Posted inରାଜ୍ୟ

ପ୍ରେମ, ଜେଲ ଓ ପରେ ବିବାହ

ଭଦ୍ରକ ଅଫିସ,୧।୩- ପ୍ରଥମେ ପ୍ରେମ ଓ ପରେ ବିବାହ ନିଷ୍ପତ୍ତି। କିନ୍ତୁ ରାଜି ହେଲେ ନାହିଁ ପରିବାର ଲୋକେ। ବାଧ୍ୟହୋଇ ପ୍ରେମିକଙ୍କ ବିରୋଧରେ ଅଭିଯୋଗ ଆଣିଲେ ପ୍ରେମିକା। ଗିରଫ ଭୟରେ ଦୀର୍ଘ ଦିନ ଧରି ପୋଲିସ ସହ ଲୁଚକାଳୀ ଖେଳିଲେ ପ୍ରେମିକ। ଗତ ଜାନୁୟାରୀରେ ପ୍ରେମିକ ଗିରଫ ହେବା ପରେ ବଦଳିଲା ପ୍ରେମିକାର ମନ। ପ୍ରେମିକଙ୍କୁ ମୁକୁଳାଇଲେ ଜେଲରୁ। ଶେଷରେ ଆସିଆନା ସହଯୋଗରେ ଉଭୟ ପରିବାରର ସହମତି କ୍ରମେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ଯୋଡ଼ି ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଇଚ୍ଛାପୁର ଗ୍ରାମର ସୁନିତା ମଣ୍ଡଳ ଏବଂ ବନ୍ତ ଥାନା କଣ୍ଟିଗଡ଼ିଆ ଗ୍ରାମର ମନୋଜ ଓଝା।

ଉଭୟ ଗୋଟିଏ କଲେଜରେ ପଢୁଥିବା ସମୟରେ ସେମାନଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ। ଦୀର୍ଘ ୭ ବର୍ଷ ଧରି ଚାଲିଲା ପ୍ରେମ ଗାଡ଼ି। ବିବାହ ବନ୍ଧନରେ ବାନ୍ଧି ହେବାକୁ ସେମାନେ ସ୍ଥିର କରିଥିଲେ। ମାତ୍ର ସେମାନଙ୍କର ଏହି ପ୍ରସ୍ତାବକୁ ଅସ୍ବୀକାର କରିଥିଲେ ପରିବାର ଲୋକେ। ଏହି କାରଣରୁ ୨୦୧୯ରେ ମନୋଜଙ୍କ ବିରୋଧରେ ସୁନିତାଙ୍କ ଅଭିଯୋଗ କ୍ରମେ ଗ୍ରାମାଞ୍ଚଳ ଥାନା ପୋଲିସ ମାମଲା ରୁଜୁ କରିଥିଲା। ଏହା ପରଠୁ ମନୋଜ ଫେରାର ଥିଲେ। ଗତ ଜାନୁୟାରୀ ୨୮ରେ ପୋଲିସ ମନୋଜଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମନୋଜଙ୍କ ଗିରଫ ପରେ ସୁନିତା ନିଜ ପ୍ରେମକୁ ସାକାର କରିବାକୁ ଯାଇ ଘର ଛାଡ଼ି ଭଦ୍ରକ ଆସି ଆସିଆନାରେ ଆଶ୍ରୟ ନେଇଥିଲେ। ଆସିଆନାର ସମ୍ପାଦିକା ସୋଫିଆ ଶେଖ୍‌, ପରାମର୍ଶଦାତ୍ରୀ ଅନିମା ପଣ୍ଡା ଏ ନେଇ ବୁଝାଶୁଝା କରି ଉଭୟ ପରିବାକୁ ଡାକି ଆଲୋଚନା କରିଥିଲେ। ଶେଷରେ ଉଭୟ ପରିବାର ବିବାହ ପାଇଁ ସମ୍ମତ ହୋଇଥିଲେ। ଏ ସମ୍ପର୍କରେ କୋର୍ଟକୁ ଅବଗତ କରାଯିବା ପରେ ମନୋଜ ଜାମିନ ପାଇଥିଲେ ଏବଂ ରବିବାର ସ୍ଥାନୀୟ ଲୋକନାଥ ମନ୍ଦିରରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟଙ୍କ ରାୟ ନେଇ ଶଙ୍କରାଚାର୍ଯ୍ୟଙ୍କ ଉଦ୍‌ବେଗ: ‘ରଥଯାତ୍ରା ବନ୍ଦ ପାଇଁ ଏହା ସୁଚିନ୍ତିତ ଯୋଜନା’

ପୁରୀ ଅଫିସ, ୨୧।୬: ଚଳିତ ବର୍ଷ ବଡ଼ଦାଣ୍ଡରେ ଗଡ଼ି ପାରିବନି ମହାପ୍ରଭୁଙ୍କ ରଥ। ମହାମାରୀ କରୋନା ସଂକ୍ରମଣକୁ ନେଇ ରଥଯାତ୍ରା ବନ୍ଦ କରିବା ଲାଗି ସୁପ୍ରିମକୋର୍ଟ...

ଅଫିସ୍‌ରେ ଟିକା ନେବେ ସମ୍ମୁଖ ଯୋଦ୍ଧା

ଭୁବନେଶ୍ୱର, ୪।୨(ବ୍ୟୁରୋ):ଏଣିକି ଅଫିସ୍‌ରେ କରୋନା ଟିକାକରଣ ହେବ। କରୋନା ଲଢ଼େଇର ସମ୍ମୁଖ ଯୋଦ୍ଧାଙ୍କୁ ନିଜ ଅଫିସରେ ଟିକା ଦିଆଯିବ। ଏଥିପାଇଁ ଅଫିସ୍‌ରେ ସ୍ବତନ୍ତ୍ର ଟିକା ରୁମ୍‌...

୨୦ରୁ ବିଧାନସଭା ଶୀତ ଅଧିବେଶନ: ପୂର୍ବରୁ ହେବ କୋଭିଡ୍‌ ଟେଷ୍ଟ

ଭୁବନେଶ୍ୱର, ୧୦।୧୧(ବ୍ୟୁରୋ): ଆସନ୍ତା ୨୦ ତାରିଖରୁ ଆରମ୍ଭ ହେଉଛି ବିଧାନସଭାର ଶୀତ ଅଧିବେଶନ। କରୋନା କଟକଣାକୁ ଦୃଷ୍ଟିରେ ରଖି ବିଧାନସଭାର ଶୀତ ଅଧିବେଶନ ପୂର୍ବରୁ କୋଭିଡ୍‌...

ଆଜି ଆଉ ୧୦ ଜୀବନ ନେଲା କରୋନା, ଏହି ଜିଲାରୁ ଅଛନ୍ତି ସର୍ବାଧିକ

ଭୁବନେଶ୍ୱର,୧୭ା୮(ବ୍ୟୁରୋ) : ସୋମବାର ରାଜ୍ୟରୁ ଆଉ ୧୦ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୫୩ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ...

କିନ୍ନରଙ୍କୁ ମିଳିବ ଭତ୍ତା

ଭୁବନେଶ୍ୱର,୩।୭(ବ୍ୟୁରୋ): କିନ୍ନରମାନଙ୍କୁ ମଧୁବାବୁ ପେନ୍‌ସନ ଯୋଜନାରେ ମିଳିବ ଭତ୍ତା। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ବୟସାନୁସାରେ କିନ୍ନରମାନେ ୫୦୦ରୁ ୯୦୦ ପର୍ଯ୍ୟନ୍ତ ଭତ୍ତା...

ଝାରସୁଗୁଡାରେ ୨ ଶହ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଝାରସୁଗୁଡା ଅଫିସ,୧୮।୭: ଝାରସୁଗୁଡା ଜିଲାରେ କରୋନା ଦିନକୁ ଦିନ କାୟା ବିସ୍ତାର କରିଚାଲିଛି। ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ସହ ଟପିଲାଣି। ଶନିବାର ପୁଣି ୫...

ହୋଟେଲରୁ ସେକ୍ସ ର଼୍ୟାକେଟ ଠାବ: ୨ ଦଲାଲ ସହ ହୋଟେଲ ମ୍ୟାନେଜର ଗିରଫ, ଅନଲାଇନରେ ହେଉଥିଲା ବୁକିଂ

ଭୁବନେଶ୍ୱର,୧।୧୨(ବ୍ୟୁରୋ): ଖଣ୍ଡଗିରି ଥାନା ଏମ୍‌ସ ନଗରରେ ଥିବା ସନସିପ୍‌ ହୋଟେଲରେ ପୋଲିସ ଚଢାଉ କରି ଏକ ସେକ୍ସ ର଼୍ୟାକେଟ ଠାବ କରିଛି। ଚଢାଉ ସମୟରେ ପୋଲିସ...

ବିଇଡି ପରୀକ୍ଷା ଘୁଞ୍ଚାଇବା ନେଇ କୁଳସଚିବଙ୍କୁ ଦାବିପତ୍ର

ବ୍ରହ୍ମପୁର ଅଫିସ,୨୮ା୭-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ବିଇଡି ମହାବିଦ୍ୟାଳୟଗୁଡିକର ଦ୍ୱିତୀୟ ବର୍ଷ ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ଦାବି ହୋଇଛିା ଏନେଇ ଶନିବାର ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ବିଭିନ୍ନ...

Advertisement

BGU

Archives

Model This Week

Why Dharitri