ଶିକ୍ଷାରେ କ୍ଷତି

କୋଭିଡ୍‌-୧୯ ମହାମାରୀରେ ସ୍କୁଲ୍‌ ବନ୍ଦ ରହିବା ଯୋଗୁ ଶିକ୍ଷାରେ ବ୍ୟାପକ କ୍ଷତି ହୋଇଛି। ବିଶ୍ୱରେ ସ୍କୁଲଗୁଡ଼ିକରେ ସୃଷ୍ଟି ହୋଇଥିବା ଉକ୍ତ ସଙ୍କଟ ଦୂର କରି କିପରି ଏକ ସନ୍ତୁଳନ ସ୍ଥିତି ଅଣାଯାଇପାରିବ ତାହା ନିର୍ଦ୍ଧାରଣ କରିବା ବାସ୍ତବରେ ଅତ୍ୟନ୍ତ କଠିନ। ଏଣୁ ଏବକାର ସ୍ଥିତିରେ ଏହା ଉପରେ ଗଭୀର ଚିନ୍ତା କରିବା ଆବଶ୍ୟକ । କିନ୍ତୁ ଏହା ନ କରି ପିଲାମାନେ ମାସ୍କ ପିନ୍ଧିବା ଆବଶ୍ୟକ କି ନାହିଁ ତାହା ଉପରେ ଆମେରିକାର ସ୍କୁଲ କର୍ତ୍ତୃପକ୍ଷମାନେ ବିତର୍କରେ ମାତିଛନ୍ତି। ମହାମାରୀ ଦେଖାଦେବା ପରଠାରୁ ପ୍ରଥମ ଥର ଉଗାଣ୍ଡାରେ ସ୍କୁଲଗୁଡ଼ିକ ପୁନର୍ବାର ଖୋଲିଛି। ଏଭଳି ଗରିବ ଦେଶଗୁଡ଼ିକର ପିଲାମାନେ ମହାମାରୀରେ ବେଶି କ୍ଷତିଗ୍ରସ୍ତ ହୋଇଛନ୍ତି ଏବଂ ଦୁର୍ଗମ ଅଞ୍ଚଳରେ ପିଲାମାନେ ପଢିବା ଲାଗି ସୁଯୋଗ ପାଇପାରି ନାହାନ୍ତିି। ଫଳରେ ଆଗାମୀ ଦଶନ୍ଧିଗୁଡ଼ିକରେ ବିଶ୍ୱରେ ସାମୂହିକ ଭାବେ ସ୍କୁଲ ପିଲାମାନଙ୍କ ଉପରେ ନକାରାମତ୍କ ପ୍ରଭାବ ପଡ଼ିବ। ଯଦି ଜରୁରୀ ପଦକ୍ଷେପ ନିଆ ନ ଯାଏ ତେବେ ସ୍କୁଲ ବନ୍ଦ କାରଣରୁ କେବଳ ଆର୍ଥିକ କ୍ଷତି ବହୁ ଟ୍ରିଲିୟନ ଡଲାର ହେବ। ପିଲାମାନଙ୍କୁ ସ୍କୁଲକୁ ଆଣି ଶ୍ରେଣୀକକ୍ଷରେ ପଢ଼ାଇବା ଏବେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପିଲାମାନଙ୍କ ପଢ଼ାରେ ହୋଇଥିବା କ୍ଷତିକୁ ଭରଣା କରିବା ଲାଗି ତ୍ୱରିତ ଏବଂ ଯୋଜନାବଦ୍ଧ ପଦକ୍ଷେପ ନେବାକୁ ପଡ଼ିବ। ଏହାସହ ନୀତିନିର୍ଦ୍ଧାରକମାନେ ସୃଷ୍ଟି କରିଥିବା ବହୁ ବିପରୀତ ସ୍ଥିତି (ବାର୍‌ ଓ ରୋସ୍ତୋରାଁ ଖୋଲିି ସ୍କୁଲ ବନ୍ଦ କରିବା) ରେ ପରିବର୍ତ୍ତନ ଆଣିବା; ହୋଇଥିବା କ୍ଷତିର ମୂଲ୍ୟାୟନ କରିବା ଏବଂ ଭବିଷ୍ୟତରେ କୋଭିଡ୍‌-୧୯ ଲହର ପାଇଁ ନୀତି ନିର୍ଦ୍ଧାରଣ କରି ତାହାକୁ ଲାଗୁ କରିବା ଉପରେ ଗୁରୁତ୍ୱର ସହ ଚିନ୍ତା କରିବା ଆବଶ୍ୟକ।
ଗତବର୍ଷ ପିଲାମାନଙ୍କ ଶିକ୍ଷା ଉପରେ ମହାମାରୀର କ’ଣ ପ୍ରଭାବ ରହିଥିଲା ସେ ସମ୍ପର୍କିତ ତଥ୍ୟ ଯୋଗାଡ କରିବା ଏବଂ ସେହି କ୍ଷତିକୁ କିପରି ପୂରଣ କରାଯାଇପାରିବ ତାହା ଜାଣିବା ଲାଗି ବିଶ୍ୱସ୍ତରୀୟ ଗବେଷକଗୋଷ୍ଠୀ ସହ ଆମେ କାମ କରିଥିଲୁ। ନିମ୍ନ, ମଧ୍ୟମ ଏବଂ ଉଚ୍ଚ ଆୟବର୍ଗର ଦେଶଗୁଡ଼ିକରେ କାର୍ଯ୍ୟରତ ଗବେଷକମାନଙ୍କୁ ନେଇ ଗଠିତ କମିଟିରେ ଅର୍ଥନୀତିଜ୍ଞ, ମନସ୍ତତ୍ତ୍ୱବିତ୍‌ ଏବଂ ଶିକ୍ଷା ବିଶେଷଜ୍ଞମାନେ ମଧ୍ୟ ସାମିଲ ହୋଇଥିଲେ। ବିଶେଷଜ୍ଞମାନଙ୍କ ମଧ୍ୟରେ ବିଭେଦ ସତ୍ତ୍ୱେ ପ୍ରାପ୍ତ ନିର୍ଯ୍ୟାସ ସ୍ପଷ୍ଟତଃ ସମାନ ଥିଲା। ଜାଣିବାକୁ ପାଇଥିଲୁ ଯେ,ମହାମାରୀ ଯୋଗୁ ବହୁଦିନ ସ୍କୁଲ ବନ୍ଦ ହେବା ପରେ ସ୍କୁଲକୁ ଫେରିଥିବା ପିଲାମାନଙ୍କ ଶୈକ୍ଷିକ ସ୍ତର ବା ମାନ ସେମାନଙ୍କ ବୟସ ଅନୁଯାୟୀ ଯାହା ରହିବା କଥା ତାହାଠାରୁ କମ୍‌ ରହିଥିଲା। ପଢାରେ ଓହିଓରେ ବର୍ଷର ଏକ ତୃତୀୟାଂଶ ଏବଂ ଭାରତର କର୍ନାଟକରେ ସମ୍ପୂର୍ଣ୍ଣ ଗୋଟିଏ ବର୍ଷ କ୍ଷତି ହୋଇଥିବା ଜଣାପଡ଼ିଛି। ଥରେ ଛାତ୍ରୀଛାତ୍ରମାନେ ପାଠ୍ୟକ୍ରମର ପଛରେ ରହିଗଲେ ବିନା ସହଯୋଗରେ ସେମାନେ ତାହା ଧରିବା କଷ୍ଟକର ବୋଲି ତଥ୍ୟରୁ ଜଣାପଡ଼ିଛି । ସେଥିପାଇଁ ଏହା ଏକ ଅତ୍ୟନ୍ତ ଚିନ୍ତାଜନକ ସ୍ଥିତି। ତେବେ ମୋଟ ଉପରେ ସ୍କୁଲରେ ପଢା ବନ୍ଦ ରହିଲେ ପିଲାମାନେ ସ୍କୁଲ ଛାଡ଼ିଥାଆନ୍ତି। ଏହା ପୂର୍ବରୁ ବି ଦେଖାଯାଇଥିଲା। ଇବୋଲା ପରେ ସିଏରା ଲିଓନରେ ସ୍କୁଲ୍‌ ପୁନର୍ବାର ଖୋଲା ହେବା ପରେ ୧୭ % ଝିଅ ଆଉ ସ୍କୁଲକୁ ଗଲେ ନାହଁି। ଏଭଳି ଏକ ସ୍ବଳ୍ପମିଆଦୀ କ୍ଷତି ସ୍ଥାୟୀ ହୋଇଗଲା; ଅର୍ଥାତ୍‌ ଝିଅମାନେ ସ୍କୁଲ୍‌ ଛାଡ଼ିବା ଧାରା ଲାଗିରହିଲା। ଅତୀତରେ ଖୁବ୍‌ କମ୍‌ ଦିନ ପାଇଁ ସ୍କୁଲ ବନ୍ଦ ହେଲେ ସେଥିରେ ପିଲାମାନଙ୍କ ଶୈଖିକ ମାନ ହ୍ରାସ ପାଇବା ମଧ୍ୟ ଦେଖାଯାଇଛି। ଆମେରିକାରେ ଦୁଇମାସିଆ ଗ୍ରୀଷ୍ମ ଅବକାଶ ଅବସରରେ ଗରିବ ପିଲାମାନଙ୍କ ଶୈଖିକ ମାନ ପୂର୍ବାପେକ୍ଷା ତଳକୁ ଖସିଥାଏ। ଉତ୍ତର ପାକିସ୍ତାନରେ ୨୦୦୫ରେ ସଂଘଟିତ ପ୍ରଳୟଙ୍କରୀ ଭୂମିକମ୍ପ ଯୋଗୁ ସାମୟିକ ଭାବେ ସ୍କୁଲ ବନ୍ଦ ହେବାର ୪ ବର୍ଷ ପରେ ଛାତ୍ରୀଛାତ୍ରମାନେ ସେମାନଙ୍କ ସମବୟସ୍କ ପିଲାମାନଙ୍କ ତୁଳନାରେ ଜ୍ଞାନ କ୍ଷେତ୍ରରେ ଦେଢ ବର୍ଷ ପଛରେ ରହିଥିବା ଦେଖାଯାଇଥିଲା। ସ୍କୁଲ ଖୋଲା ରହିବା ଏବଂ ଆୟ ମଧ୍ୟରେ ଥିବା ସମ୍ପର୍କକୁ ବି ଗବେଷକମାନେ ଆକଳନ କରିଛନ୍ତି। କୋଭିଡ୍‌-୧୯ ମହାମାରୀରେ ସ୍କୁଲ୍‌ ବନ୍ଦ ହେବା ଫଳରେ ଏଯାବତ ଆୟର ୧୭ ଟ୍ରିଲିୟନ ଡଲାର କ୍ଷତି ହୋଇଛି। ପୁନଶ୍ଚ ୨୦୨୨ରେ ସ୍କୁଲ ବନ୍ଦ ରହିଲେ ଆହୁରି ଅଧିକ କ୍ଷତି ହେବ।
ତେବେ ଏଭଳି କ୍ଷତିକୁ ରୋକିବା ଲାଗି ଆମେ ପ୍ରାଥମିକତାଭିତ୍ତିରେ ସ୍କୁଲ ଖୋଲିବା ଉଚିତ। ସ୍କୁଲ ବନ୍ଦ ଜନିତ କ୍ଷତି ବାସ୍ତବରେ ଅତ୍ୟଧିକ। ଶଟ୍‌ଡାଉନ ଯୋଗୁ ଅର୍ଥ ବ୍ୟବସ୍ଥାର ଅନ୍ୟସବୁ ସେକ୍ଟରରେ ହୋଇଥିବା କ୍ଷତିଠାରୁ ଏହା ଅଧିକ ହେବ। ଏହି କ୍ଷତି ବହୁଦିନ ଧରି ଲାଗିରହିବା ସମ୍ଭାବନା ରହିଛି। ତଥ୍ୟରୁ ଜଣାପଡ଼ିଛି ଯେ, କୋଭିଡ୍‌-୧୯ ମହାମାରୀକୁ ରୋକିବା ପାଇଁ ଉନ୍ନତ ମାନର ମାସ୍କ ପିନ୍ଧିବା, ଶିକ୍ଷକ ଓ ଯୋଗ୍ୟ ପିଲାଙ୍କୁ ଟିକା ଦେବା ଏବଂ ଯଥା ସମ୍ଭବ ଭେଣ୍ଟିଲେଶନ ଯୋଗାଇବା ଭଳି ନିଆଯାଇଥିବା ପଦକ୍ଷେପଗୁଡ଼ିକ ସ୍କୁଲ୍‌ରେ ସଂକ୍ରମଣ କମ୍‌ କରିପାରିବ। ସ୍କୁଲଗୁଡ଼ିକୁ ପୁନର୍ବାର ଖୋଲାଯାଇପାରେ, କିନ୍ତୁ ତା’ର ଅର୍ଥ ନୁହେଁ ଯେ ପୂର୍ବରୁ ଯେମିତି ଖୋଲାଯାଉଥିଲା ସେମିତି ଖୋଲିବ। କୋଭିଡ୍‌ -୧୯ ସଂକ୍ରମଣ ପଢ଼ାଇବା ଏବଂ ପଢିବା ଧାରାକୁ ଅଧିକ ଜଟିଳ କରି ଶିକ୍ଷା କ୍ଷେତ୍ରରେ ଅସମାନତା ବୃଦ୍ଧି କରିଛି। ସେଥିପାଇଁ ମହାମାରୀରେ ପିଲାମାନଙ୍କ ପଢ଼ାରେ କେତେ କ୍ଷତି ହୋଇଛି ତାହା ସ୍କୁଲଗୁଡ଼ିକ ଆକଳନ କରିବା ଉଚିତ। ପିଲାମାନଙ୍କ ଶୈଖିକ ସ୍ତର କେତେ ରହିଛି ତାହା ବିଚାର କରି ତାହାକୁ ଅନୁକୂଳ ସ୍ଥିତିକୁ ଆଣିବା ଲାଗି ଶିକ୍ଷକମାନଙ୍କୁ ସ୍କୁଲ ପ୍ରଶାସନ ଅନୁମତି ଦେବା ଆବଶ୍ୟକ। ଏବେ କରାଯାଇଥିତ୍ବା ଶିକ୍ଷାଭିତ୍ତିକ ଗବେଷଣାର ଏହା ହିଁ ହେଉଛି ମୁଖ୍ୟ ବିଷୟ। ଏହି ଦୃଷ୍ଟିକୋଣକୁ ଶିକାଗୋରେ ହାଇସ୍କୁଲ ଛାତ୍ରୀଛାତ୍ରଙ୍କ କ୍ଷେତ୍ରରେ ଲାଗୁ କରିବା ଦ୍ୱାରା ପରୀକ୍ଷାରେ ସେମାନଙ୍କ ପ୍ରଦର୍ଶନ ୨୦% ବଢିିଥିଲା। ଭାରତର ଉତ୍ତରପ୍ରଦେଶଷର ଗୋଟିଏ ପାରା କିମ୍ବା ଗପ ପଢିପାରୁଥିବା ପିଲାର ପ୍ରଦର୍ଶନ ଦୁଇଗୁଣ ବୃଦ୍ଧିିପାଇଥିଲା।
ବାସ୍ତବରେ ଏଭଳି ସଫଳତା ପାଇବା ଲାଗି ଶିକ୍ଷକମାନଙ୍କ ସହଯୋଗ ଦରକାର। ଏବେ ବ୍ୟାପକ ଶୈଖିକ ପରିଣାମକୁ ଦୃଷ୍ଟିରେ ରଖି ପିଲାମାନଙ୍କ ଶିିକ୍ଷାର ମାନ ବଢାଇବା ସକାଶେ ଶିକ୍ଷକମାନେ ପୂର୍ବାପେକ୍ଷା ଶ୍ରେଣୀଗୃହ ପଢାକୁ ସାହସର ସହ ସାମ୍ନା କରିବା ଉଚିତ। ଅନେକ ଅନ୍‌ଲାଇନ ଓ ଅପ୍‌ଲାଇନ ପଢାକୁ ଏକ ସାଙ୍ଗରେ ଆପଣାଇ ସଫଳତାର ସହ ଆଗକୁ ବଢିବା ଦରକାର। ଗବେଷଣାରୁ ଜଣାପଡ଼ିଛି ଯେ, ମାର୍ଗଦର୍ଶକ ଶିକ୍ଷା ଯୋଜନାଗୁଡ଼ିକ ଯୋଗାଇଦେବା ହିଁ ଶୈଖିକ ପରିଣାମରେ ଉନ୍ନତି ଆଣିବାରେ ଏକ ଲାଭଦାୟକ ଉପାୟ ହୋଇପାରିବ। ଉଚ୍ଚ ଓ ନିମ୍ନ ବର୍ଗର ଦେଶଗୁଡ଼ିକରେ କରାଯାଇଥିତ୍ବା ବହୁ ଅନୁଧ୍ୟାନରୁ ଜଣାପଡ଼ିଛି ଯେ,ବ୍ୟକ୍ତଗତ କିମ୍ବା ଛୋଟ ଛୋଟ ଟ୍ୟୁଟର ଗୋଷ୍ଠୀଗୁଡ଼ିକ ଛାତ୍ରୀଛାତ୍ରମାନଙ୍କର ଶିକ୍ଷାର ମାନ ବୃଦ୍ଧି କରିବା ପାଇଁ ଚେଷ୍ଟା କରୁଛନ୍ତି।
ଶେଷରେ, କେତେକ ଅଭିନବ ଶିକ୍ଷା ପଦ୍ଧତିରୁ ଲାଭ ପାଇବାକୁ ହେଲେ ତା’ଉପରେ ଆମେ ପୁଞ୍ଜି ଖଟାଇବା ଉଚିତ, ଯାହା ଆମେ ମହାମାରୀ ସମୟରେ କରିପାରିଲେ। ପିଲାମାନଙ୍କ ଶିକ୍ଷାକୁ ମହାମାରୀ ଧୂଳିସାତ କରିଦେଇଥିବାବେଳେ ସରକାର ଏବଂ ଶିକ୍ଷାକ୍ଷେତ୍ରରେ ଥିବା ମଙ୍ଗୁଆଳମାନେ ଏବେ ଜରୁରୀ, ବ୍ୟାପକ ଏବଂ ପ୍ରଭାବୀ ପଦକ୍ଷେପ ନେବା ଉଚିତ। ଏହାଦ୍ୱାରା ଶିକ୍ଷାରେ କ୍ଷତିକୁ ରୋକାଯାଇପାରିବ। ଏଭଳି ପଦକ୍ଷେପ ବିନା ପିଲାମାନଙ୍କ ଶୈଖିକ ମାନ ସୁଧାରିବା ସମ୍ଭବ ହେବ ନାହିଁ। ଏହା ନ ହେଲେ ଉପତ୍ାଦକତାରେ ବହୁ ଟ୍ରିଲିୟନ ଡଲାର କ୍ଷତି ହେବ । ଏକ ନୂଆ ସଙ୍କଟ ମଧ୍ୟ ଦେଖାଦେବ। ଏଭଳି ସ୍ଥିତିରେ ସ୍କୁଲ ଖୋଲିବା ଧାରା ଜାରି ରଖିବା ପାଇଁ ଏକ ଉପଯୋଗୀ ଉପାୟ ଆପଣାଇବା ହିଁ ଆମ ପିଲା ଓ ଆମ ଭବିଷ୍ୟତକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବେଙ୍ଗାଲୁରୁରେ ବର୍ଷା ହେବା କ୍ଷଣି ବନ୍ୟା ସ୍ଥିତି ସୃଷ୍ଟି ହେଉଛି। ଏହା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେବା ସହ ବୁଲାକୁକୁରଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି।…

ପଦବୀ ନୁହେଁ କ୍ଷମତା

ଭାରତୀୟ ଗଣତନ୍ତ୍ରର ସବୁଠାରୁ ବଡ଼ ଶକ୍ତି ହେଉଛି ସମାନତା। ଆମ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ କିମ୍ବା ଆର୍ଥିକ ସ୍ଥିତିର ଭେଦଭାବ ବିନା…

ସଂସ୍କାରମୂଳକ ଶିକ୍ଷା ଓ ସାମାଜିକ ଦାୟିତ୍ୱବୋଧ

ଗଲା ବର୍ଷର ଏକ ଖବରଟିଏ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ୨୦୧୯ ବ୍ୟାଚ୍‌ ଓଏଏସ୍‌ ଟପ୍ପର ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ…

ପ୍ରତିରକ୍ଷାରେ ଘରୋଇକରଣ

କେନ୍ଦ୍ର ସରକାର ଘରୋଇ ସଂସ୍ଥାଗୁଡ଼ିକ ପାଇଁ ପାରମ୍ପରିକ ମିଶାଇଲ ବା କ୍ଷେପଣାସ୍ତ୍ର ଉତ୍ପାଦନର ଦ୍ୱାର ଉନ୍ମୁକ୍ତ କରିଛନ୍ତି। ଏଣିକି ବେସରକାରୀ କମ୍ପାନୀଗୁଡ଼ିକ ‘ଅସ୍ତ୍ର’ ଏବଂ ‘ପ୍ରଳୟ’ ଭଳି…

ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…

ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ…

ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର

ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri