କ୍ଷୋଭ ପ୍ରକାଶ କଲେ ଲୋକାୟୁକ୍ତ

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ପିପିଇ କିଟ୍‌ ଓ ମାସ୍କ ଦୁର୍ନୀତି ଅଭିଯୋଗ ମାମଲାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ତଥ୍ୟ ଦେଇପାରିନାହାନ୍ତି। ତେଣୁ ଏହାକୁ ନେଇ ଲୋକାୟୁକ୍ତ କ୍ଷୋଭ ପ୍ରକାଶ କରିଛନ୍ତି। ଏହି ଘଟଣାର ଚୁଡାନ୍ତ ଶୁଣାଣି ଆସନ୍ତା ୭ ତାରିଖରେ କରାଯିବ ବୋଲି ଜଣାପଡିଛି। ଏନେଇ ଆବେଦନକାରୀ ସୁଦର୍ଶନ ଦାସ ଏବଂ ତାଙ୍କ ଓକିଲ ସୁଶାନ୍ତ ପାଢୀ ସୂଚନା ଦେଇଛନ୍ତି।
ଏହି ମାମଲାରେ ମୁଖ୍ୟ ଶାସନ ସଚିବଙ୍କୁ ପକ୍ଷ ରଖିବା ପାଇଁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଥିଲେ। ତେବେ ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ସରକାରଙ୍କ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା ଚିଠି ମାଧ୍ୟମରେ ଉତ୍ତର ରଖିଛନ୍ତି। କୋଭିଡ ସମୟରେ କେଉଁ ଅଧିକାରୀ କଣ ସବୁ ଦାୟିତ୍ୱରେ ରହିଥିଲେ ସେନେଇ ଚିଠିରେ ଦର୍ଶାଇଛନ୍ତି। ହେମନ୍ତ ଶର୍ମାଙ୍କୁ କେଉଁ କାରଣରୁ ନିଜ ଦାୟିତ୍ୱରୁ ଅବ୍ୟାହତି ଦିଆଗଲା ବୋଲି ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ତାଙ୍କ ଦାୟିତ୍ୱ ଭାର ଅଧିକ ହୋଇଯାଇଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ଫଳରେ ଲୋକାୟୁକ୍ତ ଅଧିକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅନ୍ୟପଟେ ସୋମବାର ପୁନର୍ବାର ଲୋକାୟୁକ୍ତଙ୍କ ନିର୍ଦ୍ଦେଶକ୍ରମେ ଜାମିନୀ ଷଡଙ୍ଗୀ ଏବଂ ଶିଳ୍ପ ସଚିବ ହେମନ୍ତ ଶର୍ମା ହାଜର ହୋଇଛନ୍ତି। ସମସ୍ତ ପକ୍ଷକୁ ଡିସେମ୍ବର ୭ରେ ପ୍ରସ୍ତୁତ ହୋଇ ଆସିବା ଲାଗି କୁହାଯାଇଥିବା ବେଳେ ସେଦିନ ଚୁଡାନ୍ତ ନିଷ୍ପତ୍ତି ହେବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

ଓଜନ ହ୍ରାସ ଔଷଧ ବେଆଇନ ବିକ୍ରିକଲେ ଲାଇସେନ୍ସ ରଦ୍ଦ: କେନ୍ଦ୍ରର ଚେତାବନୀ

ନୂଆଦିଲ୍ଲୀ,୨ା୪:ଓଜନ ହ୍ରାସ ପାଇଁ ଉଦ୍ଦିଷ୍ଟ ଔଷଧଗୁଡ଼ିକ ଭାରତୀୟ ବଜାରରେ ସହଜରେ ଉପଲବ୍ଧ ହେଉଥିବାରୁ ଏହାର ଅପବ୍ୟବହାର ବଢ଼ିବାରେ ଲାଗିଛି। ଏଭଳି ଡ୍ରଗ୍ସ ବିକ୍ରେତାଙ୍କ ଲାଇସେନ୍ସ ରଦ୍ଦ କରାଯିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri