Posted inଜାତୀୟ

ବଦଳିବାକୁ ଯାଉଛି ଲକର ନିୟମ

ନୂଆଦିଲ୍ଲୀ,୨୦।୮: ୨୦୨୨ ଜାନୁୟାରୀ ପହିଲାରୁ ସାରା ଦେଶରେ ନୂଆ ଲକର ନିୟମ କାର୍ଯ୍ୟକାରୀ ହେବ। ଯଦି ଆପଣ ଜରୁରୀ କାଗଜପତ୍ର କିମ୍ବା ଗହଣା ସୁରକ୍ଷିତ ରଖିବା ପାଇଁ ବ୍ୟାଙ୍କର ସେଫ୍‌ ଡିପୋଜିଟ ଲକର ନେଇଛନ୍ତି ତେବେ ଖୁସି ଖବର। ଏଥିରେ ରଖାଯାଇଥିବା ସାମଗ୍ରୀକୁ କ୍ଷତି ପହଞ୍ଚିଲେ ଗ୍ରାହକ କ୍ଷତିପୂରଣ ପାଇବେ। ଲକର ସମ୍ପର୍କିତ ନିୟମକୁ ରିଜର୍ଭ ବ୍ୟାଙ୍କ ପରିବର୍ତ୍ତନ କରିଥିବା ଜଣାପଡିଛି। ଆର୍‌ବିଆଇ ନିୟମ ମୁତାବକ, ଲକରରେ ରଖାଯାଇଥିବା ସାମଗ୍ରୀ ବ୍ୟାଙ୍କର ଭୁଲ୍‌ ଲାଗି କ୍ଷତିଗ୍ରସ୍ତ ହେଲେ ଗ୍ରାହକଙ୍କୁ ଏହାର ଭଡା ଉପରେ ପ୍ରାୟ ୧୦୦ ଗୁଣ ପର୍ଯ୍ୟନ୍ତ କ୍ଷତିପୂରଣ ମିଳିବ। ଲକର ଯେଉଁ ବିଲ୍‌ଡିଂରେ ରହିଥିବ ଏହା ଭାଙ୍ଗିଗଲେ କିମ୍ବା ଏଥିରେ ନିଆଁ ଲାଗିଲେ, ଚୋରି, ଡକାୟତି, ବ୍ୟାଙ୍କ କର୍ମଚାରୀଙ୍କ ଦ୍ୱାରା କରାଯାଇଥିବା ଠକେଇ ଭଳି ମାମଲା କ୍ଷେତ୍ରରେ ଗ୍ରାହକ କ୍ଷତିପୂରଣ ପାଇବେ। ଲକର ପରିସରକୁ ସୁରକ୍ଷିତ କରିବା ଲାଗି ସମସ୍ତ ପ୍ରକାର ବନ୍ଦୋବସ୍ତ ବ୍ୟାଙ୍କ କରିବେ।
ପ୍ରାକୃତିକ ଦୁର୍ବିପାକଜନିତ କ୍ଷୟକ୍ଷତିରେ ଲକର ସାମଗ୍ରୀ କ୍ଷତିଗ୍ରସ୍ତ ହେଲେ ଗ୍ରାହକଙ୍କୁ ବ୍ୟାଙ୍କ କ୍ଷତିପୂରଣ ଦେବେ ନାହିଁ। ସେହିଭଳି ନୂଆ ଲକର ନେବାକୁ ଚାହୁଁଥିବା ଲୋକଙ୍କୁ ଆବେଦନ କରିବାକୁ ପଡିବ। ଯଦି ଲକର ଖାଲି ନ ଥାଏ ଗ୍ରାହକଙ୍କୁ ଓ୍ବେଟିଂ ଲିଷ୍ଟ ନମ୍ବର ଦିଆଯିବ। ଖାଲି ଲକରର ତାଲିକା ଏବଂ ଓ୍ବେଟିଂ ଲିଷ୍ଟ ତାଲିକା ବ୍ୟାଙ୍କଗୁଡିକୁ ଦେବାକୁ ପଡିବ। ସେଫ୍‌ ଡିପୋଜିଟ ଲକର କ୍ଷେତ୍ରରେ ପାରଦର୍ଶିତା ଆଣିବା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଥମ ଥର ଲକର ସୁବିଧା ନେଉଥିବା ଲୋକଙ୍କୁ ଟର୍ମ ଡିପୋଜିଟ ଦେବାକୁ ପଡିବ ନାହିଁ। ଯଦି ଆପଣଙ୍କ ଖାତା ଚାଲୁଛି ବ୍ୟାଙ୍କ ଆପଣଙ୍କୁ ଏଭଳି ଟର୍ମ ଜମା ଦେବାକୁ କହିପାରିବ ନାହିଁ। ବ୍ୟାଙ୍କ ଗ୍ରାହକଙ୍କୁ ସେମାନଙ୍କ ଲକର ସମ୍ପର୍କିତ ସୂଚନା ଏସ୍‌ଏମ୍‌ଏସ୍‌ କିମ୍ବା ଇ-ମେଲ୍‌ ଜରିଆରେ ପ୍ରଦାନ କରିବେ। ଯଦି ବ୍ୟାଙ୍କ ଲକର ଶିଫ୍ଟ କରୁଥାନ୍ତି ସେ ସମ୍ପର୍କିତ ସୂଚନା ମଧ୍ୟ ପୂର୍ବରୁ ପ୍ରଦାନ କରିବେ।
ଲକରର ଭଡ଼ା ଠିକ୍‌ ସମୟରେ ଯେଭଳି ମିଳିବ ଏଥିଲାଗି ବ୍ୟାଙ୍କ ଆଲଟମେଣ୍ଟ ସମୟରେ ଟର୍ମ ଡିପୋଜିଟ ନେବାର ଅନୁମତି ମିଳିବ। ଏହା ଲକରର ୩ ବର୍ଷର ଭଡା ସହ ସମାନ ହେବ। ଯଦି ଆପଣ ସେଫ୍‌ ଡିପୋଜିଟ ଲକର ନେବାକୁ ଚାହୁଁଛନ୍ତି ଏ ନେଇ ଆପଣ ପ୍ରଥମେ ଏହାର ଉପଲବ୍ଧତା ସମ୍ପର୍କରେ ଜାଣନ୍ତୁ। ପ୍ରଥମେ ବ୍ୟାଙ୍କ ସହ ଏନେଇ ରିଟେଲ ଏଗ୍ରିମେଣ୍ଟ କରିବାକୁ ପଡ଼ିବ। ଲକର ମେଣ୍ଟେନାନ୍ସ ଲାଗି ଗ୍ରାହକଙ୍କୁ ବ୍ୟାଙ୍କର ନିୟମ ଅନୁସାରେ ଅର୍ଥ ଦେବାକୁ ପଡିବ। ଲକର ଏକା କିମ୍ବା କାହା ସହ ମିଳିତ ଭାବେ ନେଇ ପାରିବେ। ଯଦି ଲକର ରଖିବା ପାଇଁ ଚାହୁଁନାହାନ୍ତି ତେବେ ଏଥି ଲାଗି ସରେଣ୍ଡର ଆପ୍ଲିକେଶନ ଦେବାକୁ ପଡିବ। ଲକର ଖାଲି କରିବା ପରେ ଏହାର ଚାବିକୁ ବ୍ୟାଙ୍କକୁ ହସ୍ତାନ୍ତର କରିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଆତ୍ମହତ୍ୟା କଲେ ଅଭିନେତ୍ରୀ, ସରକାରୀ ଚାକିରି କରିବାକୁ ଚାପ ପକାଉଥିଲେ ପରିବାର

ବେଙ୍ଗାଲୁରୁ,୨୯।୧୨: ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍‌। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG)...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ୭୯,୦୦୦ କୋଟି ଟଙ୍କାର ସାମରିକ ଉପକରଣ କିଣିବାକୁ ମଞ୍ଜୁରୀ

ନୂଆଦିଲ୍ଲୀ ,୨୯।୧୨: ଶକ୍ତିଶାଳୀ ହେବ ଭାରତୀୟ ସେନା। ନାଲି ଆଖି ଦେଖାଇଲେ ମିସାଇଲ ମାଡ଼ କରିବ ଭାରତ। ଦେଶର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri