ଗୃହରେ ତାଲା, ବାରଣ୍ଡାରେ ପିଲା

ପାରାଦୀପ,୧୯ା୧୦(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାରାଦୀପ ପୌରାଞ୍ଚଳର ୨ନଂ. ୱାର୍ଡର ଅଠରବାଙ୍କି ତଳପଡାରେ ଅଛି ସରକାରୀ ପ୍ରାଥମିକ ବିଦ୍ୟାଳୟ। ୨୦୦୮ରୁ ଚାଲିଥିବା ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏଠାରେ ୧୦୨ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ଉକ୍ତ ସ୍କୁଲ ଧାର୍ଯ୍ୟ ସମୟରେ ଖୋଲୁ ନ ଥିବା ନେଇ ମଙ୍ଗଳବାର ସେଠାକାର ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଘଟଣା ସମ୍ପର୍କରେ ଜାଣିବା ପାଇଁ ସକାଳ ୧୦ଟା ବେଳେ ସେଠାରେ ପହଞ୍ଚତ୍ବା ବେଳେକୁ ପିଲାଙ୍କୁ ବାରଣ୍ଡାରେ ବସିଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ସ୍କୁଲରେ ତାଲା ପଡ଼ିଥିଲା। ସେଠାରେ ଜଣେ ପାଚିକା ଉପସ୍ଥିତ ଥିଲେ।
ତାଲା ପଡିବା ସମ୍ପର୍କରେ ପଚାରିବାରୁ ଶିକ୍ଷୟିତ୍ରୀ ଏବେ ଆସିବେ ବୋଲି ସମ୍ପୃକ୍ତ ପାଚିକା କହିଥିଲେ । ଘଟଣା ସମ୍ପର୍କରେ ପ୍ରାଧାନ ଶିକ୍ଷୟତ୍ରୀ ଶୁଭ୍ରାରାଣୀ ବିଶ୍ୱାସ କହିଛନ୍ତି, ବିଇଓ ଅଫିସରେ କାମଥିବାରୁ ସେ କୁଜଙ୍ଗ ଯାଇଥିଲେ। ଜଣେ ଅତିରିକ୍ତ ଶିକ୍ଷକ ୧୦ଟାରେ ପହଞ୍ଚି ଥିଲେଏବଂ ୧୦ଟା୫ରେ ପ୍ରାର୍ଥନା କରାଯାଇଛି।
ଏ ପ୍ରସଙ୍ଗରେ ଅଭିଭାବକ ଦେବ ମଣ୍ଡଳ କୁହନ୍ତି, ସବୁଦିନ ସ୍କୁଲକୁ ଶିକ୍ଷୟିତ୍ରୀମାନେ ୧୦ଟା ପରେ ଆସୁଛନ୍ତି। ଏସମ୍ପର୍କରେ ତାଗିଦ୍‌ କରାଯାଇଥିବା ନେଇ ସିଆରସିସି ଶୁକାନ୍ତ ସ୍ବାଇଁ କହିଛନ୍ତିି। ବିଇଓ (ବ୍ଲକ ଶିକ୍ଷାଧିକାରୀ)ପବିତ୍ର ମୋହନ କରଙ୍କୁ ପଚାରିବାରୁ ସେ ମଙ୍ଗଳବାର କାର୍ଯ୍ୟରେ ଯୋଗଦାନ କରିଥିବା କହିଛନ୍ତି। ଅପରପକ୍ଷେ ଶିକ୍ଷା ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ ଏହି ସ୍କୁଲ ଗୃହ ନିର୍ମାଣ କରାଯାଇନାହିଁ। ୨୦୧୯ ପର୍ଯ୍ୟନ୍ତ ଏକ କୁକୁଡ଼ା ଭାଡି ସଦୃଶ ଗୃହରେ ପିଲାଙ୍କୁ ପାଠପଢା ହେଉଥିଲା। ସେତେବେଳେ ଗଣମାଧ୍ୟମରେ ଚର୍ଚ୍ଚା ହେବାପରେ ପୌରପାଳିକା ଏକ ଗୋଷ୍ଠୀ ଗୃହ ନିର୍ମାଣ କରିଥିଲା। ସେହି ଗୋଷ୍ଠୀଗୃହକୁ ୨୦୧୯ ମାର୍ଚ୍ଚ ୭ ରେ ଉଦ୍‌ଘାଟନ କରାଯାଇଛି। ସେଠାରେ ପିଲା ପଢୁଛନ୍ତି। ଘର କାନ୍ଥରେ ପୌରପାଳିକା ଫଳକ ଲାଗିଛି। ସେହି କାନ୍ଥର କବାଟ ପାଖରେ ଆଉ ଏକ ଫଳକ ଲାଗିଛି। ସେଥିରେ ଦର୍ଶାଯାଇଛି, ଏସାର ବଲ୍କ ଟର୍ମିନାଲ ପ୍ରାଇଭେଟ ଲିମିଟେଲଡ୍‌(ଇବିଟିପିଏଲ)ଏହି ଘରକୁ ମେଣ୍ଟେନାନ୍ସ କରିଛି। ଅର୍ଥାତ ଗୋଟିଏ ଘରକୁ ପୌରପାଳିକା ଓ ଇବିଟିପିଏଲ ପକ୍ଷରୁ ୩ ବର୍ଷ ମଧ୍ୟରେ ନିର୍ମାଣ ଓ ମରାମତି କରାଯାଇଛି। ଘଟଣା ସମ୍ପର୍କରେ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ କୁହନ୍ତି, କମ୍ପାନୀ ସେଠାରେ ଆଉ ଏକ ଟିଣ ରୋଷେଇଘର କରିଛି। ସେଠାରେ ଫଳକ ନ ଲଗାଇ ପୌରପାଳିକା ଘରେ ଲଗାଇବା ଘଟଣା ନିନ୍ଦନୀୟ। ଏହାର ଯାଞ୍ଚ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri