ସାକ୍ଷୀଗୋପାଳ ମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ, ନଟବର ବେଶରେ ଦର୍ଶନ ଦେଲେ ପ୍ରଭୁ ଗୋପାଳ

ସାକ୍ଷୀଗୋପାଳ,୧୪ା୧୦(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସାକ୍ଷୀ ଦେବା ପାଇଁ ବୃନ୍ଦାବନରୁ ବ୍ରାହ୍ମଣ ସହିତ ଚାଲିଚାଲି ଆସିଥିବା ଗୋପାଳ ଠାକୁର ସାକ୍ଷୀଗୋପାଳ ନାମରେ ପରିଚିତ ହୋଇଛନ୍ତି। ଏଠାରେ ବର୍ଷର ବିଭିନ୍ନ ସମୟରେ ନାନା ପର୍ବପର୍ବାଣି ପାଳନ କରାଯାଉଥିବା ବେଳେ କାର୍ତ୍ତିକ ମାସରେ ଏହି ପୀଠର ସ୍ବତନ୍ତ୍ରତା ବାରି ହୋଇପଡ଼େ। ପୂଣ୍ୟମାସ ମହାକାର୍ତ୍ତିକରେ ରାଇ ଦାମୋଦର ପୂଜା କରୁଥିବା ଶ୍ରଦ୍ଧାଳୁମାନେ ସାକ୍ଷୀଗୋପାଳଙ୍କ ଦର୍ଶନ ପାଇଁ ଏଠାରେ ଭିଡ଼ ଲଗାନ୍ତି। ଆଶ୍ୱୀନ ଶୁକ୍ଳ ଏକାଦଶୀ ତିଥି ସୋମବାରଠାରୁ ସାକ୍ଷୀଗୋପାଳ ମନ୍ଦିରରେ ମହାକାର୍ତ୍ତିକ ନୀତି ଆରମ୍ଭ ହୋଇଛି। ପ୍ରତୁଷ୍ୟରୁ ମନ୍ଦିର ଦ୍ବାର ଫିଟା, ମଙ୍ଗଳ ଆଳତି, ବେଶ ମଇଲମ, ମର୍ଦ୍ଦନ, ଅକାଶ ପରେ ଆକର୍ଷଣୀୟ ନଟବର ବେଶରେ ଠାକୁର ସଜ୍ଜିତ ହୋଇଛନ୍ତି। ଏହି ବେଶରେ ଠାକୁର ପାଟ ପିତାମ୍ବରୀ, ପାଟଡୋରି, ପାଉଁଜିମାଳ, ଙ୍ଗେପାଟିଆ, ବାଙ୍କି, ନୂପୁର, ତାବିଜ, ଚାପସରୀ, ହରଡ଼ଫାଳ ମାଳ, ମକର କୁଣ୍ଡଳ, ନୁଡୂକ, ହୀରା ମୁଦ୍ରିକା, ମୟୂର ଚନ୍ଦ୍ରିକା ଖଚିତ ସୁବର୍ଣ୍ଣ କୀରିଟି, ସୁବର୍ଣ୍ଣ ବଂଶୀ ସହିତ ପ୍ରଭାଘୋଡ଼ରେ ଡାଳିଲତା ଓ ଗଳାରେ ଅଧରମାଳ, ମଥାରେ ପାଟିଚନ୍ଦନ ଚିତା ଧାରଣ କରି ଛନ୍ଦାଚରଣ ନୃତ୍ୟରତ ଭଙ୍ଗୀରେ ଶୋଭା ପାଇଥିଲେ। ଠାକୁରଙ୍କ ବାମପାଶର୍‌ବରେ ରାଧାରାଣୀ, ହାତରେ ଆଲଟ ଧାରଣ କରି ସେବା କରିବା ନିମିତ୍ତ ଦଣ୍ଡାୟମାନ ରହିଥିବା ଦୃଶ୍ୟ ଶ୍ରଦ୍ଧାଳୁମାନଙ୍କୁ ଆକର୍ଷିତ କରିଥିଲା। ଏହି ବେଶ ପ୍ରତ୍ୟହ ସକାଳ ୯ଟାରୁ ବାଳଧୂପ ଶେଷ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ଦର୍ଶନ ସୁଯୋଗ ମିଳିଥାଏ। ପହିଲି କାର୍ତ୍ତିକରୁ ବାଳଧୂପ ସମୟରେ ସନ୍ତରାଶ ଲୀଳା ସଙ୍ଗୀତ ପରିବେଷଣ ସାଙ୍ଗକୁ ଆଳତି ଦର୍ଶନ, କାର୍ତ୍ତିକ ପୁରାଣପାଠ ଓ ସାରେ ତୁଳସୀ ଚଉରା ପାଖରେ ଆକାଶ ଦୀପଦାନ କାର୍ତ୍ତିକ ମାସ ତମାମ ଶ୍ରଦ୍ଧାଳୁମାନଙ୍କ ସହ କାର୍ତ୍ତିକ ବ୍ରତ କରିଥିବା ହବିଷ୍ୟାଳୀମାନଙ୍କର ବେଶ୍‌ ଭଡ଼ ଲାଗିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri