ରାୟଗଡ଼ାର ୬୨ ଆଇସିଟି ଲାବ୍‌ରେ ତାଲା

ରାୟଗଡ଼ା ଅଫିସ,୧୨ା୧୨: ବିଦ୍ୟାଳୟ ସ୍ତରରେ ଛାତ୍ରୀଛାତ୍ରଙ୍କୁ କମ୍ପ୍ୟୁଟର ଶିକ୍ଷା ପ୍ରଦାନ ଲକ୍ଷ୍ୟ ନେଇ ୨୦୧୪ ରେ ଆଇସିଟି(ଇନ୍‌ଫର୍ମେସନ ଆଣ୍ଡ୍‌ କମ୍ୟୁନିକେସନ ଟେକ୍ନୋଲୋଜି) ସ୍କୁଲ ଯୋଜନାରେ ଆରମ୍ଭ ହୋଇଥିବା ଇ-ବିଦ୍ୟାଳୟ କାର୍ଯ୍ୟକ୍ରମ ବିଫଳ ହୋଇଛି। ଏହି କାର୍ଯ୍ୟକ୍ରମ ଜରିଆରେ ପିଲାମାନଙ୍କୁ ପୁସ୍ତକ ବଦଳରେ କମ୍ପ୍ୟୁଟରରେ ଇ-କଣ୍ଟେଣ୍ଟ ମାଧ୍ୟମରେ ବିଭିନ୍ନ ବିଷୟରେ ପାଠ ପଢ଼ାଇବା ବ୍ୟବସ୍ଥା କରାଯାଇଥିଲା। ହେଲେ ସରକାରଙ୍କ ତଦାରଖ ଅଭାବ ଏବଂ ତ୍ରୁଟିପୂର୍ଣ୍ଣ ପରିଚାଳନା ଯୋଗୁ ହାଇସ୍କୁଲ ଗୁଡ଼ିକରେ ଖୋଲାଯାଇଥିବା ଆଇସିଟି ଲାବ୍‌ରେ ଏବେ ତାଲା ଝୁଲୁଛି। ସ୍କୁଲରେ ଖଞ୍ଜାଯାଇଥିବା କମ୍ପ୍ୟୁଟର ଏବଂ ଅନ୍ୟ ଶିକ୍ଷା ଉପକରଣ ମଧ୍ୟ କିଛି ନଷ୍ଟ ହୋଇଥିବାବେଳେ ଆଉ କିଛି ଉପକରଣକୁ ନେଇ ବଡ଼ ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଛି। ରାୟଗଡ଼ା ଜିଲାର ୬୨ ସ୍କୁଲ ଏହି ପ୍ରକଳ୍ପ ଅନ୍ତର୍ଭୁକ୍ତ ହୋଇଥିଲା। ପ୍ରତ୍ୟେକ ସ୍କୁଲ ପିଛା ୨୨ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିବାବେଳେ ୧୩ କୋଟି ୬୪ ଲକ୍ଷ ଟଙ୍କାର ଶିକ୍ଷା ଉପକରଣ ଏବଂ ଅନ୍ୟ ସାମଗ୍ରୀ ନଷ୍ଟ ହୋଇଥିବା ଜଣାପଡ଼ିଛି।
ନୂତନ ଜ୍ଞାନକୌଶଳ ମାଧ୍ୟମରେ ଛାତ୍ରୀଛାତ୍ରଙ୍କୁ ଉନ୍ନତମାନର ଶିକ୍ଷା ପ୍ରଦାନ ପାଇଁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା। ଏହାର ସଫଳ ରୂପାୟନ ନିମନ୍ତେ ଓଡ଼ିଶା ମାଧ୍ୟମିକ ଶିକ୍ଷା ମିଶନ ଜରିଆରେ ଓକେସିଏଲ୍‌ ନାମକ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲା। ହେଲେ ପ୍ରକଳ୍ପ ସଫଳ ହୋଇପାରିଲାନାହିଁ। ଉପକରଣଗୁଡ଼ିକର ରକ୍ଷଣାବେକ୍ଷଣ ଏବଂ ଛାତ୍ରୀଛାତ୍ରଙ୍କୁ ଉପଯୁକ୍ତ ଶିକ୍ଷା ଦେବା ପାଇଁ ନିଯୁକ୍ତି ପାଇଥିବା ବିଦ୍ୟାଳୟ ସଂଯୋଜକ ଏବଂ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ମଧ୍ୟ ଛଟେଇ କରାଯାଇଛି।
ରାୟଗଡ଼ା ଜିଲାର ୬୨ ବିଦ୍ୟାଳୟରେ ୧୦ ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ ଏହି ଶିକ୍ଷା ପ୍ରଦାନ କରାଯାଉଥିଲା। ମୁଖ୍ୟତଃ ନବମ ଏବଂ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ କମ୍ପ୍ୟୁଟର ମାଧ୍ୟମରେ ବିଜ୍ଞାନ, ଗଣିତ, ଇଂଲିଶ ଆଦି ଶିକ୍ଷା ପ୍ରଦାନ ନିମନ୍ତେ ପ୍ରତ୍ୟେକ ସ୍କୁଲରେ ଜଣେ ଲେଖାଏ ବିଦ୍ୟାଳୟ ସଂଯୋଜକ ନିଯୁକ୍ତି ପାଇଥିଲେ। ପରିତାପର ବିଷୟ ହେଲା ଏବେ ଏହି ଆଇସିଟି ସ୍କୁଲ ଯୋଜନା ତଥା ଇ-ବିଦ୍ୟାଳୟ କାର୍ଯ୍ୟକ୍ରମ ବନ୍ଦ ହୋଇଯାଇଛି। ଏବେ ଜିଲାର କୌଣସି ବିଦ୍ୟାଳୟରେ ଇ-କଣ୍ଟେଣ୍ଟ ଏବଂ କମ୍ପ୍ୟୁଟର ଶିକ୍ଷା ପିଲାଙ୍କୁ ମିଳୁନାହିଁ। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ସରକାରଙ୍କ ଦ୍ୱାରା ଯେଉଁ କମ୍ପ୍ୟୁଟର ଖଞ୍ଜାଯାଇଥିଲା ତାହାକୁ ନେଇ ଜିଲାରେ ବଡ଼ ଧରଣର ଦୁର୍ନୀତି ଅଭିଯୋଗ ଆସିଛି। ୫-ଟି ଅନ୍ତର୍ଗତ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମରେ ପୁରୁଣା କମ୍ପ୍ୟୁଟର ଖଞ୍ଜି ନୂତନ କମ୍ପ୍ୟୁଟରର ବିଲ୍‌ ଦେଖାଇ ବ୍ୟାପକ ଅର୍ଥ ହଡ଼ପ କରାଯାଇଥିବା ଅଭିଯୋଗ ହେଉଛି। ଏଥିରେ ଲକ୍ଷାଧିକ ଟଙ୍କା ବାଟମାରଣା ହୋଇଥିବା ଲଗାତର ଅଭିଯୋଗ ହୋଇଆସୁଛି। ସେହି ପୁରୁଣା ଲାବ୍‌କୁ ରୂପାନ୍ତରଣ କାର୍ଯ୍ୟରେ କେବଳ ମରାମତି କରି ନୂତନ ରୂପ ଦିଆଯାଇଛି। ଏମିତିକି ବିଦ୍ୟାଳୟରେ ଖଞ୍ଜାଯାଇଥିବା ଅନ୍‌ଲାଇନ ୟୁପିଏସ୍‌ଗୁଡ଼ିକ ଏବେ କାମ କରୁଛି କି ନାହିଁ ତାହା କାହାକୁ ଜଣାନାହିଁ। ଏହି ଅନ୍‌ଲାଇନ ୟୁପିଏସ୍‌ ବିନା ବିଦ୍ୟୁତ୍‌ରେ ମଧ୍ୟ ପ୍ରାୟ ୬ ଘଣ୍ଟା ଧରି ଚାଲିବ ଏବଂ ପିଲା ଶିକ୍ଷା ପାଇପାରିବେ। ହେଲେ ଏବେ ଏହାର ସ୍ଥିତି ସନ୍ଦେହ ଘେରରେ। ସେହିଭଳି କେତେକ ସ୍କୁଲରେ ସାଇଲେଣ୍ଟ ଜେନ୍‌ସେଟ୍‌ ମଧ୍ୟ ଗାଏବ ହୋଇଯାଇଥିବା ଜଣାପଡ଼ିଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଦାୟିତ୍ୱରେ ଏହି ସବୁ ସାମଗ୍ରୀ ରହିଥିବା ବେଳେ ଉକ୍ତ ଲାବ୍‌ର ବ୍ୟବହାର କିଭଳି ହେଉଛି ତାହାକୁ ନେଇ ପ୍ରଶ୍ନ ଉଠିଛି। ସାଇଲେଣ୍ଟ ଜେନ୍‌ସେଟ୍‌ ଏବଂ ଅନ୍‌ଲାଇନ ୟୁପିଏସ୍‌କୁ ବାହାରେ ବିକ୍ରି କରାଯାଇଥିବା ମଧ୍ୟ ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଏହା ବ୍ୟତୀତ ଶିକ୍ଷା ଓ ମଙ୍ଗଳ ବିଭାଗର କେତେଜଣ ଅସାଧୁ ଅଧିକାରୀ ଉପରୋକ୍ତ ସମସ୍ତ ସାମଗ୍ରୀ ନେଇ ନିଜ ଘରେ ବ୍ୟକ୍ତିଗତ ବ୍ୟବହାରରେ ଲଗାଇଥିବା ଅଭିଯୋଗ ହୋଇଛି। ତେଣୁ ଏହି ଅନିୟମିତତାର ଉଚ୍ଚସ୍ତରୀୟ ତଦନ୍ତ ନିମନ୍ତେ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri