ଭିକୁଙ୍କ ସ୍ତ୍ରୀଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ସର୍କୁଲାର

ଭୁବନେଶ୍ୱର,୨୦ା୮(ବ୍ୟୁରୋ) : ଗଞ୍ଜାମ ଜିଲା ଭଞ୍ଜନଗରରେ ଅଫିସ ଖୋଲି ଚାକିରି ଦେବା ଆଳରେ ବହୁ ଆଶାୟୀଙ୍କଠାରୁ ୧.୯୧ କୋଟି ଟଙ୍କା ଠକେଇ ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଇଓଡବ୍ଲ୍ୟୁ ଖୋଳତାଡ଼ ଜାରି ରଖିଛି। ଏଥିରେ ସମ୍ପୃକ୍ତ ଥିବା ଏମ୍‌/ଏସ୍‌ କିନ୍ନି ଇନ୍‌ଫୋଟେକ୍‌ ପ୍ରାଇଭେଟ୍‌ ଲିଃର ୨ ନିର୍ଦ୍ଦେଶକ ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳର ଭିକୁ ବିଶୋଇ ଓ ଚେନ୍ନାଇର ମଣିକନ୍ଦନ ଫେରାର ଥିବାରୁ ଉଭୟଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ ବ୍ୟୁରୋ ଅଫ୍‌ ଇମିଗ୍ରେଶନ (ବିଓଆଇ) ପକ୍ଷରୁ ଦେଢ଼ମାସ ତଳେ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି ହୋଇଛି। ତେବେ ତଦନ୍ତବେଳେ ଏହି ମାମଲାରେ ଆଉଜଣେ ଅଭିଯୁକ୍ତ ସମ୍ପୃକ୍ତ ଥିବା ଜଣାପଡ଼ିଛି। ସେ ହେଉଛନ୍ତି ମାଷ୍ଟରମାଇଣ୍ଡ୍‌ ଭିକୁଙ୍କ ସ୍ତ୍ରୀ ନିଶା କଶ୍ୟପ୍‌। ନିଶା କିନ୍ନି ଇନ୍‌ଫୋଟେକ୍‌ ପ୍ରାଇଭେଟ୍‌ ଲିଃ ସମେତ ୧୦ଟି କମ୍ପାନୀର ସୋଲ୍‌ କିମ୍ବା କୋ-ଡିରେକ୍ଟର୍‌ ଅଛନ୍ତି। କିଛିଦିନ ପୂର୍ବରୁ ନିଶାଙ୍କୁ ଧରିବାକୁ ଇଓଡବ୍ଲ୍ୟୁ ନୂଆଦିଲ୍ଲୀସ୍ଥିତ ବାସଭବନରେ ଚଢ଼ାଉ କରିଥିଲା। ହେଲେ ଏହା ପୂର୍ବରୁ ସେ ଫେରାର ହୋଇଯାଇଥିଲେ। ଏବେ ନିଶାଙ୍କୁ ଧରିବାକୁ ଇଓଡବ୍ଲ୍ୟୁର ଅନୁରୋଧକ୍ରମେ ବିଓଆଇ ତାଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି କରିଛି। ଏଥିସହ ଦେଶର ସମସ୍ତ ଏୟାରପୋର୍ଟ ଓ ସି ବିଚ୍‌ ସମେତ ଅନ୍ୟାନ୍ୟ ଚେକ୍‌ ପୋଷ୍ଟରେ ଆଲର୍ଟ କରି ଦିଆଯାଇଛି। ପୂର୍ବରୁ ଜାରି ହୋଇଥିବା ମୋବାଇଲ ନମ୍ବର ୯୪୩୯୨୧୬୪୫୧ ଦ୍ୱାରା ଉପରୋକ୍ତ ୩ ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ଦେଲେ ସୂଚନାଦାତାଙ୍କୁ ପୁରସ୍କାର ଦିଆଯିବ। ସେମାନଙ୍କ ନାମ ଓ ଠିକଣା ଗୋପନ ରଖାଯିବ ବୋଲି ଇଓଡବ୍ଲ୍ୟୁ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ଅଭିଯୁକ୍ତ ନିଶାଙ୍କ ସ୍ବାମୀ ତଥା ଭିକୁ ଏବଂ ମଣିକନ୍ଦନ ମାଲେସିୟା ପଳାଇଥିବା ସନ୍ଦେହ କରାଯାଉଛି। ପଞ୍ଜାବ ପୋଲିସ ପାଇଁ ଉଭୟ ୱାଣ୍ଟେଡ୍‌ ଥିବା ଇଓଡବ୍ଲ୍ୟୁ ପକ୍ଷରୁ କୁହାଯାଇଛି।
ଇଓଡବ୍ଲ୍ୟୁ ସୂଚନା ଅନୁଯାୟୀ, ୨୦୨୧ରେ ଭଞ୍ଜନଗରରେ ଭିକୁ ଓ ମଣିକନ୍ଦନ କିନ୍ନି ଇନ୍‌ଫୋଟେକ୍‌ ପ୍ରାଇଭେଟ୍‌ ଲିଃ ନାମରେ ଏକ ଅଫିସ ଖୋଲିଥିଲେ। ଉଭୟ ଉକ୍ତ କମ୍ପାନୀର ନିର୍ଦ୍ଦେଶକ ବୋଲି ପରିଚୟ ଦେବା ସହ କେତେଜଣ ଏଜେଣ୍ଟଙ୍କୁ ନିଯୁକ୍ତି ଦେଇଥିଲେ। ଏଜେଣ୍ଟଙ୍କ ଜରିଆରେ ଅଭିଯୁକ୍ତଦ୍ୱୟ ଚାକିରି ଓ ଘରେ ବସି ରୋଜଗାରର ପ୍ରତିଶ୍ରୁତି ଦେଇ ୧୬୧ଜଣ ଆଶାୟୀଙ୍କଠାରୁ ୧ କୋଟି ୯୧ ଲକ୍ଷ ଟଙ୍କା ସଂଗ୍ରହ କରିଥିଲେ। ଏହାପରେ ଅଫିସ୍‌ ବନ୍ଦ କରି ଉଭୟ ଫେରାର ହୋଇଯାଇଥିଲେ। ଅଭିଯୋଗ ପରେ ଭଞ୍ଜନଗର ଥାନା ପୋଲିସ ଗତ ଜାନୁୟାରୀ ୧୫ରେ ମାମଲା (ନଂ.୪୦/୨୨) ରୁଜୁ କରି କମ୍ପାନୀର ୪ ଏଜେଣ୍ଟଙ୍କୁ ଗିରଫ କରିଥିଲା। ତେବେ ଏକାଧିକ ଠକେଇ ଅଭିଯୋଗ ଆସିବା ପରେ ଇଓଡବ୍ଲ୍ୟୁ ଏପ୍ରିଲ୍‌ ୨୭ରେ ମାମଲା (ନଂ.୧୧/୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତବେଳେ ଜଣାପଡ଼ିଛି, ଏମ୍‌/ଏସ୍‌ କିନ୍ନି ଇନ୍‌ଫୋଟେକ୍‌ ପ୍ରାଇଭେଟ୍‌ ଲିଃରେ ଜମା ହୋଇଥିବା ଟଙ୍କାରୁ ଏମ୍‌/ଏସ୍‌ ସିମ୍ବୁକ୍‌ସ ଭର୍ଚୁଆଲ୍‌ ଟେକ୍‌ ସଲ୍ୟୁଶନ ପ୍ରାଇଭେଟ୍‌ ଲିଃକୁ ୩୮ ଲକ୍ଷ ୭୮ ହଜାର ୫୦୦ ଟଙ୍କା ଯାଇଛି। ଟଙ୍କା ଯାଇଥିବା ଏହି କମ୍ପାନୀର ଏକମାତ୍ର ନିର୍ଦ୍ଦେଶକ ହେଉଛନ୍ତି ଭିକୁଙ୍କ ସ୍ତ୍ରୀ ନିଶା। ତେଣୁ ନିଶା ଗିରଫ ହେଲେ ଠକେଇ ମାମଲାରେ ଅନେକ ତଥ୍ୟ ମିଳିବ ବୋଲି ଇଓଡବ୍ଲ୍ୟୁ ଆଶା ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri