ଭିକୁଙ୍କ ସ୍ତ୍ରୀଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ସର୍କୁଲାର

ଭୁବନେଶ୍ୱର,୨୦ା୮(ବ୍ୟୁରୋ) : ଗଞ୍ଜାମ ଜିଲା ଭଞ୍ଜନଗରରେ ଅଫିସ ଖୋଲି ଚାକିରି ଦେବା ଆଳରେ ବହୁ ଆଶାୟୀଙ୍କଠାରୁ ୧.୯୧ କୋଟି ଟଙ୍କା ଠକେଇ ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଇଓଡବ୍ଲ୍ୟୁ ଖୋଳତାଡ଼ ଜାରି ରଖିଛି। ଏଥିରେ ସମ୍ପୃକ୍ତ ଥିବା ଏମ୍‌/ଏସ୍‌ କିନ୍ନି ଇନ୍‌ଫୋଟେକ୍‌ ପ୍ରାଇଭେଟ୍‌ ଲିଃର ୨ ନିର୍ଦ୍ଦେଶକ ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳର ଭିକୁ ବିଶୋଇ ଓ ଚେନ୍ନାଇର ମଣିକନ୍ଦନ ଫେରାର ଥିବାରୁ ଉଭୟଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ ବ୍ୟୁରୋ ଅଫ୍‌ ଇମିଗ୍ରେଶନ (ବିଓଆଇ) ପକ୍ଷରୁ ଦେଢ଼ମାସ ତଳେ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି ହୋଇଛି। ତେବେ ତଦନ୍ତବେଳେ ଏହି ମାମଲାରେ ଆଉଜଣେ ଅଭିଯୁକ୍ତ ସମ୍ପୃକ୍ତ ଥିବା ଜଣାପଡ଼ିଛି। ସେ ହେଉଛନ୍ତି ମାଷ୍ଟରମାଇଣ୍ଡ୍‌ ଭିକୁଙ୍କ ସ୍ତ୍ରୀ ନିଶା କଶ୍ୟପ୍‌। ନିଶା କିନ୍ନି ଇନ୍‌ଫୋଟେକ୍‌ ପ୍ରାଇଭେଟ୍‌ ଲିଃ ସମେତ ୧୦ଟି କମ୍ପାନୀର ସୋଲ୍‌ କିମ୍ବା କୋ-ଡିରେକ୍ଟର୍‌ ଅଛନ୍ତି। କିଛିଦିନ ପୂର୍ବରୁ ନିଶାଙ୍କୁ ଧରିବାକୁ ଇଓଡବ୍ଲ୍ୟୁ ନୂଆଦିଲ୍ଲୀସ୍ଥିତ ବାସଭବନରେ ଚଢ଼ାଉ କରିଥିଲା। ହେଲେ ଏହା ପୂର୍ବରୁ ସେ ଫେରାର ହୋଇଯାଇଥିଲେ। ଏବେ ନିଶାଙ୍କୁ ଧରିବାକୁ ଇଓଡବ୍ଲ୍ୟୁର ଅନୁରୋଧକ୍ରମେ ବିଓଆଇ ତାଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି କରିଛି। ଏଥିସହ ଦେଶର ସମସ୍ତ ଏୟାରପୋର୍ଟ ଓ ସି ବିଚ୍‌ ସମେତ ଅନ୍ୟାନ୍ୟ ଚେକ୍‌ ପୋଷ୍ଟରେ ଆଲର୍ଟ କରି ଦିଆଯାଇଛି। ପୂର୍ବରୁ ଜାରି ହୋଇଥିବା ମୋବାଇଲ ନମ୍ବର ୯୪୩୯୨୧୬୪୫୧ ଦ୍ୱାରା ଉପରୋକ୍ତ ୩ ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ଦେଲେ ସୂଚନାଦାତାଙ୍କୁ ପୁରସ୍କାର ଦିଆଯିବ। ସେମାନଙ୍କ ନାମ ଓ ଠିକଣା ଗୋପନ ରଖାଯିବ ବୋଲି ଇଓଡବ୍ଲ୍ୟୁ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ଅଭିଯୁକ୍ତ ନିଶାଙ୍କ ସ୍ବାମୀ ତଥା ଭିକୁ ଏବଂ ମଣିକନ୍ଦନ ମାଲେସିୟା ପଳାଇଥିବା ସନ୍ଦେହ କରାଯାଉଛି। ପଞ୍ଜାବ ପୋଲିସ ପାଇଁ ଉଭୟ ୱାଣ୍ଟେଡ୍‌ ଥିବା ଇଓଡବ୍ଲ୍ୟୁ ପକ୍ଷରୁ କୁହାଯାଇଛି।
ଇଓଡବ୍ଲ୍ୟୁ ସୂଚନା ଅନୁଯାୟୀ, ୨୦୨୧ରେ ଭଞ୍ଜନଗରରେ ଭିକୁ ଓ ମଣିକନ୍ଦନ କିନ୍ନି ଇନ୍‌ଫୋଟେକ୍‌ ପ୍ରାଇଭେଟ୍‌ ଲିଃ ନାମରେ ଏକ ଅଫିସ ଖୋଲିଥିଲେ। ଉଭୟ ଉକ୍ତ କମ୍ପାନୀର ନିର୍ଦ୍ଦେଶକ ବୋଲି ପରିଚୟ ଦେବା ସହ କେତେଜଣ ଏଜେଣ୍ଟଙ୍କୁ ନିଯୁକ୍ତି ଦେଇଥିଲେ। ଏଜେଣ୍ଟଙ୍କ ଜରିଆରେ ଅଭିଯୁକ୍ତଦ୍ୱୟ ଚାକିରି ଓ ଘରେ ବସି ରୋଜଗାରର ପ୍ରତିଶ୍ରୁତି ଦେଇ ୧୬୧ଜଣ ଆଶାୟୀଙ୍କଠାରୁ ୧ କୋଟି ୯୧ ଲକ୍ଷ ଟଙ୍କା ସଂଗ୍ରହ କରିଥିଲେ। ଏହାପରେ ଅଫିସ୍‌ ବନ୍ଦ କରି ଉଭୟ ଫେରାର ହୋଇଯାଇଥିଲେ। ଅଭିଯୋଗ ପରେ ଭଞ୍ଜନଗର ଥାନା ପୋଲିସ ଗତ ଜାନୁୟାରୀ ୧୫ରେ ମାମଲା (ନଂ.୪୦/୨୨) ରୁଜୁ କରି କମ୍ପାନୀର ୪ ଏଜେଣ୍ଟଙ୍କୁ ଗିରଫ କରିଥିଲା। ତେବେ ଏକାଧିକ ଠକେଇ ଅଭିଯୋଗ ଆସିବା ପରେ ଇଓଡବ୍ଲ୍ୟୁ ଏପ୍ରିଲ୍‌ ୨୭ରେ ମାମଲା (ନଂ.୧୧/୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତବେଳେ ଜଣାପଡ଼ିଛି, ଏମ୍‌/ଏସ୍‌ କିନ୍ନି ଇନ୍‌ଫୋଟେକ୍‌ ପ୍ରାଇଭେଟ୍‌ ଲିଃରେ ଜମା ହୋଇଥିବା ଟଙ୍କାରୁ ଏମ୍‌/ଏସ୍‌ ସିମ୍ବୁକ୍‌ସ ଭର୍ଚୁଆଲ୍‌ ଟେକ୍‌ ସଲ୍ୟୁଶନ ପ୍ରାଇଭେଟ୍‌ ଲିଃକୁ ୩୮ ଲକ୍ଷ ୭୮ ହଜାର ୫୦୦ ଟଙ୍କା ଯାଇଛି। ଟଙ୍କା ଯାଇଥିବା ଏହି କମ୍ପାନୀର ଏକମାତ୍ର ନିର୍ଦ୍ଦେଶକ ହେଉଛନ୍ତି ଭିକୁଙ୍କ ସ୍ତ୍ରୀ ନିଶା। ତେଣୁ ନିଶା ଗିରଫ ହେଲେ ଠକେଇ ମାମଲାରେ ଅନେକ ତଥ୍ୟ ମିଳିବ ବୋଲି ଇଓଡବ୍ଲ୍ୟୁ ଆଶା ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ଗ୍ରାମସଭା: ଗୁପ୍ତାଙ୍ଗ ଦେଖାଇଲେ ଯୁବକ, ଆଉ ତା’ ପରେ ଘଟିଲା…

ନିରାକାରପୁର,୨ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଇଲାକାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ସଭା ଚାଲିଥିବା ବେଳେ ଗ୍ରାମର ଜଣେ ଯୁବକ…

ଆଜିଠୁ କଟିବ ଚାଲାଣ: ହୋଇଯାନ୍ତୁ ସାବଧାନ

କଟକ,୨।୪(କାର୍ତ୍ତିକ ସାହୁ):ମୋଟର ଯାନ ଆଇନ ଅନୁଯାୟୀ ଯାନର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନ ଥିଲେ ଏପ୍ରିଲ ୨ରୁ ଚାଲାଣ କଟିବ। ଏ ବାବଦରେ ମୋଟରଯାନ ବ୍ୟବହାରକାରୀମାନେ…

ଶେଷରେ ଏମିତି କହିଦେଲେ ନିଶିକାନ୍ତ ଦୁବେ: ଯଦି ବାଧିଥାଏ…

ଭୁବନେଶ୍ୱର, ୨।୪(ସୁନିତ୍‌ ମିଶ୍ର):ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବାବଦରେ ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ବିବାଦୀୟ ବୟାନକୁ ନେଇ ରାଜନୀତି ଥମିବାର ନାଁ ଧରୁନାହିଁ। ସବୁଆଡୁ…

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri