ଅନିଦ୍ରା ରହିଲେ ମହାପ୍ରଭୁ

ପୁରୀ ଅଫିସ,୧୫।୭: ରଥଯାତ୍ରାଠାରୁ ଆରମ୍ଭ କରି ଆଡ଼ପମଣ୍ଡପ ବିଜେ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟ ପୂର୍ବରୁ ହୋଇଥିଲେ ମଧ୍ୟ ମଙ୍ଗଳବାର ରାତ୍ର ପହୁଡ଼ ନୀତି ହୋଇପାରିନାହିଁ। ଫଳରେ ମହାପ୍ରଭୁଙ୍କୁ ଅନିଦ୍ରା ରହିବାକୁ ପଡ଼ିଛି। ମହାପ୍ରଭୁ ବଡ଼ସିଂହାର ବେଶରେ ବୁଧବାର ଭୋର ପର୍ଯ୍ୟନ୍ତ ରହିବା ପରେ ନୀତିକାନ୍ତି କରାଯାଇଛି।
ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର କହିଛନ୍ତି, ସମସ୍ତ ଚେଷ୍ଟା ଓ ବ୍ୟବସ୍ଥା ସତ୍ତ୍ବେ ପହୁଡ଼ ହୋଇପାରି ନ ଥିଲା। ମୁଖ୍ୟତଃ ରୁନ୍ଧା ନୀତିରେ ମାତ୍ରାଧିକ ସମୟ ଅତିବାହିତ ହୋଇଯାଇଥିଲା। ଏହାପରେ ଭୋର ୪ଟାରେ ଶ୍ରୀମୁଖ ଖଣ୍ଡୁଆ, ୪ଟା ୫ରେ ଚକା ପୋଛା, ୪ଟା ୧୦ରେ ସିଂହାସନ ଧୁଆ କରାଯିବା ପରେ ୪ଟା ୩୫ରେ ମହାସ୍ନାନ ସରିଥିଲା। ଏହାପରେ ବେଶ ପାଇଁ ପ୍ରସ୍ତୁତି କରାଯାଇ ପାଖାପାଖି ୫ଟା ୨୦ରେ ବେଶ ଶେଷ ହୋଇଥିଲା। ଫଳରେ ପହୁଡ଼ ପାଇଁ ସମୟ ମିଳି ନ ଥିଲା। ଏ ନେଇ ବିଳମ୍ବ ପାଇଁ କାହାକୁ ଦାୟୀ କରିହେବ ନାହିଁ। ଏହା ଗୋଷ୍ଠୀ ସେବା ହୋଇଥିବାରୁ ସମସ୍ତ ଦଇତାପତି ନିର୍ଦ୍ଧାରିତ ସମୟରେ ନୀତି ସାରିବାକୁ ପ୍ରୟାସ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନ ଥିଲା। ଉଲ୍ଲେଖଯୋଗ୍ୟ, ଧାର୍ଯ୍ୟ ସମୟ ମଧ୍ୟରେ ନୀତିକାନ୍ତି ସାରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ଦଇତାପତିଙ୍କ ପକ୍ଷରୁ ମିଳିତ ଭାବେ ଉଦ୍ୟମ କରାଯାଇଥିଲା। ରଥାରୂଢ଼ ଶ୍ରୀଜୀଉଙ୍କୁ ନିର୍ଦ୍ଧାରିତ ସମୟ ପୂର୍ବରୁ ରଥ ଉପରୁ ପହଣ୍ଡି କରି ଆଡ଼ପମଣ୍ଡପକୁ ନିଆଯାଇଥିଲା। ଏହାସତ୍ତ୍ୱେ ଧାର୍ଯ୍ୟ ସମୟ ମଧ୍ୟରେ ନୀତି ସମ୍ପୂର୍ଣ୍ଣ ହୋଇପାରି ନ ଥିଲା।
ତେବେ ବୁଧବାର ଚତୁର୍ଥୀ ତିଥିରେ ମହାପ୍ରଭୁଙ୍କ ନୀତିକାନ୍ତି ସଅଳ ହୋଇଥିଲା। ସାଢ଼େ ୧୨ରୁ ୧ଟା ମଧ୍ୟରେ ଆଡ଼ପ ଅବଢ଼ା ବାହାରିଥିଲା। ଫଳରେ ଶ୍ରଦ୍ଧାଳୁମାନେ ମହାପ୍ରସାଦ ସେବନର ସୁଯୋଗ ପାଇଥିଲେ। ପରବର୍ତ୍ତୀ ନୀତିକାନ୍ତି ଶୃଙ୍ଖଳିତ ଭାବେ ନିର୍ଦ୍ଧାରିତ ସମୟରେ ଶେଷ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri