ଅନ୍‌ଲାଇନ୍‌, ଅଫ୍‌ଲାଇନ୍‌ରେ ହେବ କ୍ଲାସ ପ୍ରମୋଶନ ପରୀକ୍ଷା

ଭୁବନେଶ୍ୱର,୧୪।୨(ବ୍ୟୁରୋ): ରାଜ୍ୟରେ ସ୍କୁଲ୍‌ଗୁଡ଼ିକ ପର୍ଯ୍ୟାୟକ୍ରମେ ଖୋଲୁଛି। ଅଷ୍ଟମରୁ ଦ୍ୱାଦଶ ପାଠପଢ଼ା ଆରମ୍ଭ ହୋଇଛି। ସେହିଭଳି ସୋମବାରଠାରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲୁଥିଲେ ମଧ୍ୟ ପାଠପଢ଼ା ୨୮ରୁ ଆରମ୍ଭ ହେବ। ସେ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ କ୍ଲାସ୍‌ ଚାଲୁଥିବ। ତେବେ ସ୍କୁଲ୍‌ ଖୋଲିବା ପରେ ବି କାହାକୁ ଅଫ୍‌ଲାଇନ୍‌ କ୍ଲାସ୍‌ ପାଇଁ ବାଧ୍ୟ କରାଯିବ ନାହିଁ। ଅନ୍ୟପକ୍ଷରେ କ୍ଲାସ୍‌ ପ୍ରମୋଶନ ପରୀକ୍ଷା ଅନ୍‌ଲାଇନ୍‌ ନା ଅଫ୍‌ଲାଇନ୍‌ରେ ହେବ, ତାହାକୁ ନେଇ ଛାତ୍ରୀଛାତ୍ର, ଅଭିଭାବକ ଓ ଶିକ୍ଷକମାନେ ଦ୍ୱନ୍ଦ୍ୱରେ ଥିବାବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି। ବିଭାଗରୁ ମିଳିଥିବା ସୂଚନାନୁସାରେ, ରାଜ୍ୟରେ ସମସ୍ତ ସରକାରୀ ସ୍କୁଲ, ଘରୋଇ, ସ୍ବିକୃତୀପ୍ରାପ୍ତ ସ୍କୁଲରେ ଅଫ୍‌ଲାଇନ୍‌ ପରୀକ୍ଷା ଲାଗି କେହି ପିଲାଙ୍କୁ ବାଧ୍ୟ କରିବେ ନାହିଁ। ପରୀକ୍ଷା ଲାଗି ଉଭୟ ଅଫ୍‌ଲାଇନ୍‌ ଏବଂ ଅନ୍‌ଲାଇନ୍‌ ବ୍ୟବସ୍ଥା କରାଯିବ। ଯେଉଁ ଅଭିଭାବକମାନେ ଚାହିଁବେ ସେମାନଙ୍କ ପିଲାମାନେ ସ୍କୁଲରେ ଆସି ପରୀକ୍ଷା ଦେଇପାରିବେ। ଯେଉଁ ଛାତ୍ରୀଛାତ୍ରମାନେ ସ୍କୁଲ ଆସିବେ ନାହିଁ ସେମାନଙ୍କ ଲାଗି ଅନ୍‌ଲାଇନ୍‌ରେ ପ୍ରଶ୍ନପତ୍ର ପଠାଇ ପରୀକ୍ଷା କରାଯିବ। ଯଦି କୌଣସି ସ୍କୁଲ କର୍ତ୍ତୃପକ୍ଷ ପରୀକ୍ଷା ଲାଗି କେବଳ ଅଫ୍‌ଲାଇନ୍‌ ବ୍ୟବସ୍ଥା କରନ୍ତି, ତେବେ ସମ୍ପୃକ୍ତ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।
ଶିକ୍ଷାଦାନ ସହ ସମସ୍ତ ପରୀକ୍ଷା ପରିଚାଳନାରେ ସ୍ବଚ୍ଛତା ଆଣିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ସମସ୍ତ ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ଅଫ୍‌ଲାଇନ୍‌ ସହ ଅନ୍‌ଲାଇନ୍‌ରେ କରିବାକୁ ବ୍ୟବସ୍ଥା କରାଯାଇଛି। ସବୁ ଶ୍ରେଣୀର ବାର୍ଷିକ ରେଜଲ୍ଟ ପ୍ରକାଶ ପାଇବା ପରେ ଜିଲାୱାରୀ ସବୁ ପିଲାଙ୍କ ମାର୍କ ୱେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ କରାଯିବ। ଫଳରେ ଏଣିକି ସମସ୍ତ ଛାତ୍ରୀଛାତ୍ରଙ୍କ ରେଜଲ୍ଟକୁ ସରକାର ସମୀକ୍ଷା କରିପାରିବେ। ପରୀକ୍ଷା ଶେଷ ହେବା ପରେ ରେଜଲ୍ଟ ମଧ୍ୟ ଅଫ୍‌ଲାଇନ୍‌ ଓ ଅନ୍‌ଲାଇନ୍‌ରେ ଉପଲବ୍ଧ ହେବ। ରେଜଲ୍ଟ କାର୍ଡ ଅଭିଭାବକଙ୍କୁ ଦିଆଯିବ। ଯେଉଁ ଅଭିଭାବକମାନେ କାର୍ଡ ନେଇ ନ ପାରିବେ ସେମାନଙ୍କୁ ରେଜଲ୍ଟର ଫଟୋ କପି ହ୍ବାଟ୍‌ସଆପ୍‌ କିମ୍ବା ମେଲ୍‌ରେ ଯୋଗାଇ ଦିଆଯିବ। ସେହିପରି ଯେଉଁ ସ୍କୁଲରେ କୋର୍ସ ଶେଷ ହୋଇପାରି ନାହିଁ, ସମ୍ପୃକ୍ତ ସ୍କୁଲର ଶିକ୍ଷକମାନେ ନିୟମିତ ଅଫ୍‌ଲାଇନ୍‌ କିମ୍ବା ଅନ୍‌ଲାଇନ୍‌ରେ ଶିକ୍ଷାଦାନ କରିବା ସହ ଡାଉଟ୍‌ କ୍ଲିୟର କ୍ଲାସ୍‌ ମଧ୍ୟ କରିବେ। ଯେଉଁ ଛାତ୍ରୀଛାତ୍ରଙ୍କ ଅନ୍‌ଲାଇନ୍‌ କ୍ଲାସ କରିବାକୁ ସମସ୍ୟା ରହିଛି, ହେଲେ ସେମାନେ ସ୍କୁଲ ଆସିପାରୁନାହାନ୍ତି, ସେହି ପିଲାଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ସମ୍ପୃକ୍ତ ସ୍କୁଲର ପ୍ରଧାନ ଶିକ୍ଷକ ଏବଂ ଶ୍ରେଣୀ ଶିକ୍ଷକ ଉଦ୍ୟମ କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ଭୁବନେଶ୍ୱରରେ କାମ ବନ୍ଦ ଘୋଷଣା କଲେ ସଫେଇ କର୍ମଚାରୀ

ଭୁବନେଶ୍ୱର,୨୦।୪: କାମ ବନ୍ଦ କଲେ ସଫେଇ କର୍ମଚାରୀ । ରାଜଧାନୀରେ ଆଉ ସଫେଇ କାମ କରିବେନି ବୋଲି ଘୋଷଣା କରିଛନ୍ତି କର୍ମଚାରୀ। ଭୁବନେଶ୍ୱର ୬୪ ନମ୍ବର...

ଅସହ୍ୟ ହେଲାଣି ପାଓ୍ବାର କଟ୍‌, ବିଦ୍ୟୁତ ବିତରଣ କମ୍ପାନୀକୁ କଡା ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର,୨୦।୪: ଅସହ୍ୟ ଗ୍ରୀଷ୍ମ ସହ ଗୁଳୁଗୁଳି ଭିତରେ ପାୱାର୍‌ କଟ୍‌ ସମସ୍ୟା ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ବିଦ୍ୟୁତ...

ଏବେଠାରୁ କୋହଲା ପାଗ, ଏହିସବୁ ଜିଲାକୁ କାଳବୈଶାଖୀ ବର୍ଷା ଆଲର୍ଟ!

ଭୁବନେଶ୍ୱର,୨୦।୪: ଆଜି ତାତିରୁ ମିଳିପାରେ ଆଶ୍ୱସ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ବିଶେଷ କରି ବାଲେଶ୍ବର,...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri