ପାନୀୟ ଜଳ ପାଇଁ ରାତିରୁ ଲମ୍ବାଧାଡ଼ି

ପଟ୍ଟାମୁଣ୍ଡାଇ,୨୭ା୩(ସ୍ବ.ପ୍ର.): ଗ୍ରାମାଞ୍ଚଳରେ ପାନୀୟ ଜଳ ସମସ୍ୟା ଦୂର ଲାଗି ସରକାର ବିଭିନ୍ନ ଯୋଜନା କରୁଛନ୍ତି। ଏଥିଲାଗି ସରକାରୀ ତହବିଲରୁ ଅର୍ଥ ଖର୍ଚ୍ଚ କରାଯାଉଛି। ହେଲେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକର ସନଜରିଆ ପଞ୍ଚାୟତ ମଙ୍ଗରାଜପୁର ଗ୍ରାମରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏହି ଗ୍ରାମରେ ବାସକରୁଥିବା ପ୍ରାୟ ୧୦୦୦ ଊର୍ଦ୍ଧ୍ୱ ଲୋକ ପାଣି ପାଇଁ ଡହଳବିକଳ ହେଉଛନ୍ତି। ରାତି ୪ଟାରୁ ସେମାନଙ୍କୁ ଲମ୍ବାଧାଡ଼ି ବାନ୍ଧି ନଳକୂପରୁ ପାଣି ପାଇଁ ଅପେକ୍ଷା କରିବାକୁ ପଡୁଛି। ସମୁଦ୍ରଠାରୁ ମାତ୍ର ୧୨ କିମି ଦୂରରେ ଏହି ଗ୍ରାମ ଥିବାରୁ ଖରାଦିନ ଆସିଲେ କୂଅ, ପୋଖରୀ ସହ ନଳକୂପ ପାଣି ମଧ୍ୟ ଲୁଣି ହୋଇଯାଇଛି। ଆଉ ଯେଉଁ ନଳକୂପରୁ ମିଠାପାଣି ଆସୁଥିଲା ଏବେ ତାହା ମରାମତି ଅଭାବରୁ ଅଚଳ ହୋଇପଡ଼ିଛି। ଗ୍ରାମକୁ ବି ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇନାହିଁ। ଏ ନେଇ ଗ୍ରାମବାସୀ ବହୁବାର କେନ୍ଦ୍ରାପଡ଼ା ଜିଲା ପ୍ରଶାସନକୁ ଅଭିଯୋଗ କରିଥିଲେ ମଧ୍ୟ ଏହାର କୌଣସି ସୁବିଧା ହୋଇପାରିଲା ନାହିଁ।
ମଙ୍ଗରାଜପୁର ଗଁାର ଗୁନିଆ ଗୁଣ୍ଡ, ରମେଶ ଦାସ, ସମୀର ଦାସ, ଯୁଧିଷ୍ଠିର ଦାସ, ଫକୀର ଚରଣ ବାରିକ, ଉତ୍ତମ ଦାସ, ନଟବର ରାଉତ, ବଳରାମ ଦାସ, ପ୍ରକାଶ ଦାସ, ନକୁଳ ସାହୁ, ଘନଶ୍ୟାମ ନାୟକ, ଈଶ୍ୱର ଖଟାଇ, ଶରତ ଚନ୍ଦ୍ର ସ୍ବାଇଁ ପ୍ରମୁଖ କହିଛନ୍ତି, ଗ୍ରାମରେ ହଜାରରୁ ଊର୍ଦ୍ଧ୍ୱ ଲୋକ ବାସବାସ କରୁଥିବା ବେଳେ ୪ଟି ନଳକୂପ ରହିଛି। ମାତ୍ର ସେଥିରୁ ଗୋଟିଏ କାମରେ ଲାଗୁଥିବା ବେଳେ ଗୋଟିଏ ଅଚଳ ହୋଇ ପଡ଼ିଛି। ଆଉ ୨ଟିରୁ ଲୁଣା ଓ କଳଙ୍କିଯୁକ୍ତ ପାଣି ବାହାରୁଛି। ଗଁାର ଶେଷମୁଣ୍ଡରେ ଥିବା ଗୋଟିଏ ନଳକୂପ ଉପରେ ସମସ୍ତ ଲୋକ ନିର୍ଭର କରୁଛନ୍ତି। ଏହି ନଳକୂପରୁ ପାଣି ନେବାଲାଗି ମହିଳାମାନେ ଗରା, ବାଲ୍‌ତି ଧରି ରାତି ୪ରୁ ଲମ୍ବାଧାଡ଼ି ଲଗାଉଥିବା ଦେଖିବାକୁ ମିଳୁଛି। ଏହି ଗ୍ରାମରେ ପାନୀୟ ଜଳ ସମସ୍ୟାର ସମାଧାନ ଲାଗି ସନଜରିଆ ପଞ୍ଚାୟତ ପକ୍ଷରୁ ପ୍ରତିଶ୍ରୁତି ମିଳୁଛି। ଏ ନେଇ ଗ୍ରାମବାସୀ ଜନଶୁଣାଣି ଶିବିରରେ ପ୍ରଶାସନିକ ଅଧିକାରୀଙ୍କୁ ଭେଟି ଗ୍ରାମର ପାନୀୟ ଜଳ ସମ୍ପର୍କରେ ଅଭିଯୋଗ କରିଥିଲେ। ମାତ୍ର କୌଣସି ସମାଧାନ ହୋଇପାରିନାହଁି। ସେହିପରି ଗ୍ରାମର ବାସନ୍ତୀ ସାହୁ, ମଞ୍ଜୁଲତା ଖଟାଇ, ମମତା ଖଟାଇ, ସୁଲୋଚନା ସ୍ବାଇଁ, ଛବିଲତା ସ୍ବାଇଁ, ମନୋରମା ସ୍ବାଇଁ, ସରସ୍ବତୀ ସ୍ବାଇଁ, କନକଲତା ସ୍ବାଇଁ, ନୟନା ଦାସ, ଆଶାଲତା ଦାସ, ମମତା ରାଉତ ସମେତ ମହିଳାମାନେ କୁହନ୍ତି, ଗ୍ରାମରେ ୪ଟି ନଳକୂପ ଅଛି। ତେବେ ଖରାଦିନ ଆରମ୍ଭରୁ ଏହାର ପାଣି ଲୁଣିଆ ହୋଇପଡ଼ିଛି। ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ସୂଚନା ଦିଆଯାଇଥିଲେ ମଧ୍ୟ ନଳକୂପ ମରାମତି କରାଯାଉନାହିଁ। ପିଇବା ପାଣି ଆଣିବାକୁ ପ୍ରାୟ ୧ କିମି ଦୂର ଯିବାକୁ ପଡୁଛି। ପାଣି ଲାଗି ଲମ୍ବାଧାଡ଼ି ଲଗାଇବାକୁ ପଡୁଛି। ପାଣି ପାଇଁ ବହୁ ସମୟରେ ମହିଳାଙ୍କ ମଧ୍ୟରେ ହେଉଥିବା କଳହକୁ ରୋକିହେଉନାହିଁ ବୋଲି ସେମାନେ ପ୍ରକାଶ କରିଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ନଳକୂପ ମରାମତି ସହ ପାଇପ ପାଣି ଯୋଗାଣ କରିବାକୁ ସେମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ବିଡିଓ ଶଭ୍ରାଂଶୁ ସାହୁଙ୍କୁ ପଚାରିବାରେ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଗ୍ରାମ୍ୟ ଜଳ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ଗ୍ରାମରେ ପାନୀୟ ଜଳ ଯୋଗାଣରେ ଅସୁବିଧା ହେଲେ ତୁରନ୍ତ ସମାଧାନ କରିବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଟଗଡ଼ ବ୍ଲକର ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ

ଫୁଲବାଣୀ, ୧।୭ (ରାକେଶ କୁମାର ରାଉତ): କନ୍ଧମାଳ ଜିଲାର କୋଟଗଡ଼ ବ୍ଲକରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ (MGNREGS) ଯୋଜନାରେ ହୋଇଥିବା ଦୁର୍ନୀତି ଘଟଣାରେ ବ୍ଲକର ସହକାରୀ ଯନ୍ତ୍ରୀ ଓ କନିଷ୍ଠ…

ଘରୋଇ ସ୍କୁଲ ବସ୍‌ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ: ଚାଲିଛି ସିସିଟିଭି ଫୁଟେଜ୍‌ ଯାଞ୍ଚ

ବଲାଙ୍ଗୀର, ୧।୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ସର୍କିଟ ହାଉସ ନିକଟରେ ବୁଧବାର ସକାଳେ ଏକ ଘରୋଇ ସ୍କୁଲ ବସ୍‌ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ…

କାଲି ଥିଲେ ଶକ୍ତିଶାଳୀ, ଏବେ ମାଛି ଉଡାଉଛନ୍ତି ଏସବୁ ଆଇପିଏସ୍‌ ଅଫିସର

ଭୁବନେଶ୍ୱର,୧।୭(ସୁନିତ୍‌ ମିଶ୍ର): ୧୯୯୭ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଡି.ଏସ୍‌. କୁଟ୍ଟେ, ୧୯୯୮ ବ୍ୟାଚ୍‌ ଆଇପିଏସ୍‌ ରବି କାନ୍ତ, ୨୦୦୪ ବ୍ୟାଚ୍‌ ଆଇପିଏସ୍‌ ଆଶିଷ ସିଂ ଏବଂ ୨୦୧୦…

ଟି୨୦ ବିଶ୍ୱକପ୍‌: ଫାଇନାଲରେ ପହଞ୍ଚିଲା ଅଷ୍ଟ୍ରେଲିଆ

ଲଣ୍ଡନ,୩୦ା୬: ଆଶ୍‌ଲେ ଗାର୍ଡନରଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ଓ ବେଥ୍‌ ମୁନିଙ୍କ ଅପରାଜିତ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ଚଳିତ ମହିଳା ଟି୨୦ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଛି।…

୧ ଜୁଲାଇରୁ ବଦଳିଗଲା ଏହି ୧୦ଟି ବଡ଼ ନିୟମ! ଆଇଟିଆର୍‌, କ୍ରେଡିଟ୍ କାର୍ଡଠାରୁ ଆରମ୍ଭ କରି ପିଏଫ୍‌ ଉଠାଣ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୧।୭: ଜୁଲାଇ ଆରମ୍ଭ ହୋଇଯାଇଛି। ଆଇଟିଆର୍ (ITR) ଦାଖଲ ସମୟସୀମାଠାରୁ ଆରମ୍ଭ କରି ୟୁପିଆଇ (UPI) ଭିତ୍ତିକ ପିଏଫ୍ (PF) ଟଙ୍କା ଉଠାଣ ଏବଂ କ୍ରେଡିଟ୍ କାର୍ଡର…

ଧରିତ୍ରୀ’ ପ୍ରଭାବ: ଜଗନ୍ନାଥପ୍ରସାଦ ମୁଖ୍ୟ ବଜାରରୁ ହଟିଲା ଅଳିଆ ପାହାଡ଼, ସ୍ୱଚ୍ଛତା ଅଭିଯାନରେ ନିଜେ ସାମିଲ ହେଲେ ବିଡିଓ

ଜଗନ୍ନାଥପ୍ରସାଦ, ୧।୭(ବିଭୁ ପ୍ରସାଦ ପଟ୍ଟନାୟକ): ଅଞ୍ଚଳର ସମସ୍ୟାକୁ ପ୍ରଶାସନର ସାମ୍ନାକୁ ଆଣିବା ଏବଂ ସମାଜରେ ସକାରାତ୍ମକ ପରିବର୍ତ୍ତନର ସୂତ୍ରଧର ସାଜିବା ହିଁ ଜଣେ ସଚେତନ ଖବରଦାତାଙ୍କ ପ୍ରକୃତ କର୍ତ୍ତବ୍ୟ।…

ମାସର ପ୍ରଥମ ଦିନରେ ଶସ୍ତା ହେଲା ସୁନା; ଏତିକି ଖସିଲା ରେଟ! ଜାଣନ୍ତୁ ୧ ଜୁଲାଇର ନୂଆ ରେଟ୍…

ନୂଆଦିଲ୍ଲୀ,୧।୭:  ୧ ଜୁଲାଇ ୨୦୨୬ରେ ସୁନା ଏବଂ ରୂପା ଉଭୟର ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି। କ୍ରମାଗତ ଭାବେ ବଢୁଥିବା ମୂଲ୍ୟ ପରେ ଏବେ ଗ୍ରାହକମାନଙ୍କୁ ସାମାନ୍ୟ…

ତାମିଲନାଡୁଗ୍ୟାସ ଟ୍ରାଜେଡି: ଆଖି ବୁଜିଲେ ଆଉ ଜଣେ ଓଡ଼ିଆ ଯୁବତୀ

ଭୁବନେଶ୍ୱର,୧।୭: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍‌ ଲିକ୍‌ ଘଟଣାରେ ବୁଧବାର ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଆଉ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri