ଷ୍ଟାଇଲିଶ୍‌ ସହ ନିଆରା ଲୁକ୍‌

ଲୁକ୍‌କୁ ଗ୍ଲାମର୍ସ ଟଚ୍‌ ଦେବାରେ ସ୍କାର୍ଫର ରହିଥାଏ ବିଶେଷ ଭୂମିକା। ପ୍ଲେନ୍‌ ଡ୍ରେସ୍‌ରେ ଲୁକ୍‌ ଫିକାଫିକା ଲାଗିଲେ ସ୍କାର୍ଫ ବ୍ୟବହାର କରି ଏହାକୁ ଆକର୍ଷଣୀୟ କରିହୁଏ। ସେଥିପାଇଁ ଯୁବପିଢ଼ିଙ୍କ ମଧ୍ୟରେ ସ୍କାର୍ଫ ପ୍ରତି ଥାଏ ଦୁର୍ବଳତା, ଯାହାକୁ ଲକ୍ଷ୍ୟ କରି ବଜାରରେ ସୁନ୍ଦର ସୁନ୍ଦର ଡିଜାଇନ୍‌ର ସ୍କାର୍ଫ ମିଳିଥାଏ। ହେଲେ ଏଠାରେ ଏମିତି କିଛି ନିଆରା ସ୍କାର୍ଫ ବିଷୟରେ ଉଲ୍ଲେଖ କରାଯାଉଛି, ଯାହାର ଡିଜାଇନ୍‌ ଦେଖିବାକୁ ବେଶ୍‌ ଅଜବ ଲାଗିଥାଏ…
*ପିଜା ସ୍କାର୍ଫ: ପିଜାର ଏକ ଟୁକୁଡ଼ା ସଦୃଶ ଦେଖାଯାଉଥିବା ଡିଜାଇନ୍‌ରେ ତିଆରି ହୋଇଥାଏ ଏହି ସ୍କାର୍ଫଟି। ଭିନ୍ନ ଲୁକ୍‌ ପାଇବାକୁ ଇଚ୍ଛୁକ ଥିବା ଯୁବତୀଙ୍କ ପାଇଁ ଏହି ସ୍କାର୍ଫ ଏକ ଭଲ ଅପ୍ସନ ହୋଇପାରେ। ତା’ଛଡ଼ା ଉଲ୍‌ରେ ତିଆରି ହୋଇଥିବାରୁ ଏହାକୁ ବ୍ୟବହାର କଲେ ଶରୀରକୁ ବେଶ୍‌ ଉଷ୍ମତା ମିଳିଥାଏ।
*ରେନ୍‌ବୋ ସ୍କାର୍ଫ: ରେନ୍‌ବୋ ବା ଇନ୍ଦ୍ରଧନୁର ଡିଜାଇନ୍‌ ହୋଇଥିବା ଏହି ସ୍କାର୍ଫଟି ଦେଖିବାକୁ ଯେମିତି ଆକର୍ଷଣୀୟ, ବ୍ୟବହାର କଲେ ସେମିତି ଆଟ୍ରାକ୍ଟିଭ୍‌ ଲୁକ୍‌ ମିଳେ। ଖାସ୍‌ କରି ଟି-ଶାର୍ଟ ଉପରେ ଏହି ଡିଜାଇନ୍‌ର ସ୍କାର୍ଫ ପକାଇଲେ ଲୁକ୍‌ ବେଶ୍‌ ସୁନ୍ଦର ଲାଗିଥାଏ।
*ଆନିମଲ୍‌ ସ୍କାର୍ଫ: ବିଭିନ୍ନ ପ୍ରକାର ପଶୁପକ୍ଷୀଙ୍କ ମୁହଁର ଡିଜାଇନ୍‌ ହୋଇଥିବା ସ୍କାର୍ଫ ଏବେ ବିକ୍ରି ହେଉଛି। ଏହା ଦେଖିବାକୁ ଅଜବ ଲାଗୁଥିଲେ ବି ଉଲ୍‌ରେ ତିଆରି ହୋଇଥିବାରୁ ଦେହକୁ କୋମଳ ଲାଗିବା ସହ ଡିଫରେଣ୍ଟ ଲୁକ୍‌ ମିଳିପାରୁଛି। ଖାସ୍‌କରି କୁକୁଡ଼ା, ବିଲୁଆ, ପେଚା, ଠେକୁଆ ଆଦି ପ୍ରାଣୀଙ୍କ ମୁହଁ ଥିବା ଡିଜାଇନ୍‌ର ସ୍କାର୍ଫର ଚାହିଦା ଏବେ ବେଶ୍‌ ରହୁଛି।
*ପେପର୍‌ ସ୍କାର୍ଫ: କେବଳ ଉଲ୍‌ରେ ସ୍କାର୍ଫ ତିଆରି ହୋଇପାରିବ ତାହା ନୁହେଁ, ପେପର୍‌ ବା କାଗଜରେ ବି ସ୍କାର୍ଫ ତିଆରି କରି ବ୍ୟବହାର କରିହେବ; ଯଦ୍ଦ୍ବାରା ଦୁଇ ପ୍ରକାରର ସୁବିଧା ମିଳିପାରିବ। ପ୍ରଥମତଃ ଏହି ସ୍କାର୍ଫକୁ ବ୍ୟବହାର କରି ଉଷ୍ମତା ଓ ଷ୍ଟାଇଲିଶ୍‌ ଲୁକ୍‌ ପାଇହେବ, ଦ୍ୱିତୀୟରେ ଜରୁରୀ ପରିସ୍ଥିତିରେ ପାଖରେ କାଗଜ ନ ଥିଲେ ଏହି ସ୍କାର୍ଫ ଉପରେ ଲେଖିହେବ।
*ପକ୍ଷୀ ଡେଣାର ସ୍କାର୍ଫ: ଏହି ସ୍କାର୍ଫରେ ପକ୍ଷୀର ଡେଣା ସଦୃଶ ଡିଜାଇନ୍‌ ହୋଇଥିବାରୁ ଏହାକୁ ଦେହରେ ପକାଇଲେ ଲାଗିବ ସତେ କି ଆମ ପଛପଟେ ଡେଣା ଲାଗିଯାଇଛି। ଖାଲି ଉଡ଼ିବାକୁ ଯାହା ବାକି ଅଛି। କିନ୍ତୁ ପ୍ରକୃତରେ ତ ସେୟା ନୁହେଁ। ଏହା ଯେହେତୁ ଏକ ସ୍କାର୍ଫ ତେଣୁ ଶରୀରକୁ ଉଷ୍ମତା ଦେବା ସହ ଟିକେ ଡିଫରେଣ୍ଟ ଲୁକ୍‌ ପାଇବା ପାଇଁ ଏହାକୁ କେବଳ ବ୍ୟବହାର କରିହେବ।
*ଗିଟାର୍‌ ସ୍କାର୍ଫ: ଗିଟାର୍‌ ଡିଜାଇନ୍‌ର ଏହି ସ୍କାର୍ଫଟି ବି ଦେଖିବାକୁ ବେଶ୍‌ ନିଆରା ଲାଗିଥାଏ। କିନ୍ତୁ ଉଲ୍‌ରେ ତିଆରି ହୋଇଥିବାରୁ ଏହାକୁ ବ୍ୟବହାର କଲେ ଶରୀରକୁ ଭଲ ଉଷୁମ ମିଳିଥାଏ। ସେହିପରି ଜିନ୍ସ-ଟି ଶାର୍ଟ ସହ ଏହି ସ୍କାର୍ଫକୁ ବ୍ୟବହାର କଲେ ସ୍ମାର୍ଟ ଲୁକ୍‌ ମିଳେ।
ତେବେ କେବଳ ଏହି ସବୁ ଡିଜାଇନ୍‌ ନୁହେଁ, ପେନ୍‌ସିଲ୍‌, ଚାର୍ଜର, ଇଂଲିଶ ବର୍ଣ୍ଣମାଳାର ଏ ଟୁ ଜେଡ୍‌ ପର୍ଯ୍ୟନ୍ତ ଥିବା ଡିଜାଇନ୍‌ ତଥା ଷ୍ଟୋରି ଲେଖାହୋଇଥିବା ଡିଜାଇନ୍‌ରେ ବି ସ୍କାର୍ଫ ଏବେ ମିଳୁଛି; ଯାହା ଯୁବପିଢ଼ିଙ୍କୁ ଖୁବ୍‌ ପସନ୍ଦ ଆସିବା ସହ ବେଶ୍‌ ନିଆରା ବି ଲାଗୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଲାଙ୍କୁ କେତେ ବୟସରେ ବ୍ରଶ କରାଇବା କଥା ତାହା ଜାଣନ୍ତି ନାହିଁ ୯୦ ପ୍ରତିଶତ ମାତାପିତା

ନୂଆଦିଲ୍ଲୀ: ଯଦି ଆପଣଙ୍କର ୬ମାସର ଶିଶୁର ପାଟିରେ ଏକ ଦାନ୍ତ ଉଠିଛି ଏବଂ କେହି ଆପଣଙ୍କୁ ପ୍ରତିଦିନ ବ୍ରଶ ସାହାଯ୍ୟରେ ଶିଶୁର ଦାନ୍ତ ସଫା କରିବାକୁ...

୫୪ ବର୍ଷ ପରେ ପୂର୍ଣ୍ଣ ସୂର୍ଯ୍ୟପରାଗ: ଏହି ୩ ରାଶିର ଚମକିବ ଭାଗ୍ୟ

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ୮ ଏପ୍ରିଲ ୨୦୨୪ରେ ପଡିବ। ହିନ୍ଦୁ ଧର୍ମରେ ସୂର୍ଯ୍ୟପରାଗକୁ ବହୁ ମାନ୍ୟତା ଦିଆଯାଏ। ଏହି ସୂର୍ଯ୍ୟପରାଗ ରେବତୀ ନକ୍ଷତ୍ର ଏବଂ...

‘ଏସ୍‌’ ନାମଧାରୀ ବ୍ୟକ୍ତିଙ୍କ ଏଭଳି ହୋଇଥାଏ ସ୍ବଭାବ, ଯେଉଁ କାମ କରନ୍ତି…

ନାମର ପ୍ରଥମ ଅକ୍ଷର ବ୍ୟକ୍ତିର ପ୍ରକୃତି ଏବଂ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ। କିଛି ଅକ୍ଷର ଏପରି ଥାଏ, ଆମ ଆଖପାଖରେ ଅନେକ ନାମ ସେଭଳି...

ଦରିଦ୍ର କରିଦିଏ ଏହି ୬ ଅଭ୍ୟାସ, ଆପଣଙ୍କର ନାହିଁ ତ? ଜାଣନ୍ତୁ କ’ଣ କହିଛନ୍ତି…

ମନୁଷ୍ୟ ନିଜ ଜୀବନରେ ସୁଖରେ ଜୀବନଯାପନ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତଶାସ୍ତ୍ରରେ ଅନେକ ପ୍ରକାରର ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହା ବ୍ୟକ୍ତିଙ୍କୁ...

ହୋଲି ଓ ଜୈବ ପ୍ରାକୃତିକ ରଙ୍ଗ

ଆମେ ପାଳନ କରୁଥିବା ପ୍ରମୁଖ ପର୍ବପର୍ବାଣି ମଧ୍ୟରେ ହୋଲି ଅନ୍ୟତମ। ରଙ୍ଗର ଏହି ପର୍ବ ଆମ ଦେଶରେ ବେଶ୍‌ ଜାକଜମକରେ ପାଳନ କରାଯାଏ। ଏବେ ଆମେ...

ସୁସ୍ଥ ସ୍ବାସ୍ଥ୍ୟର ଚାବିକାଠି

ସୁସ୍ଥ ରହିବାକୁ କିଏ ବା ନ ଚାହେଁ? ତେବେ ଏହା ପଛରେ ରହିଛି ଅନେକ କାରଣ। ତନ୍ମଧ୍ୟରୁ ଏକ ସହଜ ତଥା ସରଳ ଉପାୟ ହାତପାଆନ୍ତାରେ...

ବର୍ଷର ପ୍ରଥମ  ଚନ୍ଦ୍ରଗ୍ରହଣ: ହୋଲିରେ କ’ଣ ରହିବ ପ୍ରଭାବ? ଏ ସବୁ ରାଶିର ଲୋକଙ୍କ ପାଇଁ ହେବ ଶୁଭ 

୨୦୨୪ ମାର୍ଚ୍ଚ ୨୫ରେ ବର୍ଷର  ପ୍ରଥମ ଚନ୍ଦ୍ରଗ୍ରହଣ ପଡ଼ୁଛି। ତେବେ ଏହାଭାରତକୁ ଦୃଶ୍ୟମାନ ହେବ ନାହିଁ, ବା ଏହାର କୌଣସି ପ୍ରଭାବ ଦେଖାଯିବ ନାହିଁ ।...

ହୋଲି ପୂର୍ବରୁ ତୁରନ୍ତ ଘରୁ କାଢ଼ି ଦିଅନ୍ତୁ ଏସବୁ, ଧନ-ସମୃଦ୍ଧିରେ ଉପୁଜିବ ବାଧା

ଏମିତି କିଛି ଜିନିଷ ରହିଛି; ଯାହାକୁ ଘରେ ରଖିଲେ ବାସ୍ତୁଦୋଷ ଉପୁଜିବା ସହ ନକାରାତ୍ମକ ଊର୍ଜା ବଢ଼ିଥାଏ। ସେଥିପାଇଁ ଏହି ଜିନିଷଗୁଡ଼ିକୁ ତୁରନ୍ତ ଘରୁ କାଢ଼ିଦେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri