ପ୍ରେମ ଓ ଫଲ୍‌ଗୁର ଯାତ୍ରା

ଆଜକୁ ୮୦୦ ବର୍ଷ ତଳୁ ଓଡ଼ିଶାରେ ଦୋଳଯାତ୍ରା ପାଳନ ହୋଇଆସୁଛି। ଏହା କେବଳ ଓଡ଼ିଶାର ଆଞ୍ଚଳିକ ପର୍ବ ନୁହେଁ, ସମଗ୍ର ଭାରତ ଓ ଭାରତ ବାହାରେ ଥିବା ଆଧ୍ୟାତ୍ମିକ ଶ୍ରଦ୍ଧାଳୁ ଏବଂ କୃଷ୍ଣ ଭକ୍ତମାନେ ମହାସମାରୋହରେ ଏହାକୁ ପାଳନ କରିଥା’ନ୍ତି। ପୁରାଣବିତ୍‌ଙ୍କ ମତରେ, ଏପରି ପରମ୍ପରାର ଆରମ୍ଭ ଅନନ୍ତ ଯୁଗରୁ। କିନ୍ତୁ ବିଧିବଦ୍ଧ ଭାବରେ ଦ୍ୱାପର ଯୁଗରୁ ଏହାର ଶୁଭାରମ୍ଭ ହୋଇଥିଲା। କୋଟି କୋଟି ବର୍ଷ ଧରି ଈଶ୍ୱର ପ୍ରାପ୍ତି ନିମନ୍ତେ ତପସ୍ୟାରେ ମଗ୍ନ ମୁନିଋଷିମାନେ ଭଗବାନ୍‌ ଶ୍ରୀନାରାୟଣଙ୍କ ଆଶିଷରୁ ଗୋପନାରୀ ଭାବେ ଜନ୍ମଲାଭ କରିଥିଲେ। ସେମାନଙ୍କ ମନସ୍କାମନା ପୂରଣ କରିବା ନିମନ୍ତେ ଭଗବାନ୍‌ ଶ୍ରୀନାରାୟଣ ଗୋପପୁରରେ ଶ୍ରୀକୃଷ୍ଣ ଭାବରେ ପ୍ରତ୍ୟକ୍ଷ ଲୀଳା ରଚନା କରିଥିଲେ। ଭଗବାନ୍‌ ଶ୍ରୀକୃଷ୍ଣଙ୍କ ପ୍ରେମରେ ବିଭୋର ଗୋପାଙ୍ଗନାମାନେ କେତେବେଳେ ଭକ୍ତିର ରଙ୍ଗରେ ମଜ୍ଜି ଯାଉଥିଲେ ତ ପୁଣି କେତେବେଳେ ଭଗବାନ୍‌ ଶ୍ରୀକୃଷ୍ଣ ସେମାନଙ୍କ ଦେହରେ ଆଶିଷର ରଙ୍ଗ ବୋଳି ସାରା ଜଗତରେ ଭକ୍ତିମୟ ପରିବେଶ ସୃଷ୍ଟି କରୁଥିଲେ। ଏହା ହିଁ ମହାରାସ ନାମରେ ସର୍ବତ୍ର ବିଦିତ। ଦ୍ୱାପର ଯୁଗର ପବିତ୍ର ମହାରାସକୁ ପୁଣି ଥରେ ମନେପକାଇ ଦେବା ଲାଗି ପ୍ରତିବର୍ଷ ଧରାପୃଷ୍ଠରେ ପାଳନ ହୋଇଥାଏ ଦୋଳଯାତ୍ରା।
ଏହି ଯାତ୍ରା ପାଞ୍ଚଦିନ ପାଇଁ ପାଳନ ହୋଇ ପଞ୍ଚଦୋଳ ନାମରେ ନାମିତ ହୋଇ ଏହାର ପରିସମାପ୍ତି ଘଟାଇଥାଏ। ରାଜ୍ୟର କିଛି ସ୍ଥାନରେ ନବଦୋଳ ଭାବରେ ନଅଦିନ ବ୍ୟାପୀ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଏପରିକି ସାତଦିନ ଓ ଦଶଦିନ ଧରି ଦୋଳଯାତ୍ରା କିଛି ସ୍ଥାନରେ ଆୟୋଜନ ହୋଇଥାଏ। ଫାଲ୍‌ଗୁନ ଶୁକ୍ଳ ତିଥିଠାରୁ ଦୋଳଯାତ୍ରା ସାଧାରଣତଃ ଆରମ୍ଭ ହୁଏ। ଏହି ପର୍ବର ମୁଖ୍ୟ ଆରାଧ୍ୟ ପ୍ରେମମୟ ରାଧା ଓ କୃଷ୍ଣଙ୍କ ନିକଟରେ ଭକ୍ତି ନୈବେଦ୍ୟ ପୂର୍ବକ ଅବିର ଅର୍ପଣ କରାଯାଇଥାଏ। ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ରାଧାକୃଷ୍ଣ ମନ୍ଦିରରେ ଦୋଳଯାତ୍ରା ଉତ୍ସବମୁଖର ହୋଇଉଠିଥାଏ। ଭକ୍ତର ପ୍ରେମରେ ବନ୍ଧା ପ୍ରେମମୟ କୃଷ୍ଣ ରାଧାଙ୍କ ସହିତ ଭଗବାନ ଯେ ସବୁବେଳେ ଭକ୍ତଙ୍କର ଏହାକୁ ପ୍ରତିପାଦନ କରିବା ପାଇଁ ତାଙ୍କରି ଅଗଣିତ ଭକ୍ତଙ୍କ ଦ୍ୱାରରେ ପହଞ୍ଚତ୍ୟାଆନ୍ତି। ରଥଯାତ୍ରାରେ ମହାପ୍ରଭୁ ଜଗନ୍ନାଥ ନିଜ ସିଂହାସନ ବାହାରେ ଭକ୍ତବୃନ୍ଦଙ୍କୁ ଦର୍ଶନ ଦେଇ ତାଙ୍କୁ କୋଳେଇ ନେବାର ଯେଉଁ ଅପୂର୍ବ ଭକ୍ତପ୍ରତି ପ୍ରେମଭାବନା ପ୍ରତିପାଦନ କରିଥା’ନ୍ତି, ଠିକ୍‌ ସେହିପରି ଶ୍ରୀକୃଷ୍ଣ ଭକ୍ତମାନଙ୍କଠାରୁ ଭୋଗ ନେବା ପାଇଁ ଦୋଳ ଉତ୍ସବ ବେଳେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଭକ୍ତଙ୍କ ନିକଟକୁ ଯାଆନ୍ତି ଓ ଜଣେ ଅତିଥି ପରି ନୈବେଦ୍ୟ ଗ୍ରହଣ କରି କୃପା ପ୍ରଦାନ କରିଥା’ନ୍ତି। ଦୋଳଯାତ୍ରା ବା ହୋଲି ଏକ ଭାରତୀୟ ପର୍ବ ଏବଂ ଅଇଘରା ବା ଦେବଅଗ୍ନି ପ୍ରଥା ମଧ୍ୟ ଭାରତର ସର୍ବତ୍ର ପ୍ରଚଳିତ। ଦୋଳପୂର୍ଣ୍ଣିମା ଦିନ ସାଧାରଣତଃ ଠାକୁରମାନଙ୍କ ମନ୍ଦିରର ଦକ୍ଷିଣ-ପୂର୍ବ ଦିଗରେ ନିର୍ମିତ ହୋଇଥିବା ଏକ ମଣ୍ଡପ ଉପରକୁ ନିଆଯାଇଥାଏ, ଯାହାର ନାମ ଦୋଳମଣ୍ଡପ। ସେଠାରେ ପ୍ରେମମୟ କୃଷ୍ଣଙ୍କୁ ପୂଜାର୍ଚ୍ଚନା ସହ ଭକ୍ତମାନେ ଭକ୍ତିନୈବେଦ୍ୟ ସ୍ବରୂପ ଦୋଳି ଖେଳାଇ ନାଲି ଅବିର ଅର୍ପଣ କରିଥାନ୍ତି।
ଦୋଳଯାତ୍ରା ହେଉଛି ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ସହିତ ଲୀଳାଖେଳା ରଚିଥିବା ଗୋପାଳ ଜାତିର ପରିବାରଙ୍କ ପାଇଁ ଏକ ପବିତ୍ର ଦିବସ। ଗୋମାତାର ଜନ୍ମ ଦିବସ ରୂପେ ଦୋଳପୂର୍ଣ୍ଣିମାକୁ ହିନ୍ଦୁ ପୁରାଣ ଶାସ୍ତ୍ର ଗ୍ରହଣ କରିନେଇଛି। ଭକ୍ତକବି ଅଚ୍ୟୁତାନନ୍ଦ ଦାସଙ୍କ ହରିବଂଶର ତୃତୀୟଖଣ୍ଡରେ କବି ଲେଖଛନ୍ତି ”ଯଶୋଦା ବୋଇଲେ ବାବୁ ଶୁଣରେ ଆତ୍ମଜ, ଗାଈମାନଙ୍କ ବନ୍ଦାଣ ଅଟେ ଆମ୍ଭ ଆଜ। ଗୋମାତାଙ୍କ ଜନ୍ମଦିନ ଅଟଇ ଯୁକତେ, ତେଣୁ କରି ଗୋପ ଲୋକେ ଗମନ୍ତି ଉଷତେ।“ ଦୋଳପୂର୍ଣ୍ଣିମା ଦିନ ରାତିରେ ଠାକୁରମାନଙ୍କ ମିଳନ ହୋଇଥାଏ। ପ୍ରତିଦିନ ଭିନ୍ନ ଭିନ୍ନ ଗ୍ରାମରେ ଠାକୁରମାନଙ୍କୁ ମେଳଣ ପଡ଼ିଆକୁ ନିଆଯିବାର ଦୃଶ୍ୟ ଅତ୍ୟନ୍ତ ଚମତ୍କାର ଓ ଚିତ୍ତାକର୍ଷକ। ପାଟପଟୁଆର, ରୋଶଣି, ଲୁପ୍ତପ୍ରାୟ ଲୋକନୃତ୍ୟ, ସଂକୀର୍ତ୍ତନ ପୂର୍ବକ ଶ୍ରୀକୃଷ୍ଣଙ୍କ ବନ୍ଦନା ସହ ଖୋଳକୀର୍ତ୍ତନ ଭିତରେ ବିମାନରେ ପ୍ରେମମୟ ଶ୍ରୀକୃଷ୍ଣ ଅତ୍ୟନ୍ତ ବିମୋହିତ ଭାବରେ ଭକ୍ତଙ୍କ ସହିତ ସତେଯେପରି ଏକାକାର ହୋଇଯାଆନ୍ତି। ଓଡ଼ିଶାର ବିଭିନ୍ନ ମେଳଣ ଭିତରେ ଧର୍ମଶାଳାର ମୁନ୍‌ସିମେଳଣ, ପଞ୍ଚପାଣ୍ଡବ ସନ୍ନିକଟ ଓଳକଣା ମେଳଣ ଓ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ପଲାଇ ଗ୍ରାମର ଅଙ୍କୁରା ମେଳଣ ସହ ଗଁା ମାଟିର ଗୃହ ଦେବତା ପ୍ରେମମୟ ରାଧାକାନ୍ତ ମଦନମୋହନଙ୍କୁ ନେଇ ଆୟୋଜନ ହୁଏ ଭୂୟଁା ମେଳଣ। ଦୋଳଯାତ୍ରାର ଅନ୍ୟତମ ପ୍ରଧାନ ବିଭବ ହୋଲି ବା ରଙ୍ଗଖେଳ। ରାଧାକୃଷ୍ଣଙ୍କୁ ଦୋଳ ଉତ୍ସବରେ ପୂଜା କରିବାର ଅର୍ଥ ଶ୍ରୀକୃଷ୍ଣଙ୍କ ସହ ଶତସହସ୍ର ଗୋପନାରୀଙ୍କ ଲୀଳାକୁ ଆନ୍ତରିକତାର ସହିତ ସମ୍ମାନ ପ୍ରଦର୍ଶନ କରିବା।
ଦୋଳଯାତ୍ରାର ସ୍ମୃତି ମୋ ପିଲାଦିନରୁ ରହିଛି। ସେତେବେଳେ ଆଜିକା ସମୟ ପରି ଆଲୁଅର ଆକର୍ଷଣୀୟ ଯାତ୍ରା ନଥିଲା। ଗୋପାଳମାନେ ଠାକୁରଙ୍କୁ କାନ୍ଧେଇ ଘରକୁ ଘର ବୁଲାଇ ନେଉଥିଲେ। ଖୁବ୍‌ ହେଲେ ଲଣ୍ଠନ ନ ହେଲେ ଶୁଖିଲା କପଡ଼ା ଗୁଡ଼ା ହୋଇ ଜଡ଼ାତେଲର ବଡ଼ ବଡ଼ ଦୀପ ବଳିତା। ପରମ ପ୍ରେମମୟ ମହାପ୍ରଭୁ ଶ୍ରୀକୃଷ୍ଣ ତାଙ୍କ ଅଗଣିତ କୃଷ୍ଣପ୍ରେମୀମାନଙ୍କୁ ଶୁଭାଶୀର୍ବାଦ ଦେଇ ସେମାନଙ୍କ ଭିତରେ ଶୋଭନୀୟର ଫଲ୍‌ଗୁର ଧାରା ପ୍ରବାହିତ କରନ୍ତୁ ଏହା ହିଁ ପ୍ରେମମୟ ଶ୍ରୀକୃଷ୍ଣଙ୍କ ପାଖରେ ପ୍ରାର୍ଥନା।

ଡ. ଅରୁନ୍ଧତୀ ଦେବୀ
ନିର୍ଦ୍ଦେଶିକା ଓ ସମ୍ପାଦିକା, ଅନ୍ତର୍ଜାତୀୟ ଅଶୋଭନୀୟତା ନିରୋଧ ଆନ୍ଦୋଳନ, କଟକ
ମୋ: ୯୯୩୭୧୭୨୮୧୦


Enter your email to get our daily news in your inbox.

All Right Reserved By Dharitri.Com

ଆଧୁନିକ ଭସ୍ମାସୁର

ଭସ୍ମାସୁର ଗପ ଆମେ ସମସ୍ତେ ପଢ଼ିଛନ୍ତି ପିଲାବେଳେ କିମ୍ବା ଶୁଣିଛନ୍ତି ଗୁରୁଜନଙ୍କ ପାଖରୁ। ଭାରତୀୟ ପୁରାଣ ସାହିତ୍ୟରେ ଥିବା ରାଶିରାଶି ଗଳ୍ପରାଜି ଭିତରୁ ଏହା ଏକ ପ୍ରତୀକାତ୍ମକ…

ତେଲ ମାରିଲା

ଇରାନ ଉପରେ ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ପରେ ଯୁଦ୍ଧର ପରିସର ବ୍ୟାପକ ହୋଇଛି। କେତେକ ସୂତ୍ର ଇରାନ୍‌ରେ ୫୫୦ ମୃତାହତ କହୁଥିବା ବେଳେ ଆଉ କିଛି ସୂତ୍ର…

୧୦ ବର୍ଷ ପରେ ପ୍ରତିଶୋଧ ନେଲା ଭାରତ: ମନେ ପଡ଼ିଗଲା…

କୋଲକାତା,୨।୩: ୧୦ ବର୍ଷ ପରେ ଟିମ ଇଣ୍ଡିଆ ଓ୍ବେଷ୍ଟଇଣ୍ଡିଜ୍‌ଠାରୁ ପ୍ରତିଶୋଧ ନେଇଛି। କ୍ରିକେଟରେ ଏପରି ମୁହୂର୍ତ୍ତ ବହୁତ କମ ଆସିଥାଏ ଯେତେବେଳେ ଭାଗ୍ୟ ଏବଂ କଠିନ ପରିଶ୍ରମ…

ପ୍ରଶ୍ନ: କ’ଣ, କିପରି, କାହିଁକି

ମାନବର ବିବର୍ତ୍ତନ ସମ୍ବନ୍ଧୀୟ ବିଦ୍ୟା ବା ନୃତତ୍ତ୍ୱ ଅନ୍ୟ ସମସ୍ତ ଜୀବଙ୍କଠାରୁ କିଛିଟା ଅଲଗା। ଅନ୍ୟ ପ୍ରାଣୀ ଓ ଉଦ୍ଭିଦମାନଙ୍କଠାରେ ମୁଖ୍ୟତଃ ଦେଖାଦିଏ କ୍ରମିକ ଶାରୀରିକ ପରିବର୍ତ୍ତନ।…

ଜୀବନରେ ଭୁଲ୍‌

ସମସ୍ତେ ଭୁଲ୍‌ କରନ୍ତି ଏବଂ ଏହା ପ୍ରତ୍ୟେକଙ୍କ ଜୀବନର ଏକ ଅଂଶ। କେତେକେ ଭୁଲ୍‌ କଲେ ମଧ୍ୟ ଏହାକୁ ସ୍ବୀକାର କରିବାକୁ ପ୍ରସ୍ତୁତ ନ ଥାନ୍ତି ।…

ଇରାନ ନିଆଁ

ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ମଧ୍ୟପ୍ରାଚ୍ୟକୁ ଅଶାନ୍ତ କରିଦେଇଛି। ଇରାନର ଏକ ସ୍କୁଲରେ ୮୫ ଛାତ୍ରୀଙ୍କ ସହ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ…

ଭାରତର ସାମ୍ପ୍ରତିକ ଅର୍ଥନୀତି ଓ ସାର୍ୱଭୌମତ୍ୱ

ବର୍ତ୍ତମାନ ବିଶ୍ୱରେ ଯେଉଁ ବାଣିଜି୍ୟକ ଯୁଦ୍ଧ ଦେଖାଦେଇଛି ତାହା ବିଭିନ୍ନ ଦେଶରେ ରାଜନୈତିକ ଘନଘଟା ସୃଷ୍ଟିକରିଛି। ବିଶ୍ୱ ରାଜନୀତି ଓ ଅର୍ଥନୀତିରେ ନାହିଁ ନ ଥିବା ଅସ୍ଥିରତା…

ଧର୍ମାନ୍ତରୀକରଣ ଓ ଲଭ୍ ଜିହାଦ

ଆକାର ପଟେଲ ଆମ ଗଣମାଧ୍ଯମ ଏବଂ ହ୍ଵାଟ୍ସଆପ୍ ଗ୍ରୁପଗୁଡ଼ିକରେ ଆମେ ଯେଉଁ ସବୁ ବିଷୟରେ ଆଲୋଚନା ବା ପ୍ରଚାର କରୁଛୁ, ତାହା ମଧ୍ୟରୁ ଗୋଟିଏ। ହେଉ ହେଉଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri