ଲକ୍‌ଡାଉନର ପ୍ରଭାବ: ବିକ୍ରି ନ ହେବାରୁ ରାଜରାସ୍ତାରେ ଢ଼ାଳିଲେ କ୍ଷୀର

ବାଉଁଶୁଣୀ,୬।୫: ଲକ୍‌ଡାଉନ ପାଇଁ ଦୋକାନ ବଜାର ବନ୍ଦ ଥିବାରୁ ଏକ ଘରୋଇ ସଂସ୍ଥା ବୌଦ୍ଧ ବ୍ଲକ ଜହ୍ନାପଙ୍କ ଚାରିଶମ୍ଭୁ ଦୁଗ୍ଧ ସମିତିରୁ କ୍ଷୀର ନେବା ପାଇଁ ମନା କରିଦେବାରୁ ଅଭାବନୀୟ ଘଟଣା ଘଟିଛି  । ଏହାର ପ୍ରତିବାଦରେ ଗୁରୁବାର କ୍ଷୀର ବିକ୍ରି କରିବାକୁ ଆସିଥିବା ବିଭିନ୍ନ ଅଞ୍ଚଳର ୩୦ ଜଣ ଚାଷୀ ୫୭ ନଂ ଜାତୀୟ ରାଜପଥର ଜହ୍ନାପଙ୍କ ଛକରେ ପ୍ରାୟ ୨୦୦ ଲିଟର କ୍ଷୀର ଢ଼ାଳି ଦେଇଛନ୍ତି।
ସୂଚନାଯୋଗ୍ୟ, ପ୍ରାୟ ୫ ବର୍ଷ ହେଲା ଏହି ସୋସାଇଟି ଓମଫେଡ୍‌କୁ କ୍ଷୀର ଦେଇ ଆସୁଥିଲା । କିନ୍ତୁ ଗତ ଅଗଷ୍ଟ ମାସରେ ୩ ଦିନର କ୍ଷୀର ନିମ୍ନମାନର ଦର୍ଶାଇବା ଫଳରେ ଚାଷୀମାନେ ଓମଫେଡ୍‌କୁ କ୍ଷୀର ଦେବାକୁ ମନା କରିଦେଲେ । ପରେ ଏକ ଘରୋଇ ସଂସ୍ଥାକୁ କ୍ଷୀର ଦେଇ ଆସୁଥିଲେ । କରୋନାର ଦ୍ରୁତ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ୫ ତାରିଖରୁ ଲକ୍‌ଡାଉନ ଘୋଷଣା କରିଛନ୍ତି। ଫଳରେ ଦୋକାନ ବଜାର ବନ୍ଦ ଯୋଗୁ ଉକ୍ତ ଘରୋଇ ସଂସ୍ଥା କ୍ଷୀର ନେବାକୁ ମନା କରିଦେବାରୁ ୫ ତାରିଖରେ ସୋସାଇଟିର ସମ୍ପାଦକ ଶୁଭ୍ରାଂଶୁ ଶେଖର ମିଶ୍ର ବୌଦ୍ଧ ଜିଲାପାଳଙ୍କୁ ଭେଟି ଥିଲେ । ଜିଲାପାଳ ସିଡିଭିଓଙ୍କୁ କହି ଏହାର ପ୍ରତିକାର ବ୍ୟବସ୍ଥା କରିବେ ବୋଲି କହିଥିଲେ । ମାତ୍ର କୌଣସି ବ୍ୟବସ୍ଥା ନ ହେବାରୁ ବାଧ୍ୟ ହୋଇ ଚାଷୀମାନେ ବିକ୍ରି କରିବାକୁ ଆଣିଥିବା କ୍ଷୀରକୁ ରାସ୍ତା ଉପରେ ଢ଼ାଳି ଅସନ୍ତୋଷ ବ୍ୟକ୍ତ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri