ପ୍ରଥମ ଦେଖାରେ ସୋନିଆଙ୍କ ପ୍ରେମରେ ପଡ଼ିଥିଲେ ରାଜୀବ ଗାନ୍ଧୀ, ଜାଣନ୍ତୁ କେମିତି ଆରମ୍ଭ ହୋଇଥିଲା ପ୍ରେମ

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ। ସେ ୨୦ ଅଗଷ୍ଟ ୧୯୪୪ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ୧୯୯୧ ନିର୍ବାଚନ ପ୍ରଚାର ସମୟରେ ବୋମା ବିସ୍ଫୋରଣରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ଏହି ଖାସ୍‌ ଦିନରେ ରାଜୀବ ଏବଂ ସୋନିଆ ଗାନ୍ଧୀଙ୍କ ପ୍ରେମ କାହାଣୀ ବିଷୟରେ ଜାଣନ୍ତୁ।
ଏହି ପ୍ରେମ କାହାଣୀ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଏକ ଗ୍ରୀକ୍‌ ରେଷ୍ଟୁରାଣ୍ଟରୁ ଆରମ୍ଭ ହୋଇଥିଲା। ଏଠାରେ ରାଜୀବ ଗାନ୍ଧୀ ପ୍ରଥମେ ସୋନିଆ ଗାନ୍ଧୀଙ୍କୁ ଦେଖିଥିଲେ। ପ୍ରଥମ ଦେଖାରେ ରାଜୀବ ସୋନିଆଙ୍କୁ ଭଲ ପାଇ ବସିଥିଲେ। କେବଳ ଏତିକି ନୁହେଁ, ସେ ସୋନିଆଙ୍କ ପ୍ରତି ଏତେ ଆକର୍ଷିତ ହୋଇଯାଇଥିଲେ ଯେ, ସେ ସୋନିଆଙ୍କୁ ତାଙ୍କ ପାଖରେ ସିଟ୍‌ ଦେବାକୁ ରେଷ୍ଟୁରାଣ୍ଟ ମାଲିକଙ୍କୁ ଅନୁରୋଧ କରିଥିଲେ।

ଏକ ସାକ୍ଷାତକାରରେ ରେଷ୍ଟୁରାଣ୍ଟ ମାଲିକ ଏକଥା କହିଥିଲେ। ସେ କହିଥିଲେ, ଯେତେବେଳେ ମୁଁ ରାଜୀବଙ୍କୁ କହିଥିଲି ଯଦି ଆପଣ ଏହା ଚାହାନ୍ତି, ତେବେ ଆପଣଙ୍କୁ ଏଥିପାଇଁ ଦୁଇଗୁଣ ଅର୍ଥ ଦେବାକୁ ପଡ଼ିବ ଏବଂ ସେ ତୁରନ୍ତ ରାଜି ହୋଇଯାଇଥିଲେ।

ସେହିଦିନ ରାଜୀବ ରେଷ୍ଟୁରାଣ୍ଟରେ ଥିବା ଏକ କାଗଜ ରୁମାଲ ଉପରେ ସୋନିଆଙ୍କ ପାଇଁ ଏକ ଚିଠି ଲେଖିଥିଲେ। ପ୍ରଥମ ଦେଖାରେ ରାଜୀବ ସୋନିଆଙ୍କୁ ଜଣେ ଭଲ ଝିଅ ଭାବେ ଗ୍ରହଣ କରି ନେଇଥିଲେ। ସେ ବହୁତ ସହଯୋଗୀ ଏବଂ କୌଣସି କଥାକୁ ଲୁଚାନ୍ତି ନାହିଁ। କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ରାଜୀବ ଏବଂ ସୋନିଆଙ୍କ ଏହି ସାକ୍ଷାତ ଧୀରେ ଧୀରେ ବଢ଼ିବାକୁ ଲାଗିଲା। ତିନି ବର୍ଷ ଧରି ଦୁହିଁଙ୍କର ଦେଖା ସାକ୍ଷାତ ହୋଇଥିଲା।

ସୋନିଆ ୯ ଡିସେମ୍ବର ୧୯୪୬ରେ ଇଟାଲୀର ଲୁଧିଆନାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ନାମ ଏଡ୍‌ୱିଗ ଆଣ୍ଟୋନିଆ ଆଲବିନା ମେନୋ। ସୋନିଆ ଜଣେ ସାଧାରଣ ପରିବାରର ଥିଲେ। କେମ୍ବ୍ରିଜରେ ପଢ଼ିବା ସହିତ ସେ ରେଷ୍ଟୁରାଣ୍ଟରେ ପାର୍ଟ ଟାଇମ କାମ ମଧ୍ୟ କରୁଥିଲେ। ରାଜୀବଙ୍କ ପ୍ରେମରେ ସୋନିଆ ଏତେ ପାଗଳ ହୋଇଯାଇଥିଲେ ଯେ, ସେ ନିଜ ପରିବାର ସଦସ୍ୟଙ୍କୁ ରାଜୀବଙ୍କ ବିଷୟରେ ଚିଠି ଲେଖିଥିଲେ। ସୋନିଆ ଚିଠିରେ ଲେଖିଥିଲେ, ମୁଁ ଜଣେ ଭାରତୀୟ ଯୁବକକୁ ଭଲ ପାଏ, ସେ ଜଣେ କ୍ରୀଡ଼ାବିତ୍‌। ମୁଁ ଏପରି ଜରାଜକୁମାରଙ୍କୁ ଅପେକ୍ଷା କରିଥିଲି।

୧୯୬୮ ମସିହାରେ ସୋନିଆ ଗାନ୍ଧୀ ପ୍ରଥମ ଥର ପାଇଁ ଭାରତ ଆସିଥିଲେ କିନ୍ତୁ ରାଜୀବ ଗାନ୍ଧୀଙ୍କ ଘରେ ରହି ନ ଥିଲେ। ସେତେବେଳେ ଇନ୍ଦିରା ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ଥିଲେ। ଏଭଳି ପରିସ୍ଥିତିରେ ସୋନିଆଙ୍କୁ ତାଙ୍କ ଘରେ ରଖିବା ଇନ୍ଦିରାଙ୍କ ପାଇଁ ଠିକ୍‌ ନ ଥିଲା। ତେଣୁ ଅମିତାଭ ବଚ୍ଚନଙ୍କ ଘରେ ସୋନିଆଙ୍କ ରହଣି ବ୍ୟବସ୍ଥା କରାଯାଇଥିଲା।

ବଚ୍ଚନ ପରିବାର ଏବଂ ଗାନ୍ଧୀ ପରିବାର ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଘନିଷ୍ଠ ଥିଲା। ରାଜୀବ ଗାନ୍ଧୀ ଏବଂ ଅମିତାଭ ବଚ୍ଚନଙ୍କ ମଧ୍ୟରେ ବନ୍ଧୁତା ଏହି ସମ୍ପର୍କକୁ ଆଗକୁ ବଢ଼ାଇଲା। ୧୯୬୮ ଜାନୁୟାରୀ ୧୩ ଶୀତୁଆ ସକାଳରେ ଅମିତାଭ ବଚ୍ଚନ ସୋନିଆ ଗାନ୍ଧୀଙ୍କୁ ନେବା ପାଇଁ ପାଲମ ବିମାନବନ୍ଦରରେ ପହଞ୍ଚିଥିଲେ। ତା’ପରେ ସୋନିଆ ରାଜୀବଙ୍କ ଫ୍ୟାନ୍ସ ବା ପ୍ରଶଂସକ ଭାବରେ ଭାରତ ଆସିଥିଲେ। ସେତେବେଳେ ସୋନିଆ ଅମିତାଭଙ୍କ ଘରେ ରହୁଥିଲେ। ଅମିତାଭଙ୍କ ମା’ ତେଜି ବଚ୍ଚନ ସୋନିଆଙ୍କୁ ଭାରତୀୟ ସଂସ୍କୃତି ବିଷୟରେ ବୁଝାଇଥିଲେ।

ଯେତେବେଳେ ରାଜୀବ ସୋନିଆଙ୍କୁ ବିବାହ କରିବାକୁ ଚାହିଁଥିଲେ, ତେଜି ବଚ୍ଚନ ମଧ୍ୟସ୍ଥି ଭୂମିକା ଗ୍ରହଣ କରିଥିଲେ। ଇନ୍ଦିରା ଗାନ୍ଧୀ ରାଜୀବ ଏବଂ ସୋନିଆଙ୍କ ବିବାହ ବିରୋଧରେ ଥିଲେ। ତେବେ ଇନ୍ଦିରାଙ୍କୁ ବୁଝାଇଥିଲେ ଅମିତାଭଙ୍କ ମା’।

ଶେଷରେ ୧୯୬୯ ମସିହାରେ ରାଜୀବ ଏବଂ ସୋନିଆ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ତେଣୁ କିଛିଦିନ ସୋନିଆ ତାଙ୍କ ପରିବାର ସହିତ ୱିଲିଙ୍ଗଡନ କ୍ରେସେଣ୍ଟରେ ଥିବା ବଚ୍ଚନ ପରିବାରର ବାସଭବନରେ ରହିଥିଲେ। ୧୯୮୩ରେ ସୋନିଆଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ଚାଞ୍ଚଲ୍ୟ: ଟ୍ୟୁଶନ ଯାଇ ନିଖୋଜ ହେଲେ ନାବାଳିକା

ଭୁବନେଶ୍ୱର,୧୫।୪: ଟ୍ୟୁଶନ ଯାଇ ନିଖୋଜ ହେଲେ ନାବାଳିକା। ଏଭଳି ଅଭାବନୀୟ ଘଟଣା ଘଟିଛି ନୟାପଲ୍ଲୀ ଥାନା ଅଞ୍ଚଳରେ। ନୟାପଲ୍ଲୀ ଥାନା ସାଲିଆସାହି ନାବାଳିକାଙ୍କ ପତ୍ତା ମିଳୁନି ।…

ମୋକିମଙ୍କ ନୂଆ ଦଳରେ ସୋଫିଆ? ରାଜ୍ୟ ରାଜନୀତିରେ ଚହଳ

ଭୁବନେଶ୍ୱର,୧୫।୪: ନୂଆ ଆଞ୍ଚଳିକ ଦଳ ଲୋକାର୍ପଣ କଲେ ମହମ୍ମଦ ମୋକିମ। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଏକ ବିରାଟ ସମାବେଶରେ ଲୋକାର୍ପଣ ହେଲା ନୂଆଦଳ। ମୋକିମଙ୍କ ନୂଆ ଦଳ…

ସମ୍ବଲପୁରରେ ବଡ଼ ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ : ଉଦ୍‌ଘାଟିତ ହେଲା ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟ

ସମ୍ବଲପୁର,୧୫।୪(ପ୍ରମୋଦ ବହିଦାର): ସମ୍ବଲପୁରର ଐତିହାସିକ ଗୌରବକୁ ନୂଆ ପରିଚୟ ଦେବା ପାଇଁ ବୁଧବାର ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟ ଲୋକାର୍ପିତ ହୋଇଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର…

ଅବନୀତଙ୍କ ଗ୍ଲାମରସ୍‌ ଲୁକ୍‌କୁ ନେଇ ଉଠିଲା ପ୍ରଶ୍ନ

ଅଭିନେତ୍ରୀ ଅବନୀତ କୌର ଯେତିକି ଗ୍ଲାମରସ୍‌ ସେତିକି ଚର୍ଚ୍ଚିତ ମଧ୍ୟ। ନିଜ ଚମକଦାର ଲୁକ ପାଇଁ ପ୍ରାୟତଃ ପ୍ରଶଂସା ସାଉଁଟନ୍ତି। ନିକଟରେ ସେ ତାହା ତ୍ୱଚାରେ ବୋଟକ୍ସ…

8th Pay Commissionକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ସର୍ବନିମ୍ନ ମୌଳିକ ଦରମା…

ନୂଆଦିଲ୍ଲୀ,୧୫।୪: ଅଷ୍ଟମ ବେତନ କମିଶନକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ବେତନ କମିଶନର ସରକାରୀ ୱେବସାଇଟ ମଧ୍ୟ ବିଭିନ୍ନ ସହରର ଅଂଶୀଦାରମାନଙ୍କ ସହିତ ଆଲୋଚନା ପାଇଁ ଏକ…

ରାଘବ ଚଢାଙ୍କୁ କେନ୍ଦ୍ର ଦେଲା ‘Z’ ସିକ୍ୟୁରିଟି, ଏଏପିକୁ ଝଟ୍‌କା

ନୂଆଦିଲ୍ଲୀ,୧୫।୪: ପଞ୍ଜାବର ଆମ ଆଦମୀ ପାର୍ଟି (ଆପ) ସରକାର ରାଘବ ଚଢାଙ୍କ ସୁରକ୍ଷା ପ୍ରତ୍ୟାହାର କରିନେଇଛି, ଯାହା ପରେ କେନ୍ଦ୍ର ସରକାର ତାଙ୍କୁ ‘Z’ ବର୍ଗର ସୁରକ୍ଷା…

ଗଜପତି ପାଇଁ ଗୌରବ ଆଣିଲେ ଯାଜ୍ଞସେନୀ: ପ୍ରବନ୍ଧ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ମୁଖ୍ୟମନ୍ତ୍ରୀଙ୍କଠୁ ପାଇଲେ ପୁରସ୍କାର

ମୋହନା,୧୫।୪( ମନ୍ମଥ ମିଶ୍ର ): ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାର ପକ୍ଷରୁ ଓଡ଼ିଆ ସାହିତ୍ୟ ପକ୍ଷ ୨୦୨୬ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ…

ଆଇନଜୀବୀଙ୍କ ମସ୍ତିଷ୍କରେ ବିରଳ ଅସ୍ତ୍ରୋପଚାର ସଫଳ: ମୁଣ୍ଡରୁ ବାହାରିଲା ୩ ଶହ ଗ୍ରାମର ଓଜନର…ଡାକ୍ତର ଆଶ୍ଚର୍ଯ୍ୟ

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ର ଜଣାଶୁଣା ଆଇନଜୀବୀ ତଥା ଖେମୁଣ୍ଡି ଓକିଲ ସଂଘର ପୂର୍ବତନ ସଭାପତି ହରପ୍ରସାଦ ରଥଙ୍କ ମସ୍ତିଷ୍କରେ ଟ୍ୟୁମର ହୋଇଥିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri