୩ ପ୍ରାଣୀ ଚିକିତ୍ସାଳୟରେ ଝୁଲୁଛି ତାଲା

କୁଆମରା,୨୦।୬(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଅଧୀନ ବିଭିନ୍ନ ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସକ ନ ଥିବାରୁ ଗୋ-ଚିକିତ୍ସା ସେବା ବାଧାପ୍ରାପ୍ତ ହୋଇଛି। ବ୍ଲକ ପ୍ରାଣୀ ଚିକିତ୍ସାଳୟ ଅଧୀନରେ କୁଶଳଦା, ଜୟୀଦା, ପଶୁଦା, ବରଡିହି ଓ ଆରପଟାରେ ଏଲ୍‌ଆଇ ସେଣ୍ଟର କାର୍ଯ୍ୟ କରୁଛି। ବ୍ଲକରେ ୨୭ହଜାର ଗୋରୁ, ୩୦ ହଜାର ଛେଳି, ମେଣ୍ଢା ଓ ୨୫ ହଜାରରୁ ଊଦ୍ଧର୍‌ବ ଅନ୍ୟ ଗୃହପାଳିତ ପ୍ରାଣୀ ରହଥିବା ବେଳେ ଚିକିତ୍ସକ ଅଭାବରୁ ପ୍ରାଣୀ ପାଳକମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି।
ବ୍ଲକ ଅଧୀନ ୧୩ଟି ପଞ୍ଚାୟତରେ ପ୍ରାୟ ୧ ହଜାର ଜର୍ସି ଗାଈ ବ୍ୟବସାୟ ଭିତ୍ତିରେ ପାଳନ କରାଯାଉଛି। ତେବେ ଏମାନଙ୍କ ଚିକିତ୍ସା ନିମନ୍ତେ ମୁଖ୍ୟ ଚିକିତ୍ସାଳୟରେ ବିଭିଓ (ବ୍ଲକ ଭେଟେରିନାରୀ ଅଫିସର) ପଦ ଥିବା ବେଳେ ଏହା ଦୀର୍ଘ ୬ ବର୍ଷ ଧରି ଖାଲି ପଡ଼ିଛି। ସେହିପରି କୁଶଳଦା ଓ ପୁରୁଣା ବାରିପଦାରେ ଦୁଇ ଭିଏଏସ ପଦ ମଧ୍ୟ ୪/୫ ବର୍ଷ ଧରି ଫାଙ୍କା ପଡ଼ିଛି। ଉକ୍ତ ଦୁଇଟି ସ୍ଥାନରେ ଅତିରିକ୍ତ ଭିଏଏସଙ୍କ ଦ୍ୱାରା କାର୍ଯ୍ୟ ହେଉଛି। ସେହିପରି ଜଣେ ଏଲ୍‌ଆଇ ଓ ଅନ୍ୟ ଜଣେ ଚତୁର୍ଥ କର୍ମଚାରୀ ପଦ ମଧ୍ୟ ଦୀର୍ଘ ବର୍ଷ ଧରି ପୂରଣ ହୋଇ ପାରି ନାହିଁ। ବିଭିନ୍ନ କର୍ମଚାରୀ ଏକାଧିକ ସ୍ଥାନରେ ଦାୟିତ୍ୱରେ ରହି କାର୍ଯ୍ୟ ତୁଲାଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ନୂତନ ନିଯୁକ୍ତି ଦିଆ ଯାଉନାହିଁ। ପ୍ରାଣୀମାନଙ୍କ ଉପଯୁକ୍ତ ଚିକିତ୍ସା ଅଭାବରୁ ବର୍ଷକୁ ଶତାଧିକ ଗୋରୁ ଗାଈ ଅଜଣା ରୋଗରେ ମୃତ୍ୟୁବରଣ କରୁଛନ୍ତି। ଯେଉଁ ଚାଷୀମାନେ ଲାଭ ଆଶାରେ ଗାଈ ପାଳନ କରିଥିଲେ ସେମାନଙ୍କୁ ଏବେ କ୍ଷତି ସହିଥିବା ପଡୁଛି। ଫଳରେ ଗାଈମାନଙ୍କୁ ବିକ୍ରି କରିଦେବାକୁ ବାଧ୍ୟ ହେଉଛନ୍ତି ଚାଷୀ। ଯେଉଁମାନେ ଗୋପାଳନ ପାଇଁ ବ୍ୟାଙ୍କମାନଙ୍କରେ ଋଣ ଆଣିଥିଲେ ସେମାନଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ତେବେ ଉକ୍ତ ବିଭାଗର କର୍ମଚାରୀ ଅଭାବକୁ ନୂତନ ନିଯୁକ୍ତି ନ ଥିବା ଯୋଗୁ ୩ଟି ସ୍ଥାନରେ ତାଲା ଝୁଲୁଛି। ୨୦୧୧-୨୦୧୪ ମଧ୍ୟରେ ମୟୂରଭଞ୍ଜ ଜିଲାର ମୋଟ ୩୦୦ ପ୍ରାଣୀ ଚିକିତ୍ସା କେନ୍ଦ୍ରର ନୂତନ ଗୃହ ନିର୍ମାଣ ହୋଇଥିବା ବେଳେ ଏଥି ମଧ୍ୟରୁ ଗୋପବନ୍ଧୁ ନଗର ବ୍ଲକର କୁଆମରା, ସାଇଁକୁଳା ଓ ରାଣୀବନ୍ଧରେ ଗୃହ ନିର୍ମାଣ କାର୍ଯ୍ୟ ସରିଛି। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ରାଣୀବନ୍ଧଠାରେ ୪ଲକ୍ଷ ୨୫ହଜାର ଓ ସାଇଁକୁଳା ଏବଂ କୁଆମରାଠାରେ ୫ଲକ୍ଷ ୩୩ ହଜାର ଲେଖା ପୃଥକ ବ୍ୟୟ ଅଟକଳ ହୋଇଥିଲା। ତେବେ ବର୍ଷେ ମଧ୍ୟରେ କାର୍ଯ୍ୟ ସରିବ ଓ ସେବା ମିଳିବ ବୋଲି ଭିତ୍ତିପ୍ରସ୍ତର ସମୟରେ କୁହା ଯାଇଥିଲା। ମାତ୍ର ନିର୍ମାଣକୁ ୮ ବର୍ଷ ବିତିଯାଇଥିଲେ ମଧ୍ୟ ଖୋଲା ନ ହୋଇ ପାରି ଗୃହରେ ତାଲା ଝୁଲୁଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଗ ଭିଡ଼ିଲେଣି ଚାଷୀ : ଖରିଫ ଋତୁରେ ୪ ଲକ୍ଷ ୩୭ ହଜାର ହେକ୍ଟର ଜମିରେ ହେବ ଚାଷ

  ବାରିପଦା ଅଫିସ,୧୯ା୫- କରୋନା ପାଇଁ ଲକ୍‌ଡାଉନ ଯୋଗୁ ରବି ଚାଷରେ କ୍ଷତି ସହିଥିବା ମୟୂରଭଞ୍ଜ ଜିଲାର ଚାଷୀ ଏବେ ଖରିଫ ଚାଷ ପାଇଁ ପାଗ...

ପାଣିରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ଉଦଳା,୨ା୧(ଡି.ଏନ୍‌.ଏ.)- ନୂଆ ବର୍ଷକୁ ସ୍ବାଗତ କରିବା ନିମନ୍ତେ ସମସ୍ତେ ମସଗୁଲ୍‌ ଥିବା ବେଳେ ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନ ଆମ୍ବଡିହା ଗ୍ରାମରେ ଏକ ଅଘଟଣ...

ବେସାହାରାଙ୍କ ଠିକଣା ଫୁଟ୍‌ପାଥ

ବାରିପଦା ଅଫିସ,୫।୯- ସମାଜର ଅବହେଳିତ ଓ ନିଷ୍ପେସିତ ଲୋକଙ୍କୁ ଥଇଥାନ କରିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ସେହିପରି ଅତି ଦୟନୀୟ ଅବସ୍ଥାରେ...

ଦୁଇ ପଡ଼ୋଶୀ ମହିଳାଙ୍କ କଳି, ଜଣଙ୍କର ଜୀବନ ଗଲା

ରାସଗୋବିନ୍ଦପୁର, ୨୬।୧୧ (ଡି.ଏନ.ଏ.)- ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନାଠାରୁ ପ୍ରାୟ ୧୩ କି.ମି. ଦୂର ଅମର୍ଦ୍ଦା ପଞ୍ଚାୟତ ଅଧୀନ ବାଉଁଶୁଣି ଗ୍ରାମରେ ସୋମବାର ସନ୍ଧ୍ୟାରେ ଏକ...

ଜେଏମ୍‌ଏମ୍‌ ଗଡ଼ରେ ଧସେଇ ପଶିବାକୁ କସରତ

ଉଦଳା,୧୩।୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ପରିଷଦର ୧ନଂ. ଜୋନ୍‌ରେ ଏବେ ଚାଲିଛି ଜୋରଦାର ପଲଟିକାଲ ଫାଇଟ୍‌। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌)ର ଗଡ଼ କୁହାଯାଉଥିବା ଏହି ଜୋନ୍‌ରେ ଧସେଇ ପଶିବାକୁ...

ଅଜଣା ମୃତଦେହ ଉଦ୍ଧାର

ବଡ଼ସାହି,୧୫।୧(ସ୍ବ.ପ୍ର.)-ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଦେଉଳିଆ ରାସ୍ତାର ଭାଲୁବସାଠାରେ ଜନୈକ ବାଇକ ଚାଳକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତକଙ୍କ ପରିଚୟ ମିଳି ନ...

ରାଜ୍ୟ ସ୍ତରୀୟ ସିପାକଟାକ୍ରୋ ପ୍ରତିଯୋଗିତା: ମୟୂରଭଞ୍ଜ ବାଳିକା ଟିମ୍‌ ରନର୍ସଅପ୍‌

ବାରିପଦା ଅଫିସ,୧୨ା୧- ରାଜ୍ୟ ବିଦ୍ୟାଳୟ ସ୍ତରୀୟ ୧୭ ବର୍ଷରୁ କମ ବାଳିକା ଓ ବାଳକ ବର୍ଗର ସିପାକଟାକ୍ରୋ ପ୍ରତିଯୋଗିତା ଗତ ୯ ଓ ୧୦ ତାରିଖ...

ଫେରିବା ଅପେକ୍ଷାରେ ୫ ଛାତ୍ର

ଚମ୍ପୁଆ/ପାଟଣା/ଯୋଡ଼ା/ବାରିପଦା ଅଫିସ,୨୬।୨(ଡି.ଏନ୍‌.ଏ./ସ୍ବ.ପ୍ର.)କେନ୍ଦୁଝର ଓ ମୟୂରଭଞ୍ଜ ଜିଲାର ୫ ଡାକ୍ତରୀ ଛାତ୍ର ୟୁକ୍ରେନରେ ଫସି ରହିଛନ୍ତି। ସ୍ବଦେଶ ଫେରାଇ ଆଣିବାକୁ ସେମାନଙ୍କ ମାତାପିତା ଉଭୟ ରାଜ୍ୟ ଓ...

Advertisement
Archives

Model This Week