ନାତାଞ୍ଜ ଆଣବିକ ସ୍ଥଳରେ ଆକ୍ରମଣ

ତେହରାନ୍‌, ୩ା୩: ଇରାନ୍‌ର ନାତାଞ୍ଜ ଆଣବିକ ସ୍ଥଳ ଉପରେ ଆମେରିକା ଏବଂ ଇସ୍ରାଏଲ୍‌ ରବିବାର ଆକ୍ରମଣ କରିଥିବା ଅନ୍ତର୍ଜାତୀୟ ଆଣବିକ ଶକ୍ତି ସଂସ୍ଥା (ଆଇଏଇଏ)କୁ ତେହରାନ୍‌ ଜଣାଇଛି। ସୋମବାର ଆଇଏଇଏର ୩୫ ରାଷ୍ଟ୍ର ଗଭର୍ନର ବୋର୍ଡ ବୈଠକ ବେଳେ ଇରାନ ରାଷ୍ଟ୍ରଦୂତ ରେଜା ନଜାଫି ଖବରଦାତାମାନଙ୍କୁ ଏହା କହିଛନ୍ତି। ଇରାନ୍‌ର ଆଣବିକ କାର୍ଯ୍ୟକ୍ରମକୁ ନେଇ ଉତ୍ତେଜନାରୁ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଇରାନ ଅଣୁଅସ୍ତ୍ର ବିକଶିତ କରୁଥିବା ନେଇ ଗତ ଜୁନ୍‌ରେ ଆମେରିକା ଏହାର ଆଣବିକ ସ୍ଥଳ ଉପରେ ଆକ୍ରମଣ କରିଥିଲା। ଇରାନ୍‌ ଏହାର ଆଣବିକ ଭିତ୍ତିଭୂମିର ପୁନଃ ନିର୍ମାଣ କରିବ ବୋଲି ଏହାର ରାଷ୍ଟ୍ରପତି ମାସୁଦ୍‌ ପେଜେଶ୍‌କିଆନ୍‌ କହିଛନ୍ତି। ବିଲ୍ଡିଂ ଏବଂ କାରଖାନାକୁ ଧ୍ୱଂସ କରିବା ଆମ ପାଇଁ ସମସ୍ୟା ସୃଷ୍ଟି କରିବ ନାହିଁ, ଆମେ ସେଗୁଡ଼ିକୁ ପୁନର୍ବାର ନିର୍ମାଣ କରିଦେବୁ ବୋଲି ପେଜେଶ୍‌ନିଆନ ସରକାରୀ ଗଣମାଧ୍ୟମକୁ କହିଛନ୍ତି। ତେବେ ଦେଶ ଆଣବିକ ଅସ୍ତ୍ର ଚାହେଁ ନାହିଁ। ଇରାନୀୟମାନଙ୍କ ସମସ୍ତ ସମସ୍ୟାର ସମାଧାନ ଆaମର ଲକ୍ଷ୍ୟ ବୋଲି ରାଷ୍ଟ୍ରପତି କହିଛନ୍ତି।
ଅନ୍ୟପକ୍ଷରେ ଜୁନ୍‌ରେ ଧ୍ୱଂସ ହୋଇଥିବା ଆଣବିକ ସ୍ଥଳର ପୁନଃନିର୍ମାଣ କାର୍ଯ୍ୟ ଆରମ୍ଭ ଲାଗି ତେହରାନ୍‌ ଉଦ୍ୟମ କଲେ ସାନି ଆକ୍ରମଣ ହେବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଚେତାବନୀ ଦେଇଛନ୍ତି। ସ୍ଥିତିକୁ ନେଇ ଆଇଏଇଏ ମହାନିର୍ଦ୍ଦେଶକ ରାଫାଏଲ୍‌ ମାରିଆନୋ ଗ୍ରୋସି ଚିନ୍ତାବ୍ୟକ୍ତ କରିବା ସହ ଆଣବିକ କେନ୍ଦ୍ରରୁ ତେଜଷ୍କ୍ରିୟ ବିକିରଣ ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ, ଯାହାର ପରିଣାମ ଭୟାବହ ହେବ ବୋଲି କହିଛନ୍ତି। ଆଣବିକ ସ୍ଥଳ ଉପରେ ଯଦି ଆକ୍ରମଣ ହୋଇଥାଏ, ତେବେ ନିକଟବର୍ତ୍ତୀ ଅଞ୍ଚଳରୁ ବହୁ ଲୋକଙ୍କୁ ଖାଲି କରିବାକୁ ପଡ଼ିବ ବୋଲି ସେ ସତର୍କ କରାଇ ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri