୮ ଅଭିନେତ୍ରୀଙ୍କୁ କରିଥିଲେ ପ୍ରେମ , ବିବାହ କଲେ ୩ଙ୍କୁ

ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ସେ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। ଫିଲ୍ମ ରକିରୁ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ତାଙ୍କ ବୃତ୍ତିଗତ ଜୀବନ ଠାରୁ ବ୍ୟକ୍ତିଗତ ଜୀବନ ଅଧିକ ଚର୍ଚ୍ଚାରେ ରହିଥାଏ। ବିଶେଷକରି ତାଙ୍କର ପ୍ରେମ ଜୀବନ ୮ ଗର୍ଲଫ୍ରେଣ୍ଡ ଠାରୁ ୩ ବିବାହ ବିଷୟରେ ଜାଣନ୍ତୁ।

ଟିନା ମୁନିମ୍‌ଙ୍କ ନାମ ତାଙ୍କର ପ୍ରଥମ ଗର୍ଲଫ୍ରେଣ୍ଡ ଭାବରେ ଯୋଡାଯାଇଛି। ଟିନା ଏବଂ ସଞ୍ଜୟ ପିଲାଦିନର ବନ୍ଧୁ ଥିଲେ। ପରେ ସେ ତାଙ୍କ ପ୍ରେମରେ ପଡିଥିଲେ । ଫିଲ୍ମ ‘ରକି’ ସମୟରେ ସେମାନଙ୍କର ସମ୍ପର୍କ ଅଧିକ ଶକ୍ତିଶାଳୀ ହୋଇଥିଲା, କିନ୍ତୁ ସଞ୍ଜୟଙ୍କ ଅତ୍ୟଧିକ ମଦ୍ୟପାନ ଯୋଗୁ ଟିନା ତାଙ୍କୁ ଛାଡିଥିଲେ । ପରେ ଟିନା ଅନିଲ ଅମ୍ବାନୀଙ୍କୁ ବିବାହ କରିଥିଲେ।

୧୯୮୪ରେ ସଞ୍ଜୟ ‘ଜମିନ’ ପାଇଁ ଶୁଟିଂ କରୁଥିଲା ବେଳେ ରେଖାଙ୍କ ସହିତ ତାଙ୍କର ସମ୍ପର୍କ ଖବର ସାମ୍ନାକୁ ଆସିଲା । ପରେ ରେଖା ଏବଂ ସଞ୍ଜୟଙ୍କ ବିବାହର ଖବର ମଧ୍ୟ ଚର୍ଚ୍ଚା ହୋଇଥିଲା। ପରେ ସଞ୍ଜୟ ଏକ ସାକ୍ଷାତକାର ସମୟରେ ତାହାକୁ ଗୁଜବ ବୋଲି କହିଥିଲେ। ଏଥି ସହିତ ରେଖାଙ୍କ ନାମ ମଧ୍ୟ ଅମିତାଭ ବଚ୍ଚନଙ୍କ ସହ ଜଡିତ ଥିଲା।

‘ମୁହୁର୍ତ୍ତ’ ଫିଲ୍ମ ସମୟରେ ସଞ୍ଜୟ ତାଙ୍କର ପ୍ରଥମ ପତ୍ନୀ ରିଚା ଶର୍ମାଙ୍କୁ ଭେଟିଥିଲେ। ସଞ୍ଜୟ ରିଚାଙ୍କ ଫଟୋକୁ ଏକ ପତ୍ରିକାରେ ଦେଖିଥିଲେ। ସେବେଠାରୁ ସେ ତାଙ୍କୁ ପସନ୍ଦ କରୁଥିଲେ। ୧୯୮୭ରେ ରିଚା ‘ଆଗ୍‌ ହି ଆଗ୍‌’ର ଶଟିଂ ସମୟରେ ସଞ୍ଜୟ ତାଙ୍କୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ରିଚା ତାଙ୍କୁ କୌଣସି ଉତ୍ତର ଦେଇ ନ ଥିଲେ। ପରେ ସେ ହଁ କହିଥିଲେ। ୧୯୮୭ ରେ ଦୁହେଁ ବିବାହ କରିଥିଲେ। ସେମାନଙ୍କ ଝିଅ ତ୍ରିଶାଲା ୧୯୮୮ରେ ଜନ୍ମ ହୋଇଥିଲେ। ବ୍ରେନ୍‌ ଟ୍ୟୁମରରେ ୧୯୯୬ ୧୦ ଡିସେମ୍ବର ନ୍ୟୁୟର୍କରେ ତାଙ୍କର ମୃତ୍ୟୁ ଘଟିଥିଲା।

ସଞ୍ଜୟଙ୍କ ନାମ ମଧ୍ୟ ମାଧୁରୀ ଦୀକ୍ଷିତଙ୍କ ସହିତ ଜଡିତ ଥିଲା। ୧୯୯୧ ରେ ‘ସାଜନ’ର ଶୁଟିଂ ସମୟରେ ଉଭୟ ପରସ୍ପରର ନିକଟତର ହୋଇଥିବା ଖବର ଆସିଥିଲା। ଉଭୟଙ୍କ ସମ୍ପର୍କ ବିଷୟରେ ଆଲୋଚନା ଜୋର ଧରିଥିଲା। କୁହାଯାଇଥିଲା ଯେ ଉଭୟ ବିବାହ କରିବାକୁ ଚାହୁଁଛନ୍ତି। କିନ୍ତୁ ମାଧୁରୀଙ୍କ ବାପା ଏହି ସମ୍ପର୍କକୁ ନେଇ ଖୁସି ନ ଥିଲେ, କାରଣ ସଞ୍ଜୟଙ୍କ ପୂର୍ବରୁ ଏକ ଝିଅ ଥିଲେ। କୁହାଯାଏ ଯେ,୧୯୯୩ ବମ୍ବେ ବୋମା ବିସ୍ଫୋରଣରେ ଯେତେବେଳେ ସଞ୍ଜୟଙ୍କ ନାମ ଆସିଲା, ମାଧୁରୀ ସଞ୍ଜୟଠାରୁ ନିଜକୁ ଦୂରେଇ ରଖିଥିଲେ।

ସଞ୍ଜୟ ଦତ୍ତ ଏବଂ ଲିସା ରୟଙ୍କ ସମ୍ପର୍କ ବିଷୟରେ ମଧ୍ୟ ଖବର ଆସିଥିଲା। ଯେତେବେଳେ ସଞ୍ଜୟ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁରେ ଚିନ୍ତାଗ୍ରସ୍ତ ଥିଲେ, ସେହି ସମୟରେ ଉଭୟ ନିକଟତର ହୋଇଥିଲେ। ମାତ୍ର ଏହି ସମ୍ପର୍କ ଅନେକ ଦିନ ରହି ନ ଥିଲା।

ଏସବୁ ପରେ ମଡେଲ ରିୟା ପିଲ୍ଲାଇ ସଞ୍ଜୟଙ୍କ ଜୀବନରେ ଆସିଥିଲେ । ସଞ୍ଜୟ ଏବଂ ରିୟା କିଛି ସମୟ ପାଇଁ ପରସ୍ପରକୁ ଡେଟ୍‌ କରିଥିଲେ । ପରେ ଉଭୟ ୧୯୯୮ ଉଭୟ ବିବାହ କରିଥିଲେ। କିଛି ଦିନ ପାଇଁ ଦୁହିଁଙ୍କ ମଧ୍ୟରେ ସବୁକିଛି ଠିକ ଚାଲିଥିଲା। ପରେ ସଞ୍ଜୟଙ୍କ ଅନ୍ୟକାହା ସହ ସମ୍ପର୍କ ଥିବା ଚର୍ଚ୍ଚା ହୋଇଥିଲା। ଏହାକୁ ନେଇ ସେମାନଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା। ପରେ ୨୦୦୫ରେ ସେମାନଙ୍କର ଛାଡପତ୍ର ହୋଇଥିଲା।

ସଞ୍ଜୟ ରିୟାଙ୍କୁ ଭେଟିବା ପୂର୍ବରୁ ମଧ୍ୟ ନାଦିଆ ଦୁରାନୀଙ୍କୁ ଜାଣିଥିଲେ। ଦୁହେଁ କେବେ ଓ କେଉଁଠାରେ ଭେଟିଲେ କେହି ଜାଣନ୍ତି ନାହିଁ । କିନ୍ତୁ କୁହାଯାଏ ଯେ ନାଦିଆ ଏବଂ ସଞ୍ଜୟଙ୍କ ନିକଟତର ଯୋଗୁ ସଞ୍ଜୟ ଏବଂ ରିୟାଙ୍କ ବିବାହ ଭାଙ୍ଗି ଯାଇଥିଲା। କିନ୍ତୁ ନାଦିଆଙ୍କ ସହ ସଞ୍ଜୟଙ୍କ ସମ୍ପର୍କ ମଧ୍ୟ ବେଶୀ ଦିନ ତିଷ୍ଟି ପାରି ନ ଥିଲା।

ଯେତେବେଳେ ସଞ୍ଜୟ ନାଦିଆଙ୍କୁ ଡେଟ୍‌ କରୁଥିଲେ, ସେତେବେଳେ ସେ ଅନେକ ସମୟରେ ମାନ୍ୟତା ଦତ୍ତଙ୍କୁ ଡେଟ୍‌ କରୁଥିଲେ। ୨୦୦୮ରେ ଦୁହେଁ ଗୋଆର ଏକ ରିସୋର୍ଟରେ ବିବାହ କରିଥିଲେ । ପରେ, ସେମାନଙ୍କର ଯାଆଁଳା ଶିଶୁ ୨୦୧୦ରେ ଜନ୍ମ ଗ୍ରହଣ କରିଥିଲେ। ଦୁହେଁ ଏବେ ସୁଖୀ ପରିବାରରେ ଏକାଠି ରହୁଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri