ନିମ୍ନମାନର ଦୁଡୁକି ବକ୍ସ କଲଭର୍ଟ କାମ

ଫୁଲବାଣୀ ଅଫିସ, ୧୩ା୪: କନ୍ଧମାଳ ଜିଲା ଫୁଲବାଣୀ ଗ୍ରାମ୍ୟ ନିର୍ମାଣ ବିଭାଜନ(ଆରଡି) ବିଭାଗ ଅଧୀନରେ ଚାଲିଥିବା ଏକ ବକ୍ସ କଲ୍‌ଭର୍ଟ(ପୋଲ) କାମ ଅତ୍ୟନ୍ତ ନିମ୍ନମାନର ହେଉଛି। ଏହି କାର୍ଯ୍ୟରେ ରଡ଼, ମେଟାଲ, ଚିପ୍ସ, ସିମେଣ୍ଟ, ବାଲି ଆଦି ନିମ୍ନମାନର ବ୍ୟବହୃତ ହେଉଛି। କାର୍ଯ୍ୟର ପୁଙ୍ଖାନୁପୁଙ୍ଖ ବିଷୟରେ ବିଭାଗୀୟ ଯନ୍ତ୍ରୀ, ଏସ୍‌ଡିଓଙ୍କୁ ପଚାରିଲେ ସେମାନେ ଠିକ୍‌ ତଥ୍ୟ ଦେଉନାହାନ୍ତି ା ପାଖାପାଖି ୬୬ ଲକ୍ଷ ଟଙ୍କାରେ ନିର୍ମିତ ହେଉଥିବା ଏହି ବକ୍ସ କଲ୍‌ଭର୍ଟର ସ୍ଥାୟିତ୍ୱକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଠିକାଦାର, ଯନ୍ତ୍ରୀ ଏବଂ ଏସ୍‌ଡିଓଙ୍କ ଜାଣତରେ ଏହି ନିମ୍ନମାନର କାର୍ଯ୍ୟ ହେଉଥିବା ସ୍ଥାନୀୟ ଲୋକେ କହିଛନ୍ତି।
ଫୁଲବାଣୀ ବ୍ଲକ କଟ୍ରିଙ୍ଗିଆ-କଷାକାଠି ରାସ୍ତା ମଧ୍ୟଭାଗରେ ଦୁଡୁକି ପଞ୍ଚାୟତ ରହିଛି। ପଞ୍ଚାୟତ କାର୍ଯ୍ୟାଳୟ ପାଖରେ ମୁଖ୍ୟ ରାସ୍ତାରେ ଏକ ବକ୍ସ କଲଭର୍ଟ ଆରଡି ବିଭାଗ ପକ୍ଷରୁ ଚାଲିଛି। ଏହି କାର୍ଯ୍ୟରେ ଲୋକାଲ ମେଟାଲ ବ୍ୟବହୃତ ହେଉଛି, ଯାହା ଅତି ନିମ୍ନମାନର। ସେହିପରି କଂକ୍ରିଟରେ ବ୍ୟବହୃତ ରଡ଼ ନାମୀ କମ୍ପାନୀର ନୁହେଁ। ବାଲି, ସିମେଣ୍ଟ ବି ନିମ୍ନମାନର। କଂକ୍ରିଟ ପଡିବା ବେଳେ ଭାଇବ୍ରେଟର ବ୍ୟବହାର କରାଯିବା କଥା, କିନ୍ତୁ ଏଠାରେ ତାହା ହେଉନାହିଁ। ହାତରେ କଂକ୍ରିଟକୁ ଚପାଯାଉଛି। ଯେହେତୁ ଏହା ସମ୍ପୂର୍ଣ୍ଣ ଭାବେ କଂକ୍ରିଟ କାର୍ଯ୍ୟ, କାମ ବେଳେ ଠିକାଦାର ଏବଂ ଯନ୍ତ୍ରୀ ଉପସ୍ଥିତ ରହିବା କଥା ା କିନ୍ତୁ କେହି ରହୁନାହାନ୍ତି ା ମିସ୍ତ୍ରି ତା’ ମନଇଚ୍ଛାରେ ଭାଗ ମାପ କରି କାମ କରୁଛି ା ନିମ୍ନମାନର କଂକ୍ରିଟ ହେଉଥିବାରୁ ଏହି କଲ୍‌ଭର୍ଟର ସ୍ଥାୟିତ୍ୱକୁ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି। ସେମାନେ କାମ ଠିକ୍‌ ଭାବେ କରିବାକୁ କହୁଥିଲେ ମଧ୍ୟ ନା ଠିକାଦାର ନା ବିଭାଗୀୟ ଅଧିକାରୀ କେହି ଶୁଣୁନାହାନ୍ତି।
ଯେଉଁ କାମ ହେଉଛି ତାହା ଠିକ୍‌ ହେଉନାହିଁ ା ଏଠାରେ ଶଙ୍ଖ ଥିଲା ା ଯାତାୟାତରେ ବହୁ ଅସୁବିଧା ହେଉଥିଲା ା ବର୍ଷା ହେଲେ ଏହା ଉପରେ ଗାଡ଼ି ଯାଇ ପାରୁ ନ ଥିଲା ା ଏବେ ସେଠାରେ ପୋଲ ହେଉଛି ା ଲୋକାଲ ମେଟାଲ ସହ ପଟୁ ବାଲି ଆଣି କାମ କରୁଛନ୍ତି। କାମ ଆଦୌ ଭଲ ହେଉନାହିଁ ବୋଲି ଦୁଡୁକି ପଂଚାୟତ ବିଲାବାଡି ଜାରୁପଙ୍ଗାପଡା ସାହିର ବିଶ୍ୱମ୍ବର କହଁର କହିଛନ୍ତି। କାମ ଅତ୍ୟନ୍ତ ନିମ୍ନମାନର ହେଉଛି ା ଯନ୍ତ୍ରୀ ଉପସ୍ଥିତ ରହୁନାହାନ୍ତି। ଲୋକାଲ ମେଟାଲରେ କି କାମ ହେବ ବୋଲି ସରପଞ୍ଚ ସୁରେନ୍ଦ୍ର କହଁର ପ୍ରକାଶ କରିଛନ୍ତି ା ୩ ଥର ଟେଣ୍ଡର ବାହାରିଲା, କେହି ପକାଇଲେ ନାହିଁ ା ଏଥର ଜଣେ କାମ ପାଇଛନ୍ତି ା ମେନ କଂକ୍ରିଟ ୱାଲ କାମ କ୍ରଶର ମେଟାଲରେ ହେଉଛି ା ମୁଁ ନିଜେ ଯାଇ କାମ ଦେଖୁଛି ା କାମର ଷ୍ଟାଣ୍ଡାର୍ଡ ମେଂଟେନ କରାଯାଉଛି ବୋଲି ବିଭାଗୀୟ ଯନ୍ତ୍ରୀ ମହେନ୍ଦ୍ର ପ୍ରଧାନ କହିଛନ୍ତି। ସେହିପରି ଏସ୍‌ଡିଓ ସୁଶୀଲ କୁମାର ମହାନ୍ତି ମଧ୍ୟ ଅନୁରୂପ ମନ୍ତବ୍ୟ ଦେବା ସହ ସାଧାରଣ ଲୋକେ କଂକ୍ରିଟ ବିଷୟରେ କ’ଣ ଜାଣିଛନ୍ତି ବୋଲି ଓଲଟା ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଜିଲା ପରିଷଦ ବୈଠକରେ ବିଭିନ୍ନ ବିଭାଗରେ କାମ ଅତ୍ୟନ୍ତ ନିମ୍ନମାନର ହେଉଥିବା ନେଇ ଅଭିଯୋଗ ହୋଇଥିଲା। ବିଧାୟକମାନେ କାମ ଭଲରେ କରିବାକୁ ଏବଂ ଯନ୍ତ୍ରୀ କାର୍ଯ୍ୟସ୍ଥଳରେ ଉପସ୍ଥିତ ରହିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ। ଏହା ନ ହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶୁଣାଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri