ରାୟଗଡ଼ାର ୬୨ ଆଇସିଟି ଲାବ୍‌ରେ ତାଲା

ରାୟଗଡ଼ା ଅଫିସ,୧୨ା୧୨: ବିଦ୍ୟାଳୟ ସ୍ତରରେ ଛାତ୍ରୀଛାତ୍ରଙ୍କୁ କମ୍ପ୍ୟୁଟର ଶିକ୍ଷା ପ୍ରଦାନ ଲକ୍ଷ୍ୟ ନେଇ ୨୦୧୪ ରେ ଆଇସିଟି(ଇନ୍‌ଫର୍ମେସନ ଆଣ୍ଡ୍‌ କମ୍ୟୁନିକେସନ ଟେକ୍ନୋଲୋଜି) ସ୍କୁଲ ଯୋଜନାରେ ଆରମ୍ଭ ହୋଇଥିବା ଇ-ବିଦ୍ୟାଳୟ କାର୍ଯ୍ୟକ୍ରମ ବିଫଳ ହୋଇଛି। ଏହି କାର୍ଯ୍ୟକ୍ରମ ଜରିଆରେ ପିଲାମାନଙ୍କୁ ପୁସ୍ତକ ବଦଳରେ କମ୍ପ୍ୟୁଟରରେ ଇ-କଣ୍ଟେଣ୍ଟ ମାଧ୍ୟମରେ ବିଭିନ୍ନ ବିଷୟରେ ପାଠ ପଢ଼ାଇବା ବ୍ୟବସ୍ଥା କରାଯାଇଥିଲା। ହେଲେ ସରକାରଙ୍କ ତଦାରଖ ଅଭାବ ଏବଂ ତ୍ରୁଟିପୂର୍ଣ୍ଣ ପରିଚାଳନା ଯୋଗୁ ହାଇସ୍କୁଲ ଗୁଡ଼ିକରେ ଖୋଲାଯାଇଥିବା ଆଇସିଟି ଲାବ୍‌ରେ ଏବେ ତାଲା ଝୁଲୁଛି। ସ୍କୁଲରେ ଖଞ୍ଜାଯାଇଥିବା କମ୍ପ୍ୟୁଟର ଏବଂ ଅନ୍ୟ ଶିକ୍ଷା ଉପକରଣ ମଧ୍ୟ କିଛି ନଷ୍ଟ ହୋଇଥିବାବେଳେ ଆଉ କିଛି ଉପକରଣକୁ ନେଇ ବଡ଼ ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଛି। ରାୟଗଡ଼ା ଜିଲାର ୬୨ ସ୍କୁଲ ଏହି ପ୍ରକଳ୍ପ ଅନ୍ତର୍ଭୁକ୍ତ ହୋଇଥିଲା। ପ୍ରତ୍ୟେକ ସ୍କୁଲ ପିଛା ୨୨ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିବାବେଳେ ୧୩ କୋଟି ୬୪ ଲକ୍ଷ ଟଙ୍କାର ଶିକ୍ଷା ଉପକରଣ ଏବଂ ଅନ୍ୟ ସାମଗ୍ରୀ ନଷ୍ଟ ହୋଇଥିବା ଜଣାପଡ଼ିଛି।
ନୂତନ ଜ୍ଞାନକୌଶଳ ମାଧ୍ୟମରେ ଛାତ୍ରୀଛାତ୍ରଙ୍କୁ ଉନ୍ନତମାନର ଶିକ୍ଷା ପ୍ରଦାନ ପାଇଁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା। ଏହାର ସଫଳ ରୂପାୟନ ନିମନ୍ତେ ଓଡ଼ିଶା ମାଧ୍ୟମିକ ଶିକ୍ଷା ମିଶନ ଜରିଆରେ ଓକେସିଏଲ୍‌ ନାମକ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲା। ହେଲେ ପ୍ରକଳ୍ପ ସଫଳ ହୋଇପାରିଲାନାହିଁ। ଉପକରଣଗୁଡ଼ିକର ରକ୍ଷଣାବେକ୍ଷଣ ଏବଂ ଛାତ୍ରୀଛାତ୍ରଙ୍କୁ ଉପଯୁକ୍ତ ଶିକ୍ଷା ଦେବା ପାଇଁ ନିଯୁକ୍ତି ପାଇଥିବା ବିଦ୍ୟାଳୟ ସଂଯୋଜକ ଏବଂ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ମଧ୍ୟ ଛଟେଇ କରାଯାଇଛି।
ରାୟଗଡ଼ା ଜିଲାର ୬୨ ବିଦ୍ୟାଳୟରେ ୧୦ ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ ଏହି ଶିକ୍ଷା ପ୍ରଦାନ କରାଯାଉଥିଲା। ମୁଖ୍ୟତଃ ନବମ ଏବଂ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ କମ୍ପ୍ୟୁଟର ମାଧ୍ୟମରେ ବିଜ୍ଞାନ, ଗଣିତ, ଇଂଲିଶ ଆଦି ଶିକ୍ଷା ପ୍ରଦାନ ନିମନ୍ତେ ପ୍ରତ୍ୟେକ ସ୍କୁଲରେ ଜଣେ ଲେଖାଏ ବିଦ୍ୟାଳୟ ସଂଯୋଜକ ନିଯୁକ୍ତି ପାଇଥିଲେ। ପରିତାପର ବିଷୟ ହେଲା ଏବେ ଏହି ଆଇସିଟି ସ୍କୁଲ ଯୋଜନା ତଥା ଇ-ବିଦ୍ୟାଳୟ କାର୍ଯ୍ୟକ୍ରମ ବନ୍ଦ ହୋଇଯାଇଛି। ଏବେ ଜିଲାର କୌଣସି ବିଦ୍ୟାଳୟରେ ଇ-କଣ୍ଟେଣ୍ଟ ଏବଂ କମ୍ପ୍ୟୁଟର ଶିକ୍ଷା ପିଲାଙ୍କୁ ମିଳୁନାହିଁ। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ସରକାରଙ୍କ ଦ୍ୱାରା ଯେଉଁ କମ୍ପ୍ୟୁଟର ଖଞ୍ଜାଯାଇଥିଲା ତାହାକୁ ନେଇ ଜିଲାରେ ବଡ଼ ଧରଣର ଦୁର୍ନୀତି ଅଭିଯୋଗ ଆସିଛି। ୫-ଟି ଅନ୍ତର୍ଗତ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମରେ ପୁରୁଣା କମ୍ପ୍ୟୁଟର ଖଞ୍ଜି ନୂତନ କମ୍ପ୍ୟୁଟରର ବିଲ୍‌ ଦେଖାଇ ବ୍ୟାପକ ଅର୍ଥ ହଡ଼ପ କରାଯାଇଥିବା ଅଭିଯୋଗ ହେଉଛି। ଏଥିରେ ଲକ୍ଷାଧିକ ଟଙ୍କା ବାଟମାରଣା ହୋଇଥିବା ଲଗାତର ଅଭିଯୋଗ ହୋଇଆସୁଛି। ସେହି ପୁରୁଣା ଲାବ୍‌କୁ ରୂପାନ୍ତରଣ କାର୍ଯ୍ୟରେ କେବଳ ମରାମତି କରି ନୂତନ ରୂପ ଦିଆଯାଇଛି। ଏମିତିକି ବିଦ୍ୟାଳୟରେ ଖଞ୍ଜାଯାଇଥିବା ଅନ୍‌ଲାଇନ ୟୁପିଏସ୍‌ଗୁଡ଼ିକ ଏବେ କାମ କରୁଛି କି ନାହିଁ ତାହା କାହାକୁ ଜଣାନାହିଁ। ଏହି ଅନ୍‌ଲାଇନ ୟୁପିଏସ୍‌ ବିନା ବିଦ୍ୟୁତ୍‌ରେ ମଧ୍ୟ ପ୍ରାୟ ୬ ଘଣ୍ଟା ଧରି ଚାଲିବ ଏବଂ ପିଲା ଶିକ୍ଷା ପାଇପାରିବେ। ହେଲେ ଏବେ ଏହାର ସ୍ଥିତି ସନ୍ଦେହ ଘେରରେ। ସେହିଭଳି କେତେକ ସ୍କୁଲରେ ସାଇଲେଣ୍ଟ ଜେନ୍‌ସେଟ୍‌ ମଧ୍ୟ ଗାଏବ ହୋଇଯାଇଥିବା ଜଣାପଡ଼ିଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଦାୟିତ୍ୱରେ ଏହି ସବୁ ସାମଗ୍ରୀ ରହିଥିବା ବେଳେ ଉକ୍ତ ଲାବ୍‌ର ବ୍ୟବହାର କିଭଳି ହେଉଛି ତାହାକୁ ନେଇ ପ୍ରଶ୍ନ ଉଠିଛି। ସାଇଲେଣ୍ଟ ଜେନ୍‌ସେଟ୍‌ ଏବଂ ଅନ୍‌ଲାଇନ ୟୁପିଏସ୍‌କୁ ବାହାରେ ବିକ୍ରି କରାଯାଇଥିବା ମଧ୍ୟ ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଏହା ବ୍ୟତୀତ ଶିକ୍ଷା ଓ ମଙ୍ଗଳ ବିଭାଗର କେତେଜଣ ଅସାଧୁ ଅଧିକାରୀ ଉପରୋକ୍ତ ସମସ୍ତ ସାମଗ୍ରୀ ନେଇ ନିଜ ଘରେ ବ୍ୟକ୍ତିଗତ ବ୍ୟବହାରରେ ଲଗାଇଥିବା ଅଭିଯୋଗ ହୋଇଛି। ତେଣୁ ଏହି ଅନିୟମିତତାର ଉଚ୍ଚସ୍ତରୀୟ ତଦନ୍ତ ନିମନ୍ତେ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri