ମନରେ ସେବା ଭରିଦେଲା ପ୍ରେମ

ପୁରୀ ଅଫିସ,୧୪।୨: ଦରିଆ ସେପାରିର ପ୍ରେମ। ଏହି ପ୍ରେମ ଭିତରେ ମାଇଲ ମାଇଲର ଦୂରତା। ଭାଷା, ଚାଲିଚଳଣି ଓ ପରମ୍ପରା ଦୃଷ୍ଟିକୋଣରୁ ଉଭୟ ଏକଦମ୍‌ ଭିନ୍ନ। ତଥାପି ମିଶିଛି ମନ। ଦୁହେଁ ପରସ୍ପରର ହୃଦୟର ଭାଷାକୁ ବୁଝିପାରି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଜଣେ ଫ୍ରାନ୍ସର ଝିଅ ତ ଆଉ ଜଣେ ଓଡ଼ିଆ ପୁଅ। ଏମାନେ ହେଲେ ପୁରୀରେ ରହୁଥିବା ଇସାବେଲ୍‌ ଏବଂ ଅଶୋକ। ଦୀର୍ଘ ୨୦ବର୍ଷ ତଳେ ରାଜଧାନୀ ଦିଲ୍ଲୀରେ ଉଭୟଙ୍କ ମଧ୍ୟରେ ପ୍ରଥମ ଦେଖା ସାକ୍ଷାତ୍‌ ହୋଇଥିଲା। ଏହାପରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଲା। ଓଡ଼ିଆ ପୁଅ ଅଶୋକ ଜଣେ ଅନାଥ। ନିଜ ଠିକଣା ତାଙ୍କର ମନେନାହିଁ। ଦିଲ୍ଲୀର ଏକ ହୋଟେଲରେ କର୍ମଚାରୀ ଥିବା ବେଳେ ଫ୍ରାନ୍ସର ଇସାବେଲଙ୍କୁ ଭେଟିଥିଲେ। ଇସାବେଲ୍‌ ସେ ସମୟରେ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସାଧୀନ ଥିଲେ। ସେତେବେଳେ ଅଶୋକ ତାଙ୍କୁ ଜାଣି ନ ଥିଲେ ମଧ୍ୟ ତାଙ୍କ ସେବା ଶୁଶ୍ରୂଷାରେ ଲାଗିପଡ଼ିଥିଲେ। ଇସାବେଲଙ୍କୁ ସୁସ୍ଥ କରିବାକୁ ଅଶୋକ ଦିନ ରାତି ଏକାକାର କରିଦେଇଥିଲେ। ଅଶୋକଙ୍କର ଏହି ମାନବ ପ୍ରେମ ଓ ନିଃସ୍ବାର୍ଥପର ସେବାକୁ ଦେଖି ତାଙ୍କୁ ଭଲ ପାଇବସିଥିଲେ ଇସାବେଲ। ପରେ ଦୁହେଁ ଜୀବନ ସାଥୀ ହୋଇଥିଲେ। ଅଶୋକଙ୍କୁ ବିବାହ କରିବା ପରେ ଇସାବେଲ ଭାରତୀୟ ନାଗରିକତ୍ୱ ଗ୍ରହଣ କରିଛନ୍ତି। ଏଥିପାଇଁ ତାଙ୍କୁ ଫ୍ରାନ୍ସର ନାଗରିକତ୍ୱ ଛାଡ଼ିବାକୁ ପଡ଼ିଛି। ଅଶୋକଙ୍କୁ ବିବାହ କରିବା ପରେ ଇସାବେଲ ଖାଣ୍ଟି ଓଡ଼ିଆଣୀ ପାଲଟିଯାଇଛନ୍ତି। ଓଡ଼ିଆ ଘରର ପରମ୍ପରା, ଶଙ୍ଖା, ସିନ୍ଦୂର, ପାଉଁଜି ଓ ଝୁଣ୍ଟିଆକୁ ମଧ୍ୟ ଆଦରି ନେଇଛନ୍ତି। ଓଡ଼ିଆ ବୋହୂଙ୍କ ଭଳି ସେ ଠାକୁର ପୂଜା କରନ୍ତି। ଜଗନ୍ନାଥପ୍ରେମରେ ପଡ଼ିଥିବା ଏହି ଦମ୍ପତି ପୁରୀ କାଶୀହରିପୁର ପଞ୍ଚାୟତର କାଶୀହରିପୁର ଗ୍ରାମରେ ଘର କରି ରହୁଛନ୍ତି। ଉଭୟ ପଶୁପ୍ରେମୀ। ଏହି ଦମ୍ପତି ନିଃସନ୍ତାନ ହୋଇଥିବାରୁ ଗରିବ ନିରାଶ୍ରୟ ଲୋକ ଓ ପଶୁପକ୍ଷୀଙ୍କୁ ସ୍ନେହ ଦିଅନ୍ତି। ପ୍ରତିଦିନ ପଶୁପକ୍ଷୀଙ୍କୁ ଖାଇବାକୁ ଦେବା ସହ ଅନେକ ଗରିବ ଲୋକଙ୍କ ଭୋଜନର ବ୍ୟବସ୍ଥା ମଧ୍ୟ କରନ୍ତି। ଅଶୋକ କହିଛନ୍ତି, ଆମେ ଦୁହେଁ ଭିନ୍ନ ଦେଶର ବାସିନ୍ଦା ଥିଲୁ। ମାତ୍ର ଅନ୍ତରଙ୍ଗତା ଓ ପ୍ରେମ ଆମକୁ ଏକାଠି କରିଛି। ଉଭୟ ସମାଜ ସେବାରେ ଜୀବନ ବିତାଇଦେବାକୁ ଚାହୁଁଛୁ। ସେହିଭଳି ଇସାବେଲ୍‌ କହିଛନ୍ତି, ପ୍ରଥମେ ବଡ଼ ସହରରୁ ଆସି ପୁରୀରେ ଖାପ ଖୁଆଇବା ସହଜ ହେଲାନାହିଁ। ମାତ୍ର ଏଠାକାର ପରିବେଶ ଓ ଲୋକେ ଅତ୍ୟନ୍ତ ଭଲ। ତେଣୁ ଏଇଠି ରହିଯିବାକୁ ଚାହିଁଲି। ସେହିପରି କାଶୀହରିପୁରର ବାସିନ୍ଦା ମମତା ସ୍ବାଇଁ କହିଛନ୍ତି, ଉଭୟଙ୍କ ପ୍ରେମ ଖୁବ୍‌ ଗଭୀର। ଇସାବେଲ ବିଦେଶିନୀ ହୋଇଥାଇପାରନ୍ତି ମାତ୍ର ଆମ ସହ ତାଳ ଦେଇ ସେ ଖାଣ୍ଟି ଓଡ଼ିଆଣୀ ପାଲଟିଗଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri