ପଙ୍ଗପାଳ ବିପତ୍ତି ଓ ପ୍ରତିକାର

ମାନେକା ଗାନ୍ଧୀ

ପଙ୍ଗପାଳ (ଲୁକଷ୍ଟ) ପଲ ପଲ ହୋଇ ଉଡ଼ି ଦୂର ସ୍ଥାନକୁ ଯାଇଥାନ୍ତି, ଏମିତି କି ଅନେକ ଦେଶ ପାର କରିଯାଆନ୍ତି। ଯିବା ବାଟରେ ସେମାନେ ଶସ୍ୟର ପତ୍ର,ଫୁଲ,ଫଳ,ମଞ୍ଜି,ଗଛର ଛାଲ ଆଦି ଖାଇଯାଆନ୍ତି। ବହୁସଂଖ୍ୟାରେ ଗଛ ଉପରେ ବସି ତାହାକୁ ନଷ୍ଟ କରିଦିଅନ୍ତି। ମୁଖ୍ୟତଃ ୪ ପ୍ରକାର ପଙ୍ଗପାଳ ଯଥା-ଡେର୍ଜଟ ଲୁକଷ୍ଟ,ମାଇଗ୍ରେଟୋରୀ ଲୁକଷ୍ଟ,ବମ୍ବେ ଲୁକଷ୍ଟ ଏବଂ ଟ୍ରି ଲୁକଷ୍ଟ ଦେଖାଯାନ୍ତି। ଡେର୍ଜଟ ଲୁକଷ୍ଟ ବିଶ୍ୱର ସବୁଠୁ କ୍ଷତିକାରକ। ଗୋଟିଏ ଦିନରେ ବୟସ୍କ ପଙ୍ଗପାଳ ଦଳ ୧୫୦ କି.ମି.ଯାଏ ଉଡ଼ି ଯାଇପାରନ୍ତି ଓ ଦିନକୁ ସେମାନଙ୍କ ଓଜନ ପାଖାପାଖି ଖାଦ୍ୟ ଖାଇଥାନ୍ତି। ଗତ ବର୍ଷ ଇରାନ ଏବଂ ୟେମେନରେ ପ୍ରବଳ ବର୍ଷା ଯୋଗୁ ଲକ୍ଷ ଲକ୍ଷ ପଙ୍ଗପାଳ ଜନ୍ମ ହୋଇ ଏହି ଦେଶଗୁଡ଼ିକରୁ ସାଉଦି ଆରବ ଦେଇ ଫେବୃୟାରୀରେ ପୂର୍ବ ପାକିସ୍ତାନରେ ପହଞ୍ଚିଥିଲେ। ସେଠାରେ କପା, ମକା ଓ ଗହମ ନଷ୍ଟ କରିଦେଲେ। ଏହି ବିଧ୍ୱଂସକ ପଲଙ୍କୁ ଆୟତ୍ତ କରିବା ଏତେ କଷ୍ଟ ଥିତ୍ଲା ଯେ, ପାକିସ୍ତାନ ଜାତୀୟ ଏମର୍ଜେନ୍ସି ଘୋଷଣା କରିଥିଲା। ପରେ ସେଠାରୁ ପଙ୍ଗପାଳ ଭାରତର ଗୁଜରାଟ, ରାଜସ୍ଥାନ ଏବଂ ପଞ୍ଜାବରେ ପହଞ୍ଚିଗଲେ। ଠିକ୍‌ ଏହି ସମୟରେ ବି ପୂର୍ବ ଆଫ୍ରିିକାରେ ଏମାନେ ନଷ୍ଟ କରିବାରେ ଲାଗିଯାଇଥିଲେ। କେନିଆରେ ଜାନୁୟାରୀରେ ୩୬୦ ବିଲିୟନ ସଂଖ୍ୟକ ପଙ୍ଗପାଳ ଦଳ ୨,୪୦୦ ବର୍ଗ କି.ମି. ବ୍ୟାପି ରହିଥିଲେ। ଏମାନଙ୍କର ଦିନକର ଖାଦ୍ୟ ୮୫ ମିଲିୟନ ଲୋକଙ୍କ ଖାଦ୍ୟ ସହ ସମାନ । ପଙ୍ଗପାଳ ବିପର୍ଯ୍ୟୟ ଯୋଗୁ ସୋମାଲିଆ ମଧ୍ୟ ଜାତୀୟ ଏମର୍ଜେନ୍ସି ଘାଷଣା କରିଥିଲା। ଇଥିଓପିଆ, କେନିଆ ଏବଂ ସୋମାଲିଆରେ ପଙ୍ଗପାଳ ଆକ୍ରମଣ ମାନବିକ ସଙ୍କଟ ଆଣିପାରେ ବୋଲି ଜାତିସଂଘ ସତର୍କ କରିଦେଇଥିଲା। ପଙ୍ଗପାଳ ଦ୍ୱାରା ୧୪ଟି ଦେଶ କ୍ଷତିଗ୍ରସ୍ତ ହୋଇଥିଲେ। କେନିଆରେ ଏମାନଙ୍କ ଆକ୍ରମଣ ୭୦ ବର୍ଷ ଇତିହାସରେ ସବୁଠୁ ଖରାପ ବୋଲି ଜାତିସଂଘର ଫୁଡ୍‌ ଆଣ୍ଡ୍‌ ଏଗ୍ରିକଲଚର ଅଗ୍ରାନାଇଜେଶନ (ଏଫ୍‌ଏଓ) ପ୍ରକାଶ କରିଛି। ୨୦୨୧ରେ ଏହା ଆହୁରି ସାଂଘାତିକ ହେବ ଏବଂ ଅନୁମାନ କରାଯାଉଛି ଆଗକୁ ପ୍ରତିବର୍ଷ ଏମିତି ଜାରି ରହିବ ।
ଛୋଟ ଇଟାଲୀୟ ଦ୍ୱୀପ ସାର୍ଡିନିଆ ତା’ର ୬୦ ବର୍ଷ ଇତିହାସରେ ସବୁଠୁ ଅଧିକ ବିପର୍ଯ୍ୟର ସମୁଖୀନ ହୋଇଆସିଛି। ୨୦୧୯-୨୦ର ସମସ୍ତ ଶସ୍ୟ ପ୍ରାୟ ନଷ୍ଟ ହୋଇଯାଇଛି। ୨୦୧୮ର ଅସାମୟିକ ବର୍ଷା ହିଁ ଏହାର କାରଣ। ଲାଟିନ ଆମେରିକାର ବଲିଭିଆ ମଧ୍ୟ ଏମର୍ଜେନ୍ସି ଘୋଷଣା କରିଛି। ଭାରତରେ ପଙ୍ଗପାଳ ଆକ୍ରମଣ ୨୦୧୯ର ମଧ୍ୟଭାଗରେ ଆରମ୍ଭ ହୋଇଥିଲା। ସେମାନଙ୍କୁ ନିୟନ୍ତ୍ରଣକୁ ଆଣିଲୁ ବୋଲି ଆମେ ଦାବି କରୁଥିଲେ ମଧ୍ୟ ହଜାର ହଜାର ଏକର (କେବଳ ରାଜସ୍ଥାନରେ ୩,୬୦,୦୦୦ ଏକରରୁ ଊର୍ଦ୍ଧ୍ୱ)ରେ ଫସଲ ନଷ୍ଟ ହୋଇଥିଲା। ପୁଣି ଡିସେମ୍ବରରୁ ଫେବୃୟାରୀ ମଧ୍ୟରେ ଏମାନେ ମାଡି ଆସିଲେ ଓ ଯାହା କ୍ଷତି କଲେ ତାହା ପୂର୍ବରୁ କେବେ ବି ହୋଇ ନ ଥିଲା। ଭାରତରେ ମୌସୁମୀ ବର୍ଷା ପଙ୍ଗପାଳକୁ ବଂଶବୃଦ୍ଧି କରିବା ଲାଗି ଉପଯୋଗୀ ପରିବେଶ ଯୋଗାଇଦିଏ। ଗୋଟିଏ ପଙ୍ଗପାଳ ଆର୍ଦ୍ର ମାଟିରେ ୧୫୦ଟି ଅଣ୍ଡା ଦେଇଥାଏ। ଆଗାମୀ ଜୁନ୍‌ରେ ପୁଣି ମୌସୁମୀ ପ୍ରହାହ ଆରମ୍ଭ ହୋଇଗଲେ ଅଣ୍ଡାରୁ ଅତ୍ୟଧିକ ଛୁଆ ଫୁଟିବାର ସମ୍ଭାବନା ରହିଛି ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ଗୋଟିଏ ଦିନରେ ଏକ ମିଲିୟନ ପଙ୍ଗପାଳ ୩୫,୦୦୦ ଲୋକଙ୍କ ଖାଦ୍ୟ ଖାଇ ପାରନ୍ତି। ଚାରଣଭୂମିକୁ ନଷ୍ଟ କଲେ ପାଶୁମାନେ ମଧ୍ୟ ଭୋକିଲା ରହନ୍ତି। ପଶୁପାଳନ ଉପରେ ନିର୍ଭରଶୀଳ ଲୋକମାନେ ଭୟଙ୍କର ଭାବେ ପ୍ରଭାବିତ ହୁଅନ୍ତି। ମାତ୍ର କେଇ ଘଣ୍ଟାରେ ପରିବା ଓ ଶସ୍ୟ କ୍ଷେତ ମରୁଭୂମି ପାଲଟିଯାଏ। ଗ୍ଲୋବାଲ ୱାର୍ମିଙ୍ଗ ପ୍ରଭାବରୁ ଶୁଷ୍କାଞ୍ଚଳ କୁହାଯାଉଥିବା କେନିଆ,ଇଥିଓପିଆ ଏବଂ ସୋମାଲିଆରେ ବନ୍ୟା ପରିସ୍ଥିିିତି ସୃଷ୍ଟି ହେଉଛି। ଏଠାକାର ଆର୍ଦ୍ର ଭୂମି ଡେର୍ଜଟ ପଙ୍ଗପାଳ ବଂଶବୃଦ୍ଧି ପାଇଁ ଉପଯୋଗୀ ହୋଇଯାଇଛି। ବର୍ଷା ଯୋଗୁ ମଧ୍ୟ ଅଧିକ ଫସଲ ହେଉଛି ଓ ତାହା ସେମାନଙ୍କୁ ଆହାର ଯୋଗାଉଛି।
ପଙ୍ଗପାଳ ଯେତେବେଳେ ଭାରତକୁ ଆସନ୍ତି ସେତେବେଳେ ସେମାନଙ୍କ ପ୍ରାଦୁର୍ଭାବରୁ ମୁକ୍ତି ପାଇବା ଲାଗି କୌଣସି ବୈଜ୍ଞାନିକ କାମ କରୁଛନ୍ତି କି? ବିପର୍ଯ୍ୟୟକୁ ଆୟତ୍ତ ନ କଲେ ଶହ ଶହ କୋଟି ଟଙ୍କା କ୍ଷତି ହେବା ସହ ଖାଦ୍ୟାଭାବ ଅଞ୍ଚଳଗୁଡ଼ିକରେ ଅନାହାର ବଢିବ । ପଙ୍ଗପାଳ ବିପତ୍ତି ବିରୋଧରେ କିଏ ଲଢ଼ିବ ତାହା ହିଁ ଆଜିର ପ୍ରଶ୍ନ। ସେମାନଙ୍କୁ ନିଆଁ ହୁଳାରେ କି ଛୋଟ ପ୍ଲେନ୍‌ରୁୁ କୀଟନାଶକ ସ୍ପ୍ରେ କରି ମାରିଦେବା କିମ୍ବା ବାସନ ବାଡେଇ ବିଦା କରିପାରିବା କି? ମୋ ମତରେ ଏହା କେବେ ବି ସମ୍ଭବ ନୁହେଁ। ଏହି ଉପାୟରେ ତୁମେ ହୁଏତ ପଙ୍ଗପାଳଙ୍କୁ ତଡିଦେଇପାର, କିନ୍ତୁ ଶସ୍ୟ ବିଷାକ୍ତ ହୋଇଯିବ। ଏମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଭାରତ ସରକାର ଅର୍ଗାନୋଫସ୍‌ଫେଟ କେମିକାଲ ସ୍ପ୍ରେ କରୁଛନ୍ତି। ପଙ୍ଗପାଳ ମରିଯିବାର ବହୁଦିନ ପରେ ଏହା ଲୋକମାନଙ୍କ ମୃତ୍ୟୁର କାରଣ ହୋଇଚାଲିବ। ଭାରତର ପ୍ରତ୍ୟେକ ରାଜ୍ୟରେ କୃଷି ମନ୍ତ୍ରଣାଳୟରେ ପଙ୍ଗପାଳ ବିଭାଗ ରହିଛି। କିନ୍ତୁ ୧୯୯୩ରେ ଘଟିଥିବା ପଙ୍ଗପାଳ ଆକ୍ରମଣ ପରଠାରୁ ଏହି ବିଭାଗ ପୂରା ନିଷ୍କ୍ରିୟ ହୋଇଯାଇଛି। ଏହି ବିଭାଗର ଅଧିକାରୀମାନେ ୨୫ ବର୍ଷ ହେବ କ’ଣ କରିଛନ୍ତି। ପଙ୍ଗପାଳର ସମ୍ଭାବ୍ୟ ଆକ୍ରମଣ ଉପରେ ଚର୍ଚ୍ଚା କରିବା ପାଇଁ କେବଳ ବିଦେଶ ଯିବା ବ୍ୟତୀତ କିଛି ବି କରିପାରିନହାନ୍ତି। ବାସ୍ତବରେ ପଙ୍ଗପାଳ ବିପର୍ଯ୍ୟୟ ଘଟାଇଲାବେଳେ ଏମାନେ କ’ଣ କଲେ? ଏବେ ପଙ୍ଗପାଳ ଦାଉରୁ ଦେଶକୁ ରକ୍ଷା କରିବା ଲାଗି କିଛି ସମ୍ବେଦନଶୀଳ ପଦ୍ଧତି ଆପଣାଇବାକୁ ପଡିବ।
ପୁଣି ପଙ୍ଗପାଳ ଆସିଲେ ସରକାର ବା କୃଷକ କ’ଣ କରିପାରିବେ ତା’ଉପରେ ଦୁଇଟି ସମାଧାନର ପନ୍ଥା ବିଷୟରେ କହିଛନ୍ତି ପଦ୍ମଶ୍ରୀ ଚିନ୍ତଲା ଭେଙ୍କଟ ରେଡ୍ଡୀ। ତେଲଙ୍ଗନାର ଏହି ଜୈବକୃଷକ ଅଳସୀ ତେଲ,ଖାଇବାସୋଡା କିମ୍ବା ସୋଡିୟମ ବାଇକାର୍ବୋନେଟ ଏବଂ ରସୁଣ,ଜିରା ଓ କମଳା ରସ ମିଶ୍ରଣକୁ ପ୍ରୟୋଗ କରିବାକୁ କହିଛନ୍ତି। ଏହି ମିଶ୍ରଣର କୌଣସି ପାର୍ଶ୍ୱପ୍ରତିକ୍ରିୟା ନାହିଁ। ଦ୍ୱିତୀୟରେ ଭୂପୃଷ୍ଠର ୪ ଫୁଟ ତଳୁ ୩୦-୪୦ କେଜି ମାଟି ଆଣି ତାହାକୁ ୨୦୦ ଲିଟର ପାଣିରେ ଗୋଳି ୧୦ରୁ୨୦ ମିନିଟ ଯାଏ ରଖ। ପରେ ସେହି ଦ୍ରବଣକୁ ଛାଣିବା ପରେ ପାଣିକୁ ଶସ୍ୟ ଉପରେ ସ୍ପ୍ରେ କର। ଏହାଦ୍ୱାରା ପଙ୍ଗପାଳ କୌଣସି ଶସ୍ୟକୁ ଖାଇପାରିବେ ନାହିଁ। ରେଡ୍ଡୀଙ୍କ ଦୁଇଟି ପଦ୍ଧତି ବ୍ୟତୀତ ଆଉ କିଛି ପଦ୍ଧତି ମଧ୍ୟ ରହିଛି। ସେଗୁଡିକ ହେଲା, ତୃତୀୟରେ ଅଷ୍ଟ୍ରେଲିିଆର ପଙ୍ଗପାଳ ବିପର୍ଯ୍ୟୟ କମିଶନର ନିର୍ଦ୍ଦେଶକ କ୍ରିସ୍‌ ଆଡ୍ରିଆନ୍‌ସେନ ପ୍ରାକୃତିକ ଉପାୟରେ ହେଉଥିବା ଫଙ୍ଗସ ବା କବକର ଏକ ପ୍ରକାର ଜୈବିକ ତତ୍ତ୍ୱ ସମ୍ପର୍କରେ ୧୯୭୬ରେ ପ୍ରକାଶ କରିଥିଲେ। ଏହା ମେଟାର୍ହିଜିୟମ ଫଙ୍ଗସର ବୀଜାଣୁ ଉପରେ ଆଧାରିତ। ଥରେ ପଙ୍ଗପାଳଙ୍କ ଉପରେ ଏହାକୁ ସ୍ପ୍ରେ କଲେ ସେମାନେ ଆଉ ଶସ୍ୟ ଖାଇପାରନ୍ତି ନାହିଁ କି ବଂଶ ବୃଦ୍ଧି କରିପାରନ୍ତିନାହିଁ। ବର୍ଲିନସ୍ଥିତ ଇଣ୍ଟରନ୍ୟାଶନାଲ ଇନଷ୍ଟିଚ୍ୟୁଟ ଫର୍‌ ଟ୍ରପିକାଲ ଏଗ୍ରିକଲଚର୍‌ର ବାୟୋଲୋଜିକାଲ କଣ୍ଟ୍ରୋଲ ସେଣ୍ଟର ଦ୍ୱାରା ଫଙ୍ଗସରୁ ଏକ ଜୈବ କୀଟନାଶକ ପ୍ରସ୍ତୁତ କରାଯାଇଛି। ଏହା ପଙ୍ଗପାଳଙ୍କ ଆଭ୍ୟନ୍ତରୀଣ ଟିସ୍ୟୁକୁ ନଷ୍ଟ କରିପାରେ। ଅନ୍ୟ ଜୀବ ଉପରେ ଏହି ଫଙ୍ଗସର କୌଣସି ପ୍ରଭାବ ନାହିଁ। ଚତୁର୍ଥରେ ପଙ୍ଗପାଳ ସବୁଜ ରଙ୍ଗ ପ୍ରତି ଆକର୍ଷିତ ହୋଇଥାନ୍ତି। ତେବେ ଶସ୍ୟକୁୁ ଅନ୍ୟ ରଙ୍ଗର ଜାଲରେ ଘୋଡାଇ ଦେଲେ କ୍ଷୁଦ୍ର ଚାଷୀମାନେ ସେମାନଙ୍କ କବଳରୁ ରକ୍ଷା ପାଇପାରିବେ । ପଞ୍ଚମରେ ନାଇରୋବିସ୍ଥିତ ଇଣ୍ଟରନ୍ୟାଶନାଲ ସେଣ୍ଟର ଫର୍‌ ଇନ୍‌ସେକ୍ଟ ଫିଜିଓଲାଜି ଆଣ୍ଡ୍‌ ଇକୋଲୋଜି(ଆଇସିଆଇପିଇ) ଏକ ସ୍ବତନ୍ତ୍ର ରାସାୟନିକ ପ୍ରସ୍ତୁତ କରିଛି ଯାହା ପଙ୍ଗପାଳ ବିରୋଧରେ ବ୍ୟବହାର କରାଯାଇପାରିବ। ଷଷ୍ଠରେ ଫ୍ରିଥଜୋଫ୍‌ ଭୋସଙ୍କ ନେତୃତ୍ୱରେ ଜର୍ମାନୀ ଗବେଷକମାନେ ପଙ୍ଗପାଳଙ୍କୁ ଭୟଭୀତ କରିବା ପାଇଁ ଏକ ଇଲେକ୍ଟ୍ରିକାଲ ଗ୍ରୀଡ ପ୍ରସ୍ତୁତ କରିଛନ୍ତି। ଜଣେ ଚାଷୀ ଚାହିଁଲେ ଏହାକୁ ଜମିରେ ଲଗାଇପାରିବେ। ସପ୍ତମରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏମାନଙ୍କ ଅଣ୍ଡାକୁ ଠାବ କରି ମାଟିକୁ ହଳ କରି,ମହିଦେଇ ତାହାକୁ ନଷ୍ଟ କରିବା। ବତକ ରଖିଲେ ଏମାନଙ୍କୁ ନିୟନ୍ତ୍ରଣ କରିପାରିବେ। ଗୋଟିଏ ବତକ ଦିନକୁ ୨୦୦ରୁ ଅଧିକ ପଙ୍ଗପାଳ ଖାଇଥାନ୍ତି।
ଆମେ ପଙ୍ଗପାଳ ସମ୍ପର୍କରେ ଠିକ୍‌ ସମୟରେ ଭଲଭାବେ ସୂଚନା ପାଇଲେ ଏହା ଉପରେ ପଦକ୍ଷେପ ନେବା ସମ୍ଭବ ହେବ। ଏମାନେ ଆସୁଥିବା ବାଟରେ ୫୦ ଫୁଟ ଉଚ୍ଚତାରେ ଟ୍ରାପଗୁଡ଼ିକୁ ଲଗାଇ କିମ୍ବା ଏରୋପ୍ଲେନ ଦ୍ୱାରା ପଙ୍ଗପାଳ ଦଳକୁ ଭାଙ୍ଗିଦିଆଯାଇପାରିବ। ଜଳବାୟୁ ପରିବର୍ତ୍ତନ ପଙ୍ଗପାଳ ବଂଶବୃଦ୍ଧିକୁ ସୁହାଉଥିଲେ ମଧ୍ୟ ଆମ ସରକାରରେ କେହି ଜଣେ ବି ଏହା ଉପରେ ଗୁରୁତ୍ୱ ଦେଉନାହାନ୍ତି। ଗୋପାଳନ ଦ୍ୱାରା ମିଥେନ ନିର୍ଗମନ ବୃଦ୍ଧିପାଇଛି। କାର୍ବନ ମନକ୍ସାଇଡଠାରୁ ମିଥେନ ୨୪ଗୁଣ ବେଶି ମାରାମତ୍କ। ଏଣୁ ଗ୍ରୀନ୍‌ହାଉସ ଗ୍ୟାସ ନିର୍ଗମନ କମ୍‌ ନ କଲେ ଲୁପ୍ରବାହ,ମରୁଡି, ବାତ୍ୟା ଏବଂ ବନ୍ୟା ଆହୁରି ତୀବ୍ର ହେବ। ପରିବେଶ ଆହୁରି ବିଗିଡ଼ି ଯିବ। ପଙ୍ଗପାଳ ପଲ ପଲ ହୋଇ ପୁଣି ମାଡିଆସିବେ।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri