ବୋଲସୋନାରଙ୍କୁ ଲୁଲାଙ୍କ ଟକ୍କର

ରିଓ ଡି ଜେନେରିଓ, ୩ା୧୦: ଚାରି ବର୍ଷ ଧରି କଠୋର ଦକ୍ଷିଣପନ୍ଥୀଙ୍କ ଶାସନରେ ଥିବା ବ୍ରାଜିଲରେ ରବିବାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯାଇଛି। ଏଥିରେ ବିଦାୟୀ ରାଷ୍ଟ୍ରପତି ଜୈର ବୋଲସୋନାରୋଙ୍କୁ ବାମପନ୍ଥୀ ନେତା ଲୁଇଜ୍‌ ଇନାସିଓ ଲୁଲା ଡା ସିଲ୍‌ଭା କଡ଼ା ଟକ୍କର ଦେଇଛନ୍ତି। ଅଧିକାଂଶ ବୁଥ୍‌ ଫେରନ୍ତା ମତ ଅନୁସାରେ ଚଳିତ ନିର୍ବାଚନରେ ଲୁଲା ଦକ୍ଷିଣପନ୍ଥୀ ନେତା ବୋଲସୋନାରଙ୍କୁ ପରାସ୍ତ କରିପାରନ୍ତି। ତେବେ ବୋଲସୋନାରୋ ପରାଜୟ ସ୍ବୀକାର କରିବେ ନାହିଁ ସଙ୍କେତ ଦେବା ପରେ ନିର୍ବାଚନ ପରବର୍ତ୍ତୀ ହିଂସା ଆଶଙ୍କା ଉପୁଜିଛି। ୨୦୦୩ରୁ ୨୦୧୦ ପର୍ଯ୍ୟନ୍ତ ଲୁଲା ରାଷ୍ଟ୍ରପତି ରହିଥିଲେ। ପ୍ରଥମ ପର୍ଯ୍ୟାୟ ଭୋଟରେ ଲୁଲା ୫୦%ରୁ ଅଧିକ ଭୋଟ ପାଇଲେ ତାହା ତାଙ୍କ ବିଜୟକୁ ସୁନିଶ୍ଚିତ କରିବ।

Share