Posted inUncategorized

‘ପିର୍‌ଭାକରନ ଜୀବିତ’

ତାଞ୍ଜାଭୁର,୧୪ା୨:ଶ୍ରୀଲଙ୍କା ସରକାର ଏଲ୍‌ଟିଟିଇ ମୁଖ୍ୟ ଭେଲୁପିଲ୍ଲାଇ ପିର୍‌ଭାକରନଙ୍କୁ ମୃତ ଘୋଷଣା କରିବାର ୧୪ ବର୍ଷ ପରେ ସେ ଜୀବିତ ଥିବା ନେଇ ତାମିଲନାଡୁର ପୂର୍ବତନ ରାଜନେତା ତଥା ବିଶ୍ୱ ତାମିଲ ମହାସଂଘର ଅଧ୍ୟକ୍ଷ ପାଝା ନେଦୁମାରାନ ସୋମବାର ଦାବି କରିଛନ୍ତି। ଲିବରେଶନ ଟାଇଗର୍ସ ଅଫ୍‌ ତାମିଲ ଇଲମ (ଏଲ୍‌ଟିଟିଇ)ର ପ୍ରତିଷ୍ଠାତା ପିର୍‌ଭାକରନ ବଞ୍ଚତ୍ଛନ୍ତି ଓ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ସେ ଖୁବ୍‌ଶୀଘ୍ର ସର୍ବସାଧାରଣରେ ଆତ୍ମପ୍ରକାଶ କରିବେ ବୋଲି ନେଦୁମାରାନ କହିଛନ୍ତି। ତେବେ ସେ ଏବେ କେଉଁଠି ଅଛନ୍ତି, ସେ ସମ୍ପର୍କରେ ନେଦୁମାରାନ୍‌ ପ୍ରଘଟ କରିନାହାନ୍ତି।
ପିର୍‌ଭାକରନ୍‌ଙ୍କ ନେତୃତ୍ୱରେ ଏଲ୍‌ଟିଟିଇ ଦ୍ୱୀପ ଦେଶ ଶ୍ରୀଲଙ୍କାରେ ସେଠାର ତାମିଲମାନଙ୍କ ପାଇଁ ସ୍ବତନ୍ତ୍ର ରାଷ୍ଟ୍ର ଗଠନ ଲାଗି ବ୍ୟାପକ ଗେରିଲା ଅଭିଯାନ ଚଳାଇଥିଲେ। ଶ୍ରୀଲଙ୍କା ସେନା ସହ ଏଲ୍‌ଟିଟିଇ ଗେରିଲାମାନଙ୍କ ଦୀର୍ଘଦିନର ଯୁଦ୍ଧ ଚାଲିଥିଲା। ୨୦୦୯ ମେ’ ୧୮ରେ ମୁଲ୍ଲିଭୈକାଲରେ ଶ୍ରୀଲଙ୍କା ସେନାର କାର୍ଯ୍ୟାନୁଷ୍ଠାନ ବେଳେ ପିର୍‌ଭାକରନ୍‌ ନିହତ ହୋଇଥିବା ଘୋଷଣା କରାଯାଇଥିଲା। ସେତେବେଳେ ମହିନ୍ଦା ରାଜପାକ୍ସେ ଶ୍ରୀଲଙ୍କା ରାଷ୍ଟ୍ରପତି ଥିଲେ। ତାଞ୍ଜାଭୁର୍‌ରେ ଖବରଦାତାମାନଙ୍କୁ ସୂଚନା ଦେଇ ନେଦୁମାରାନ କହିଛନ୍ତି, ଆମେ ଖୁସିର ସହ ସାରା ବିଶ୍ୱକୁ ଜଣାଉଅଛୁ ଯେ ଏଲ୍‌ଟିଟିଇ ମୁଖ୍ୟ ପିର୍‌ଭାକରନ ଜୀବିତ ଓ ସୁସ୍ଥ ଅଛନ୍ତି। ତାମିଲ ଇଲମ ପାଇଁ ସେ ଖୁବ୍‌ଶୀଘ୍ର ନିଜର ଯୋଜନା ସମ୍ପର୍କରେ ଘୋଷଣା କରିବେ। ଶ୍ରୀଲଙ୍କାରେ ସିଂହଳୀମାନଙ୍କ ଆନ୍ଦୋଳନ ଯୋଗୁ ରାଜପାକ୍ସେ ସରକାରଙ୍କ ପତନ ଅନୁକୂଳ ସ୍ଥିତି ସୃଷ୍ଟି କରିଛି। ପିର୍‌ଭାକରନ୍‌ଙ୍କ ଆତ୍ମପ୍ରକାଶ ପାଇଁ ଏହା ଉପଯୁକ୍ତ ସମୟ ବୋଲି ନେତୁମାରାନ କହିଛନ୍ତି।
ସୂଚନାଯୋଗ୍ୟ, ୨୦୦୯ରେ ପିର୍‌ଭାକରନଙ୍କୁ ସରକାର ମୃତ ଷୋଷଣା କରିବା ସମୟରେ ଏକ ମୃତଦେହର ଏକାଧିକ ଫଟୋ ଓ ଭିଡିଓ ଶେୟାର କରାଯାଇଥିଲା। ଏଥିରେ ଜାଲିଆତି କରାଯାଇଥିବା ସେତେବେଳେ ଅନେକେ ଅଭିଯୋଗ କରିଥିଲେ। ଏକ ଚୁକ୍ତିନାମା ଅନୁଯାୟୀ ପିର୍‌ଭାକରନ ଆତ୍ମସମର୍ପଣ ଲାଗି ଆସୁଥିବାବେଳେ ତାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା, ଯାହା ଅନ୍ତର୍ଜାତୀୟ ଚୁକ୍ତି ନିୟମର ଉଲ୍ଲଂଘନ ବୋଲି କେତେଜଣ କହିଥିଲେ।
୧୯୯୧ରେ ଶ୍ରୀପେରୁମ୍ବୁଦୁରଠାରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ଘଟଣାରେ ପିର୍‌ଭାକରନ ମୁଖ୍ୟ ଅଭିଯୁକ୍ତ। ଏହି ହତ୍ୟାକାଣ୍ଡ ପରେ ତାଙ୍କୁ କୋର୍ଟ ଅପରାଧୀ ଘୋଷଣା କରିଥିଲେ। ଏଥିସହିତ ସେ ଶ୍ରୀଲଙ୍କାରେ ଅନେକ ହତ୍ୟାକାଣ୍ଡରେ ଅଭିଯୁକ୍ତ ଥିଲେ। ଏଲ୍‌ଟିଟିଇକୁ ବେଆଇନ ଆତଙ୍କବାଦୀ ସଂଗଠନ ଘୋଷଣା କରାଯାଇଥିଲା। ଶ୍ରୀଲଙ୍କାରେ ତାମିଲମାନଙ୍କ ପ୍ରତି ବର୍ଷବର୍ଷ ଧରି ପକ୍ଷପାତ କରାଯାଇ ଆସୁଥିବାବେଳେ କେତେକ ସଂଗଠନ ସହ ମିଶି ପିର୍‌ଭାକରନ ସ୍ବାଧୀନତା ଆନ୍ଦୋଳନ ଚଳାଇଥିଲେ। ପରେ ଏଲ୍‌ଟିଟିଇ ମୁଖ୍ୟ ଗେରିଲା ଯୁଦ୍ଧକୌଶଳ ଏବଂ ଆତ୍ମଘାତୀ ଆକ୍ରମଣ ସହିତ ସଶସ୍ତ୍ର ସଂଘର୍ଷରେ ସାମିଲ ହୋଇଥିଲେ। ଏଲ୍‌ଟିଟିଇ ପ୍ରଥମ ଆତଙ୍କବାଦୀ ସଂଗଠନ ଯାହାର ଏକ ବାୟୁସେନା ରହିଥିଲା। ଏଲ୍‌ଟିଟିଇକୁ ଦମନ କରିବା ପାଇଁ ଶ୍ରୀଲଙ୍କା ସେନା ଏହା ବିରୋଧରେ ଯୁଦ୍ଧ ଘୋଷଣା କରିଥିଲା, ଯେଉଁଥିରେ ଲକ୍ଷାଧିକ ତାମିଲ ନାଗରିକ ନିହତ ହୋଇଥିଲେ। ଜାତିସଂଘର ଏକ କମିଶନ ଏନେଇ ତଦନ୍ତ କରିଥିଲେ ମଧ୍ୟ ଶ୍ରୀଲଙ୍କା ଏପର୍ଯ୍ୟନ୍ତ ଏହାର ଜବାବ ଦେଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନୀଳମାଧବଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଲେ ରାଜ୍ୟ ସରକାର: ଛୁଟିଲା ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୪(ବାବୁଲା ପ୍ରଧାନ):ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ସଭାପତି ନୀଳମାଧବ ପାତ୍ରଙ୍କୁ ରାଜ୍ୟ ସରକାର ଗଞ୍ଜାମ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏହି…

ହର୍ମୁଜ ଖୋଲିବା ନେଇ ଇରାନର ସସପେନ୍ସ , ଯୁଦ୍ଧବିରତି ସର୍ତ୍ତ ଉପରେ କହିଲା-ଠିକ୍‌ ସମୟରେ…

ଓ୍ବାଶିଂଟନ୍‌୬।୪: ଇରାନ-ଆମେରିକା ବିବାଦ ମଧ୍ୟରେ, ଇରାନ ସୂଚିତ କରିଛି ଯେ ହର୍ମୁଜ ପ୍ରଣାଳୀ ଏବେ ଏହାର ନିୟନ୍ତ୍ରଣରେ ଏକ ରଣନୈତିକ ଉପକରଣ ପାଲଟିଛି। ଇରାନ ରିଭୋଲ୍ୟୁସନାରୀ ଗାର୍ଡ…

କାଳବୈଶାଖୀ ବର୍ଷା ସହ କୁଆପଥର ମାଡ଼: ବେହାଲ ହେଲା ଅତାବିରା ଅଞ୍ଚଳ, ଚାଷୀକୂଳ ହତାଶ

ଅତାବିରା, ୬।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଅଞ୍ଚଳରେ ସୋମବାର କାଳବୈଶାଖୀ ଝଡବର୍ଷା ସହ ପ୍ରଚୁର କୁଆପଥର ମାଡ଼ ହୋଇଛି l ଫଳରେ ଅତାବିରା ଅଞ୍ଚଳ ବେହାଲ…

ପ୍ରଶଂସକଙ୍କୁ ଗୁଡ୍‌ନ୍ୟୁଜ୍‌ ଦେଲେ କରିଶ୍ମା: ଖୁବ୍‌ଶୀଘ୍ର…

ଅଭିନେତ୍ରୀ କରିଶ୍ମା ତନ୍ନା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ସେ ତାଙ୍କ ସ୍ବାମୀ ବରୁଣ ବାଙ୍ଗେରା ସହ ଫଟୋ ଶେୟାର କରି ପ୍ରଶଂସକଙ୍କୁ ଏହି ଗୁଡ୍‌ନ୍ୟୁଜ୍‌ ଦେଇଛନ୍ତି।…

ଇରାନକୁ ଭିତିରିଆ ଶକ୍ତି ଯୋଗାଉଛନ୍ତି ଏହି ୨ ଦେଶ, ଏହି କାରଣରୁ ଶେଷ ହେଉନାହିଁ ଯୁଦ୍ଧ! ଚାଞ୍ଚଲ୍ୟକର ଖୁଲାସା

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି, ତଥାପି ହର୍ମୁଜ ପ୍ରଣାଳୀ ଖୋଲିବା ନେଇ…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

ହାତକୁ ଦି’ ହାତ ହେଲେ IIT ବାବା: ଜାଣନ୍ତୁ କାହାକୁ ବାଛିଲେ ଜୀବନସାଥୀ

ଧର୍ମଶାଳା,୬।୪: ପ୍ରୟାଗରାଜ ମହାକୁମ୍ଭ ସମୟରେ ନିଜର ଅନନ୍ୟ ଶୈଳୀ ଏବଂ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ପାଇଁ ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ଆଇଆଇଟିଏନ ବାବା ଓରଫ୍‌ ଅଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri