ଗଛ ପ୍ରେମରେ ରବିନାରାୟଣ

ବାଲିକୁଦା,୧୯।୨(ସ୍ବ.ପ୍ର.): ଆଧୁନିକ ମଣିଷ ଏବେ ବଣଜଙ୍ଗଲ କାଟି ଧ୍ୱଂସକରି ଚାଲିଥିବାବେଳେ ଜଗତ୍‌ସିଂହପୁର ଜିଲା ବାଲିକୁଦା ବ୍ଳକ ଅନନ୍ତପୁର ପଞ୍ଚାୟତ ଭୁଆସୁଣୀ ଗ୍ରାମର ରବିନାରାୟଣ ପରିଡ଼ା (୪୫) ଗଛ ପ୍ରେମରେ ପଡ଼ିଯାଇଛନ୍ତି। ସେ ନିଜ ବାଡ଼ିରେ ଶତାଧିକ ଜାତିର ଫୁଲ, ଫଳ, ପରିବା ଏବଂ ଔଷଧୀୟ ଗଛ ଲଗାଇଛନ୍ତି ା ଯେଉଁଥିରେ ସେ ଦୈନିକ ୬ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ବିନିଯୋଗ କରିଥାନ୍ତି। ଯଦିଓ ସେଥିରୁ ତାଙ୍କର ନିଜସ୍ବ କୌଣସି ରୋଜଗାର ହେଉନାହିଁ କିନ୍ତୁ ବିଭିନ୍ନ ଜାତିର ଗଛ ଦେଖିଲେ ସେ ବଜାରରୁ କିଣି ତା’ର ଯତ୍ନ ନେଇଥାନ୍ତି ା ଏଥିପାଇଁ ଲକ୍ଷାଧିକ ଟଙ୍କା ବିନିଯୋଗ ମଧ୍ୟ କରିଛନ୍ତି। ଲଗାଇଥିବା ଗଛର ଫୁଲ, ଫଳ ଓ ପରିବା ଇତ୍ୟାଦିକୁ ତାଙ୍କ ବଗିଚା ଦେଖିବାକୁ ଆସୁଥିବା ଲୋକଙ୍କୁ ବାଣ୍ଟିଥାନ୍ତି ା ସେଥିରେ ବହୁତ ଖୁସି ମିଳେ ବୋଲି କୁହନ୍ତି ରବି ା ପ୍ରତିଦିନ ସକାଳେ ୩ ଘଣ୍ଟା, ଅପରାହ୍ନରେ ୨ ଘଣ୍ଟା ଓ ରାତିରେ ୮ଟାରୁ ୯ଟା ପର୍ଯ୍ୟନ୍ତ ସେ ଏସବୁ ଗଛ ପାଇଁ କାର୍ଯ୍ୟ କରିଥାନ୍ତି ା ପ୍ର୍ରତ୍ୟେକ ଗଛରେ ଜୈବିକ ଖତ ପ୍ରୟୋଗ କରାଯାଇଛି। ଏହା ମଧ୍ୟରେ ମାଟି ଗୋବର ଖତ ରହିଛି ା ରବିଙ୍କ ବଗିଚାରେ ୨୦ରୁ ଊର୍ଦ୍ଧ୍ୱ ଜାତିର ଫୁଲ ରହିଛି ା ସେଗୁଡିକ ମଧ୍ୟରେ ବିଭିନ୍ନ ରଙ୍ଗର ପ୍ରାୟ ୧୨ ପ୍ରକାର ଗୋଲାପ ରହିଛି ା ସେଭଳି ୧୦ ପ୍ରକାର ମନ୍ଦାର ଥିବାବେଳେ ୩୦ ପାଖୁଡାବିଶିଷ୍ଟ ମନ୍ଦାର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।
ଏହାଛଡ଼ା କୁସୁମ, ସୁଗନ୍ଧରାଜ, ସଦାବିହାରୀ ଓ ବିଭିନ୍ନ ପ୍ରକାର କନିଅର ଫୁଲ ରହିଛି ା ସେହିପରି ବିଭିନ୍ନ ଫଳଗଛ ମଧ୍ୟରେ ୩ ପ୍ରକାର କମଳା, ୫ ପ୍ରକାର ଲେମ୍ବୁ ଯଥା ବାରମାସୀ, ଦେଶୀ, କାଗେଜି ଲେମ୍ବୁ, ଅଷ୍ଟ୍ରେଲିଆନ ଲେମ୍ବୁ , କାଶୀ ବରକୋଳି, ପିଜୁଳି, ପଣସ, ଆମ୍ବ, ନଡ଼ିଆ, ସପେଟା, ବେଲ, ଡାଳିମ୍ବ ସହ ଚଳିତବର୍ଷ ସେଓଗଛ ମଧ୍ୟ ଲଗାଇଛନ୍ତି ା ଏହାଛଡ଼ା ସେ ବାଡ଼ିରେ ବିଭିନ୍ନ ପରିବା ଗଛ ମଧ୍ୟ ଲଗାଇଛନ୍ତି। ସେଗୁଡ଼ିକ ମଧ୍ୟରେ ବିଭିନ୍ନ ଜାତିର ବିଲାତି ବାଇଗଣ, ପିଆଜ, ଲଙ୍କା, କାପ୍‌ସିକମ୍‌, ଅମୃତଭଣ୍ଡା, ସଜନା, ଭୃଷଙ୍ଗ ଆଦି ରହିଛି ା ତାଙ୍କର ଯଦିଓ ସ୍ଥାନୀୟ ଅନନ୍ତପୁର ବଜାରରେ ମୋବିଲ ଦୋକାନ ରହିଛି ମାତ୍ର ଅଧିକାଂଶ ସମୟ ସେ ଏହି ଗଛ ପାଇଁ ଦେଇଥାନ୍ତି ା ଏହି ବାଡ଼ିରେ କୌଣସି ଅପରିଷ୍କାର ଦେଖିବାକୁ ମିଳି ନ ଥାଏ, ଯେଉଁଥିପାଇଁ ସ୍ଥାନୀୟ ଅଞ୍ଚଳର ଲୋକମାନେ ଏହି ଗଛଗୁଡିକୁ ଦେଖିବା ପାଇଁ ଆସିବା ସହ ବିଭିନ୍ନ ଫଳ ଓ ଫୁଲ ଆଦି ନେଇଥାନ୍ତି ା ସ୍ଥାନୀୟ ଖଡ଼ିକାଦଣ୍ଡା ଗ୍ରାମର ପୀତବାସ ସ୍ବାଇଁ କୁହନ୍ତି, ରବି ବାଡ଼ିରେ ବିଭିନ୍ନ ଫୁଲ, ଫଳ, ପରିବା ଏବଂ ଔଷଧୀୟ ବୃକ୍ଷ ଆଦି ଗଛ ଲଗାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ସେଠାରେ ଅତିକମ୍‌ରେ ୨ ଘଣ୍ଟା ନ ବୁଲିଲେ ଆସିବାକୁ ଇଚ୍ଛା ହୁଏନି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri