Categories: ଖେଳ

ଡେଭିଡ୍‌ ଓ୍ବିଲିଙ୍କ ସ୍ଥାନରେ ମ୍ୟାଟ୍ଟ ହେନରୀ

ନୂଆଦିଲ୍ଲୀ,୩୦ା୩: ବ୍ୟକ୍ତିଗତ କାରଣ ଦର୍ଶାଇ ଇଂଲଣ୍ଡ ସିମର୍‌ ଡେଭିଡ୍‌ ଓ୍ବିଲି ଓହରି ଯାଇଥିବାବେଳେ ତାଙ୍କ ସ୍ଥାନରେ ନ୍ୟୁଜିଲାଣ୍ଡର ମ୍ୟାଟ୍ଟ ହେନରୀଙ୍କୁ ଦଳରେ ସାମିଲ କରିଛି ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ। ନିଲାମିରେ ହେନ୍‌ରୀଙ୍କୁ କୌଣସି ଦଳ କିଣି ନ ଥିବା ବେଳେ ବେସ୍‌ ପ୍ରାଇସ୍‌ରେ ସେ ଲକ୍ଷ୍ନୌ ଫ୍ରାଞ୍ଚାଇଜରେ ସାମିଲ ହୋଇଛନ୍ତି।

ଡେଭିଡ୍‌ ଓ୍ବିଲି ଆବୁଧାବିର ଆଇଏଲ୍‌ ଟି୨୦ ଓ ପାକିସ୍ତାନ ସୁପର୍‌ ଲିଗ୍‌ରେ ଖେଳି ଥକି ଯାଇଥିବାରୁ ଆଇପିଏଲ୍‌ରୁ ଓହରିବାକୁ ନିଷ୍ପତ୍ତି ନେଇଥିଲେ। ଅନ୍ୟପକ୍ଷରେ ମ୍ୟାଟ୍ଟ ହେନରୀଙ୍କ ପାଇଁ ଏହା ତୃତୀୟ ଆଇପିଏଲ୍‌ ଫ୍ରାଞ୍ଚାଇଜ ରହିବ। ପୂର୍ବରୁ ସେ ଚେନ୍ନାଇ ସୁପର କିଙ୍ଗ୍ସ ଓ ପଞ୍ଜାବ କିଙ୍ଗ୍ସ ପାଇଁ ଖେଳି ସାରିଛନ୍ତି।

Share