Posted inଜାତୀୟ

୨୦୨୪ରେ କାମ କରିବ କି ଏହି ପ୍ଲାନ, ପ୍ୟାନ ଇଣ୍ଡିଆ ମିଶନରେ ଏକାଠି ହେବେ ଦଳ, ଏନଡିଏ ବୈଠକରେ ଦେଖାଯିବ ଟ୍ରେଲର

ନୂଆଦିଲ୍ଲୀ,୯।୭: ଲୋକ ସଭା ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ଜନତାନ୍ତ୍ରିକ ମେଣ୍ଟ(ଏନଡିଏ)ର ବୈଠକ ପୂର୍ବରୁ ରାଜନୈତିକ ଉଷ୍ମତା ଦେଖାଦେଇଛି। ଭାଜପାର ପ୍ୟାନ ଇଣ୍ଡିଆ ପ୍ରୋଜେକ୍ଟର ପ୍ରଥମ ଝଲକ ଜୁଲାଇ ୧୮ରେ ହେବାକୁ ଯାଉଥିବା ଏନଡିଏ ବୈଠକରେ ଦେଖିବାକୁ ମିଳିବ। ଏହି ବୈଠକରେ ଶିବସେନାର ଶିନ୍ଦେ ଗ୍ରୁପ ସହିତ ଏନସିପିର ଅଜିତ ପାୱାରଙ୍କ ଦଳ ସାମିଲ ହେବେ ବୋଲି ଅନୁମାନ କରାଯାଉଛି। ଏହା ସହିତ ଲୋକ ଜନଶକ୍ତି ପାର୍ଟି (ରାମବିଳାସ ପାସୱାନ) ମୁଖ୍ୟ ଚିରାଗ ପାସୱାନ ପୁଣି ଥରେ ଏନଡିଏକୁ ପ୍ରତ୍ୟାବର୍ତ୍ତନ କରିବାର ସଙ୍କେତ ମିଳିଛି। କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ନିତ୍ୟାନନ୍ଦ ରାୟ ରବିବାର ପାଟନାରେ ଚିରାଗ ପାସୱାନଙ୍କୁ ଭେଟିଛନ୍ତି।
ରବିବାର ଏଲଜେପି (ରାମବିଳାସ) ନେତାଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଚିରାଗ ପାସୱାନଙ୍କୁ ମିଳିତ ମଞ୍ଚ ଉପରେ ନିଷ୍ପତ୍ତି ନେବାକୁ ଅନୁମତି ଦିଆଯାଇଥିଲା। ଏଲଜେପି ରାମବିଳାସଙ୍କ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଅରୁଣ କୁମାର କହିଛନ୍ତି, ଚିରାଗ ଯାହା ବି ନିଷ୍ପତ୍ତି ନେବେି, ଦଳ ଏହାକୁ ଗ୍ରହଣ କରିବ। ଚିରାଗ ପାସୱାନଙ୍କୁ କେନ୍ଦ୍ର ମନ୍ତ୍ରୀ କରାଯାଉଥିବା କଳ୍ପନା ଜଳ୍ପନାରେ ସେ କିଛି କହିବାକୁ ମନା କରି ଦେଇଛନ୍ତି। ଚିରାଗ ପାସୱାନ ମଧ୍ୟ ଏଏନଆଇକୁ କହିଛନ୍ତି ଯେ ଦଳର ନେତାମାନେ ଆସନ୍ତା ୨୦୨୪ ଲୋକ ସଭା ନିର୍ବାଚନ ଏବଂ ରାଜ୍ୟର ନିର୍ବାଚନ ପାଇଁ ଏକ ମେଣ୍ଟ ଗଠନ କରିବାକୁ ମୋତେ ଅନୁମତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେ’ ପହିଲା ପୂର୍ବରୁ ଆମେରିକା ଶେଷ କରିବ ଯୁଦ୍ଧ? ଜାଣନ୍ତୁ କେତେ ଚାପରେ ଅଛନ୍ତି ଟ୍ରମ୍ପ

ଓ୍ବାଶିଂଟନ,୨୩।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ, ମେ ୧ ବଡ଼ ଚିନ୍ତାର କାରଣ ପାଲଟିବାକୁ ଯାଉଛି। ଆମେରିକାରେ ଏକ ଦୀର୍ଘକାଳୀନ ଆଇନ ଅଛି ଯାହା ଅନୁସାରେ…

କଳା ପଲସର ଆତଙ୍କ, ଆଲମିରା ଭାଙ୍ଗି ଲୁଟିନେଲେ ସୁନା ଗହଣା

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଗୁରୁବାର କଳା ପଲସର ଆତଙ୍କ ଦେଖିବାକୁ ମିଳିଛି । ଦିନ ଦ୍ବିପହରେ ଘରେ ପଶି ବନ୍ଧୁକ…

ଅସମ୍ଭାଳ ଖରା, ରାୟଗଡାରେ ୨ ଦିନ ସ୍କୁଲ-କଲେଜ ଛୁଟି

ରାୟଗଡା,୨୩।୪(ସଙ୍କେତ ପାତ୍ର): ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାୟଗଡା ଜିଲାପାଳ ଆଶୁତୋଷ କୁଲକରନି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଖରାକୁ ଦୃଷ୍ଟିରେ ରଖି ଆସନ୍ତା ୨ ଦିନ,…

ଲଗାତାର ପରାଜୟକୁ ନେଇ କାହିଁକି ଏମିତି କହିଲେ ପନ୍ତ? ଜାଣନ୍ତୁ କାହାକୁ ଦାୟୀ କଲେ

ନୂଆଦିଲ୍ଲୀ,୨୩।୪: ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଆଇପିଏଲ 2026 ରେ ଏକ ନିରାଶାଜନକ ପ୍ରଦର୍ଶନ କରିଛି, ବୁଧବାର ରାଜସ୍ଥାନ ରୟାଲ୍ସ ହାତରେ ୪୦ ରନରେ ପରାଜୟ ବରଣ କରିଛି।…

ଇରାନ-ଆମେରିକା ଯୁଦ୍ଧ ମଧ୍ୟରେ ଭାରତ-ରୁଷିଆ ମଧ୍ୟରେ ହେଲା ବଡ଼ ଡିଲ! ଚିନ୍ତାରେ ପାକିସ୍ତାନ

ନୂଆଦିଲ୍ଲୀ/ମସ୍କୋ,୨୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ବିବାଦ ମଧ୍ୟରେ, ଭାରତ ଏବଂ ରୁଷିଆ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସାମରିକ ଚୁକ୍ତିନାମା – ଯାହା RELOS (ପରସ୍ପର ଲଜିଷ୍ଟିକ୍ସ ସପୋର୍ଟର ଆଦାନପ୍ରଦାନ)…

ଆମେରିକା ନେତାଙ୍କ ବଡ଼ ଦାବି, କହିଲେ ମୁଁ ରାଷ୍ଟ୍ରପତି ହୋଇଥିଲେ ଭାରତ ସହ…

ଓ୍ବାଶିଂଟନ,୨୩।୪: ପୂର୍ବତନ ଆମେରିକୀୟ ରାଷ୍ଟ୍ରଦୂତ ରାହମ ଇମାନୁଏଲ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୈଦେଶିକ ନୀତି ଉପରେ କଠୋର ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ ଟ୍ରମ୍ପଙ୍କ ନୀତି…

୪ ଦିନ ହେଲା ଅଙ୍ଗନୱାଡି କେନ୍ଦ୍ରରେ ଝୁଲୁଛି ତାଲା: ବାରଣ୍ଡାରେ ପାଠପଢୁଛନ୍ତି କୁନି କୁନି ପିଲା

ପାଟଣା,୨୩।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ସାହାରପଡା ବ୍ଲକ କୁଣ୍ଡୁଳା ପଞ୍ଚାୟତର କୁଣ୍ଡଳା ଗ୍ରାମରେ ୪ ଦିନ ହେବ ମହାନ୍ତ ସାହିର ୧ ନମ୍ବର ଅଙ୍ଗନବାଡ଼ି କେନ୍ଦ୍ରର ଶ୍ରେଣୀ…

କୋଟିଏରୁ ଅଧିକ ଟଙ୍କା ଖାଇଗଲେ ବ୍ୟାଙ୍କ ମ୍ୟାନେଜର, ମିଛ ରସିଦ୍‌ ଦେଇ…

ମାଲକାନଗିରି,୨୩ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଶାଖା କେସିସି ବ୍ୟାଙ୍କ ମ୍ୟାନେଜର ଶୁଭେନ୍ଦୁ ଖରା ଲ୍ୟାମ୍ପସ ଟଙ୍କାକୁ ବ୍ୟକ୍ତିଗତ କାମରେ ଖର୍ଚ୍ଚ କରିଦେଇଥିବା ଜଣାପଡ଼ିଛି। ଯାହାର ଟେର୍‌ ପାଇ ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri