Advertisement

ବଜ୍ରକାପ୍ତା ବଞ୍ଚି ରହୁ

ବିମଳ ପ୍ରସନ୍ନ ଦାସ

 

ବିଡ଼ମ୍ବନା ଯେ ବିଲୁପ୍ତପ୍ରାୟ ବିରଳ ବନ୍ୟପ୍ରାଣୀ ବଜ୍ରକାପ୍ତାର ସ୍ଥିତି ଓ ସୁରକ୍ଷା ପାଇଁ ଏଯାବତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ୱାଇଲ୍ଡଲାଇଫ୍‌ ସୋସାଇଟି ଅଫ୍‌ ଓଡ଼ିଶାର ତଥ୍ୟ ଅନୁସାରେ ୨୦୧୮ ଅଗଷ୍ଟରୁ ୨୦୨୨ ଜୁନ୍‌ ମଧ୍ୟରେ ୧୮ ଜିଲାରେ ୪୫ଟି ଚଢ଼ାଉ ଘଟଣାରେ ୪୬ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଛି। ସେଥିମଧ୍ୟରୁ ମୟୂରଭଞ୍ଜ ଓ ନବରଙ୍ଗପୁର ଜିଲାରୁ ସର୍ବାଧି୍‌କ ୫ ଲେଖାଏ ବଜ୍ରକାପ୍ତା ଉଦ୍ଧାର ହୋଇଛି, ସେହିପରି କୋରାପୁଟ ଓ କନ୍ଧମାଳରୁ ୪ ଲେଖାଏ, ବରଗଡ଼, କଟକ ଓ ବୌଦ୍ଧରୁ ୩ ଲେଖାଏ ଏବଂ ମାଲକାନଗିରି, ରାୟଗଡ଼ା, ଖୋର୍ଦ୍ଧା ଓ ସୋନପୁରରୁ ୨ ଲେଖାଏ, ସୁନ୍ଦରଗଡ, ବାଲେଶ୍ୱର, ବରଗଡ, ଢେଙ୍କାନାଳ, ଅନୁଗୋଳ, ଗଜପତି, ଦେବଗଡ଼, ନୂଆପଡ଼ା ଜିଲାରୁ ଗୋଟିଏ କରି ବଜ୍ରକାପ୍ତା ଉଦ୍ଧାର ହୋଇଛି। ଅର୍ଥାତ୍‌ ୨୦୧୮ ଅଗଷ୍ଟରୁ ୨୦୨୨ ଅଗଷ୍ଟ ମଧ୍ୟରେ ମୋଟ ୨୬ଟି ଚଢ଼ାଉ ଘଟଣାରେ ମୋଟ ୨୭ଟି ବଜ୍ରକାପ୍ତା ଉଦ୍ଧାର କରାଯାଇଛି। କିନ୍ତୁ ୨୦୨୧ ନଭେମ୍ବରରୁ ୨୦୨୨ ଜୁନ୍‌ ପର୍ଯ୍ୟନ୍ତ ମାତ୍ର ୮ ମାସ ମଧ୍ୟରେ ୧୮ ଟି ଚଢ଼ାଉ ଘଟଣାରେ ୧୯ ବଜ୍ରକାପ୍ତା ଉଦ୍ଧାର ହୋଇଛନ୍ତି ା ସେହିପରି ୨୦୧୬ ସେପ୍ଟେମ୍ବରରୁ ୨୦୨୧ ଅକ୍ଟୋବର ମଧ୍ୟରେ ୨୦ଟି ଘଟଣାରେ ମୋଟ ୫୪ କେଜି ବଜ୍ରକାପ୍ତା କାତି ଜବତ ହୋଇଥିବାବେଳେକେବଳ ଗତ ୮ ମାସ ଭିତରେ ପ୍ରାୟ ୨୮ କେଜିରୁ ଅଧିକ ବଜ୍ରକାପ୍ତା କାତି ଜବତ ହୋଇଛି। ଏହି ତଥ୍ୟ ସ୍ପଷ୍ଟ କରେ ଯେ ଆମ ରାଜ୍ୟରେ ବଜ୍ରକାପ୍ତା ଶିକାର ଜୋରଦାର ଚାଲିଛି। ଗତବର୍ଷ ବ୍ରହ୍ମପୁର ଡିଭିଜନ ଦିଗପହଣ୍ଡି ଅନ୍ତର୍ଗତ ‘ନକାମୁଡିଆ’ଠାରେ ସର୍ବାଧିକ ୬.୯ କେଜି କାତି ଜବତ ହୋଇଥିଲା, ତେବେ ବିଗତ ୭ ବର୍ଷ ମଧ୍ୟରେ ଗୋଟିଏ ଘଟଣାରେ ସବୁଠାରୁ ଅଧିକ କାତି ଜବତ କରି ରେକର୍ଡ ବଜାୟ ରଖିଛି। ଢେଙ୍କାନାଳ ବନଖଣ୍ଡର କପିଳାସରେ ୨୪ ଜୁଲାଇ, ୨୦୨୧ରେ ଏଠାରୁ ଏକାଥରକେ ସବୁଠାରୁ ଅଧିକ ୧୪.୨କେଜି ବଜ୍ରକାପ୍ତା କାତି ଜବତ କରାଯାଇଥିଲା। ସେହିପରି ୨୦୨୧ ନଭେମ୍ବରରେ କରଞ୍ଜିିଆ ବାଇପାସ୍‌ରେ ସ୍ଥାନୀୟ ପୋଲିସ ଓ କରଞ୍ଜିଆ ରେଞ୍ଜ କର୍ମଚାରୀ ଚଢ଼ାଉ କରି ୧୫ କେଜି କାତି ଜବତ କରିଥିଲେ। ଏହି ମାମଲାରେ ୧୫ ଜଣଙ୍କୁ ଗିରଫ କରାଯାଇଥିଲା। ଗିରଫଦାରି କ୍ଷେତ୍ରରେ ଏହା ହେଉଛି ନୂଆ ରେକର୍ଡ।
ବିଶେଷଜ୍ଞମାନଙ୍କ ମତରେ ବଜ୍ରକାପ୍ତା ଚୋରା ଚାଲାଣ ପାଇଁ ଓଡ଼ିଶା ପ୍ରାଥମିକ କେନ୍ଦ୍ର ପାଲଟିଛି। ରାଜ୍ୟରେ ଏହାର ମାର୍କେଟ ନ ଥିଲେ ମଧ୍ୟ ବଜ୍ରକାପ୍ତା ଓ ତା’ର କାତିକୁ ସଂଗ୍ରହ କରାଯାଇ ବେଆଇନ ଭାବରେ ପଶ୍ଚିମବଙ୍ଗ, ଛତିଶଗଡ଼ ଆଦି ସୀମାଦେଇ ବିଦେଶ ପଠାଯାଇଥାଏ। ବିଶେଷତଃ ଅଧିକାଂଶ ଚୋରାଚାଲାଣ ବାଂଲାଦେଶ ଓ ମ୍ୟାନମାର ଆଦି ଦେଶ ଦେଇ ଚାଇନା, ଭିଏଟନାମ, ତାଇୱାନ ପରି ଦେଶକୁ କରାଯାଇଥାଏ ା ଏଠାରେ ବଜ୍ରକାପ୍ତା ମାଂସ ଅତ୍ୟନ୍ତ ସୁସ୍ବାଦୁ ଖାଦ୍ୟ ଭାବରେ ବ୍ୟବହୃତ ହୋଇଥାଏ।
ସେହିପରି ବଜ୍ରକାପ୍ତା କାତିର ସିଂହଭାଗ ଏସବୁ ଦେଶକୁ ଯାଏ। ବଜ୍ରକାପ୍ତାର ମାଂସ ଓ କାତିରୁ ମଧ୍ୟ ଔଷଧ ତିଆରି ହୁଏ। ବଜ୍ରକାପ୍ତା କାତିରେ ପ୍ରସ୍ତୁତ ଜୋତାର ଚାହିଦା ଆମେରିକା ଓ ମେକ୍ସିକୋରେ ଅଧିକ। ବଜ୍ରକାପ୍ତା କାତିରୁ ଜୋତା, ବେଲ୍‌ଟ, ହାତଘଣ୍ଟା ବ୍ୟାଣ୍ଡ ଓ ଭ୍ୟାନିଟି ବ୍ୟାଗ୍‌ ପ୍ରସ୍ତୁତ ହୋଇ ବହୁ ଚଢ଼ା ଦରରେ ବିକ୍ରି ହୁଏ। ଏ ସକଳ ସାମଗ୍ରିର ବଜାର ଯୁକ୍ତରାଷ୍ଟ୍ର ଆମେରିକା ବୋଲି ୱାର୍ଲଡ ୱାଇଲ୍ଡଲାଇଫ୍‌ ଫଣ୍ଡ ତଥ୍ୟରୁ ସ୍ପଷ୍ଟ। ବଜ୍ରକାପ୍ତା କାତିରୁ ଜ୍ୟାକେଟ ତିଆରି ହୋଇ ବହୁ ଉଚ୍ଚ ଦରରେ ବିକ୍ରି ହେବାର ନଜିର ରହିଛି। ଅନୁରୂପ ଭାବରେ ବଜ୍ରକାପ୍ତା କାତିରେ ନିର୍ମିତ ମୁଦି ହାତରେ ପିନ୍ଧିଲେ ରୋଗ ଉପଶମ ହୁଏ ବୋଲି ଭାରତ ସମେତ ଅନ୍ୟ ଦେଶରେ ବିଶ୍ୱାସ ରହିଛି, କିନ୍ତୁ ଓଡ଼ିଶାରେ ଏହା କାଁ ଭାଁ ବା କ୍ୱଚିତ ଦେଖାଯାଏ। ଏବେ ଭାରତରେ ଏହିସବୁ ସାମଗ୍ରୀର ଆମଦାନୀ ଓ କାରବାର ଉପରେ ନିଷିଦ୍ଧ, ଘୋଷଣା କରାଯାଇଛି।
ଦୁଃଖଦ ବିଷୟ ଯେ ଏ ସମ୍ପର୍କରେ ତଦନ୍ତ ଓ ମାମଲା ପରିଚାଳନା ଅତ୍ୟନ୍ତ ଦୁର୍ବଳ, ଯଦିଓ ୧୯୭୨ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ଅନୁଯାୟୀ ବଜ୍ରକାପ୍ତା ସଂରକ୍ଷଣ ଏକ ପ୍ରାଥମିକ ଦାୟିତ୍ୱ ଓ କର୍ତ୍ତବ୍ୟ, ଏ ପର୍ଯ୍ୟନ୍ତ ଜଣେ ହେଲେ ଶିକାରୀ, ଚାଲାଣକାରୀ ଓ ବେପାରୀଙ୍କୁ ଦଣ୍ଡବିଧାନ ହୋଇପାରିଲା ନାହିଁ। ଆଗରୁ କେବଳ ବନ ବିଭାଗ ବନ୍ୟପ୍ରାଣୀ ମାମଲା ରୁଜୁ କରି କୋର୍ଟକୁ ପଠାଉଥିବାବେଳେ ଏବେ ଏସ୍‌ଟିଏଫ୍‌ ଓ କ୍ରାଇମ୍‌ବ୍ରାଞ୍ଚ ଗଠନ ହେବା ପରେ କେବଳ ବଜ୍ରକାପ୍ତା ବା କାତି ଧରି ବନ ବିଭାଗକୁ ଦେଇ ଦାୟିତ୍ୱ ସାରି ଦେଉଛନ୍ତି। ଏମାନେ ନିଜେ ମାମଲା ରୁଜୁ କରୁନାହାନ୍ତି। ବନ ବିଭାଗ ମଧ୍ୟ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ କରି ପାରୁନାହିଁ। ଫଳରେ ଶିକାରୀ ଓ ଚାଲାଣକାରୀଙ୍କୁ ଖୋଲା ସୁଯୋଗ ମିଳୁଛି। ବଢ଼ୁଛି ଶିକାର ଓ ଚୋରାଚାଲାଣ।
ସାରା ପୃଥିବୀରେ ଶିକାର ଓ ଚୋରାଚାଲାଣ ହେଉଥିବା ସବୁଠାରୁ ନିରୀହ ବନ୍ୟପ୍ରାଣୀ ହେଉଛି ବଜ୍ରକାପ୍ତା। ଏହି ପ୍ରାଣୀ ଆଜି ବିଲୁପ୍ତପ୍ରାୟ ହେବାକୁ ବସିଲାଣି। ଆମ ରାଜ୍ୟରେ ବଜ୍ରକାପ୍ତା ଶିକାର ଜୋରସୋର ତଥା ଅବାଧରେ ଚାଲିଛି। ଇତିମଧ୍ୟରେ ଯଦିଓ ଅନେକ ବେପାରି ଓ ଚୋରା ଚାଲାଣକାରୀ ଗିରଫ ହୋଇଛନ୍ତି ତଥାପି ଏ ଦିଗରେ ଚୋରା କାରବାର ଥମିବାର ନଁା ନେଉନାହିଁ।
ବଜ୍ରକାପ୍ତା ଆମ ‘ଇକୋସିଷ୍ଟମ୍‌’ରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିବାରୁ ଏମାନଙ୍କ ସୁରକ୍ଷା ପାଇଁ ସଂପୃକ୍ତ ଅପରାଧୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ନ ହେଲେ ଏହି ବିରଳ ବନ୍ୟପ୍ରାଣୀ ଅଚିରେ ହୁଏତ ଲୋପପାଇବ ଓ ଆମ ପରପିଢ଼ି ପିଲାମାନେ କେବଳ ତା’ର ଛବି ଦେଖି ଜାଣିବେ ଯେ ଏପରି ଏକ ବିରଳ ବନ୍ୟପ୍ରାଣୀ ଥିଲା । ସରକାର ଓ ଜନସାଧାରଣ ଏ ଦିଗରେ ସଚେତନ ହେବା ଆଜିର ଜରୁରୀ ଆହ୍ବାନ, ବଜ୍ରକାପ୍ତା ବଞ୍ଚି ରହୁ – ଏତିକି ଆମ ହୃଦୟକୁ ସ୍ପନ୍ଦିତ କରୁ।
ମୋ : ୯୪୩୮୧୮୬୨୨୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଛତିଶଗଡ଼ରେ ଏମିତି ଏକ ସ୍କୁଲ୍‌ ରହିଛି ଯେଉଁଠି ନିୟମିତ ଜାତୀୟ ସଙ୍ଗୀତ ଗାନ କରାଯାଉଛି। ଏହାପରେ ସମ୍ବିଧାନ ପ୍ରତି ସମ୍ମାନ ପ୍ରଦର୍ଶନ କରାଯାଉଛି। ଏହି ଅବସରରେ...

ଛୋଟ କାନ୍ଧ, ବଡ଼ ବୋଝ

ସେଦିନ ଅଭ୍ୟାସ କାର୍ଯ୍ୟ କରି ନ ଥିବା ପ୍ରତ୍ୟେକ ପିଲାଙ୍କୁ ଶ୍ରେଣୀଗୃହରେ ଦଣ୍ଡ ସ୍ବରୂପ କାନ ଧରି ଛିଡ଼ାହେବାକୁ କହିଲି। ସମସ୍ତେ ନିଜ ନିଜର ସଫେଇ...

କରୋନା ଓ ମାଂସାହାର

ଡ. ପ୍ରଫୁଲ୍ଲ କୁମାର ସାହୁ ମହାମାରୀ କରୋନାରେ ସମଗ୍ର ବଶ୍ୱର ପ୍ରାୟ ସବୁ ଦେଶର ଲୋକ ଏବେ ଗୃହବନ୍ଦୀ। କୁହାଯାଉଛି ଅସତର୍କ ଚାଇନାବାସୀଙ୍କ ବିକୃତ ଖାଦ୍ୟାଭ୍ୟାସରୁ...

ମହାମହିମ ରାଜ୍ୟପାଳ

ଆମ ଦେଶର ସମ୍ବିଧାନର ଧାରା ୧୫୩ରେ ଲେଖାଯାଇଛି ଯେ, ପ୍ରତ୍ୟେକ ରାଜ୍ୟ ପାଇଁ ଜଣେ ରାଜ୍ୟପାଳ ରହିବେ। ମାତ୍ର ଏହି ଧାରାରେ ଜଣେ ବ୍ୟକ୍ତିକୁ ଦୁଇ...

ମାନପତ୍ରର ମାନ

ହିମାଂଶୁ ଶେଖର ଆଚାର୍ଯ୍ୟ ଈଶ୍ୱର ପ୍ରତ୍ୟେକଙ୍କ ନିକଟରେ କିଛି ନା କିଛି ପ୍ରତିଭା ଦେଇଛନ୍ତି। ସେଥିପାଇଁ କୁହାଯାଏ ଫୁଲର ବାସ୍ନାଥିଲେ ସେ ମହକିବ ଆଉ ପ୍ରତିଭାଥିଲେ...

ଅଭିଭାବକଙ୍କ ଚିନ୍ତା

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ୨୯ ଅଗଷ୍ଟରେ ‘ଅନ୍‌ଲକ୍‌-୪’ ପାଇଁ ନିୟମାବଳୀ ଘୋଷଣା କରିଥିଲା। ସେଥିରେ ଦର୍ଶାଯାଇଥିଲା ଯେ, ୨୧ ସେପ୍ଟେମ୍ବରରେ ସ୍କୁଲଗୁଡ଼ିକୁ ଆଂଶିକ ଖୋଲିବା ସକାଶେ ଅନୁମତି...

ଧୀର ଜହର

ଡ. ଅଜୟ କୁମାର ପାତ୍ର ଜ୍ଞାନୀମାନେ ଜଳକୁ ‘ସାର୍ବଜନୀନ’ବୋଲି କହିଥାଆନ୍ତି। କାରଣ ପୃଥିବୀର ଆୟତନରୁ ଜଳଭାଗ ପ୍ରାୟ ସତୁରି ପ୍ରତିଶତ ଅଧିକାର କରିଛି। ସେମିତି ଆମ...

ରୁଷିଆ, ଇରାନ ଓ ଏକଚ୍ଛତ୍ରବାଦ

ବେଳେବେଳେ ନ୍ୟୁଜ୍‌ ପ୍ରକ୍ରିୟାରେ ଏକ ନିର୍ଦ୍ଦିଷ୍ଟ ଘଟଣାକୁ ବହୁବାର ପୁନରାବୃତ୍ତି କରାଯାଏ। ଉକ୍ତ ଘଟଣାର ପ୍ରଚ୍ଛଦରେ କ’ଣ ଥାଇପାରେ ସେ ସମ୍ପର୍କରେ ଏହା ଏକ ରହସ୍ୟମୟ...

Advertisement
Archives

Model This Week