ପ୍ରେମ ସମ୍ପର୍କରୁ ହତ୍ୟା, ୬ ଅଟକ

ବଲାଙ୍ଗୀର,୧୩।୭(ବୀରେନ୍ଦ୍ର କୁମାର ଝାଙ୍କର)ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଅଇଁଲାଚୁଅଁା ଗଁାର ରଜତ ପ୍ରଧାନ(୨୩)ଙ୍କ ମୃତଦେହ ବଲାଙ୍ଗୀର-ଦେଓଗଁା ରେଳଲାଇନ୍‌ କଡରୁ ଗତ ଜୁନ୍‌ ୨୫ତାରିଖରେ ରେଲୱେ ପୋଲିସ ଜବତ କରିଥିଲା। ଏହା ଏକ ହତ୍ୟାକାଣ୍ଡ ବୋଲି ମୃତକଙ୍କ ପରିବାର ଓ ଗଁା ଲୋକେ ଅଭିଯୋଗ କରିଆସୁଥିଲେ। ରଜତଙ୍କୁ ଅପହରଣ ପରେ ହତ୍ୟାକରି ରେଳଲାଇନ୍‌ କଡରେ ଫିଙ୍ଗିଦେଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ସଦର ଥାନା ପୋଲିସ ଓ ରେଲୱେ ପୋଲିସ ମିଳିତ ତଦନ୍ତ କରିବା ପରେ ଏହା ଏକ ପ୍ରେମଜନିତ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଜଣେ ନାବାଳକଙ୍କ ସମେତ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।
ବୁଧବାର ଅଟକ ଅଭିଯୁକ୍ତମାନଙ୍କୁ ନେଇ ପୋଲିସ ଓ ଓଡ୍ରାଫ୍‌ ଟିମ୍‌ ସଦର ଥାନା ଅନ୍ତର୍ଗତ ସିଲେଟ୍‌ପଡା ଗ୍ରାମକୁ ଯାଇଥିଲା। ସେଠାରେ ଥିବା ଏକ କୂଅରୁ ମୃତକଙ୍କ ମୋବାଇଲ ଫୋନ୍‌ ଏବଂ ଏହର ଅଳ୍ପ କିଛି ଦୂରରୁ ଏକ ମାରଣାସ୍ତ୍ର ଜବତ କରାଯାଇଛି। ତଦନ୍ତକାରୀ ପୋଲିସ ଘଟଣା ସମ୍ପର୍କରେ ମୁହଁ ଖୋଲି ନ ଥିବାବେଳେ ଗୁରୁବାର ଖବରଦାତା ସମ୍ମିଳନୀ କରି ସବିଶେଷ ସୂଚନା ଦେବ ବୋଲି ଜଣାପଡିଛି। ହତ୍ୟାର କାରଣ ପ୍ରେମ ସମ୍ପର୍କ ବୋଲି ଚର୍ଚ୍ଚା ହେଉଛି। ରଜତ ଯେଉଁ ଯୁବତୀଙ୍କୁ ଭଲ ପାଉଥିଲେ ତାଙ୍କୁ ସିଲେଟପଡାର ଅନ୍ୟ ଜଣେ ଯୁବକ କୁଆଡେ ଭଲ ପାଉଥିଲେ। ସିଲେଟପଡାର କେତେଜଣ ଯୁବକ ଗୋଷ୍ଠୀ ହୋଇ ରଜତଙ୍କୁ ହତ୍ୟା କରିଥିଲେ ଏବଂ ପରେ ମୃତଦେହକୁ ଖୁଜେନପାଲି ରେଳଧାରଣା ନିକଟରେ ଫିଙ୍ଗିଦେଇ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିଲେ ବୋଲି ଅନୁମାନ କରାଯାଉଛି।
ଗତ ଜୁନ୍‌ ୨୪ ତାରିଖ ସନ୍ଧ୍ୟାରୁ ରଜତ କୁଆଡେ ନିଖୋଜ ହୋଇଯାଇଥିଲେ। ଖୋଜି ନ ପାଇବା ପରେ ପରିବାର ଲୋକେ ସଦର ଥାନାରେ ଲିଖିତଭାବେ ଜଣାଇଥିଲେ। ଏଭଳିକି ତାଙ୍କୁ ଏକ ଗାଡିରେ କେତେଜଣ ଯୁବକ ଅପହରଣ କରିନେଇଥିବା ସୂଚନା ଦେଇଥିଲେ। ୨୫ ତାରିଖ ସକାଳେ ରଜତଙ୍କ ମୃତଦେହ ଖୁଜେନପାଲି ରେଳଲାଇନ୍‌ କଡରୁ ରେଲୱେ ପୋଲିସ ଜବତ କରିଥିଲା। ରେଲୱେ ପୋଲିସ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଏଥିରେ ମୃତକଙ୍କ ପରିବାର ଲୋକେ ସନ୍ତୁଷ୍ଟ ହୋଇ ନ ଥିଲେ। କୌଣସି ପରିସ୍ଥିତିରେ ଏହା ଆତ୍ମହତ୍ୟା ନୁହେଁ ବରଂ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଦାବିକରି ଏ ଦିଗରେ ତଦନ୍ତ କରିବାକୁ କହିଥିଲେ। ଘଟଣାର ପ୍ରାୟ ୧୫ଦିନ ପରେ ଗଁା ନିକଟସ୍ଥ ଏକ ଗଛରେ ମୃତ ରଜତଙ୍କ ଶାର୍ଟ ଝୁଲୁଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ। ରେଲୱେ ପୋଲିସ ସିଲେଟପଡାର କେତେଜଣଙ୍କୁ ଡାକି ପଚରାଉଚରା କରିଥିଲା। ତେବେ ତଦନ୍ତ ତ୍ୱରାନ୍ବିତ ହେଉ ନ ଥିବାରୁ ଅସନ୍ତୋଷ ପ୍ରକାଶ କରି ରଜତଙ୍କ ପରିବାର ଏବଂ ଅଇଁଲାଚୁଅଁା ଗ୍ରାମବାସୀ ମଙ୍ଗଳବାର ଏସ୍‌ପି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଘଟଣାର ତଦନ୍ତଭାର ସଦର ଥାନା ଗ୍ରହଣ କରୁ ବୋଲି ଦାବି କରିଥିଲେ। ଏହାପରେ ଏସ୍‌ପି ଋଷିକେଶ ଖିଲାରୀଙ୍କ ନିର୍ଦ୍ଦେଶରେ ମିଳିତ ଭାବେ ସଦର ଥାନା ପୋଲିସ ଏବଂ ରେଲୱ ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିଲା। ବୁଧବାର ସକାଳେ ଏସଡିପିଓ ତୋଫାନ୍‌ ବାଗ, ସଦର ଥାନା ଆଇଆଇସି ଶ୍ରୀକାନ୍ତ ସାହୁ, ଓଡ୍ରାଫ୍‌ ଟିମ୍‌ ସିଲେଟପଡା ଯାଇଥିଲେ। ହତ୍ୟା ଘଟଣାରେ ଉପରୋକ୍ତ ୬ ଜଣଙ୍କ ସହ ଆଉ କାହାର ସମ୍ପୃକ୍ତି ଥିବା ସନ୍ଦେହକରି ପୋଲିସ ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri