ସିଭିଲ ସୋସାଇଟିର କ୍ଷତି

ଶୁକ୍ରବାର ଭାରତର ପ୍ରଧାନମନ୍ତ୍ରୀ ସର୍ଦ୍ଦାର ସରୋବର ନିର୍ମାଣରେ ବାଧା ସୃଷ୍ଟି କରୁଥିବା ଲୋକମାନଙ୍କ ପ୍ରତି ଅର୍ବାନ ନକ୍ସଲ ବା ସହରୀ ନକ୍ସଲ ଶବ୍ଦ ପ୍ରୟୋଗ କରିଥିଲେ। ଏମିତି ଆକ୍ରମଣାମତ୍କ ମନ୍ତବ୍ୟ ଦେବା ଏକ ସାଧାରଣ କଥା ହୋଇ ଆସିଛି। ତେବେ ତା’ ଭିତରେ ପ୍ରଧାନମନ୍ତ୍ରୀ ବି ସିଭିଲ ସୋସାଇଟିକୁ ଶତ୍ରୁ ମଣି ଆକ୍ରମଣ କରିଛନ୍ତି। ୨୧ ଫେବୃୟାରୀ ୨୦୧୬ରେ ସେ ଭୁବନେଶ୍ୱରରେ ଏକ ରାଲିରେ କହିଥିଲେ, ”ସେ ଏନ୍‌ଜିଓଗୁଡ଼ିକର ଷଡ଼ଯନ୍ତ୍ରର ଶିକାର ହେଉଥିଲେ। ତାଙ୍କୁ ଶେଷ କରିଦେବା ସହ ତାଙ୍କ ସରକାରକୁ ତଡ଼ିଦେବା ଲକ୍ଷ୍ୟରେ ଏହା କରାଯାଇଥିଲା। ଏଠାରେ ଖର୍ଚ୍ଚ କରୁଥିବା ବିଦେଶୀ ପାଣ୍ଠିରୁ କିଛି ଅଂଶ ଆମକୁ ଦେବା ଲାଗି କେତେକ ଏନ୍‌ଜିଓକୁ ମୁଁ କହିଥିବାରୁ ସିଭିଲ ସୋସାଇଟିର ମୋ ପ୍ରତି ମଧ୍ୟ ଅସନ୍ତୋଷ ଭାବ ଥିଲା। ମୋଦି ମଧ୍ୟ କହିଥିଲେ ଯେ, କିଭଳି ମୋଦିଙ୍କୁ ଶେଷ କରିବେ ଓ ତାଙ୍କ ସରକାରକୁ ବିଦା କରିବେ ଓ କେମିତି ମୋଦିଙ୍କୁ ଅପମାନିତ କରିବେ ସେଥିପାଇଁ ସେମାନେ ସକାଳୁ ସଞ୍ଜଯାଏ ଚକ୍ରାନ୍ତ କରନ୍ତି। କିନ୍ତୁ ବନ୍ଧୁଗଣ, ଏ ସବୁ ରୋଗରୁ ଦେଶକୁ ମୁକ୍ତ କରିବା ଲାଗି ଆପଣମାନେ ମୋତେ ଭୋଟ ଦେଇଛନ୍ତି।“ ଏହି ସବୁ କଥାରୁ ଜଣାପଡ଼ୁଛି ,ମୋଦି ତାଙ୍କ ଲକ୍ଷ୍ୟ ହାସଲ କରିବାରେ ଏବେ ସଫଳ ହୋଇଛନ୍ତି। ମୋଦି ନେତୃତ୍ୱ ନେବା ପରଠାରୁ ବିଦେଶ ପାଣ୍ଠି ଗ୍ରହଣ କରିବା ନେଇ ୧୪,୦୦୦ ଏନ୍‌ଜିଓ ଉପରେ କଟକଣା ଲଗାଇଥିବା ଡିସେମ୍ବର ୨୦୧୯ରେ ପାର୍ଲାମେଣ୍ଟରେ କୁହାଯାଇଥିଲା। ଫଳରେ ପାଣ୍ଠି ୯୦% କମି ୨୦୧୮ର ୨.୨ ବିଲିୟନ ଆମେରିକୀୟ ଡଲାରରୁ ଖସି ଏହା ୨୦୧୯ରେ ପହଞ୍ଚିଛି ୨୯୫ ଡଲାରରେ। ଏହାଦ୍ୱାରା କେବଳ ଏନ୍‌ଜିଓର କର୍ମଚାରୀ ନୁହନ୍ତି, ବରଂ ତାହା ସହ କାମ କରୁଥିବା ଲୋକମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି। ବଳପୂର୍ବକ ପଦକ୍ଷେପ ଏବଂ ଅପରାଧ ଆଇନର ବିଭିନ୍ନ ବାଟରେ ଏନ୍‌ଜିଓଗୁଡ଼ିକ ଉପରେ ଆକ୍ରମଣ ହୋଇଛି। ଉଲ୍ଲେଖନୀୟ ଯେ, ଫରେନ୍‌ କଣ୍ଟ୍ରିବ୍ୟୁଶନ ରେଗୁଲେଶନ ଆକ୍ଟ (ଏଫ୍‌ସିଆର୍‌ଏ) ପରିବର୍ତ୍ତନ କରି ଏହା କରାଯାଇଛି। ଭାରତର ନିର୍ବାଚନ ପ୍ରକ୍ରିୟା ଏବଂ ଗଣତନ୍ତ୍ରରେ ବାହାରର ହସ୍ତକ୍ଷେପ ରୋକିବା ଲାଗି ୧୯୭୬ରେ ଏଫ୍‌ସିଆର୍‌ଏ ପ୍ରଥମେ ଅଣାଯାଇଥିଲା। ରାଜନୈତିକ ଦଳ ଓ ତା’ପ୍ରାର୍ଥୀମାନଙ୍କୁ, ସାମ୍ବାଦିକ ଓ ଖବରକାଗଜ ପ୍ରକାଶକ, ବିଚାରପତି, ଅମଲାତନ୍ତ୍ରୀ ଏବଂ ଲୋକସଭା ସଦସ୍ୟମାନଙ୍କୁ ବିଦେଶ ଅର୍ଥ ଗ୍ରହଣ କରିବା ଲାଗି ଏଥିରେ ନିଷେଧ କରାଯାଇଥିଲା। ଇତିମଧ୍ୟରେ ଆର୍ଥିକ ଉଦାରୀକରଣ ଏମାନଙ୍କ ମଧ୍ୟରେ ଅନେକକୁ ବିଦେଶ ଅର୍ଥ ଗ୍ରହଣ କରିବାକୁ ଅନୁମତି ଦେଲା ଓ ଏଭଳି ଅର୍ଥ ଆଣିବା ଲାଗି ଭାରତ ସରକାର ବି ପ୍ରୋତ୍ସାହିତ କଲେ। ସେତେବେଳେ ପ୍ରତ୍ୟକ୍ଷ ବିଦେଶୀ ନିବେଶ(ଏଫ୍‌ଡିଆଇ)କୁ ସ୍ବାଗତ କରାଯାଇଥିଲା ଓ ଏହାର ସଂଖ୍ୟାକୁ ନେଇ ସରକାର ଗର୍ବ ଅନୁଭବ କରିଥିଲେ। ଏପରିକି ରାଜନୈତିକ ଦଳଗୁଡ଼ିକ ଏଫ୍‌ସିଆର୍‌ଏରୁ ନିଜକୁ ମୁକ୍ତ କରିବାରେ ସଫଳ ହୋଇପାରିଲେ। ଜାନୁୟାରୀ ୨୦୧୩ରେ ଦିଲ୍ଲୀ ହାଇକୋର୍ଟରେ ଦାୟର ଏକ ଜନସ୍ବାର୍ଥ ମାମଲା ଦର୍ଶାଇଥିତ୍ଲା ଯେ, ଭାରତୀୟ ଜନତା ପାର୍ଟି(ଭାଜପା) ଏବଂ କଂଗ୍ରେସ ଏଫ୍‌ସିଆର୍‌ଏ ଆଇନ ଉଲ୍ଲଂଘନ କରିଥିବା ବେଦାନ୍ତ/ ଷ୍ଟେର୍‌ଲାଇଟ କମ୍ପାନୀଠାରୁ ଅନୁଦାନ ଗ୍ରହଣ କରିଥିଲେ। ୨୮ ମାର୍ଚ୍ଚ ୨୦୧୪ରେ କୋର୍ଟ ରାୟ ଶୁଣାଇଲେ ଯେ,ଏଫସିଆର୍‌ଏ ଉଲ୍ଲଂଘନ ଲାଗି ଭାଜପା ଓ କଂଗ୍ର୍ରେସ ଦୋଷୀ ଏବଂ ମେ’ରେ ଏହି ଦୁଇ ଦଳ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସରକାରଙ୍କୁ କହିଲେ। ଜୁଲାଇ ଏବଂ ଅଗଷ୍ଟରେ କଂଗ୍ରେସ ଓ ଭାଜପା ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟରେ ପିଟିଶନ ଦାୟର କଲେ। ତେବେ ୨୦୧୬ ବଜେଟରେ ଯେତେବେଳେ ବିଦେଶ ଉତ୍ସର ସଂଜ୍ଞା ପରିବର୍ତ୍ତନ କରାଯାଇ ରାଜନୈତିକ ଦଳଗୁଡ଼ିକ ଦ୍ୱାରା ଗ୍ରହଣ କରାଯାଇଥିବା ଅନୁଦାନକୁ ବୈଧ କରାଗଲା ସେତେବେଳେ ଏଫସିଆର୍‌ଏ ପରିବର୍ତ୍ତନ ହୋଇଗଲା। ଉକ୍ତ ପରିବର୍ତ୍ତନ ଅବ୍ୟବସ୍ଥିତ ଭାବେ କରାଗଲା ଓ ଆଇନର ଭୁଲ୍‌ ସଂସ୍କରଣକୁ ସଂଶୋଧନ କରାଯାଇଥିଲା। ପରେ ଦଳଗୁଡ଼ିକୁ ଆଇନ ପଞ୍ଝାରୁ ମୁକୁଳାଇବା ଲାଗି ପୁନର୍ବାର ୨୦୧୮ରେ ଆଉ ଏକ ସଂଶୋଧନ ପାସ୍‌ କରାଗଲା । ଏହି ପରିବର୍ତ୍ତନ କରାଯିବା ପରେ ଇଲେକ୍ଟ୍ରୋରାଲ ବଣ୍ଡ୍‌ ସ୍କିମରେ ଭାଜପା ଏବଂ ଅନ୍ୟ ଦଳଗୁଡ଼ିକ ବିଦେଶରୁ ଗୁପ୍ତରେ ଅସୀମିତ ପାଣ୍ଠି ଗ୍ରହଣ କରିବା ଲାଗି ସୁଯୋଗ ପାଇଗଲେ। କିନ୍ତୁ ବେସରକାରୀ ସଂସ୍ଥା, ଏନ୍‌ଜିଓ ଆଇନ ନିୟନ୍ତ୍ରଣରେ ରହିଗଲେ। ସେମାନଙ୍କ କାର୍ଯ୍ୟକଳାପ ଲଗାତର ହ୍ରାସ ପାଇଚାଲିଲା ଓ ମୋଦି ଶାସନରେ ଏଫ୍‌ସିଆର୍‌ଏ ସଂଶୋଧନ ଦ୍ୱାରା ସେମାନେ ପାଣ୍ଠିଶୂନ୍ୟ ହୋଇଗଲେ।
ପରିବର୍ତ୍ତନ ଭିତରେ ମୁଖ୍ୟ ୪ଟି ବିଷୟ ଥିଲା। ପ୍ରଥମରେ ବିଦେଶ ଅର୍ଥ ପାଇବାକୁ ଏଫ୍‌ସିଆର୍‌ଏ ଲାଇସେନ୍ସ ଥିବା ୨୩,୦୦୦ ଏନ୍‌ଜିଓ କେବଳ ନୂଆଦିଲ୍ଲୀରେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ସଂସଦ ମାର୍ଗ ଶାଖାରେ ପାଣ୍ଠି ଗ୍ରହଣ କରିପାରିବେ। ଦ୍ୱିତୀୟ ପରିବର୍ତ୍ତନ ଥିଲା, ପ୍ରଶାସନିକ ବ୍ୟୟ ବାବଦରେ ଏନ୍‌ଜିଓମାନେ ଗ୍ରହଣ କରୁଥିବା ଅର୍ଥର କେବଳ ୨୦% ଖର୍ଚ୍ଚ କରିପାରିବେ। ତୃତୀୟରେ ଥିଲା ଏନ୍‌ଜିଓଗୁଡ଼ିକ ଗ୍ରହଣ କରିଥିବା ପାଣ୍ଠି ଏଫସିଆର୍‌ଏରେ କାର୍ଯ୍ୟ କରୁଥିବା ଅନ୍ୟ ଏନ୍‌ଜିଓଗୁଡ଼ିକୁ ବାଣ୍ଟିବା ଉପରେ ନିଷେଧାଦେଶ। ଏହା ନିଶ୍ଚିତ ଭାବେ ସେମାନଙ୍କ ମେଣ୍ଟ ଓ ପାରସ୍ପରିକ ସହଭାଗିତାଭିତ୍ତିକ କାର୍ଯ୍ୟଦକ୍ଷତାକୁ କ୍ଷତି କରିବ। ଚତୁର୍ଥରେ ଆଇନରେ ଏନଜିଓଗୁଡ଼ିକର ପଞ୍ଜୀକରଣ କିମ୍ବା ସେମାନଙ୍କ ଏଫ୍‌ସିଆର୍‌ଏ ଲାଇସେନ୍ସ ନବୀକରଣ କରାଯିବାରେ ସମସ୍ତ ଅଫିସ କର୍ମଚାରୀ, ଡାଇରେକ୍ଟର କିମ୍ବା ଅନ୍ୟ କର୍ମକର୍ତ୍ତାମାନଙ୍କ ଆଧାର ପ୍ରଦାନ କରିବା ବାଧ୍ୟତାମୂଳକ। ଏହା ସରକାରଙ୍କୁ ଏକ ଅଧିକାର ଦେଲା ଯେଉଁଥିରେ ଯେତେବେଳେ ଚାହଁିବେ ଏଫ୍‌ସିଆରଏ ଲାଇସେନ୍ସ ରଦ୍ଦ କରିପାରିବେ। ଏଣୁ ଅନ୍ୟ ପ୍ରାଇଭେଟ୍‌ ସେକ୍ଟରଗୁଡ଼ିକୁ କିଭଳି ଦେଖାଯାଉଥିବା ତାହା କହିବା ନିଷ୍ପ୍ରୟୋଜନ। ଜଣାଯାଏ.କାର୍ଯ୍ୟାନୁଷ୍ଠାନ କେବଳ ଏନ୍‌ଜିଓଗୁଡ଼ିକ ପାଇଁ ଉଦ୍ଦିିଷ୍ଟ। ସିଭିଲ ସୋସାଇଟି ପ୍ରତି ଏଭଳି ବିରୋଧୀ ମନୋଭାବ ନୂଆ ନ ଥିଲା। ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲାବେଳେ ୨୦୧୪ରେ ଏକ ଭାଷଣରେ ଏନ୍‌ଜିଓ ଏବଂ ବାହାର ଦେଶଗୁଡ଼ିକ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଯାହା କହିଥିଲେ ସେଥିରେ ଏନ୍‌ଜିଓ ବିରୋଧୀ ଭାବ ପ୍ରକାଶ ପାଇଥିଲା। ପ୍ରଧାନମନ୍ତ୍ରୀ ଭାବେ ସେ ଇଚ୍ଛାମୁତାବକ ତାଙ୍କ ପାଖରେ ଥିତ୍ବା ଏଜେନ୍ସି ଓ ସ୍ବାଧୀନତାକୁ ଲଗାଇଦେଇ ବ୍ୟାପକ ଓ ଅଭିନବ ଉପାୟରେ ସୋସାଇଟିର ଭାରି କ୍ଷତି କରିଛନ୍ତି।

 

Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri