ମନରେ ସେବା ଭରିଦେଲା ପ୍ରେମ

ପୁରୀ ଅଫିସ,୧୪।୨: ଦରିଆ ସେପାରିର ପ୍ରେମ। ଏହି ପ୍ରେମ ଭିତରେ ମାଇଲ ମାଇଲର ଦୂରତା। ଭାଷା, ଚାଲିଚଳଣି ଓ ପରମ୍ପରା ଦୃଷ୍ଟିକୋଣରୁ ଉଭୟ ଏକଦମ୍‌ ଭିନ୍ନ। ତଥାପି ମିଶିଛି ମନ। ଦୁହେଁ ପରସ୍ପରର ହୃଦୟର ଭାଷାକୁ ବୁଝିପାରି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଜଣେ ଫ୍ରାନ୍ସର ଝିଅ ତ ଆଉ ଜଣେ ଓଡ଼ିଆ ପୁଅ। ଏମାନେ ହେଲେ ପୁରୀରେ ରହୁଥିବା ଇସାବେଲ୍‌ ଏବଂ ଅଶୋକ। ଦୀର୍ଘ ୨୦ବର୍ଷ ତଳେ ରାଜଧାନୀ ଦିଲ୍ଲୀରେ ଉଭୟଙ୍କ ମଧ୍ୟରେ ପ୍ରଥମ ଦେଖା ସାକ୍ଷାତ୍‌ ହୋଇଥିଲା। ଏହାପରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଲା। ଓଡ଼ିଆ ପୁଅ ଅଶୋକ ଜଣେ ଅନାଥ। ନିଜ ଠିକଣା ତାଙ୍କର ମନେନାହିଁ। ଦିଲ୍ଲୀର ଏକ ହୋଟେଲରେ କର୍ମଚାରୀ ଥିବା ବେଳେ ଫ୍ରାନ୍ସର ଇସାବେଲଙ୍କୁ ଭେଟିଥିଲେ। ଇସାବେଲ୍‌ ସେ ସମୟରେ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସାଧୀନ ଥିଲେ। ସେତେବେଳେ ଅଶୋକ ତାଙ୍କୁ ଜାଣି ନ ଥିଲେ ମଧ୍ୟ ତାଙ୍କ ସେବା ଶୁଶ୍ରୂଷାରେ ଲାଗିପଡ଼ିଥିଲେ। ଇସାବେଲଙ୍କୁ ସୁସ୍ଥ କରିବାକୁ ଅଶୋକ ଦିନ ରାତି ଏକାକାର କରିଦେଇଥିଲେ। ଅଶୋକଙ୍କର ଏହି ମାନବ ପ୍ରେମ ଓ ନିଃସ୍ବାର୍ଥପର ସେବାକୁ ଦେଖି ତାଙ୍କୁ ଭଲ ପାଇବସିଥିଲେ ଇସାବେଲ। ପରେ ଦୁହେଁ ଜୀବନ ସାଥୀ ହୋଇଥିଲେ। ଅଶୋକଙ୍କୁ ବିବାହ କରିବା ପରେ ଇସାବେଲ ଭାରତୀୟ ନାଗରିକତ୍ୱ ଗ୍ରହଣ କରିଛନ୍ତି। ଏଥିପାଇଁ ତାଙ୍କୁ ଫ୍ରାନ୍ସର ନାଗରିକତ୍ୱ ଛାଡ଼ିବାକୁ ପଡ଼ିଛି। ଅଶୋକଙ୍କୁ ବିବାହ କରିବା ପରେ ଇସାବେଲ ଖାଣ୍ଟି ଓଡ଼ିଆଣୀ ପାଲଟିଯାଇଛନ୍ତି। ଓଡ଼ିଆ ଘରର ପରମ୍ପରା, ଶଙ୍ଖା, ସିନ୍ଦୂର, ପାଉଁଜି ଓ ଝୁଣ୍ଟିଆକୁ ମଧ୍ୟ ଆଦରି ନେଇଛନ୍ତି। ଓଡ଼ିଆ ବୋହୂଙ୍କ ଭଳି ସେ ଠାକୁର ପୂଜା କରନ୍ତି। ଜଗନ୍ନାଥପ୍ରେମରେ ପଡ଼ିଥିବା ଏହି ଦମ୍ପତି ପୁରୀ କାଶୀହରିପୁର ପଞ୍ଚାୟତର କାଶୀହରିପୁର ଗ୍ରାମରେ ଘର କରି ରହୁଛନ୍ତି। ଉଭୟ ପଶୁପ୍ରେମୀ। ଏହି ଦମ୍ପତି ନିଃସନ୍ତାନ ହୋଇଥିବାରୁ ଗରିବ ନିରାଶ୍ରୟ ଲୋକ ଓ ପଶୁପକ୍ଷୀଙ୍କୁ ସ୍ନେହ ଦିଅନ୍ତି। ପ୍ରତିଦିନ ପଶୁପକ୍ଷୀଙ୍କୁ ଖାଇବାକୁ ଦେବା ସହ ଅନେକ ଗରିବ ଲୋକଙ୍କ ଭୋଜନର ବ୍ୟବସ୍ଥା ମଧ୍ୟ କରନ୍ତି। ଅଶୋକ କହିଛନ୍ତି, ଆମେ ଦୁହେଁ ଭିନ୍ନ ଦେଶର ବାସିନ୍ଦା ଥିଲୁ। ମାତ୍ର ଅନ୍ତରଙ୍ଗତା ଓ ପ୍ରେମ ଆମକୁ ଏକାଠି କରିଛି। ଉଭୟ ସମାଜ ସେବାରେ ଜୀବନ ବିତାଇଦେବାକୁ ଚାହୁଁଛୁ। ସେହିଭଳି ଇସାବେଲ୍‌ କହିଛନ୍ତି, ପ୍ରଥମେ ବଡ଼ ସହରରୁ ଆସି ପୁରୀରେ ଖାପ ଖୁଆଇବା ସହଜ ହେଲାନାହିଁ। ମାତ୍ର ଏଠାକାର ପରିବେଶ ଓ ଲୋକେ ଅତ୍ୟନ୍ତ ଭଲ। ତେଣୁ ଏଇଠି ରହିଯିବାକୁ ଚାହିଁଲି। ସେହିପରି କାଶୀହରିପୁରର ବାସିନ୍ଦା ମମତା ସ୍ବାଇଁ କହିଛନ୍ତି, ଉଭୟଙ୍କ ପ୍ରେମ ଖୁବ୍‌ ଗଭୀର। ଇସାବେଲ ବିଦେଶିନୀ ହୋଇଥାଇପାରନ୍ତି ମାତ୍ର ଆମ ସହ ତାଳ ଦେଇ ସେ ଖାଣ୍ଟି ଓଡ଼ିଆଣୀ ପାଲଟିଗଲେଣି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri