ବେଆଇନ କାରବାରରୁ ରାଜସ୍ବ ହ୍ରାସ

ନୂଆଦିଲ୍ଲୀ,୧୯।୮: କ୍ରମାଗତ ଭାବେ ଉଭୟ ଘରୋଇ ଓ ଅନ୍ତଃରାଷ୍ଟ୍ରୀୟ ବଜାରରେ ବେଆଇନ ସିଗାରେଟ କାରବାର ପାଇଁ ସରକାର ମୋଟା ଅଙ୍କର ରାଜସ୍ବ ହରାଉଛନ୍ତି। ଏପରିକି ବେଆଇନ ତମାଖୁ କାରବାର ବିଶ୍ୱବ୍ୟାପୀ ଏକ ପ୍ରମୁଖ ବିପଦ ଓ ବର୍ଦ୍ଧିତ ଆହ୍ବାନ ପାଲଟିଛି। ଉଲ୍ଲେଖଯୋଗ୍ୟ, ଫିକି (ଏଫ୍‌ଆଇସିସିଆଇ) କାସ୍‌କେଡ ଷ୍ଟଡି-୨୦୨୨ ମୁତାବକ ଭାରତରେ ବେଆଇନ ସିଗାରେଟ ପାଇଁ ମୋଟ ବଜାରର ହାରାହାରି ୨୨,୯୩୦ କୋଟି ଟଙ୍କା ମୂଲ୍ୟର ଅଟେ। ଏହି ରିପୋର୍ଟ ଅନୁଯାୟୀ ବେଆଇନ ତମାଖୁ କାରବାର ଯୋଗୁ ୨୦୨୨ରେ ଭାରତ ସରକାରଙ୍କ ହୋଇଥିବା ମୋଟ କ୍ଷତିର ମୂଲ୍ୟ ହାରାହାରି ୧୩,୩୩୧କୋଟି ଟଙ୍କା ହୋଇଥିଲାବେଳେ ୨୦୧୨ରେ ଏହାର ପରିମାଣ ୬୨୪୦ କୋଟି ଟଙ୍କା ଥିଲା। ୨୦୧୨ତୁଳନାରେ ୨୦୨୨ରେ ଏହାର ପରିମାଣ ପ୍ରାୟ ୪୬% ଅଧିକ ବୋଲି ରିପୋର୍ଟରେ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ସେହିଭଳି ଫିଲିପ ମୋରିସ୍‌ ଇଣ୍ଟରନ୍ୟାଶନାଲ୍‌ସ (ପିଏମ୍‌ଆଇ) ଇଣ୍ଡିଆ ଆଫିଲିଏଟ, ଆଇପିଏମ୍‌ ଇଣ୍ଡିଆ, ଭାରତର ଅର୍ଥନୈତିକ ଆଗ୍ରହ ଓ ଉପଭୋକ୍ତାଙ୍କୁ ସୁରକ୍ଷିତ ରଖିବା ପାଇଁ ବେଆଇନ ତମାଖୁ କାରବାର ପ୍ରତିରୋଧ ଦିଗରେ ନିଜର ପ୍ରତିବଦ୍ଧତାକୁ ସୁଦୃଢ କରିଛି। ଏପରିକି ଟବାକୋ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ (ଟିଆଇଆଇ)ର ରିପୋର୍ଟ ଅନୁଯାୟୀ ଅନ୍ତର୍ଜାତୀୟ ସ୍ତରରୁ ଚୋରାଚାଲାଣ କରାଯାଉଥିବା ଏବଂ ସ୍ଥାନୀୟ ଭାବେ ଟିକସ ଫାଙ୍କି ଉପତ୍ାଦନ କରାଯାଉଥିବା ବେଆଇନ ସିଗାରେଟକୁ ନେଇ ଗଠିତ ଏବଂ ଏହି ବେଆଇନ ସିଗାରେଟ କାରବାର ପରିମାଣ ଭାରତରେ ସିଗାରେଟ ଶିଳ୍ପର ଏକ ଚତୁର୍ଥାଂଶ ସହ ସମାନ ଅଟେ। ସଦ୍ୟତମ ରିପୋର୍ଟ ଅନୁଯାୟୀ ୨୦୨୩-୨୪ରେ ଆଇନ ପ୍ରଣୟନ ସଂସ୍ଥାଗୁଡିକ ଭାରତର ଅନେକ ସହରରୁ ବେଆଇନ ସିଗାରେଟ ଜବତ କରିଥିଲେ ମଧ୍ୟ ବେଆଇନ କାରବାର ବନ୍ଦ ହୋଇନାହିଁ। ଏପରିକି ୟୁରୋ ମନିଟର ଇଣ୍ଟରନ୍ୟାଶନାଲର ୨୦୨୩ ରିପୋର୍ଟ ଅନୁଯାୟୀ ଭାରତରେ ବେଆଇନ ସିଗାରେଟ କାରବାର ସଂଖ୍ୟା ୨୦୨୨ରେ ୩୦.୨ ବିଲିୟନ ଷ୍ଟିକ୍‌ରେ ପହଞ୍ଚତ୍ଥିଲାବେଳେ ଏ କ୍ଷେତ୍ରରେ ଭାରତର ସ୍ଥାନ ଚାଇନା ଓ ବ୍ରାଜିଲ ପଛରେ ରହିଛି।
ଏ ସମ୍ପର୍କରେ ଆଇପିଏମ୍‌ ଇଣ୍ଡିଆର ଏମଡି ନବୀନ ଲକର କହିଛନ୍ତି, ବେଆଇନ କାରବାରକୁ ଦୂର କରିବା ଆମ ପାଇଁ ଦୀର୍ଘ ଦିନରୁ ଏକ ପ୍ରାଥମିକତା ରହି ଆସିଛି। ଏପରିକି ବେଆଇନ କାରବାରକୁ ରୋକିବା ପାଇଁ ବିଶ୍ୱବ୍ୟାପୀ ପିଏମ୍‌ଆଇର ରଣନୀତି ଜାରି ରହିଛି। ଏପରିକି ୫ଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଅନୁସନ୍ଧାନ ଓ ବୁଦ୍ଧିମତ୍ତା, ଯୋଗାଣ ଶୃଙ୍ଖଳାକୁ ସୁରକ୍ଷିତ ରଖିବା, ସହଭାଗିତା, ଆଇନ ପ୍ରଣୟନ ସଂସ୍ଥାନ ସହ ସହଭାଗିତା ଓ ସଚେତନତା ବୃଦ୍ଧି କରିବା ଉପରେ ସଂସ୍ଥା ଗୁରୁତ୍ୱ ଦେଉଛି। ଭାରତରେ ଆମେ ଏହି କାରଣ ପାଇଁ ସମାନ ଭାବେ ପ୍ରୟାସ କରୁଛୁ,ବେଆଇନ ତମାଖୁ କାରବାର ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଓ ଲୋକମାନଙ୍କୁ ସଚେତନ କରିବା ପାଇଁ ଆଇନ ପ୍ରଣୟନ ସଂସ୍ଥାଗୁଡିକ ସହ କାର୍ଯ୍ୟ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?