୧୦୦ ମାର୍କରୁ ମାତ୍ର ୧ ରଖି ପାଇଲେ LTR ହିନ୍ଦୀ ଶିକ୍ଷକ ଚାକିରି; ପ୍ରାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ

ଭୁବନେଶ୍ୱର,୩।୧୨: ଲିଭ୍ ଟ୍ରେନିଂ ରିଜର୍ଭ (ଏଲଟିଆର) ହିନ୍ଦୀ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକାଶିତ ପ୍ରିଲିମିନାରୀ ପରୀକ୍ଷା ଫଳରେ ବିଭିନ୍ନ ବର୍ଗ ପାଇଁ ଧାର୍ଯ୍ୟ ହୋଇଥିବା କଟ୍-ଅଫ୍ ମାର୍କକୁ ନେଇ ବ୍ୟାପକ ଆଲୋଚନା ଓ ଅସନ୍ତୋଷ ଦେଖାଦେଇଛି। ଗତ ମାସ ୧୬ ତାରିଖରେ ଅନୁଷ୍ଠିତ ହୋଇଥିବା ଏହି ପରୀକ୍ଷାର ଫଳାଫଳ ସୋମବାର ଦିନ ପ୍ରକାଶ ପାଇଛି।

୧୦୦ ମାର୍କରୁ ଅନୁସୂଚିତ ଜାତି (ଏସସି) ବର୍ଗ ପାଇଁ କଟ୍-ଅଫ୍ ମାର୍କ ମାତ୍ର ୧ ମାର୍କ ଧାର୍ଯ୍ୟ କରାଯାଇଛି, ଯାହାକି ସର୍ବନିମ୍ନ ମାର୍କ ରଖିଥିବା ପ୍ରାର୍ଥୀଙ୍କୁ ମଧ୍ୟ ମୁଖ୍ୟ ପରୀକ୍ଷା ପାଇଁ ଯୋଗ୍ୟ କରିଛି।

ସେହିପରି SC ମହିଳା ପ୍ରାର୍ଥୀଙ୍କ ପାଇଁ କଟ୍-ଅଫ୍ ୨.୫ ମାର୍କ ରହିଛି। ଅନୁସୂଚିତ ଜନଜାତି (ST) ବର୍ଗ ପାଇଁ କଟ୍-ଅଫ୍ ୨.୭୫ ମାର୍କ ଏବଂ ST ମହିଳାଙ୍କ ପାଇଁ ୩ ମାର୍କ ରଖାଯାଇଛି। ଅନ୍ୟପଟେ SEBC ବର୍ଗ ପାଇଁ କଟ୍-ଅଫ୍ ୨୩.୫, ସାଧାରଣ ବର୍ଗ ପାଇଁ ୨୯, ଏବଂ ପୂର୍ବତନ ଚାକିରିଆ ବର୍ଗ ପାଇଁ ୩୦ ମାର୍କ ରହିଛି।

ଶିକ୍ଷା ବିଶେଷଜ୍ଞ ଏବଂ ଚାକିରି ଆଶାୟୀମାନେ ପ୍ରଶ୍ନ ଉଠାଇଛନ୍ତି ଯେ ଉଚ୍ଚ ଶିକ୍ଷାଗତ ମାନ ବଜାୟ ରଖିବାକୁ ଥିବା ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଏତେ କମ୍ ମାର୍କ ରଖିଥିବା ପ୍ରାର୍ଥୀଙ୍କୁ କିପରି ପରବର୍ତ୍ତୀ ପର୍ଯ୍ୟାୟକୁ ଯିବାକୁ ଅନୁମତି ଦିଆଯାଉଛି। ଏପରି କମ୍ କଟ୍-ଅଫ୍ ପଛର କାରଣ ଜଣାପଡ଼ି ନ ଥିବା ବେଳେ ଏହାକୁ ନେଇ ଆଶାୟୀମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଓ ସମାଲୋଚନା ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

ଥାନା ହାଜତରେ ରେଳ କର୍ମଚାରୀଙ୍କୁ ନିର୍ଯାତନା: ହାତ, ଗୋଡ଼ ଭାଙ୍ଗିଦେଲେ, ଯୌନାଙ୍ଗରେ…

ପୁରୁଣା ଭୁବନେଶ୍ୱର,୫ା୯(ସୁବାସ ଚନ୍ଦ୍ର ପ୍ରଧାନ): ବ୍ରହ୍ମପୁର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଦ୍ୱାରା ଅମାନୁଷିକତାର ସବୁ ସୀମା ଟପିଯାଇଛି। ଚୋରି ସନ୍ଦେହରେ ସୌମ୍ୟରଞ୍ଜନ ମିଶ୍ର ନାମକ ଜଣେ…

ବିଡ଼ା ବିଡ଼ା ଟଙ୍କା ଗଣାଚାଲିଛି

ପୁରୀ,୫ା୯(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୨ ଯୁବକଙ୍କୁ ଗିରଫ କରିଛି। ପୋଲିସ…

ଚାଷୀଙ୍କ ଶ୍ରମକୁ ଉଚିତ ସମ୍ମାନ ମିଳୁଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫।୯ (ସୁନିତ୍‌ ମିଶ୍ର): ଜନ୍ମାଷ୍ଟମୀ ଅବସରରେ ରାଜ୍ୟର ଚାଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଓୟୁଏଟିର କୃଷି ଶିକ୍ଷା ସଦନଠାରେ ସିଏମ୍‌ କିଷାନ ଯୋଜନାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri