Posted inଜାତୀୟ

ବଜେଟ ଅଧିବେଶନକୁ ଅପେକ୍ଷା, ଝିଅଙ୍କ ବିବାହ ବୟସ ୧୮ରୁ ୨୧କୁ ବୃଦ୍ଧି ବିଲ୍‌ ଉପରେ ନିଷ୍ପତ୍ତି…

ନୂଆଦିଲ୍ଲୀ, ୨୨।୧୨: ସଂସଦର ଶୀତକାଳୀନ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ଲାଗି ବୁଧବାର ସ୍ଥଗିତ ରଖାଯାଇଛି। ତେଣୁ ଝିଅଙ୍କ ବିବାହ ବୟସ ୧୮ରୁ ୨୧କୁ ବୃଦ୍ଧି ବିଲ୍‌ ନେଇ ଆଗାମୀ ବଜେଟ ଅଧିବେଶନରେ ନିଷ୍ପତ୍ତି ଗ୍ରହଣ କରାଯିବ। ଲୋକ ସଭାରେ ଏହି ବିଲ୍‌ ଉପସ୍ଥାପିତ ହେବା ପରେ ଏହାକୁ ସଂସଦୀୟ କମିଟିକୁ ପଠାଯାଇଛି। ଲୋକସଭାରେ ବାଲ୍ୟ ବିବାହ ନିଷେଧ ସଂଶୋଧନ ବିଲ ଆଗତ କରିବା ପରେ ସରକାର ଏହାକୁ ସଂସଦର ସ୍ଥାୟୀ କମିଟି ନିକଟକୁ ପଠାଇବାକୁ ପରାମର୍ଶ ଦେଇଛନ୍ତି। ଏହି ବିଲ ଆଗତ ସମୟରେ ଗୃହରେ ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା।

ବିରୋଧୀ ଦଳଙ୍କ ପକ୍ଷରୁ ଏହି ବିଲକୁ ଅସାମ୍ବିଧାନିକ ବୋଲି କହିଛନ୍ତି ଏବଂ ଏହା ବିଭିନ୍ନ ଧର୍ମର ପରମ୍ପରାରେ ହସ୍ତକ୍ଷେପ ବୋଲି କୁହାଯାଇଛି। ଏହି ବିଲ ଆଗତ କରିବା ପୂର୍ବରୁ ହିତାଧିକାରୀଙ୍କ ସହ ପରାମର୍ଶ ନ କରିଥିବାରୁ ବିରୋଧୀ ମଧ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି।

ଅଧୀର ରଞ୍ଜନ ଚୌଧୁରୀ, ସୌଗତ ରାୟ, ଆସାଦୁଦ୍ଦିନ ଓୱାଇସି, ଏନ.କେ ପ୍ରେମଚନ୍ଦ୍ରନ, ଇ ଅହମ୍ମଦ ବଶୀର, ସୁପ୍ରିୟା ସୁଲେ, କାନି ମୋଜି ଏହାକୁ ଆଲୋଚନା ପାଇଁ ସଂସଦୀୟ କମିଟି ନିକଟକୁ ପଠାଇବାକୁ ଦାବି କରିଥିଲେ। ଏହି ବିଲ୍‌ ନେଇ ଏବେ ଆଗାମୀ ବଜେଟ ଅଧିବେଶନରେ ନିଷ୍ପତ୍ତି ଗ୍ରହଣ କରାଯିବ।

ଶୀତ ଅଧିବେଶନରେ ସରକାର ଅଧ୍ୟାଦେଶ ସହ ଜଡିତ ସମସ୍ତ ବିଲ ପାରିତ କରିଛନ୍ତି। ପ୍ରଥମ ଦିନରେ କୃଷି ଆଇନ ପ୍ରତ୍ୟାହାର ପାଇଁ ବିଲ ଉପରେ ମୋହର ଲାଗିଛି। ଭୋଟର ପରିଚୟ ପତ୍ର ସହିତ ଆଧାର, ଏନଡିପିଏସ ବିଲ, ବିବାରପତିଙ୍କ ଦରମା-ଭତ୍ତା ଏବଂ ସେବା ସର୍ତ୍ତ ବିଲ୍‌, ସିବିଆଇ-ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ ମୁଖ୍ୟଙ୍କ କାର୍ଯ୍ୟକାଳକୁ ପାଞ୍ଚ ବର୍ଷ ବୃଦ୍ଧି, ପ୍ରଜନନ ଫର୍ଟିଲିଟି ଟ୍ରିଟମେଣ୍ଟ ଇଣ୍ଡଷ୍ଟ୍ରି ରେଗୁଲେସନ ବିଲ ଆଦି ସଂସଦର ଅନୁମୋଦନ ଲାଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri