ପ୍ରେମ ହିଁ ମହାଶକ୍ତି

ମୀରା ବେଉରା

 

ସେଦିନ ଫ୍ରାନ୍ସର ଲେଖକ, ଦାର୍ଶନିକ ରୁଷୋ ଖୋଜି ଖୋଜି ନିଜର ସ୍ତ୍ରୀ ହେବା ପାଇଁ ଜଣେ ମହିଳାଙ୍କୁ ପାଇଥିଲେ। ତାଙ୍କ ନାମ ଟେରେସି। ରୂପରେ କୁତ୍ସିତା, ବୁଦ୍ଧିରେ ମୂଢ଼ା, ସ୍ବଭାବତଃ କଳହପ୍ରିୟ। ଗୁଣରେ କ୍ରୂର ଓ କର୍କଶଭାଷୀ ସର୍ବୋପରି ମୂର୍ଖ ଓ ଅଜ୍ଞ। କେଉଁ ପ୍ରକାର ଗୁଣ ଦେଖି ରୁଷୋ ତାଙ୍କୁ ସ୍ତ୍ରୀ ରୂପେ ବରଣ କରିଥିଲେ ସେ କଥା ପ୍ରକୃତରେ ସେ ହିଁ ଜାଣିଥିବେ। ଏହା ଆଜିର ଯୁବପିଢ଼ିଙ୍କ ଭିତରେ ହୁଏତ ଦୁର୍ଭାଗ୍ୟବୋଧ ହେବ। ତଥାପି ସେ କେବେ ଦୁଃଖ ପ୍ରକାଶ କରି ନ ଥିଲେ।
ସେହିପରି ଡିସ୍‌ରାଏଲି ଯଦିଓ କହିଲେ, ମୁଁ ଜୀବନରେ ଅନେକ ଭୁଲ୍‌ କରିପାରେ କିନ୍ତୁ ପ୍ରେମକରି ବିବାହ କରିବାକୁ ଆଦୌ ଇଚ୍ଛା କରୁନାହିଁ। ମାତ୍ର ବାସ୍ତବ ଜୀବନରେ ସେ ଟିକିଏ ଭିନ୍ନ କରିଥିଲେ। ୩୫ ବର୍ଷ ବୟସରେ ଉପନୀତ ହେଲାପରେ ତାଙ୍କଠାରୁ ୧୫ ବର୍ଷ ବଡ଼ ଜଣେ ଧନୀ ମହିଳାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଲେ। ସେ ମହିଳାଙ୍କର ଚୁଟି ସମ୍ପୂର୍ଣ୍ଣ ପାଚିଯାଇଥିଲା। କିନ୍ତୁ ଏହା ସତ୍ୟ ଯେ ସେ ପ୍ରେମରେ ପଡ଼ି ଏଭଳି ବିବାହ ପ୍ରସ୍ତାବ ଦେଇ ନ ଥିଲେ, ଯଦିଓ ସେ ମହିଳା ଜଣଙ୍କ ଜାଣିଥିଲେ ଯେ ଡିସ୍‌ରାଏଲି ତାଙ୍କ ଧନସମ୍ପତ୍ତିକୁ ଲୋଭ ରଖି ତାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। ତା’ପରେ ସେ ମହିଳା ଜଣଙ୍କ ଡିସ୍‌ରାଏଲିଙ୍କ ଚରିତ୍ର ଜାଣିବା ପାଇଁ ତାଙ୍କୁ ୧ ବର୍ଷ ସମୟ ମାଗିଥିଲେ। ଏହି ପ୍ରେମ କାହାଣୀ ଯଦିଓ ଶୁଷ୍କ ଥିଲା ତଥାପି ଆମ ପାଇଁ ଆଶ୍ଚର୍ଯ୍ୟଜନକ।
କାରଣ ଡିସ୍‌ରାଏଲିଙ୍କ ବୈବାହିକ ଜୀବନ ଏତେ ସୁଖମୟ ଥିଲା ଯେ ବିବାହ ଇତିହାସରେ ତାହା ବିରଳ। ସେ ଯେଉଁ ମହିଳାଙ୍କୁ ବିବାହ କଲେ ନା ସେହି ଧନୀ ମହିଳାଙ୍କର ଯୌବନ ଥିଲା ନା ସୌନ୍ଦର୍ଯ୍ୟ ଥିଲା। ନା ଥିଲା ବୁଦ୍ଧି ଓ ଜ୍ଞାନ। କିନ୍ତୁ ବୈବାହିକ ଜୀବନର ଗୁରୁତ୍ୱପୂର୍ଣ୍ଣ ବିଷୟରେ ତାଙ୍କର ଖୁବ୍‌ ପାରଦର୍ଶିତା ଥିଲା। ସେ ଭଦ୍ର ମହିଳା ଜଣକ ହେଲେ ମେରୀ। ଦୀର୍ଘବର୍ଷ ସେମାନେ ଏକାଠି ରହିଥିଲେ। କେବେ ବି ତାଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ଉଠୁ ନ ଥିଲା। ଉଭୟେ ସ୍ବାମୀ ସ୍ତ୍ରୀ ସବୁବେଳେ ଗୋଟିଏ କଥାକୁ ନେଇ ଥଟ୍ଟାମଜା କରୁଥିଲେ। ଡିସ୍‌ଲାଏଲି ତାଙ୍କୁ ମନ ପକାଇ ଦିଅନ୍ତି କେବଳ ଟଙ୍କା ପାଇଁ ସେ ତାଙ୍କୁ ବିବାହ କରିଛନ୍ତି। ମେରୀ ସଙ୍ଗେ ସଙ୍ଗେ ହସି କହନ୍ତି, ଆଉ ଥରେ କିନ୍ତୁ ସେପରି ଘଟିଲେ ତୁମେ ମୋତେ ପ୍ରେମ କରି ବିବାହ କରିବ।
ଏହି ପ୍ରସଙ୍ଗ ଉପସ୍ଥାପନା କରିବାର ଉଦ୍ଦେଶ୍ୟ ହେଉଛି ଆଜିର ପ୍ରେମ ସ୍ଥୂଳ ଶରୀରର ଆକର୍ଷଣ ପାଲଟିଯାଇଛି। ପାର୍ଥିବ ପ୍ରେମର ବାସ୍ନାରେ ଯଦିଓ ଆଜିର ଯୁବପିଢି ଆକର୍ଷିତ ହେଉଛନ୍ତି, କିନ୍ତୁ କ୍ଷଣିକ ପରେ ତାହା ମଉଳିଯାଉଛି। ସୂକ୍ଷ୍ମ ମନ ଅପେକ୍ଷା ସ୍ଥୂଳ ଶରୀରକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି। ଯେଉଁଠି ପ୍ରେମ ଟିକିଏ ଊଣା ହେଉଛି ଦୁହେଁ ଦୁହିଁଙ୍କୁ ଛାଡ଼ପତ୍ର ଦେବାକୁ ପଛାଉନାହାନ୍ତି। ପ୍ରେମର ପରିଭାଷା ବୁଝିବା ପାଇଁ ନା ଅଛି ଏମାନଙ୍କ ପାଖରେ ସମୟ, ଶ୍ରଦ୍ଧା ବା ସମ୍ମାନ। ପ୍ରେମ ଥାଏ ଶୁଦ୍ଧ ଚେତନାରେ, ସତ୍ୟରେ, ସ୍ବଚ୍ଛତାରେ ହୃଦୟର ପବିତ୍ରତାରେ। ଏଇଠି ମନେପଡ଼ିଥାଏ ଆମେରିକୀୟ ବିଦ୍ୱାନ ଜେମ୍ସ ଇଫଷ୍ଟଙ୍କ କଥା , ଯିଏ କହିଥିଲେ- ”ଏକ ସମୃଦ୍ଧ ସଫଳ ଦାମ୍ପତ୍ୟଜୀବନ ପଛରେ ଥାଏ ଅତି ଛୋଟିଆ ତତ୍ତ୍ୱ।“ ଗୁରୁତର ତ୍ରୁଟିକୁ ସାମାନ୍ୟ ବିଚାରିବା, ସମର୍ପିତ ମନୋଭାବ ଆଣିବା, କୃତଜ୍ଞ ରହିବା, ଭୋଗ ବଦଳେ ତ୍ୟାଗକୁ ସ୍ବୀକାର କରିବା, ପ୍ରକୃତ ପ୍ରେମରେ ପରିହାସ ନ ଥାଏ, ସମାଲୋଚନା ନ ଥାଏ। ଥାଏ ସମର୍ପଣଭାବ, ଥାଏ ଅମୃତ ଅନ୍ବେଷଣର ଭାବ।
ଆଉ ଜଣେ ଆମେରିକୀୟ ଲେଖିକା ମହିଳା ଉଦ୍ୟୋଗୀ ଫାଉନ୍‌ ୱେଭର କହିଥିଲେ, ”ପୃଥିବୀର ସବୁଠୁ ସୁନ୍ଦର ଜିନିଷ, ସୃଷ୍ଟିର ସବୁଠୁ କୋମଳ ସତ୍ତା ହେଉଛି ନାରୀର ହୃଦୟ। ଏହା କୋମଳ ଯେତିକି ମଜଭୁତ ମଧ୍ୟ ସେତିକି। ଯେତିକି ସୌଖୀନ, ସେତିକି ସମ୍ବେଦନଶୀଳ। ତା’ ହୃଦୟ ବଦଳେ ତାକୁ ସମ୍ମାନ, ପ୍ରେମ, ସ୍ନେହ ମର୍ଯ୍ୟାଦା ଦେଲେ ସମଗ୍ର ଦୁନିଆ ଦେବାକୁ ସିଏ କୁଣ୍ଠାକରେ ନାହିଁ। କିନ୍ତୁ ଆଜିର ପ୍ରେମ ସୌଭାଗ୍ୟ ବଦଳେ ଲେଖୁଛି ଦୁର୍ଭାଗ୍ୟର ଦସ୍ତାବିଜ। ଦେହ ଓ ଦାହର ଦୁନିଆରେ ପ୍ରେମ କାରାବଦ୍ଧ ହୋଇଛି। ପ୍ରେମ ଅମୃତର ଅନୁଭବ, ବିଶ୍ୱାସ ଭରସାର ପାତ୍ର ବଦଳେ ହୋଇଛି ପ୍ରବଞ୍ଚନା ପ୍ରତାରଣା ଓ ପାଶବିକତାର ପଦଚିହ୍ନ। ପ୍ରକୃତରେ ପ୍ରେମ ଏକ ତପସ୍ୟା। ‘ନମ୍ରତା ହିଁ ପ୍ରେମର ପରିଭାଷା ଚେତନାର ବିଦ୍ୟାନୁଭାବ। ପ୍ରକୃତ ପ୍ରେମ ଏଭଳି ଏକ ମହୌଷଧି ଯାହା କି ପ୍ରାଣିଜଗତକୁ ବଶ କରିଦିଏ ଓ ସବୁ ଜଟିଳ ସମସ୍ୟାକୁ ସମାଧାନ କରିଦିଏ । ପ୍ରେମ ଏଭଳି ଏକ ଅସ୍ତ୍ର ଯାହା ପରମାଣୁ ବୋମାଠାରୁ ମଧ୍ୟ ଶକ୍ତିଶାଳୀ। ପ୍ରେମ ହିଁ ମହାଶକ୍ତି, ଯାହାଦ୍ୱାରା ସବୁ ହୃଦୟ ଜୟ କରାଯାଇପାରେ। ପ୍ରେମ ରା ସବୁଲାଭ କରାଯାଇପାରେ। ନମ୍ରତା, ସହନଶୀଳତା, ଶ୍ରଦ୍ଧା, ସମର୍ପଣ, ସହଯୋଗ, ନିଷ୍କପଟ, ନିଷ୍ଠାପର ଭଲପାଇବା ହିଁ ପ୍ରେମର ପ୍ରକୃତ ନିଦର୍ଶନ।
ରଘୁନାଥଜୀଉ ମହାବିଦ୍ୟାଳୟ, ଦେଉଳସାହି, ତୁଳସୀପୁର, କଟକ
ମୋ- ୯୮୫୩୩୫୦୩୮୪


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri