ବଜ୍ରକାପ୍ତା ବଞ୍ଚି ରହୁ

ବିମଳ ପ୍ରସନ୍ନ ଦାସ

 

ବିଡ଼ମ୍ବନା ଯେ ବିଲୁପ୍ତପ୍ରାୟ ବିରଳ ବନ୍ୟପ୍ରାଣୀ ବଜ୍ରକାପ୍ତାର ସ୍ଥିତି ଓ ସୁରକ୍ଷା ପାଇଁ ଏଯାବତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ୱାଇଲ୍ଡଲାଇଫ୍‌ ସୋସାଇଟି ଅଫ୍‌ ଓଡ଼ିଶାର ତଥ୍ୟ ଅନୁସାରେ ୨୦୧୮ ଅଗଷ୍ଟରୁ ୨୦୨୨ ଜୁନ୍‌ ମଧ୍ୟରେ ୧୮ ଜିଲାରେ ୪୫ଟି ଚଢ଼ାଉ ଘଟଣାରେ ୪୬ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଛି। ସେଥିମଧ୍ୟରୁ ମୟୂରଭଞ୍ଜ ଓ ନବରଙ୍ଗପୁର ଜିଲାରୁ ସର୍ବାଧି୍‌କ ୫ ଲେଖାଏ ବଜ୍ରକାପ୍ତା ଉଦ୍ଧାର ହୋଇଛି, ସେହିପରି କୋରାପୁଟ ଓ କନ୍ଧମାଳରୁ ୪ ଲେଖାଏ, ବରଗଡ଼, କଟକ ଓ ବୌଦ୍ଧରୁ ୩ ଲେଖାଏ ଏବଂ ମାଲକାନଗିରି, ରାୟଗଡ଼ା, ଖୋର୍ଦ୍ଧା ଓ ସୋନପୁରରୁ ୨ ଲେଖାଏ, ସୁନ୍ଦରଗଡ, ବାଲେଶ୍ୱର, ବରଗଡ, ଢେଙ୍କାନାଳ, ଅନୁଗୋଳ, ଗଜପତି, ଦେବଗଡ଼, ନୂଆପଡ଼ା ଜିଲାରୁ ଗୋଟିଏ କରି ବଜ୍ରକାପ୍ତା ଉଦ୍ଧାର ହୋଇଛି। ଅର୍ଥାତ୍‌ ୨୦୧୮ ଅଗଷ୍ଟରୁ ୨୦୨୨ ଅଗଷ୍ଟ ମଧ୍ୟରେ ମୋଟ ୨୬ଟି ଚଢ଼ାଉ ଘଟଣାରେ ମୋଟ ୨୭ଟି ବଜ୍ରକାପ୍ତା ଉଦ୍ଧାର କରାଯାଇଛି। କିନ୍ତୁ ୨୦୨୧ ନଭେମ୍ବରରୁ ୨୦୨୨ ଜୁନ୍‌ ପର୍ଯ୍ୟନ୍ତ ମାତ୍ର ୮ ମାସ ମଧ୍ୟରେ ୧୮ ଟି ଚଢ଼ାଉ ଘଟଣାରେ ୧୯ ବଜ୍ରକାପ୍ତା ଉଦ୍ଧାର ହୋଇଛନ୍ତି ା ସେହିପରି ୨୦୧୬ ସେପ୍ଟେମ୍ବରରୁ ୨୦୨୧ ଅକ୍ଟୋବର ମଧ୍ୟରେ ୨୦ଟି ଘଟଣାରେ ମୋଟ ୫୪ କେଜି ବଜ୍ରକାପ୍ତା କାତି ଜବତ ହୋଇଥିବାବେଳେକେବଳ ଗତ ୮ ମାସ ଭିତରେ ପ୍ରାୟ ୨୮ କେଜିରୁ ଅଧିକ ବଜ୍ରକାପ୍ତା କାତି ଜବତ ହୋଇଛି। ଏହି ତଥ୍ୟ ସ୍ପଷ୍ଟ କରେ ଯେ ଆମ ରାଜ୍ୟରେ ବଜ୍ରକାପ୍ତା ଶିକାର ଜୋରଦାର ଚାଲିଛି। ଗତବର୍ଷ ବ୍ରହ୍ମପୁର ଡିଭିଜନ ଦିଗପହଣ୍ଡି ଅନ୍ତର୍ଗତ ‘ନକାମୁଡିଆ’ଠାରେ ସର୍ବାଧିକ ୬.୯ କେଜି କାତି ଜବତ ହୋଇଥିଲା, ତେବେ ବିଗତ ୭ ବର୍ଷ ମଧ୍ୟରେ ଗୋଟିଏ ଘଟଣାରେ ସବୁଠାରୁ ଅଧିକ କାତି ଜବତ କରି ରେକର୍ଡ ବଜାୟ ରଖିଛି। ଢେଙ୍କାନାଳ ବନଖଣ୍ଡର କପିଳାସରେ ୨୪ ଜୁଲାଇ, ୨୦୨୧ରେ ଏଠାରୁ ଏକାଥରକେ ସବୁଠାରୁ ଅଧିକ ୧୪.୨କେଜି ବଜ୍ରକାପ୍ତା କାତି ଜବତ କରାଯାଇଥିଲା। ସେହିପରି ୨୦୨୧ ନଭେମ୍ବରରେ କରଞ୍ଜିିଆ ବାଇପାସ୍‌ରେ ସ୍ଥାନୀୟ ପୋଲିସ ଓ କରଞ୍ଜିଆ ରେଞ୍ଜ କର୍ମଚାରୀ ଚଢ଼ାଉ କରି ୧୫ କେଜି କାତି ଜବତ କରିଥିଲେ। ଏହି ମାମଲାରେ ୧୫ ଜଣଙ୍କୁ ଗିରଫ କରାଯାଇଥିଲା। ଗିରଫଦାରି କ୍ଷେତ୍ରରେ ଏହା ହେଉଛି ନୂଆ ରେକର୍ଡ।
ବିଶେଷଜ୍ଞମାନଙ୍କ ମତରେ ବଜ୍ରକାପ୍ତା ଚୋରା ଚାଲାଣ ପାଇଁ ଓଡ଼ିଶା ପ୍ରାଥମିକ କେନ୍ଦ୍ର ପାଲଟିଛି। ରାଜ୍ୟରେ ଏହାର ମାର୍କେଟ ନ ଥିଲେ ମଧ୍ୟ ବଜ୍ରକାପ୍ତା ଓ ତା’ର କାତିକୁ ସଂଗ୍ରହ କରାଯାଇ ବେଆଇନ ଭାବରେ ପଶ୍ଚିମବଙ୍ଗ, ଛତିଶଗଡ଼ ଆଦି ସୀମାଦେଇ ବିଦେଶ ପଠାଯାଇଥାଏ। ବିଶେଷତଃ ଅଧିକାଂଶ ଚୋରାଚାଲାଣ ବାଂଲାଦେଶ ଓ ମ୍ୟାନମାର ଆଦି ଦେଶ ଦେଇ ଚାଇନା, ଭିଏଟନାମ, ତାଇୱାନ ପରି ଦେଶକୁ କରାଯାଇଥାଏ ା ଏଠାରେ ବଜ୍ରକାପ୍ତା ମାଂସ ଅତ୍ୟନ୍ତ ସୁସ୍ବାଦୁ ଖାଦ୍ୟ ଭାବରେ ବ୍ୟବହୃତ ହୋଇଥାଏ।
ସେହିପରି ବଜ୍ରକାପ୍ତା କାତିର ସିଂହଭାଗ ଏସବୁ ଦେଶକୁ ଯାଏ। ବଜ୍ରକାପ୍ତାର ମାଂସ ଓ କାତିରୁ ମଧ୍ୟ ଔଷଧ ତିଆରି ହୁଏ। ବଜ୍ରକାପ୍ତା କାତିରେ ପ୍ରସ୍ତୁତ ଜୋତାର ଚାହିଦା ଆମେରିକା ଓ ମେକ୍ସିକୋରେ ଅଧିକ। ବଜ୍ରକାପ୍ତା କାତିରୁ ଜୋତା, ବେଲ୍‌ଟ, ହାତଘଣ୍ଟା ବ୍ୟାଣ୍ଡ ଓ ଭ୍ୟାନିଟି ବ୍ୟାଗ୍‌ ପ୍ରସ୍ତୁତ ହୋଇ ବହୁ ଚଢ଼ା ଦରରେ ବିକ୍ରି ହୁଏ। ଏ ସକଳ ସାମଗ୍ରିର ବଜାର ଯୁକ୍ତରାଷ୍ଟ୍ର ଆମେରିକା ବୋଲି ୱାର୍ଲଡ ୱାଇଲ୍ଡଲାଇଫ୍‌ ଫଣ୍ଡ ତଥ୍ୟରୁ ସ୍ପଷ୍ଟ। ବଜ୍ରକାପ୍ତା କାତିରୁ ଜ୍ୟାକେଟ ତିଆରି ହୋଇ ବହୁ ଉଚ୍ଚ ଦରରେ ବିକ୍ରି ହେବାର ନଜିର ରହିଛି। ଅନୁରୂପ ଭାବରେ ବଜ୍ରକାପ୍ତା କାତିରେ ନିର୍ମିତ ମୁଦି ହାତରେ ପିନ୍ଧିଲେ ରୋଗ ଉପଶମ ହୁଏ ବୋଲି ଭାରତ ସମେତ ଅନ୍ୟ ଦେଶରେ ବିଶ୍ୱାସ ରହିଛି, କିନ୍ତୁ ଓଡ଼ିଶାରେ ଏହା କାଁ ଭାଁ ବା କ୍ୱଚିତ ଦେଖାଯାଏ। ଏବେ ଭାରତରେ ଏହିସବୁ ସାମଗ୍ରୀର ଆମଦାନୀ ଓ କାରବାର ଉପରେ ନିଷିଦ୍ଧ, ଘୋଷଣା କରାଯାଇଛି।
ଦୁଃଖଦ ବିଷୟ ଯେ ଏ ସମ୍ପର୍କରେ ତଦନ୍ତ ଓ ମାମଲା ପରିଚାଳନା ଅତ୍ୟନ୍ତ ଦୁର୍ବଳ, ଯଦିଓ ୧୯୭୨ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ଅନୁଯାୟୀ ବଜ୍ରକାପ୍ତା ସଂରକ୍ଷଣ ଏକ ପ୍ରାଥମିକ ଦାୟିତ୍ୱ ଓ କର୍ତ୍ତବ୍ୟ, ଏ ପର୍ଯ୍ୟନ୍ତ ଜଣେ ହେଲେ ଶିକାରୀ, ଚାଲାଣକାରୀ ଓ ବେପାରୀଙ୍କୁ ଦଣ୍ଡବିଧାନ ହୋଇପାରିଲା ନାହିଁ। ଆଗରୁ କେବଳ ବନ ବିଭାଗ ବନ୍ୟପ୍ରାଣୀ ମାମଲା ରୁଜୁ କରି କୋର୍ଟକୁ ପଠାଉଥିବାବେଳେ ଏବେ ଏସ୍‌ଟିଏଫ୍‌ ଓ କ୍ରାଇମ୍‌ବ୍ରାଞ୍ଚ ଗଠନ ହେବା ପରେ କେବଳ ବଜ୍ରକାପ୍ତା ବା କାତି ଧରି ବନ ବିଭାଗକୁ ଦେଇ ଦାୟିତ୍ୱ ସାରି ଦେଉଛନ୍ତି। ଏମାନେ ନିଜେ ମାମଲା ରୁଜୁ କରୁନାହାନ୍ତି। ବନ ବିଭାଗ ମଧ୍ୟ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ କରି ପାରୁନାହିଁ। ଫଳରେ ଶିକାରୀ ଓ ଚାଲାଣକାରୀଙ୍କୁ ଖୋଲା ସୁଯୋଗ ମିଳୁଛି। ବଢ଼ୁଛି ଶିକାର ଓ ଚୋରାଚାଲାଣ।
ସାରା ପୃଥିବୀରେ ଶିକାର ଓ ଚୋରାଚାଲାଣ ହେଉଥିବା ସବୁଠାରୁ ନିରୀହ ବନ୍ୟପ୍ରାଣୀ ହେଉଛି ବଜ୍ରକାପ୍ତା। ଏହି ପ୍ରାଣୀ ଆଜି ବିଲୁପ୍ତପ୍ରାୟ ହେବାକୁ ବସିଲାଣି। ଆମ ରାଜ୍ୟରେ ବଜ୍ରକାପ୍ତା ଶିକାର ଜୋରସୋର ତଥା ଅବାଧରେ ଚାଲିଛି। ଇତିମଧ୍ୟରେ ଯଦିଓ ଅନେକ ବେପାରି ଓ ଚୋରା ଚାଲାଣକାରୀ ଗିରଫ ହୋଇଛନ୍ତି ତଥାପି ଏ ଦିଗରେ ଚୋରା କାରବାର ଥମିବାର ନଁା ନେଉନାହିଁ।
ବଜ୍ରକାପ୍ତା ଆମ ‘ଇକୋସିଷ୍ଟମ୍‌’ରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିବାରୁ ଏମାନଙ୍କ ସୁରକ୍ଷା ପାଇଁ ସଂପୃକ୍ତ ଅପରାଧୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ନ ହେଲେ ଏହି ବିରଳ ବନ୍ୟପ୍ରାଣୀ ଅଚିରେ ହୁଏତ ଲୋପପାଇବ ଓ ଆମ ପରପିଢ଼ି ପିଲାମାନେ କେବଳ ତା’ର ଛବି ଦେଖି ଜାଣିବେ ଯେ ଏପରି ଏକ ବିରଳ ବନ୍ୟପ୍ରାଣୀ ଥିଲା । ସରକାର ଓ ଜନସାଧାରଣ ଏ ଦିଗରେ ସଚେତନ ହେବା ଆଜିର ଜରୁରୀ ଆହ୍ବାନ, ବଜ୍ରକାପ୍ତା ବଞ୍ଚି ରହୁ – ଏତିକି ଆମ ହୃଦୟକୁ ସ୍ପନ୍ଦିତ କରୁ।
ମୋ : ୯୪୩୮୧୮୬୨୨୬


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?