ଅନ୍‌ଲାଇନରେ ଓଏସ୍‌ଆର୍‌ଟିସି ଟିକେଟ ମୂଲ୍ୟ ଫେରସ୍ତ ଉଦ୍ୟମ କରି ଲକ୍ଷେ ହରାଇଲେ

ବ୍ରହ୍ମପୁର,୨୦।୩(ସୁବାସ ଚନ୍ଦ୍ର ପାଢ଼ୀ): ଅନଲାଇନରେ ଓଏସଆରଟିସି କଷ୍ଟମର କେୟାର ନମ୍ବର ସଂଗ୍ରହ କରି ଯୋଗାଯୋଗ ବେଳେ ଠକେଇର ଶିକାର ହୋଇଛନ୍ତି ଜଣେ ଯୁବତୀ। ଓଏସଆରଟିସି ବସର ଟିକଟ ମୂଲ୍ୟ ଫେରସ୍ତ ପାଇବାକୁ ଉଦ୍ୟମ କରି ବ୍ରହ୍ମପୁରରେ ରହୁଥିବା କଟକର ଜଣେ ଯୁବତୀ ଓ ତାଙ୍କ ଭଉଣୀଙ୍କ ଆକାଉଣ୍ଟରୁ ସାଇବର ଗ୍ୟାଙ୍ଗ ୧ ଲକ୍ଷ ଟଙ୍କା ଠକି ନେଇଛନ୍ତି । ଏ ନେଇ ବୈଦ୍ୟନାଥପୁର ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ତଦନ୍ତ କରିଛି । ଅଯୋଧ୍ୟାନଗର ଅଞ୍ଚଳରେ ରହୁଥିବା ଏହି ଯୁବତୀ ଜଣଙ୍କ କିଛି ଦିନ ତଳେ ଓଏସଆରଟିସି ଆପ ଜରିଆରେ ବସରେ କଟକ ଯିବା ପାଇଁ ଏକ ଟିକଟ ବୁକ କରିଥିଲେ । ପରେ ସେ ଉକ୍ତ ଟିକଟ କ୍ୟାନସଲ କରି ଦେଇଥିଲେ। ହେଲେ ତାଙ୍କ ଆକାଉଣ୍ଟକୁ ଟିକଟ ମୂଲ୍ୟ ୨୧୮ ଟଙ୍କା ଫେରସ୍ତ ଆସିନଥିଲା। କିଛି ଘଣ୍ଟା ଅପେକ୍ଷା କରିବା ପରେ ଟଙ୍କା ନ ଫେରିବାରୁ ସେ ଓଏସଆରଟିସି ଆପକୁ ଯାଇ ଯୋଗଯୋଗ କରିବାକୁ ଉଦ୍ୟମ କରିଥଲେ ବି ସମ୍ଭବ ହୋଇନଥିଲା। ପରେ ଯୁବତୀ ଜଣଙ୍କ ଗୁଗଲକୁ ଯାଇ ଅନଲାଇନରେ ଓଏସଆରଟିସି କଷ୍ଟମର କେୟାର ନମ୍ବର ବାହାର କରିଥିଲେ।ଗୁଗଲରୁ ମିଳିଥିବା ନମ୍ବରରେ ଯୋଗାଯୋଗ ପରେ ଜଣେ ବ୍ୟକ୍ତି ଫୋନ ଗ୍ରହଣ କରି ଟଙ୍କା ଫେରସ୍ତ ଦିଗରେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି କହିଥିଲେ । ଏହାପରେ ଜଣେ ବ୍ୟକ୍ତି ଫୋନ କରି ଓଏସଆରଟିସି କଷ୍ଟମର କେୟାରରୁ କହୁଥିବା ଯୁବତୀଙ୍କୁ ଜଣାଇଥିଲେ । ଫୋନ କରିଥିବା ବ୍ୟକ୍ତି ଜଣଙ୍କ ଯୁବତୀଙ୍କୁ ଫୋନ-ପେ ଆପ ଖୋଲିବାକୁ କହିବା ସହ ମୋବାଇଲ ନମ୍ବରର ଶେଷ ୫ଟି ନମ୍ବର ଡାଏଲ କରିବାକୁ କହିଥିଲେ । ଯୁବତୀ ଜଣଙ୍କ ତାହା କରିବା ପରେ ତାଙ୍କ ଫୋନ-ପେ ଆକାଉଣ୍ଟରୁ ହଜାର ହଜାର ଟଙ୍କା କଟି ଯାଇଥିଲା । ଏ ନେଇ ଯୁବତୀ ଜଣଙ୍କ ପ୍ରଶ୍ନ କରିବାରୁ ତାଙ୍କ ଆକାଉଣ୍ଟରୁ କଟିଥିବା ସମସ୍ତ ଟଙ୍କା ଅନ୍ୟ ଏକ ଆକାଉଣ୍ଟକୁ ପଠାଇ ଦିଆଯିବ ବୋଲି କହିଥିଲେ । ଟଙ୍କା ଫେରିପାଇବା ଲୋଭରେ ଯୁବତୀ ଜଣଙ୍କ ନିଜ ଭଉଣୀର ବ୍ୟାଙ୍କ ଆକାଉଣ୍ଟର ସମସ୍ତ ତଥ୍ୟ ପ୍ରଦାନ କରିଥିଲେ । ଏହାପରେ ଯୁବତୀଙ୍କ ଭଉଣୀର ଆକାଉଣ୍ଟରୁ ମଧ୍ୟ ଟଙ୍କା କଟି ଯାଇଥିଲା । ଉଭୟଙ୍କ ଆକାଉଣ୍ଟରୁ ୫ଟି ନେଣଦେଣ ଜରିଆରେ ୧ ଲକ୍ଷ ଟଙ୍କା କଟିଯାଇଥିଲା। ପରେ ଯୁବତୀ ଜଣଙ୍କ ସାଇବର ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ଏହାପରେ ସେ ସାଇବର ସେଲକୁ ଯାଇ ଅଭିଯୋଗ କରିବା ସହ ବୈଦ୍ୟନାଥପୁର ଥାନାରେ ମଧ୍ୟ ଏନେଇ ଲିଖିତ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ଚୋରା ବାଲି ଚାଲାଣ: ୨ ହାଇୱାକୁ ମାଡିବସିଲା…

ପୋଲିସ।ପାଟଣା,୬।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡା ଫାଣ୍ଡି ପୋଲିସ ସାହାରପଡା ପେଟ୍ରୋଲ ପମ୍ପ ନିକଟରୁ ଶନିବାର ଭୋର ସକାଳୁ ୨ଟି ଚୋରା ବାଲି...

ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ: ପ୍ରସ୍ତୁତି ଜୋରଦାର…

ନୂଆପଡ଼ା,୬ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଲଖନା ଗାଁରେ ଶୁକ୍ରବାର ୧୭ତମ ଧନୁଯାତ୍ରା ପାଇଁ ନୂତନ କମିଟି ଗଠନ ସହ ଶୁଭସ୍ତମ୍ଭ...

ଫଳ ଦୋକାନ ଉପରକୁ ମାଡିଗଲା ମ୍ୟୁନିସିପାଲଟି ଗାଡି, ମୋବାଇଲ ଫୋନରେ କଥା ହୋଇ…

ବଲାଙ୍ଗୀର,୬।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବସ୍‌ ଟର୍ମିନାଲ ସମ୍ମୁଖରେ ଥିବା ଫଳ ଦୋକାନ ଉପରକୁ ଶନିବାର ସକାଳେ ବଲାଙ୍ଗୀର ମ୍ୟୁନିସିପାଲଟିର ଏକ ସେପଟି ଟାଙ୍କି ଗାଡି...

ଗୃହରକ୍ଷୀବାହିନୀ ପୋଲିସର ଅଭିନ୍ନ ଅଙ୍ଗ: ଜନସାଧାରଣଙ୍କ ହୋଇଛନ୍ତି ଆସ୍ଥାଭାଜନ

ବଲାଙ୍ଗୀର, ୬।୧୨(ସୁନିଲ କୁମାର ମହାନ୍ତି): ଓଡ଼ିଶା ଗୃହରକ୍ଷୀ ବାହିନୀର ୬୩ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ବଲାଙ୍ଗୀର ରିଜର୍ଭ ପୋଲିସ ପରେଡ ପଡିଆଠାରେ ଶନିବାର ପାଳିତ ହୋଇଯାଇଛି...

ବିପୁଳ ଗଞ୍ଜେଇ ଜବତ,  ଜଣଙ୍କ ପରେ ଜଜଙ୍କୁ ମାଡିବସିଲା…

ନୂଆପଡ଼ା,୬ା୧୨ (ମକାରୁ ବେମାଲ): ନୂଆପଡ଼ା ଅବକାରୀ ବିଭାଗ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣ ଗଞ୍ଜେଇ ଜବତ ସହ ୬ ଜଣଙ୍କୁ ଗିରଫ...

ବାଇକ୍‌ ଚାଳକଙ୍କ ଉପରେ ମାଡ଼ିଗଲା ଟ୍ରଲର: ଜାତୀୟ ରାଜପଥ ରକ୍ତଚଞ୍ଜିତ

ବଣାଇଁ, ୬।୧୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡର ଗମଲେଇ ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ କିଛି ସମୟ ପୂର୍ବରୁ ଘଟିଛି ଏକ ମର୍ମନ୍ତୁଦ...

ବିଜେଡିରୁ ଇସ୍ତଫା ଦେଲେ କାଉନସିଲର ଶୁଚିସ୍ମିତା, ହୋଇପାରନ୍ତି ଭାଜପାରେ ସାମିଲ

ବାସୁଦେବପୁର,୬।୧୨ (କାଳିପଦ ରାୟ ): ବାସୁଦେବପୁର ପୌରାଞ୍ଚଳର ଏକ ନମ୍ବର ୱାର୍ଡର କାଉନସିଲର ଶୁଚିସ୍ମିତା ଗିରି ଶନିବାର ସକାଳେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ...

କ୍ୟାମେରା ଜଗିଛି, ବାଘ ନେଇଗଲା ବାଛୁରୀ: ଘୁମୁସର ବନଖଣ୍ଡରେ ବଢୁଛି ଆତଙ୍କ

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡରେ ଦିନକୁ ଦିନ ବନ୍ୟପ୍ରାଣୀ ଆତଙ୍କ ବଢୁଛି। ଯାହାକୁ ନେଇ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଆତଙ୍କିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri