ନିମ୍ନମାନର ଦୁଡୁକି ବକ୍ସ କଲଭର୍ଟ କାମ

ଫୁଲବାଣୀ ଅଫିସ, ୧୩ା୪: କନ୍ଧମାଳ ଜିଲା ଫୁଲବାଣୀ ଗ୍ରାମ୍ୟ ନିର୍ମାଣ ବିଭାଜନ(ଆରଡି) ବିଭାଗ ଅଧୀନରେ ଚାଲିଥିବା ଏକ ବକ୍ସ କଲ୍‌ଭର୍ଟ(ପୋଲ) କାମ ଅତ୍ୟନ୍ତ ନିମ୍ନମାନର ହେଉଛି। ଏହି କାର୍ଯ୍ୟରେ ରଡ଼, ମେଟାଲ, ଚିପ୍ସ, ସିମେଣ୍ଟ, ବାଲି ଆଦି ନିମ୍ନମାନର ବ୍ୟବହୃତ ହେଉଛି। କାର୍ଯ୍ୟର ପୁଙ୍ଖାନୁପୁଙ୍ଖ ବିଷୟରେ ବିଭାଗୀୟ ଯନ୍ତ୍ରୀ, ଏସ୍‌ଡିଓଙ୍କୁ ପଚାରିଲେ ସେମାନେ ଠିକ୍‌ ତଥ୍ୟ ଦେଉନାହାନ୍ତି ା ପାଖାପାଖି ୬୬ ଲକ୍ଷ ଟଙ୍କାରେ ନିର୍ମିତ ହେଉଥିବା ଏହି ବକ୍ସ କଲ୍‌ଭର୍ଟର ସ୍ଥାୟିତ୍ୱକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଠିକାଦାର, ଯନ୍ତ୍ରୀ ଏବଂ ଏସ୍‌ଡିଓଙ୍କ ଜାଣତରେ ଏହି ନିମ୍ନମାନର କାର୍ଯ୍ୟ ହେଉଥିବା ସ୍ଥାନୀୟ ଲୋକେ କହିଛନ୍ତି।
ଫୁଲବାଣୀ ବ୍ଲକ କଟ୍ରିଙ୍ଗିଆ-କଷାକାଠି ରାସ୍ତା ମଧ୍ୟଭାଗରେ ଦୁଡୁକି ପଞ୍ଚାୟତ ରହିଛି। ପଞ୍ଚାୟତ କାର୍ଯ୍ୟାଳୟ ପାଖରେ ମୁଖ୍ୟ ରାସ୍ତାରେ ଏକ ବକ୍ସ କଲଭର୍ଟ ଆରଡି ବିଭାଗ ପକ୍ଷରୁ ଚାଲିଛି। ଏହି କାର୍ଯ୍ୟରେ ଲୋକାଲ ମେଟାଲ ବ୍ୟବହୃତ ହେଉଛି, ଯାହା ଅତି ନିମ୍ନମାନର। ସେହିପରି କଂକ୍ରିଟରେ ବ୍ୟବହୃତ ରଡ଼ ନାମୀ କମ୍ପାନୀର ନୁହେଁ। ବାଲି, ସିମେଣ୍ଟ ବି ନିମ୍ନମାନର। କଂକ୍ରିଟ ପଡିବା ବେଳେ ଭାଇବ୍ରେଟର ବ୍ୟବହାର କରାଯିବା କଥା, କିନ୍ତୁ ଏଠାରେ ତାହା ହେଉନାହିଁ। ହାତରେ କଂକ୍ରିଟକୁ ଚପାଯାଉଛି। ଯେହେତୁ ଏହା ସମ୍ପୂର୍ଣ୍ଣ ଭାବେ କଂକ୍ରିଟ କାର୍ଯ୍ୟ, କାମ ବେଳେ ଠିକାଦାର ଏବଂ ଯନ୍ତ୍ରୀ ଉପସ୍ଥିତ ରହିବା କଥା ା କିନ୍ତୁ କେହି ରହୁନାହାନ୍ତି ା ମିସ୍ତ୍ରି ତା’ ମନଇଚ୍ଛାରେ ଭାଗ ମାପ କରି କାମ କରୁଛି ା ନିମ୍ନମାନର କଂକ୍ରିଟ ହେଉଥିବାରୁ ଏହି କଲ୍‌ଭର୍ଟର ସ୍ଥାୟିତ୍ୱକୁ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି। ସେମାନେ କାମ ଠିକ୍‌ ଭାବେ କରିବାକୁ କହୁଥିଲେ ମଧ୍ୟ ନା ଠିକାଦାର ନା ବିଭାଗୀୟ ଅଧିକାରୀ କେହି ଶୁଣୁନାହାନ୍ତି।
ଯେଉଁ କାମ ହେଉଛି ତାହା ଠିକ୍‌ ହେଉନାହିଁ ା ଏଠାରେ ଶଙ୍ଖ ଥିଲା ା ଯାତାୟାତରେ ବହୁ ଅସୁବିଧା ହେଉଥିଲା ା ବର୍ଷା ହେଲେ ଏହା ଉପରେ ଗାଡ଼ି ଯାଇ ପାରୁ ନ ଥିଲା ା ଏବେ ସେଠାରେ ପୋଲ ହେଉଛି ା ଲୋକାଲ ମେଟାଲ ସହ ପଟୁ ବାଲି ଆଣି କାମ କରୁଛନ୍ତି। କାମ ଆଦୌ ଭଲ ହେଉନାହିଁ ବୋଲି ଦୁଡୁକି ପଂଚାୟତ ବିଲାବାଡି ଜାରୁପଙ୍ଗାପଡା ସାହିର ବିଶ୍ୱମ୍ବର କହଁର କହିଛନ୍ତି। କାମ ଅତ୍ୟନ୍ତ ନିମ୍ନମାନର ହେଉଛି ା ଯନ୍ତ୍ରୀ ଉପସ୍ଥିତ ରହୁନାହାନ୍ତି। ଲୋକାଲ ମେଟାଲରେ କି କାମ ହେବ ବୋଲି ସରପଞ୍ଚ ସୁରେନ୍ଦ୍ର କହଁର ପ୍ରକାଶ କରିଛନ୍ତି ା ୩ ଥର ଟେଣ୍ଡର ବାହାରିଲା, କେହି ପକାଇଲେ ନାହିଁ ା ଏଥର ଜଣେ କାମ ପାଇଛନ୍ତି ା ମେନ କଂକ୍ରିଟ ୱାଲ କାମ କ୍ରଶର ମେଟାଲରେ ହେଉଛି ା ମୁଁ ନିଜେ ଯାଇ କାମ ଦେଖୁଛି ା କାମର ଷ୍ଟାଣ୍ଡାର୍ଡ ମେଂଟେନ କରାଯାଉଛି ବୋଲି ବିଭାଗୀୟ ଯନ୍ତ୍ରୀ ମହେନ୍ଦ୍ର ପ୍ରଧାନ କହିଛନ୍ତି। ସେହିପରି ଏସ୍‌ଡିଓ ସୁଶୀଲ କୁମାର ମହାନ୍ତି ମଧ୍ୟ ଅନୁରୂପ ମନ୍ତବ୍ୟ ଦେବା ସହ ସାଧାରଣ ଲୋକେ କଂକ୍ରିଟ ବିଷୟରେ କ’ଣ ଜାଣିଛନ୍ତି ବୋଲି ଓଲଟା ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଜିଲା ପରିଷଦ ବୈଠକରେ ବିଭିନ୍ନ ବିଭାଗରେ କାମ ଅତ୍ୟନ୍ତ ନିମ୍ନମାନର ହେଉଥିବା ନେଇ ଅଭିଯୋଗ ହୋଇଥିଲା। ବିଧାୟକମାନେ କାମ ଭଲରେ କରିବାକୁ ଏବଂ ଯନ୍ତ୍ରୀ କାର୍ଯ୍ୟସ୍ଥଳରେ ଉପସ୍ଥିତ ରହିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ। ଏହା ନ ହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶୁଣାଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

କାଳବୈଶାଖୀ ତାଣ୍ଡବ: ଟଳିପଡ଼ିଲେ ଗୋଟିଏ ପରେ ଗୋଟିଏ ଗୋରୁ…

ମୋହନା,୪।୩(ମନ୍ମଥ ମିଶ୍ର): କାଳବୈଶାଖୀରେ ଆଖି ବୁଜିଲେ ୪ ଗୋରୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ବନ୍ଧାଗୁଡା ଗାଁରେ।…

ବିଜୁଳି ଖୁଣ୍ଟରେ ପିଟିହେଲା ଟ୍ରାକ୍ଟର, ଆଉ ତା’ପରେ…

ବାଲିଶଙ୍କରା,୩ା୪(ହୃଦାନନ୍ଦ ବାରିକ): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅଧୀନ ସାକୁଶପାନୀ ଗ୍ରାମରେ ଶୁକ୍ରବାର ବିଜୁଳି ଖୁଣ୍ଟରେ ଏକ ଟ୍ରାକ୍ଟର ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଟ୍ରାକ୍ଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri