ଲାଗି ରହିଛି ଲଘୁଚାପଜନିତ ଲଗାଣ ବର୍ଷା: ବିଲ ଓ ମଣ୍ଡିରେ ଭିଜିଲା ଧାନ

କୋକସରା,୨୫।୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲାରେ ଲଘୁଚାପଜନିତ ବର୍ଷା ମଙ୍ଗଳବାର ରାତିରୁ ଲଗାଣ ବର୍ଷା ଲାଗି ରହିଛି। ବ୍ଲକରେ ମଙ୍ଗଳବାର ରାତିରୁ ବୁଧବାର ସକାଳ ପର୍ଯ୍ୟନ୍ତ ୬୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବ୍ଲକର ୨୨ ପଞ୍ଚାୟତରେ ୮୦ ପ୍ରତିଶତ ଧାନ ଅମଳ ହୋଇ ସାରିଥିବା ବେଳେ ବିକ୍ରି ଅପେକ୍ଷାରେ ଚାଷୀମାନେ ଟୋକନ ଅବଧି ଆସି ଥିବାରୁ ନିଜ ଖଳା ଓ ସାଧ୍ୟ ମତେ ଖୋଲା ଆକାଶ ତଳେ ରଖିଛନ୍ତି। ଧାନକୁ ଶୁଖାଇବା ସହ ମଣ୍ଡିକୁ ନେବା ଅପେକ୍ଷାରେ ରହିଥିବା ବେଳେ ଅଦିନିଆ ବର୍ଷା ଚାଷିଙ୍କ ଦୁଃଖକୁ ଦ୍ବିଗୁଣିତ କରିଛି।

କୋକସରା ବ୍ଲକର କୋକସରା ପେକ୍ସ ଅଧୀନରେ ଝରିଆଗୁଡା ଉପମଣ୍ଡି, ଟେମରା ପେକ୍ସ ଅଧୀନରେ ଡେଙ୍ଗାଗୁଡା, ଡୁଡୁକାଠେଙ୍ଗା, ଗୋତମୁଣ୍ଡା ଉପମଣ୍ଡି , କାଶିବାହାଲ ପେକ୍ସ ଅଧୀନରେ ଫୁଫଗାଁ, ଧନସରା କନ୍ଦାବୁଟୁରା, ତୁନଗାଁ ଉପମଣ୍ଡି, ଡ଼ହଗାଁ ପେକ୍ସ ଅଧୀନରେ ଖୁଣ୍ଟିଆ, ଡାଲଗୁମା, ମୂଷାପାଲି ଉପମଣ୍ଡି, ଲଡୁଗାଁ ପେକ୍ସ ଅଧୀନରେ ଗମ୍ଭାରୀଗୁଡା ଉପମଣ୍ଡି, ଆମପାଣି ପେକ୍ସ ଅଧୀନରେ ଆମପାଣି, କାଉଡୋଳା, ବଡ଼ପୋଡ଼ାଗୁଡା ଉପମଣ୍ଡି ଓ ଚାରବାହାଲ ପେକ୍ସ ଅଧୀନରେ ମୋଟେର ମଣ୍ଡି ରହିଛି।

ଏହିସବୁ ମଣ୍ଡିରେ ଧାନ କିଣା ଆରମ୍ଭ ହୋଇଥିବା ବେଳେ କିଛି ମଣ୍ଡିକୁ ଛାଡି ଦେଲେ ଅନ୍ୟ ସବୁ ମଣ୍ଡି ଖୋଲା ଆକାଶ ତଳେ ଚାଲିଛି। ଲଗାଣ ବର୍ଷା ଯୋଗୁଁ ଏବେ ଖୋଲା ମଣ୍ଡିରେ ପଡି ରହିଥିବା ଚାଷିଙ୍କ ହଜାର ହଜାର କ୍ୱିଣ୍ଟାଲ ଧାନ ବର୍ଷାରେ ଭିଜି ଗୁଣବତ୍ତା ନଷ୍ଟ ହେବାର ଆଶଙ୍କା ରହିଛି । ଅଦିନିଆ ବର୍ଷାରେ କାଦୋପଦର ଗ୍ରାମର ସମସ୍ତ ଖଳାରେ ସବୁ ଖଳାରେ ଆଣ୍ଠୁଏ ପାଣି ଜମି ରହିଛି ।

ଅନ୍ୟପକ୍ଷରେ ଧାନର ଗୁଣବତ୍ତା ନଷ୍ଟ ହେଲେ ମଣ୍ଡିରୁ ଧାନ ଉଠାଇବାରେ ମିଲର୍ସ ଏଫଏକ୍ୟୁ ଆଲରେ କଟନୀ କରିବା ପାଇଁ ବାଧ୍ୟ କରିବେ। ମଣ୍ଡିରେ ଚାଷିଙ୍କ ଧାନର ସୁରକ୍ଷା ଦାୟିତ୍ୱ ଆରଏମସି ବିଭାଗ ରହିଥିବା ବେଳେ ପର୍ଯ୍ୟାପ୍ତ ପରିମାଣରେ ଧାନ ଢାଙ୍କିବା ପାଇଁ ପଲିଥିନ ନଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି। ଏନେଇ କୋକସରା ବ୍ଲକ ଯୋଗାଣ ଅଧିକାରୀ ଜଗାରାମ ମୁର୍ମୁଙ୍କ ପ୍ରତିକ୍ରିୟା ନେବାରୁ ବର୍ତ୍ତମାନ ସୁଦ୍ଧା ବ୍ଲକର ୩୧୦୫ ଜଣ ଚାଷୀଙ୍କ ଠାରୁ ୧ଲକ୍ଷ ୨୭ହଜାର ୮୬୭.୦୯ କ୍ୱିଣ୍ଟାଲ କ୍ରୟ ହୋଇଥିବା ବେଳେ ବର୍ତ୍ତମାନ ବିଭିନ୍ନ ମଣ୍ଡିରେ ୨୧୦ ଜଣ ଚାଷୀଙ୍କ ୮୨୫୧.୯୭ କ୍ୱିଣ୍ଟାଲ ଧାନ ପଡି ରହିଥିବା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

ଭାଦ୍ରବ ମାସରେ ଦାନ କରନ୍ତୁ ଏହି ୫ ଜିନିଷ: ଈଶ୍ୱରଙ୍କ କୃପା ସହ ଖୋଲିଯିବ ଉନ୍ନତିର ରାସ୍ତା!

ଭାଦ୍ରବ ମାସକୁ ପୂଜାପାଠ ଓ ଧାର୍ମିକ ସାଧନା ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଏହି ମାସରେ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ ଓ ଅନନ୍ତ ଚତୁର୍ଦ୍ଦଶୀ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri