୩ ପ୍ରାଣୀ ଚିକିତ୍ସାଳୟରେ ଝୁଲୁଛି ତାଲା

କୁଆମରା,୨୦।୬(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଅଧୀନ ବିଭିନ୍ନ ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସକ ନ ଥିବାରୁ ଗୋ-ଚିକିତ୍ସା ସେବା ବାଧାପ୍ରାପ୍ତ ହୋଇଛି। ବ୍ଲକ ପ୍ରାଣୀ ଚିକିତ୍ସାଳୟ ଅଧୀନରେ କୁଶଳଦା, ଜୟୀଦା, ପଶୁଦା, ବରଡିହି ଓ ଆରପଟାରେ ଏଲ୍‌ଆଇ ସେଣ୍ଟର କାର୍ଯ୍ୟ କରୁଛି। ବ୍ଲକରେ ୨୭ହଜାର ଗୋରୁ, ୩୦ ହଜାର ଛେଳି, ମେଣ୍ଢା ଓ ୨୫ ହଜାରରୁ ଊଦ୍ଧର୍‌ବ ଅନ୍ୟ ଗୃହପାଳିତ ପ୍ରାଣୀ ରହଥିବା ବେଳେ ଚିକିତ୍ସକ ଅଭାବରୁ ପ୍ରାଣୀ ପାଳକମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି।
ବ୍ଲକ ଅଧୀନ ୧୩ଟି ପଞ୍ଚାୟତରେ ପ୍ରାୟ ୧ ହଜାର ଜର୍ସି ଗାଈ ବ୍ୟବସାୟ ଭିତ୍ତିରେ ପାଳନ କରାଯାଉଛି। ତେବେ ଏମାନଙ୍କ ଚିକିତ୍ସା ନିମନ୍ତେ ମୁଖ୍ୟ ଚିକିତ୍ସାଳୟରେ ବିଭିଓ (ବ୍ଲକ ଭେଟେରିନାରୀ ଅଫିସର) ପଦ ଥିବା ବେଳେ ଏହା ଦୀର୍ଘ ୬ ବର୍ଷ ଧରି ଖାଲି ପଡ଼ିଛି। ସେହିପରି କୁଶଳଦା ଓ ପୁରୁଣା ବାରିପଦାରେ ଦୁଇ ଭିଏଏସ ପଦ ମଧ୍ୟ ୪/୫ ବର୍ଷ ଧରି ଫାଙ୍କା ପଡ଼ିଛି। ଉକ୍ତ ଦୁଇଟି ସ୍ଥାନରେ ଅତିରିକ୍ତ ଭିଏଏସଙ୍କ ଦ୍ୱାରା କାର୍ଯ୍ୟ ହେଉଛି। ସେହିପରି ଜଣେ ଏଲ୍‌ଆଇ ଓ ଅନ୍ୟ ଜଣେ ଚତୁର୍ଥ କର୍ମଚାରୀ ପଦ ମଧ୍ୟ ଦୀର୍ଘ ବର୍ଷ ଧରି ପୂରଣ ହୋଇ ପାରି ନାହିଁ। ବିଭିନ୍ନ କର୍ମଚାରୀ ଏକାଧିକ ସ୍ଥାନରେ ଦାୟିତ୍ୱରେ ରହି କାର୍ଯ୍ୟ ତୁଲାଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ନୂତନ ନିଯୁକ୍ତି ଦିଆ ଯାଉନାହିଁ। ପ୍ରାଣୀମାନଙ୍କ ଉପଯୁକ୍ତ ଚିକିତ୍ସା ଅଭାବରୁ ବର୍ଷକୁ ଶତାଧିକ ଗୋରୁ ଗାଈ ଅଜଣା ରୋଗରେ ମୃତ୍ୟୁବରଣ କରୁଛନ୍ତି। ଯେଉଁ ଚାଷୀମାନେ ଲାଭ ଆଶାରେ ଗାଈ ପାଳନ କରିଥିଲେ ସେମାନଙ୍କୁ ଏବେ କ୍ଷତି ସହିଥିବା ପଡୁଛି। ଫଳରେ ଗାଈମାନଙ୍କୁ ବିକ୍ରି କରିଦେବାକୁ ବାଧ୍ୟ ହେଉଛନ୍ତି ଚାଷୀ। ଯେଉଁମାନେ ଗୋପାଳନ ପାଇଁ ବ୍ୟାଙ୍କମାନଙ୍କରେ ଋଣ ଆଣିଥିଲେ ସେମାନଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ତେବେ ଉକ୍ତ ବିଭାଗର କର୍ମଚାରୀ ଅଭାବକୁ ନୂତନ ନିଯୁକ୍ତି ନ ଥିବା ଯୋଗୁ ୩ଟି ସ୍ଥାନରେ ତାଲା ଝୁଲୁଛି। ୨୦୧୧-୨୦୧୪ ମଧ୍ୟରେ ମୟୂରଭଞ୍ଜ ଜିଲାର ମୋଟ ୩୦୦ ପ୍ରାଣୀ ଚିକିତ୍ସା କେନ୍ଦ୍ରର ନୂତନ ଗୃହ ନିର୍ମାଣ ହୋଇଥିବା ବେଳେ ଏଥି ମଧ୍ୟରୁ ଗୋପବନ୍ଧୁ ନଗର ବ୍ଲକର କୁଆମରା, ସାଇଁକୁଳା ଓ ରାଣୀବନ୍ଧରେ ଗୃହ ନିର୍ମାଣ କାର୍ଯ୍ୟ ସରିଛି। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ରାଣୀବନ୍ଧଠାରେ ୪ଲକ୍ଷ ୨୫ହଜାର ଓ ସାଇଁକୁଳା ଏବଂ କୁଆମରାଠାରେ ୫ଲକ୍ଷ ୩୩ ହଜାର ଲେଖା ପୃଥକ ବ୍ୟୟ ଅଟକଳ ହୋଇଥିଲା। ତେବେ ବର୍ଷେ ମଧ୍ୟରେ କାର୍ଯ୍ୟ ସରିବ ଓ ସେବା ମିଳିବ ବୋଲି ଭିତ୍ତିପ୍ରସ୍ତର ସମୟରେ କୁହା ଯାଇଥିଲା। ମାତ୍ର ନିର୍ମାଣକୁ ୮ ବର୍ଷ ବିତିଯାଇଥିଲେ ମଧ୍ୟ ଖୋଲା ନ ହୋଇ ପାରି ଗୃହରେ ତାଲା ଝୁଲୁଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଳୟରେ ଅବ୍ୟବସ୍ଥା: ଚରମସୀମାରେ ଛାତ୍ରୀଛାତ୍ରଙ୍କ ଅସନ୍ତୋଷ, ବିଡିଓଙ୍କୁ ଭେଟିବାକୁ ଚାଲିଚାଲି ପଳେଇଲେ

ବାରିପଦା,୧୦ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଶନିବାର ଛାତ୍ରୀଛାତ୍ରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ…

ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର

ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…

ମାଣତ୍ରୀ ଏସ୍‌ଏସ୍‌ଡି ବାଳିକା ହଷ୍ଟେଲରେ ୫୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ: ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ

ବାରିପଦା, ୭।୧୦ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ମାଣତ୍ରୀସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ (ଏସ୍‌ଏସ୍‌ଡି) ବାଳିକା ହାଇସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?