ସ୍ବଳ୍ପ ବର୍ଷା, ଆଗେଇ ପାରୁନାହିଁ ଚାଷକାର୍ଯ୍ୟ

କେସିଙ୍ଗା,୧୯ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ସ୍ବଳ୍ପ ବର୍ଷା ଯୋଗୁ ଚାଷ କାମ ଆଗେଇ ପାରୁନାହିଁ। ସମଗ୍ର କେସିଙ୍ଗା ବ୍ଲକରେ ୨୯ ହଜାର ୭୩୦ ହେକ୍ଟର ଚାଷ ଜମି ରହିଛି। ଏଥି ମଧ୍ୟରୁ ଚଳିତ ଖରିଫ ଋତୁରେ ୫ ହଜାର ୮୮୯ହେକ୍ଟର ଜମିରେ ଧାନ ବୁଣାଯାଇଛି। ୨୨ ହଜାର ୭୭୫ ହେକ୍ଟରରେ କପା, ମକା, ହରଡ଼, ଛଣି, ପନିପରିବା, ଚାଷ କରାଯାଇଛି ଏବଂ ରୁଆ ମଧ୍ୟ କରାଯିବା ପାଇଁ ଆବଶ୍ୟକ ପାଣି ନ ହେବାରୁ ଧାନରୁଆ ହୋଇପାରୁନାହିଁ। ସ୍ବଳ୍ପବର୍ଷା ଯୋଗୁ ଚାଷୀମାନେ ଚାଷ କାମରେ ଆଗେଇ ପାରୁନାହାନ୍ତି। ଜୁନ୍‌ ଯାଇ ଜୁଲାଇ ଶେଷ ହେବାକୁ ବସିଲାଣି ତଥାପି ଆବଶ୍ୟକତା ଅନୁସାରେ ବର୍ଷା ହେଉନାହିଁ। ଫଳରେ ଗଜା ଧାନ ମରିବାକୁ ବସୁଛି। କେସିଙ୍ଗା ବହୁ ପଞ୍ଚାୟତରେ ଧାନ ଗଜା ହୋଇଛି। ଜଳସେଚନର ସୁବିଧା ନ ଥିବାରୁ ଚାଷୀମାନେ ଗଜାମରୁଡ଼ି ପାଇଁ କେସିଙ୍ଗା ତହସିଲଦାର, କୃଷି ବିଭାଗରେ ଲିଖିତ ଅଭିଯୋଗ କରିଛନ୍ତି। ରେଙ୍ଗାଲି ଗ୍ରାମର ଜଣେ ବଡ଼ଚାଷୀ ଦଶରଥ ସାହା ଗ୍ରାମ ନିକଟରେ ଥିବା ୨୪ହେକ୍ଟର ଓ କଛାରପଦର ଗ୍ରାମରେ ଥିବା ୩୦ହେକ୍ଟର ଜମିରେ ଜଳସେଚନର ସୁବିଧା ନ ଥିବାରୁ ନିଜେ ଏକ ବିରାଟ କ୍ଷେତ୍ର ପୋଖରୀ ଖୋଳାଇ ନିଜ ଜମିରେ ଚାଷ କାମ କରୁଛନ୍ତି। ନିଜର ଟ୍ରାକ୍ଟର ଯୋଗେ ପଳାରେ ପାଣି ମଡ଼ାଇ ଧାନ ରୋଇବା ପାଇଁ ପ୍ରସ୍ତୁତି ଚାଲିଛି। ରେଙ୍ଗାଲି ଗ୍ରାମର ଦଶରଥ ସାହା ବହୁବାର କୃଷି ବିଭାଗ ଓ ଜଳଛାୟା ପ୍ରକଳ୍ପ କାର୍ଯ୍ୟାଳୟକୁ ଯାଇ କ୍ଷେତ୍ର ପୋଖରୀ ଖୋଳିବା ପାଇଁ ଆବେଦନ କରିଥିଲେ। କିନ୍ତୁ ସୁଫଳ ନ ମିଳିବାରୁ ନିଜେ ଅଢ଼େଇ ଲକ୍ଷ ବ୍ୟୟ ଅଟକଳରେ ଏକ କ୍ଷେତ୍ର ପୋଖରୀ ଖୋଳି ନିଜେ ଚାଷ କାମ କରୁଛନ୍ତି।
ଏ ସଂକ୍ରାନ୍ତରେ କେସିଙ୍ଗା କୃଷି ବିଭାଗର ଗୋଷ୍ଠୀ ଅଧିକାରୀ ଘନଶ୍ୟାମ ଦେହୁରୀଙ୍କୁ ପଚାରିବାରୁ ସ୍ବଳ୍ପ ବର୍ଷା ଯୋଗୁ ଚାଷକାମ ଆଗେଇ ପାରୁନାହିଁ। ବର୍ଷା ହେଲେ ଭଲ ଚାଷ ହେବାର ସମ୍ଭାବନା ରହିଛି ବୋଲି ପ୍ରକାଶ କରିଥିଲେ। ରେଙ୍ଗାଲି ଗ୍ରାମର ଦଶରଥଙ୍କ ପୁଅ ହରି ସାହାଙ୍କୁ ପଚାରିବାରୁ ସ୍ବଳ୍ପ ବର୍ଷା ଯୋଗୁ ଆମେ ଚାଷ ଠିକ ଭାବେ କରି ପାରୁ ନାହୁଁ,ନିଜର କ୍ଷେତ୍ର ପୋଖରୀରୁ ଟ୍ରାକ୍ଟର ଯୋଗେ ପାଣି ଜଳସେଚନ କରି ଚାଷ କାମ ଆଜିଠୁ ଆରମ୍ଭ କରିଛୁ ବୋଲି ପ୍ରକାଶ କରିଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ୟାମିଙ୍କ ଇଚ୍ଛା

ମୁମ୍ବାଇ: ଆଦିତ୍ୟ ଧରଙ୍କ ଫିଲ୍ମ ‘ଧୁରନ୍ଧର’ ୨୦୨୫ର ସବୁଠାରୁ ବଡ଼ ଫିଲ୍ମ ହୋଇଛି। ଏହି ଫିଲ୍ମଟି ସାରା ବିଶ୍ୱରେ ୧୦୦୦ କୋଟିରୁ ଅଧିକ ଆୟ କରିଛି।...

ଜିଲା ପାଇଁ ଗୌରବ ଆଣିଲେ ନେହେରୁ: ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ…

ନୂଆପଡା,୩୦।୧୨(ମକାରୁ ବେମାଲ): ନୂଆପଡା ସଦର ବ୍ଲକ ଭାଲେଶ୍ବର ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଲୟର ଦଶମ ଶ୍ରେଣୀ ଛାତ୍ର ରାଜ୍ୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ମେଳାରେ ଦ୍ବିତୀୟ ସ୍ଥାନ...

ଡାଲୋଲ ସବୁଠୁ ଗରମ ସ୍ଥାନ

ଲୋକମାନେ ଯେବେ ଅତ୍ୟଧିକ ଗରମ ସ୍ଥାନ ବିଷୟରେ କଥା ହୁଅନ୍ତି, ସେମାନେ ସାଧାରଣତଃ ସାହାରା କିମ୍ବା ମଧ୍ୟପ୍ରାଚ୍ୟର ସହରଗୁଡ଼ିକ ପରି ମରୁଭୂମି ବିଷୟରେ ଚିନ୍ତା କରନ୍ତି।...

ପ୍ରେମରେ ପଡ଼ିଛନ୍ତି ପ୍ରିୟଙ୍କା ଗାନ୍ଧୀଙ୍କ ପୁଅ: ଏହି ଯୁବତୀ ହେବେ ଭଦ୍ରା ପରିବାରର ବୋହୂ

ନୂଆଦିଲ୍ଲୀ,୩୦।୧୨:କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏବଂ ରବର୍ଟ ଭଦ୍ରାଙ୍କ ପୁଅ ରେହାନ ପ୍ରେମରେ ପଡ଼ିଛନ୍ତି। ଭଦ୍ରା ପରିବାରର ଭବିଷ୍ୟତ ବୋହୂ ହେଉଛନ୍ତି ଅଭିଭା ବେଗ ।...

ଖାଲେଦା ଜିଆଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ,୩୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଅଧ୍ୟକ୍ଷା ବେଗମ ଖାଲେଦା ଜିଆଙ୍କ ବିୟୋଗରେ ଶୋକ ପ୍ରକାଶ...

PEOଙ୍କ ଘରେ ପଶିଲା ଭିଜିଲାନ୍ସ: ଜାରି ରହିଛି ଚଢାଉ

ହାଟଡ଼ିହୀ,୩୦।୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ PEO(କାର୍ଯ୍ୟନିର୍ବାହୀ ଅଧିକାରୀ) ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି। ବସନ୍ତିଆସ୍ଥିତ ତାଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ...

ଗଡ଼ମଧୁପୁରରେ ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ଅରିଜିତ ସିଂ, ରାଜବାଟି ବୁଲି ଫ୍ୟାନ୍ସଙ୍କ ସହ ଫଟୋ ଉଠାଇଲେ

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଗଡ଼ମଧୁପୁର ରାଜବାଟିରେ ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ଅରିଜିତ ସିଂ ପହଞ୍ଚିବା ପରେ ତାଙ୍କୁ ଦେଖିବାକୁ ଲୋକଙ୍କ ଭିଡ ଦେଖିବାକୁ...

ବଣିକ ସଂଘର ନୂତନ କର୍ମକର୍ତ୍ତା ମନୋନୀତ: ସଂକ୍ଷିପ୍ତ ସଭାପତି, ରବୀନ୍ଦ୍ର ସମ୍ପାଦକ

ଲୋଇସିଂହା,୩୦ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଗାଈଖାଇ ଇକୋଟୁରିଜମ୍‌ ପ୍ରକଳ୍ପଠାରେ ଲୋଇସିଂହା ବଣିକ ସଂଘର ବାର୍ଷିକ ଅଧିବେଶନ ପୂର୍ବତନ ସଭାପତି ମୋହିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri