ଲର୍ଡ ସ୍ବରାଜ ପଲ୍‌ଙ୍କ ପରଲୋକ: ଭାରତ-ବ୍ରିଟେନ୍‌ ସମ୍ପର୍କର ଥିଲେ ସେତୁ

ଲଣ୍ଡନ/ନୂଆଦିଲ୍ଲୀ,୨୩ା୮(ପି.ଟି.):ଏନ୍‌ଆର୍‌ଆଇ ଶିଳ୍ପପତି ଲର୍ଡ ସ୍ବରାଜ ପଲ୍‌ଙ୍କ ଗୁରୁବାର ସନ୍ଧ୍ୟାରେ ଲଣ୍ଡନ୍‌ରେ ପରଲୋକ ହୋଇଯାଇଛି। ଏହି ୯୪ ବର୍ଷୀୟ ପରୋପକାରୀ ଉଦ୍ୟୋକ୍ତା ତଥା ବ୍ରିଟେନ୍‌ର କାପାରୋ ଗ୍ରୁପ୍‌ ଅଫ୍‌ ଇଣ୍ଡଷ୍ଟ୍ରିଜ୍‌ ପ୍ରତିଷ୍ଠାତା କିଛିଦିନ ହେଲା ଅସୁସ୍ଥ ଥିଲେ। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି। ବ୍ରିଟେନ୍‌ ସହ ଭାରତର ଘନିଷ୍ଠ ସମ୍ପର୍କକୁ ସ୍ବରାଜଙ୍କ ସମର୍ଥନ ଚିରଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ମୋଦି କହିଛନ୍ତି। ୧୯୩୧ ଫେବୃଆରୀ ୧୮ରେ ପଞ୍ଜାବର ଜଳନ୍ଧରରେ ସ୍ବରାଜ ପଲ୍‌ଙ୍କ ଜନ୍ମ। ତାଙ୍କ ବାପା ପ୍ୟାରେ ଲାଲ ଷ୍ଟିଲ୍‌ ବାଲ୍‌ଟି ଓ ଅନ୍ୟ କୃଷି ଉପକରଣ ନିର୍ମାଣ ଫ୍ୟାକ୍ଟ୍ରି ଖୋଲିଥିଲେ। ବାଲ୍ୟ ଜୀବନରୁ ଲର୍ଡ ପଲ୍‌ ବାପାଙ୍କ ବ୍ୟବସାୟିକ ସଂସ୍ଥା କଥା ବୁଝାବୁଝି କରୁଥିଲେ। ଜଳନ୍ଧରରେ ହାଇସ୍କୁଲ ଶିକ୍ଷା ଶେଷକରି ୧୯୪୯ରେ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ଏହା ପରେ ସ୍ବରାଜ ଆମେରିକା ଯାଇ ମାସାଚ୍ୟୁସେଟ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଏମ୍‌ଆଇଟି)ରୁ ସ୍ନାତକ ଓ ସ୍ନାତକୋତ୍ତର ହୋଇଥିଲେ। ଉଚ୍ଚଶିକ୍ଷା ସମ୍ପୂର୍ଣ୍ଣ କରି ସେ ଭାରତକୁ ଫେରିବା ସହ ପାରିବାରିକ ବ୍ୟବସାୟିକ ପ୍ରତିଷ୍ଠାନ ଏପିଜେ ସୁରେନ୍ଦ୍ର ଗ୍ରୁପ୍‌ରେ ଯୋଗଦେଇଥିଲେ। କିନ୍ତୁ ସ୍ବରାଜ ପଲ୍‌ଙ୍କ ଭାଗ୍ୟରେ ଭିନ୍ନ କିଛି ଲେଖାଥିଲା। ୧୯୬୬ରେ ଲ୍ୟୁକୋମିଆରେ ପୀଡ଼ିତା ଝିଅ ଅମ୍ବିକାଙ୍କ ଚିକିତ୍ସା ପାଇଁ ସେ ବ୍ରିଟେନ୍‌ ଯାଇଥିଲେ। ଦୁର୍ଭାଗ୍ୟବଶତଃ ଅମ୍ବିକା ମାତ୍ର ୪ ବର୍ଷ ବୟସରେ ଆଖି ବୁଜିଦେଇଥିଲେ। ପରବର୍ତ୍ତୀ ସମୟରେ ସ୍ବରାଜ ବ୍ରିଟେନ୍‌ରେ କାପାରୋ ଗ୍ରୁପ୍‌ ପ୍ରତିଷ୍ଠା କରି ଇସ୍ପାତ୍‌ ଏବଂ ଇଞ୍ଜିନିୟରିଂ ଉତ୍ପାଦର ଡିଜାଇନ୍‌, ମାନୁଫାକ୍ଚରିଂ, ମାର୍କେଟିଂ ଓ ଡିଷ୍ଟ୍ରିବ୍ୟୁଶନ୍‌ ଭଳି ବିବିଧ କ୍ଷେତ୍ରରେ ବ୍ୟବସାୟିକ ସାମ୍ରାଜ୍ୟ ଗଢ଼ିପାରିଥିଲେ। ଏତିକି ନୁହେଁ, ସେ ଅମ୍ବିକା ଫାଉଣ୍ଡେଶନ୍‌ ନାମରେ ଏକ ଦାତବ୍ୟ ଟ୍ରଷ୍ଟ ପ୍ରତିଷ୍ଠା କରି ସାରା ବିଶ୍ୱରେ ଛୋଟ ପିଲାଙ୍କ ସ୍ବାସ୍ଥ୍ୟ ଓ ଶିକ୍ଷା ପାଇଁ ବିପୁଳ ଅର୍ଥ ଦାନ କରିଥିଲେ। ଲଣ୍ଡନ୍‌ର ଅମ୍ବିକା ପଲ୍‌ ଚିଲ୍ଡରେନ୍ସ ଜୁ ଏହି ଫାଉଣ୍ଡେଶନ୍‌ର ଏକ ବଡ଼ ଅବଦାନ।
ସ୍ବରାଜ ପଲ୍‌ ୨୦୧୫ରେ ନିଜ ପୁଅ ଅଙ୍ଗଦ ପଲ୍‌ ଓ ୨୦୨୨ରେ ସ୍ତ୍ରୀ ଅରୁଣାଙ୍କୁ ହରାଇ ଉଭୟଙ୍କ ସ୍ମୃତିରେ ଅନୁରୂପ ମାନବହିତୈଷ୍ଣୀ ପ୍ରୟାସ ଜାରି ରଖିଥିଲେ। ଲଣ୍ଡନରେ ମୁଖ୍ୟାଳୟ ଥିବା କାପାରୋ ଗ୍ରୁପ୍‌ ଅଧୀନରେ ବ୍ରିଟେନ୍‌, ଉତ୍ତର ଆମେରିକା, ଭାରତ ଓ ମଧ୍ୟପ୍ରାଚ୍ୟ ସମେତ ବିଶ୍ୱର ବିଭିନ୍ନ ଭାଗରେ ୪୦ରୁ ଉର୍ଦ୍ଧ୍ୱ ବ୍ୟବସାୟିକ ପ୍ରତିଷ୍ଠାନ ରହିଛି। ସ୍ବରାଜଙ୍କ ପୁଅ ଆକାଶ ପଲ୍‌ କାପାରୋ ଇଣ୍ଡିଆର ଅଧ୍ୟକ୍ଷ ଏବଂ କାପାରୋ ଗ୍ରୁପ୍‌ ଡାଇରେକ୍ଟର ଅଛନ୍ତି। ୧୯୯୬ରେ ତତ୍କାଳୀନ କଞ୍ଜଭେଟିଭ୍‌ ପ୍ରଧାନମନ୍ତ୍ରୀ ଜନ୍‌ ମେଜରଙ୍କ ଅମଳରେ ସ୍ବରାଜ ଲେବର ପାର୍ଟିରୁ ହାଉସ୍‌ ଅଫ୍‌ ଲଡର୍‌ସକୁ ଯାଇଥିଲେ। ସେହି ସମୟରେ ତାଙ୍କୁ ଲର୍ଡ ଉପାଧି ମିଳିଥିଲା। ୨୦୦୮ ଡିସେମ୍ବରରେ ତାଙ୍କୁ ଲଡର୍‌ସର ଉପବାଚସ୍ପତି ନିଯୁକ୍ତ କରାଯାଇଥିଲା। ୨୦୦୯ରେ ସ୍ବରାଜ ପଲ୍‌ଙ୍କୁ ପ୍ରିଭି କାଉନ୍ସିଲରେ ନିଯୁକ୍ତି ପ୍ରଦାନ କରାଯାଇଥିଲା। ଲଡର୍‌ସରେ ମର୍ଯ୍ୟାଦାଜନକ ଡେପୁଟି ସ୍ପିକର ହେବାରେ ଲର୍ଡ ସ୍ବରାଜ ପଲ୍‌ ଥିଲେ ପ୍ରଥମ ଭାରତୀୟ ବଂଶୋଦ୍ଭବ। ୨୦୦୦ରୁ ୨୦୦୫ ମଧ୍ୟରେ ସେ ଭାରତ-ବ୍ରିଟେନ୍‌ ରାଉଣ୍ଡ୍‌ ଟେବୁଲ୍‌ର ଅଧ୍ୟକ୍ଷତା କରିଥିଲେ। ୧୯୮୩ରେ ଭାରତ ସରକାର ତାଙ୍କୁ ପଦ୍ମଭୂଷଣ ଉପାଧିରେ ଭୂଷିତ କରିଥିଲେ। ଲର୍ଡ ପଲ୍‌ ଭାରତ ଓ ବ୍ରିଟେନ୍‌ ସମ୍ପର୍କର ସେତୁ ପାଲଟି ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲେ ବୋଲି ତାଙ୍କ ଅବର୍ତ୍ତମାନରେ ବହୁ ବିଶିଷ୍ଟ ବ୍ୟକ୍ତି ସ୍ମୃତିଚାରଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?