ଦମ୍ପତିଙ୍କୁ ବନ୍ଧୁକ ଦେଖାଇ ଲୁଟିନେଲେ ଦୁର୍ବୃତ୍ତ, ସ୍ବାମୀ ଗୁରୁତର

ଚିତ୍ରଡ଼ା,୭ା୧: ମୟୂରଭଞ୍ଜ ଜିଲା ବାରିପଦା-ଚିତ୍ରଡ଼ା ରାସ୍ତାର ଗୁଞ୍ଜୁସାହି ଛକ ନିକଟରେ ଗୁରୁବାର ୪ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଦମ୍ପତିଙ୍କଠାରୁ ସୁନା ଗହଣା ଲୁଟି ନେଇଛନ୍ତି। ଦୁର୍ବୃତ୍ତଙ୍କ ଆକ୍ରମଣରେ ସ୍ବାମୀ ଦୀନକୃଷ୍ଣ ମାହାନା ଗୁରୁତର ହୋଇଛନ୍ତି।
ସୂଚନା ଅନୁଯାୟୀ, ବାରିପଦା ନିକଟ ଭାରବାଡ଼ି ଅଞ୍ଚଳର ଦୀନକୃଷ୍ଣ ଏକ ବାଇକ୍‌ରେ ସ୍ତ୍ରୀ ଓ ପିଲାଙ୍କ ସହ ବାଲେଶ୍ୱର ଜିଲା ବାଲିଆପାଳ ଅଭିମୁଖେ ଯାଉଥିଲେ। ଗୁଞ୍ଜୁସାହି ନିକଟରେ ଦୁଇଟି ବାଇକ୍‌ରେ ୪ଜଣ ଦୁର୍ବୃତ୍ତ ଆସି ସେମାନଙ୍କୁ ଅଟକାଇ ବନ୍ଧୁକ ଦେଖାଇ ଲୁଟପାଟ ଉଦ୍ୟମ କରିଥିଲେ। ଦୀନକୃଷ୍ଣ ଏହାର ପ୍ରତିବାଦ କରିବାରୁ ଦୁର୍ବୃତ୍ତମାନେ ବନ୍ଧୁକରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ସେ ଗୁରୁତର ହୋଇ ପଡ଼ିବାରୁ ଦୁର୍ବୃତ୍ତମାନେ ତାଙ୍କ ସ୍ତ୍ରୀ ପିନ୍ଧିଥିବା ସୁନା ଗହଣା ନେଇ ଚମ୍ପଟ ମାରିଥିଲେ। ଦୁର୍ବୃତ୍ତମାନେ ଉଭୟ ହିନ୍ଦୀ ଏବଂ ବଙ୍ଗଳା ଭାଷାରେ କଥାବାର୍ତ୍ତା ହେଉଥିଲେ। ସେମାନେ ବ୍ୟବହାର କରିଥିବା ବାଇକ୍‌ ଦୁଇଟିରେ ପଶ୍ଚିମବଙ୍ଗ ରାଜ୍ୟର ନମ୍ବର ପ୍ଲେଟ ଲାଗିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଖବରପାଇ ବାରିପଦା ସଦର ଥାନା ପୋଲିସ ପହଞ୍ଚି ଦୀନକୃଷ୍ଣଙ୍କୁ ଚିକିତ୍ସା ପାଇଁ ପିଆର୍‌ଏମ୍‌ ମେଡ଼ିକାଲକୁ ପଠାଇବା ସହ ତଦନ୍ତ ଜାରି ରଖିଛି। ଉଲ୍ଲେଖଯୋଗ୍ୟ ଯେ, ପୋଲିସକୁ ଚାଲେଞ୍ଜ ଦେଇ ଏହି ରାସ୍ତାରେ ଦୁର୍ବୃତ୍ତମାନେ ବାରମ୍ବାର ଲୁଟପାଟ ଚଳାଇଥିଲେ ମଧ୍ୟ ପୋଲିସ ସେମାନଙ୍କୁ ଧରିବାରେ ସକ୍ଷମ ହୋଇ ପାରୁନାହିଁ। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ରାଉତଙ୍କ ପରଲୋକ

ଧାମନଗର,୨୪।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ବାହାରବିଲ ଗ୍ରାମର ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ରାଉତଙ୍କର ୭୮ ବର୍ଷ ବୟସରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ...

ହୋଟେଲରେ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ ଘଟଣାରେ ଭିନ୍ନମୋଡ଼:ଅଭିଯୋଗ ଆଣିଥିବା ବାଂଲାଦେଶୀ ଯୁବତୀ ଗିରଫ

କଟକ ରୋଡ,୨୫ା୧୨(ଡି.ଏନ୍‌.ଏ.):ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ କଟକ ରୋଡର ଏକ ହୋଟେଲରେ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ ଏବଂ ମାଡ଼ ଘଟଣାରେ ଭିନ୍ନ ମୋଡ଼ ନେଇଛି। ଥାନାରେ ଅଭିଯୋଗ...

ରାଜ୍ୟରେ ଆରମ୍ଭ ହେବ ସ୍ବଚ୍ଛ ସର୍ବେକ୍ଷଣ ଲିଗ୍‌

ଭୁବନେଶ୍ୱର,୬ା୧(ବ୍ୟୁରୋ): ଓଡ଼ିଶାର ସହରାଞ୍ଚଳଗୁଡିକ କେତେ ସଫାସୁତୁରା ରହିଛି ତାହା ଜାଣିବା ଲାଗି ପ୍ରଥମଥର ସାରା ରାଜ୍ୟରେ ସ୍ବଚ୍ଛ ସର୍ବେକ୍ଷଣ (ଏସ୍‌ଏସ୍‌) ଲିଗ୍‌ ୨୦୨୦ ଆରମ୍ଭ ହେବ।...

ସାହସିକତା ପାଇଁ ସମ୍ବର୍ଦ୍ଧିତ ହେଲେ ଦୁଇ ଗ୍ରାମବାସୀ

ବାଲିଆପାଳ,୨୧।୧୧(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଡଗରା ପଞ୍ଚାୟତ ଅଧୀନ ଡଗରା ବେଳାଭୂମି ଡାକବଙ୍ଗଳାଠାରେ ବୁଧବାର ଆୟୋଜିତ ସଭାରେ ଅଜୟ କରଣ ଏବଂ ବିଜୟ ରାଉତଙ୍କୁ...

କୃଷକଙ୍କ ବିକାଶ ପାଇଁ କାର୍ଯ୍ୟ କରିବାକୁ ଶପଥ

ଜି.ଉଦୟଗିରି,୧୫ା୭(ଡି.ଏନ୍‌.ଏ.): ଜି.ଉଦୟଗିରି ଲାମ୍ପ ସମବାୟ ସମିତିର ନବନିର୍ବାଚିତ ସଭାପତି, ଉପସଭାନେତ୍ରୀ, ସଦସ୍ୟା ସଦସ୍ୟମାନଙ୍କୁ କାର୍ଯ୍ୟାଳୟ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଲାମ୍ପ ପରିଚାଳନା ନିର୍ଦ୍ଦେଶକ ଶିଶିର...

ମହିଳା ହକି ଟିମ୍‌ ସହ ଭିଡିଓ କଲ୍‌ରେ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୬ା୮(ବ୍ୟୁରୋ): ମହିଳା ହକି ଟିମ୍‌ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କଲ୍‌ରେ କଥା ହେବା ସହ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଗ୍ରେଟ୍‌ ବ୍ରିଟେନ...

ଶୀତ ମହୋତ୍ସବ ପାଇଁ ଉତ୍ସବମୁଖର ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି, ୭ା୧(ଡି.ଏନ୍‌.ଏ)- ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିଠାରେ ଶନିବାର ସାରୁ ଶୁଭାରମ୍ଭ ହେବ ୫ ଦିନିଆ ଶୀତ ମହୋତ୍ସବ। ଏଥିପାଇଁ ଦାରିଙ୍ଗବାଡ଼ି ଚଳଚଞ୍ଚଳ ହୋଇଉଠିଛି। ଏହି...

କାର୍‌ ଓଲଟି ୨ ମୃତ: ଡ୍ରାଇଭର ଫେରାର

କାମାକ୍ଷାନଗର,୬।୧୨(ଡି.ଏନ.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ପଣ୍ଡୁଆ ଫାଣ୍ଡି ଖଟୁଆ ହତାଠାରେ ରବିବାର ଅପରାହ୍ନରେ ଏକ କାର ଓଲଟି ପଡିଛି। ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି।...

Advertisement
Archives

Model This Week