ଶେଷ ଓଭରରେ ଚେନ୍ନାଇକୁ ହରାଇଲା ଲକ୍ଷ୍ନୌ

ମୁମ୍ବାଇ,୩୧।୩: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଗୁରୁବାର ସପ୍ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସକୁ ୬ ଉଇକେଟରେ ପରାସ୍ତ କରିଛି ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ। ଫଳରେ ଚଳିତ ଆଇପିଏଲ୍‌ ସିଜନରେ ଲକ୍ଷ୍ନୌ ତାର ବିଜୟ ଅଭିଯାନ ଆରମ୍ଭ କରିଛି।

ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିବା ଲକ୍ଷ୍ନୌ ଆଗରେ ଚେନ୍ନାଇ ସୁପର କିଙ୍ଗ୍ସ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ୨୧୦ ରନ୍‌ କରିଥିଲା। ଫଳରେ ଲକ୍ଷ୍ନୌ ଆଗରେ ବିଜୟ ପାଇ ୨୧୧ ରନ୍‌ର ଟାଗେର୍ଟ ରଖିଥିଲା ଚେନ୍ନାଇ। ହେଲେ ଲକ୍ଷ୍ନୌ ୧୯.୩ ଓଭରରେ ୪ ଉଇକେଟ ହରାଇ ୨୧୧ ରନ୍‌ର ବିଜୟ ଲକ୍ଷକୁ ହାସଲ କରି ନେଇଥିଲା।

ଲକ୍ଷ୍ନୌର ଦୁଇ ଓପନର ଅଧିନାୟକ କେ.ଏଲ୍‌ ରାହୁଲ ଏବଂ କ୍ୱିଣ୍ଟନ ଡି କକ୍‌ ଦଳକୁ ଭଳ ଷ୍ଟାଟ ଦେଇଥିଲେ। ୧୦.୨ ଓଭରରେ ରାହୁଲ ଏବଂ ଡି କକ୍‌ ୯୯ ରନ୍‌ ଜୋଡିଥିଲେ। ହେଲେ ରାହୁଲ ୨୬ ବଲ୍‌ରେ ୪୦ ରନ୍‌(୨ ଚଉକା ଏବଂ ୩ ଛକା) କରି ପ୍ରଥମ ଉଇକେଟ ଭାବେ ଡୱାଇନ ପ୍ରିଟୋରିୟସଙ୍କ ବଲ୍‌ରେ ଆଉଟ ହୋଇଥିଲେ। ମନୀଷ ପାଣ୍ଡେ ବ୍ୟାଟିଂ କରିବାକୁ ଆସି ୫ ରନ୍‌ କରି ବିଫଳ ହୋଇଥିଲେ। ଡି କକ୍‌ ଧର୍ଯ୍ୟର ସହ ବ୍ୟାଟିଂ କରି ଦଳକୁ ଆଗକୁ ଦେଇଥିଲେ। ସେ ୪୫ ବଲ୍‌ରେ ୬୧ ରନ୍‌ କରି ଦଳର ସ୍ଥିତିକୁ ମଜଭୁତ କରିଥିଲେ। ହେଲେ ଇଭିନ ଲୁଇସ ୨୩ ବଲ୍‌ରେ ୫୫ ରନ୍‌ର ବିସ୍ଫୋରକ ଇନିଂସ ସହ ଆୟୁଷ ବାଡୋନଙ୍କ ୯ ବଲ୍‌ରେ ୧୯ରନ୍‌ର ଦମ୍‌ଦାର ପ୍ରଦର୍ଶନ କରି ଚେନ୍ନାଇ ହାତରୁ ମ୍ୟାଚ ଛଡାଇ ଆଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri