୍ଗଲ ସାମୁଦ୍ରିକ ବାତ୍ୟାକୁ ପ୍ରତିହତ କରିବାରେ ସକ୍ଷମ ହୋଇଥାଏ। ପ୍ରଥମେ ସାମୁଦ୍ରିକ ପବନର ବେଗ ଏହି ଜଙ୍ଗଲରେ ମାଡ଼ କରିଥାଏ। ପରେ ସ୍ଥଳଭାଗରେ ଏହାର ବେଗ ହ୍ରାସ ପାଏ ବୋଲି ପରିବେଶବିତ୍‌ ସୁବାସ ସ୍ବାଇଁ ମତ ରଖିଛନ୍ତି । ପୂର୍ବ ବର୍ଷ ଅପେକ୍ଷା ଭିତରକନିକାରେ ୬୭୨ ବର୍ଗ କି.ମି., ଗହୀରମଥାରେ ୨୮ ବର୍ଗ କି.ମି. ଓ ମହାକାଳପଡ଼ା ବନାଞ୍ଚଳରେ ୧୨୦୦ ବର୍ଗ କି.ମି. ପର୍ଯ୍ୟନ୍ତ ଲୁଣା ହେନ୍ତାଳ ବଣ ବୃଦ୍ଧି ପାଇଛି। ଏଥିରେ ରାଇ, ସୁନ୍ଦରୀ , ସିନ୍ଦୁକା, ଓରୁଅ, କାଳିଆଚୁଆଁ, କାଳିଆ ଖାଡ଼ି, ଗରାଣୀ ଓ ସିନ୍ଧିରୀ ଆଦି ଗଛ ରହିଛି।
ବିଶେଷକରି ବତୀଘର ଅଞ୍ଚଳ ସଂରକ୍ଷିତ ଜଙ୍ଗଲ ସମେତ ଜମ୍ବୁ ଝାଉଁବଣ, ଗହୀରମଥା ତଣ୍ଡା ଜଙ୍ଗଲ, କଣ୍ଟିଲୋ ଲୁଣା ହେନ୍ତାଳ ଓ ସୁନୀତି ଲୁଣା ହେନ୍ତାଳ ଜଙ୍ଗଲରେ ଲକ୍ଷ ଲକ୍ଷ ଗଛ ପାଚେରୀ ଭାବେ ଜନ ଜୀବନ ରକ୍ଷା କରିବାରେ ସହାୟକ ହୋଇଥାଏ । ସେହିପରି ଏହି ଅଞ୍ଚଳରେ ୧୯୯୯ ମହାବାତ୍ୟାକୁ ଲୁଣା ହେନ୍ତାଳ ବଣ କିଛି ପରିଣାମରେ ରୋକିବାରେ ସକ୍ଷମ ହୋଇଥିଲା ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି। ମହାବାତ୍ୟା ପରବର୍ତ୍ତୀ ସମୟରେ ଉପକୂଳ ଅଞ୍ଚଳରେ ବହୁ ପରିମାଣରେ ବନାଞ୍ଚଳ ସୃଷ୍ଟି କରାଯାଇଛି। ତେବେ ଲୁଣା ଜଙ୍ଗଲ ଚେର ଗଭୀରକୁ ଯାଇ ଆଦ୍ରଭୂମିକୁ ମଜଭୂତ କରେ। ସେହିଭଳି ହେନ୍ତାଳ ବଣ ଖଜିରୀ ସଦୃଶ ଚେରୁଆ ହୋଇଥିବାରୁ ସହଜରେ ଝଡ଼ ତୋଫାନ ପ୍ରଭାବ ପଡି ନ ଥାଏ ବୋଲି ପରିବେଶବିତମାନେ ମତବ୍ୟକ୍ତ କରିଛନ୍ତି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପ ଚଳଚଞ୍ଚଳ: ଆଜିଠାରୁ ୨୩ ପର୍ଯ୍ୟନ୍ତ ପୂଜା ପାଇବେ ପ୍ରଭୁ ବିଶ୍ୱକର୍ମା

ପାରାଦୀପ,୧୭।୯(ଶରତ ରାଉତ): ପାରାଦୀପର ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ମହୋତ୍ସବ ଗୁରୁବାରଠାରୁ ଆରମ୍ଭ ହେଉଛି। ଏହା ସେପ୍ଟେମ୍ବର ୨୩ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଆୟୋଜକମାନଙ୍କ ପ୍ରସ୍ତୁତି କାର୍ଯ୍ୟ ଚୂଡ଼ାନ୍ତ…

ଅଜବ ପ୍ରେମ…୧୯ ବର୍ଷୀୟ ଜ୍ୱାଇଁ ପ୍ରେମରେ ୫ ସନ୍ତାନର ମା’! ଝିଅର ସ୍ୱାମୀଙ୍କୁ ନେଇ ଶାଶୁ ଫେରାର

ଲକ୍ଷ୍ନୌ,୧୭।୯: ଉତ୍ତରପ୍ରଦେଶର ମୈନପୁରୀରୁ ଶାଶୁ-ଜ୍ବାଇଁଙ୍କ ସମ୍ପର୍କକୁ ନେଇ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଅଭିଯୋଗ ଅନୁସାରେ, ଜଣେ ମହିଳା ନିଜ ଜ୍ବାଇଁଙ୍କ ସହ ଫେରାର…

ସ୍ବାମୀଙ୍କୁ ପିଟିଦେଲା ବାଇକ୍‌, ରକ୍ତାକ୍ତ ଅବସ୍ଥାରେ ରାସ୍ତା ଉପରେ ପଡ଼ିଥିବା ଖବର ଶୁଣି ସ୍ତ୍ରୀଙ୍କୁ ହେଲା…

କଲ୍ୟାଣସିଂହପୁର,୧୭ା୯(ଦୀପକ କୁମାର ପରିଡ଼ା): ଦ୍ରୁତଗତିରେ ଆସୁଥିବା ଏକ ବାଇକ୍‌ ଧକ୍କାରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ା…

ଓରାଙ୍ଗ୍‌ଉଟାନଙ୍କ ସ୍ବାସ୍ଥ୍ୟକୁ ନେଇ ବଡ଼ ଅପଡେଟ୍; ୩ ରକ୍ତହୀନତାରେ ପୀଡ଼ିତ

ଭୁବନେଶ୍ୱର/ବାରଙ୍ଗ,୧୭।୯(ବନ୍ଦନା ସେଠୀ/ଲିଙ୍ଗରାଜ ରାଉତ): ଓଡ଼ିଶାରୁ ଉଦ୍ଧାର କରାଯାଇଥିବା ୫ଟି ଶାବକ ଓରାଙ୍ଗ୍‌ଉଟାନଙ୍କ ମଧ୍ୟରୁ ୩ ଜଣ ରକ୍ତହୀନତା (ଆନେମିଆ) ରୋଗରେ ପୀଡ଼ିତ ଥିବା ବୁଧବାର ନନ୍ଦନକାନନ ପ୍ରାଣୀଉଦ୍ୟାନ…

ପ୍ରଶଂସା ସାଉଁଟିଛନ୍ତି ପୁରୁଷୋତ୍ତମପୁର ସବ୍‌ଇନ୍ସପେକ୍ଟର , ତାଙ୍କର କାର୍ଯ୍ୟଦକ୍ଷତାକୁ ନେଇ ଆଜି…

ପୁରୁଷୋତ୍ତମପୁର,୧୭ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ପକ୍ଷରୁ ସିନିୟର ସବଇନ୍ସପେକ୍ଟର ସୁଶାନ୍ତ କୁମାର ମିଶ୍ରଙ୍କ ବଦଳି ଅବସରରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏସ୍‌ଆଇ…

ପୁରୀର ଖଜା ଦୋକାନରେ ଚଢ଼ାଉ, ଗୁଣବତ୍ତା ସହ ଲାଇସେନ୍ସ ଯାଞ୍ଚ

ପୁରୀ, ୧୭।୯( ଅଜିତ୍ କୁମାର ମହାନ୍ତି ): ନିମ୍ନମାନର ଓ ଭେଜାଲ ଖଜା ବିକ୍ରି ନେଇ ଆସୁଥିବା ଅଭିଯୋଗକୁ ଆଧାର କରି ପୁରୀ ସହରର ବିଭିନ୍ନ ଖଜା…

ପୂଜା ମଣ୍ଡପରେ ପୂର୍ବତନ ବିଧାୟକ, ଯୁବଗୋଷ୍ଠୀଙ୍କୁ ଭେଟି…

ଗଞ୍ଜାମ,୧୭ା୯(ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବିଭିନ୍ନ ସାହିରେ ଧୂମ୍‌ଧାମରେ ଚାଲିଛି ଅଗ୍ର୍ୟ ପୂଜ୍ୟ ଗଜାନନଙ୍କ ପୂଜା। ଆକର୍ଷଣୀୟ ମେଢ଼ ଅତ୍ୟାଧୁନିକ ଆଲୋକ ମାଳାରେ ସହର ଝଲସି ଉଠୁଛି।…

ହୃଦ୍‌ଘାତରେ ଚାଲିଗଲା ପୂର୍ବତନ ସରପଞ୍ଚଙ୍କ ଜୀବନ

ଭବାନୀପାଟଣା,୧୭ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ରାଜପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଶିବ ପ୍ରସାଦ ଭୋଇ (୬୩)ଙ୍କ ବୁଧବାର ବିଳମ୍ବିତ ରାତିରେ ହୃଦ୍‌ଘାତରେ ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?