ନାତାଞ୍ଜ ଆଣବିକ ସ୍ଥଳରେ ଆକ୍ରମଣ

ତେହରାନ୍‌, ୩ା୩: ଇରାନ୍‌ର ନାତାଞ୍ଜ ଆଣବିକ ସ୍ଥଳ ଉପରେ ଆମେରିକା ଏବଂ ଇସ୍ରାଏଲ୍‌ ରବିବାର ଆକ୍ରମଣ କରିଥିବା ଅନ୍ତର୍ଜାତୀୟ ଆଣବିକ ଶକ୍ତି ସଂସ୍ଥା (ଆଇଏଇଏ)କୁ ତେହରାନ୍‌ ଜଣାଇଛି। ସୋମବାର ଆଇଏଇଏର ୩୫ ରାଷ୍ଟ୍ର ଗଭର୍ନର ବୋର୍ଡ ବୈଠକ ବେଳେ ଇରାନ ରାଷ୍ଟ୍ରଦୂତ ରେଜା ନଜାଫି ଖବରଦାତାମାନଙ୍କୁ ଏହା କହିଛନ୍ତି। ଇରାନ୍‌ର ଆଣବିକ କାର୍ଯ୍ୟକ୍ରମକୁ ନେଇ ଉତ୍ତେଜନାରୁ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଇରାନ ଅଣୁଅସ୍ତ୍ର ବିକଶିତ କରୁଥିବା ନେଇ ଗତ ଜୁନ୍‌ରେ ଆମେରିକା ଏହାର ଆଣବିକ ସ୍ଥଳ ଉପରେ ଆକ୍ରମଣ କରିଥିଲା। ଇରାନ୍‌ ଏହାର ଆଣବିକ ଭିତ୍ତିଭୂମିର ପୁନଃ ନିର୍ମାଣ କରିବ ବୋଲି ଏହାର ରାଷ୍ଟ୍ରପତି ମାସୁଦ୍‌ ପେଜେଶ୍‌କିଆନ୍‌ କହିଛନ୍ତି। ବିଲ୍ଡିଂ ଏବଂ କାରଖାନାକୁ ଧ୍ୱଂସ କରିବା ଆମ ପାଇଁ ସମସ୍ୟା ସୃଷ୍ଟି କରିବ ନାହିଁ, ଆମେ ସେଗୁଡ଼ିକୁ ପୁନର୍ବାର ନିର୍ମାଣ କରିଦେବୁ ବୋଲି ପେଜେଶ୍‌ନିଆନ ସରକାରୀ ଗଣମାଧ୍ୟମକୁ କହିଛନ୍ତି। ତେବେ ଦେଶ ଆଣବିକ ଅସ୍ତ୍ର ଚାହେଁ ନାହିଁ। ଇରାନୀୟମାନଙ୍କ ସମସ୍ତ ସମସ୍ୟାର ସମାଧାନ ଆaମର ଲକ୍ଷ୍ୟ ବୋଲି ରାଷ୍ଟ୍ରପତି କହିଛନ୍ତି।
ଅନ୍ୟପକ୍ଷରେ ଜୁନ୍‌ରେ ଧ୍ୱଂସ ହୋଇଥିବା ଆଣବିକ ସ୍ଥଳର ପୁନଃନିର୍ମାଣ କାର୍ଯ୍ୟ ଆରମ୍ଭ ଲାଗି ତେହରାନ୍‌ ଉଦ୍ୟମ କଲେ ସାନି ଆକ୍ରମଣ ହେବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଚେତାବନୀ ଦେଇଛନ୍ତି। ସ୍ଥିତିକୁ ନେଇ ଆଇଏଇଏ ମହାନିର୍ଦ୍ଦେଶକ ରାଫାଏଲ୍‌ ମାରିଆନୋ ଗ୍ରୋସି ଚିନ୍ତାବ୍ୟକ୍ତ କରିବା ସହ ଆଣବିକ କେନ୍ଦ୍ରରୁ ତେଜଷ୍କ୍ରିୟ ବିକିରଣ ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ, ଯାହାର ପରିଣାମ ଭୟାବହ ହେବ ବୋଲି କହିଛନ୍ତି। ଆଣବିକ ସ୍ଥଳ ଉପରେ ଯଦି ଆକ୍ରମଣ ହୋଇଥାଏ, ତେବେ ନିକଟବର୍ତ୍ତୀ ଅଞ୍ଚଳରୁ ବହୁ ଲୋକଙ୍କୁ ଖାଲି କରିବାକୁ ପଡ଼ିବ ବୋଲି ସେ ସତର୍କ କରାଇ ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?