ଟ୍ରମ୍ପ୍‌ଙ୍କ ବିରୋଧରେ ନିମ୍ନ ସଦନ

ଓ୍ବାଶିଂଟନ୍‌, ୧୪ା୧: ପରାଜୟ ପରେ ବି କ୍ଷମତାମୋହ ଯୋଗୁ ଦଙ୍ଗା ଉସୁକାଇବା ରିପବ୍ଲିକାନ୍‌ ନେତା ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ମହଙ୍ଗା ପଡ଼ିଛି। ତାଙ୍କ ବିରୋଧରେ ଆଗତ ମହାଭିଯୋଗ ପ୍ରସ୍ତାବକୁ ନେଇ ବୁଧବାର ନିମ୍ନ ସଦନ ଅର୍ଥାତ ପ୍ରତିନିଧି ସଭାରେ ମତଦାନ ହୋଇଛି। ମହାଭିଯୋଗ ପ୍ରମାଣିତ ହେବା ପାଇଁ ୨୧୮ ଭୋଟ ଜରୁରୀ ଥିବାବେଳେ ପ୍ରସ୍ତାବ ସପକ୍ଷରେ ୨୨୦ ଭୋଟ ପଡିଛି। ଏଥିରୁ ୫ ଖଣ୍ଡ ଭୋଟ ହେଉଛି ରିପବ୍ଲିକାନ ସଦସ୍ୟଙ୍କର। ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ସରେ ପ୍ରସ୍ତାବ ଗୃହୀତ ହେବା ପରେ ଏବେ ଏହାକୁ ସିନେଟକୁ ଶୁଣାଣି ପାଇଁ ପଠାଯିବ। ଉଚ୍ଚ ସଦନ ସିନେଟ୍‌ରେ ସଦସ୍ୟମାନେ ଜୁରି ଭଳି କାର୍ଯ୍ୟ କରିବେ ଏବଂ ଟ୍ରମ୍ପ୍‌ଙ୍କୁ ଦୋଷୀ ସାବ୍ୟସ୍ତ ଅଥବା ଦୋଷମୁକ୍ତ ପାଇଁ ମତଦାନ କରିବେ। ଟ୍ରମ୍ପ୍‌ ଦୋଷୀ ହେଲେ ତାଙ୍କୁ ରାଷ୍ଟ୍ରପତି ପଦରୁ ହଟାଯିବ। ତାଙ୍କ ସ୍ଥାନରେ ଉପରାଷ୍ଟ୍ରପତି ମାଇକ୍‌ ପେନ୍ସଙ୍କୁ ବର୍ତ୍ତମାନ ପାଇଁ (ଜାନୁୟାରୀ ୨୦ ପର୍ଯ୍ୟନ୍ତ) ଅବସ୍ଥାପିତ କରାଯିବ। ଏହା ସହ ଟ୍ରମ୍ପ୍‌ଙ୍କୁ ରାଜନୈତିକ ଅଯୋଗ୍ୟ ହେବାକୁ ପଡ଼ିବ। ଫଳରେ ୨୦୨୪ରେ ପୁଣି ଥରେ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ପାଇଁ ମହତ୍ତ୍ୱାକାଂକ୍ଷୀ ନେତା ଟ୍ରମ୍ପ୍‌ଙ୍କ ସ୍ବପ୍ନ ଧୂଳିସାତ୍‌ ହୋଇଯିବ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଆଉ ୬ ଦିନ ବାକି ଥିବାବେଳେ ତାଙ୍କୁ ପଦରୁ ହଟାଇବା ପାଇଁ ସିନେଟ୍‌ର ନିମ୍ନ ସଦନରେ ମହାଭିଯୋଗ ପ୍ରସ୍ତାବ ଗୃହୀତ ହୋଇଛି। ବୁଧବାର ଏହା ଉପରେ ଭୋଟିଂ ପୂର୍ବରୁ ବିତର୍କ କରଯାଇଥିଲା। କ୍ୟାପିଟୋଲ ହିଲ୍‌ ଦଙ୍ଗା ଘଟଣାରେ ବିଦାୟୀ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଦାୟୀ କରାଯାଇ ତାଙ୍କୁ ପଦରୁ ହଟାଯିବାକୁ ଡେମୋକ୍ରାଟିକ ଦଳ ଦାବି କରିଥିଲା। ଜଣେ ନିର୍ବାଚିତ ରାଷ୍ଟ୍ରପତି
ଦାୟିତ୍ୱ ତୁଲାଇବାରେ ସକ୍ଷମ ନ ଥିବାରୁ ଉପରାଷ୍ଟ୍ରପତି ମାଇକ୍‌ ପେନ୍ସ କ୍ଷମତାର ଉପଯୋଗ କରି ସଂଶୋଧନ ୨୫ ମାଧ୍ୟମରେ ଟ୍ରମ୍ପଙ୍କୁ ବହିଷ୍କାର କରନ୍ତୁ ବୋଲି ପେନ୍ସଙ୍କୁ ବାଚସ୍ପତି ନାନ୍ସି ପେଲୋସି ପତ୍ର ଲେଖିଥିଲେ। ହେଲେ କ୍ୟାବିନେଟ ସଦସ୍ୟମାନେ ଏହି ପଦକ୍ଷେପ ନେବାକୁ ରାଜି ନ ଥିବା କହି ପେନ୍ସ ସଂଶୋଧନ ୨୫ ଲାଗୁ କରିବାକୁ ମନା କରିଦେଇଥିଲେ। ଏ ନେଇ ମଙ୍ଗଳବାର ପେନ୍ସ ଚିଠି ଲେଖି ଉତ୍ତର ରଖିଥିଲେ। କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ରାଷ୍ଟ୍ରପତିଙ୍କୁ ବହିଷ୍କାର କରିବା ଦେଶ ପାଇଁ ଲଜ୍ଜାଜନକ ବିଷୟ। ଏହା ଆଦୌ ରାଷ୍ଟ୍ର ସପକ୍ଷରେ ନୁହେଁ ବୋଲି ପେନ୍ସ କହିଥିଲେ। ଫଳରେ ଟ୍ରମ୍ପଙ୍କ ବିରୋଧରେ ଆମେରିକା ସଂସଦରେ ମହାଭିଯୋଗ ଉପରେ ବିତର୍କ ଆରମ୍ଭ ହୋଇଥିଲା। ଟ୍ରମ୍ପଙ୍କ ରିପବ୍ଲିକାନ ଦଳର କେତେଜଣ ସଦସ୍ୟ ମଧ୍ୟ ମହାଭିଯୋଗ ସପକ୍ଷରେ ଭୋଟ ଦେବେ ବୋଲି ପୂର୍ବରୁ ଘୋଷଣା କରିଥିଲେ।
ଟ୍ରମ୍ପ୍‌ ଆମେରିକାର ଏକ ମାତ୍ର ରାଷ୍ଟ୍ରପତି ଯାହାଙ୍କ ବିରୋଧରେ ଦୁଇଥର ମହାଭିଯୋଗ ଆଗତ ହୋଇଛି। ୨୦୨୦ ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟାବେଳେ ଡେମୋକ୍ରାଟ ପ୍ରାର୍ଥୀ ଜୋ ବାଇଡେନ୍‌ଙ୍କ ଛବିକୁ ମଳିନ କରିବାକୁ ଟ୍ରମ୍ପ୍‌ ଉଦ୍ୟମ କରିଥିଲେ। ଅଭିଯୋଗ ଆସିଥିଲା ଯେ, ଟ୍ରମ୍ପ ଏଥିପାଇଁ ୟୁକ୍ରେନର ସହାୟତା ନେଇଥିଲେ। ଜୋ ବାଇଡେନ୍‌ ଓ ତାଙ୍କ ପୁଅ ହଣ୍ଟର ବାଇଡେନ୍‌ ୟୁକ୍ରେନ ସହ ବେଆଇନ ଭାବେ ବ୍ୟାପକ ଅର୍ଥ କାରବାର କରିଥିବା କହି ଟ୍ରମ୍ପ୍‌ ନିଜ ଛବିକୁ ସୁଦୃଢ଼ କରିବାକୁ ଚାହୁଁଥିଲେ। ଏ ନେଇ ଟ୍ରମ୍ପ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କାଏଙ୍କ ସହ କଥା ହେବା ଘଟଣା ଗୋଇନ୍ଦା ବିଭାଗ ଜାଣିବା ପରେ ଏହା ସାମ୍‌ନାକୁ ଆସିଥିଲା। ଏପରିକି ଟ୍ରମ୍ପ ଏଥିପାଇଁ ୟୁକ୍ରେନ ରାଷ୍ଟ୍ରପତିଙ୍କ ଉପରେ ଚାପ ପକାଉଥିଲେ ବୋଲି କୁହାଯାଇଥିଲା। ଏହା ନ କଲେ ୟୁକ୍ରେନକୁ ଦିଆଯାଉଥିବା ସାମରିକ ସହାୟତା ରୋକିଦେବାକୁ ଟ୍ରମ୍ପ୍‌ ଧମକ ମଧ୍ୟ ଦେଇଥିଲେ। ଏହି ଘଟଣାକୁ ନେଇ ତାଙ୍କ ବିରୋଧରେ ମହାଭିଯୋଗ ଚାଲିଥିଲେ ହେଁ ତାହା ସାବ୍ୟସ୍ତ ହୋଇପାରି ନ ଥିଲା। ସୂଚନାଯୋଗ୍ୟ, ଗତ ୬ ତାରିଖରେ କ୍ୟାପିଟୋଲ ବିଲ୍ଡିଂରେ ଟ୍ରମ୍ପଙ୍କ ସମର୍ଥକମାନେ ଧସେଇ ପଶି ହିଂସାକାଣ୍ଡ ଘଟାଇଥିଲେ। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri