୬ ପୋଲିସ ବିଟ୍‌ ହାଉସ୍‌ରେ ତାଲା

ବାଲେଶ୍ୱର ଅଫିସ, ୯ା୬: ବାଲେଶ୍ୱର ସହରରେ ଅପରାଧକୁ ରୋକିବା ପାଇଁ ଆବଶ୍ୟକ ସ୍ଥାନରେ ପୋଲିସ ବିଟ୍‌ ହାଉସ ଖୋଲାଯାଇଥିଲା। ସେଥିମଧ୍ୟରୁ ସୁନହଟ, ଦାମୋଦରପୁର, ଫକୀରମୋହନ ମହାବିଦ୍ୟାଳୟ, ପରମିଟ୍‌ ଘାଟ, ଭାସ୍କରଗଞ୍ଜ ଓ ବାଲିଆରେ ଥିବା ବିଟ୍‌ ହାଉସ୍‌ରେ ତାଲା ଝୁଲୁଛି। ଏଥିପାଇଁ ପୋଲିସ ଅଧିକାରୀମାନଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ତୃଣମୂଳସ୍ତରରେ ଅପରାଧୀମାନଙ୍କୁ ଚିହ୍ନଟ କରିବା, ନୂଆ କରି ଅପରାଧ ଘଟାଉଥିବା ବ୍ୟକ୍ତିଙ୍କୁ ଜାଣିବା, କୋର୍ଟରୁ ଆସୁଥିବା ସମନ ବଣ୍ଟନ କରିବା ଭଳି କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହେଉଥିବା ଜଣାପଡ଼ିଛି। ସେଥିପାଇଁ ସହର ମଝିରେ ଅପରାଧୀମାନେ ଦିନ ଦ୍ୱିପ୍ରହରରେ ଛିନ୍‌ତାଇ, ଲୁଟ୍‌ କରି ସହଜରେ ଖସି ପଳାଉଛନ୍ତି।
ମଧ୍ୟଭାଗରେ ଫକୀରମୋହନ ମହାବିଦ୍ୟାଳୟ ଥିବାରୁ ଶାନ୍ତିକାନନ, ମଲ୍ଲିକାଶପୁର, ଆଜିମାବାଦ, ମଠସାହି, ମାନସିଂବଜାର, ଗଡ଼ଗଡ଼ିଆ ଅଞ୍ଚଳରେ ଅଧିକ ଛାତ୍ରୀଛାତ୍ର ରହିବା ସହ ଯା’ଆସ କରିଥାନ୍ତି। ଦିନକୁ ଦିନ ଉକ୍ତ ଅଞ୍ଚଳରେ ବିଭିନ୍ନ ସମସ୍ୟା ବଢ଼ିବାରେ ଲାଗିଥିବା ବେଳେ ଛାତ୍ରୀଛାତ୍ରଙ୍କ ଦାବି ଓ ଆନ୍ଦୋଳନ ପରେ ଗତ ୨୦୧୮ ଅକ୍ଟୋବର ୧୦ ତାରିଖରେ ତତ୍କାଳୀନ ପୂର୍ବାଞ୍ଚଳ ଡିଆଇଜି ଅମିତେନ୍ଦ୍ର ନାଥ ସିହ୍ନା ଏବଂ ଜିଲା ଆରକ୍ଷୀ ଅଧୀକ୍ଷକ ବି. ଯୁଗଳ କିଶୋର କୁମାରଙ୍କ ନିର୍ଦ୍ଦେଶରେ ମହାବିଦ୍ୟାଳୟ ପରିସରରେ ଏକ ପୋଲିସ ବିଟ୍‌ ହାଉସ ଖୋଲାଯାଇଥିଲା। ସେଥିରେ ଜଣେ ଏଏସ୍‌ଆଇ ଓ କେତେଜଣ କନଷ୍ଟେବଳଙ୍କୁ ନିଯୁକ୍ତି କରାଯାଇଥିଲା। ଫଳରେ ଉକ୍ତ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣାଧୀନ ଥିଲା। ମାତ୍ର ଜିଲା ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ରଙ୍କ ସମୟରେ ଗତ କିଛିଦିନ ପୂର୍ବରୁ ପୋଲିସ ବିଟ୍‌ ହାଉସ ବନ୍ଦ ହୋଇଯିବା କାରଣରୁ ଉକ୍ତ ଅଞ୍ଚଳରେ ଅଧିକରୁ ଅଧିକ ଅପରାଧିକ କାର୍ଯ୍ୟକଳାପ ଘଟୁଛି। ଏପରିକି ପୋଲିସ ମଧ୍ୟ ଚେଷ୍ଟା କରି ଅପରାଧୀମାନଙ୍କୁ ଧରିବାରେ ବିଫଳ ହେଉଛନ୍ତି। ସେହିପରି ଟାଉନ ଥାନା ଅଧୀନରେ ଥିବା ସୁନହଟ, ଦାମୋଦରପୁର, ପରମିଟ୍‌ ଘାଟରେ ଥିବା ପୋଲିସ ବିଟ୍‌ ହାଉସ ପାଇଁ ଉକ୍ତ ଅଞ୍ଚଳରେ ଘଟୁଥିବା ଅପରାଧସ୍ଥଳକୁ ପୋଲିସ ଯଥାଶୀଘ୍ର ପହଞ୍ଚିବା ସହ ତୁରନ୍ତ ଚିହ୍ନଟ କରିବା ସହ ଅପରାଧୀଙ୍କୁ ଗିରଫ କରିପାରୁଥିଲା ତାହା ହେବେ ସମ୍ଭବ ହେଉନାହଁି। ସେହିପରି ସହଦେବଖୁଣ୍ଟା ମଡ଼େଲ ଥାନା ଅଧୀନରେ ଥିବା ଭାସ୍କରଗଞ୍ଜ ଓ ବାଲିଆ ବିଟ୍‌ ହାଉସ ବନ୍ଦ ହେବା ଫଳରେ ଉକ୍ତ ଅଞ୍ଚଳରେ ଅପରାଧୀମାନେ ସକ୍ରିୟ ହୋଇଉଠି ବହୁ ଅପରାଧ ଘଟାଉଥିବା ଜଣାପଡ଼ିଛି। ଯଥାଶୀଘ୍ର ପୋଲିସ ବିଟ୍‌ ହାଉସଗୁଡ଼ିକୁ ପୁନଃ କାର୍ଯ୍ୟକ୍ଷମ କରାଇବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୌଳିକ ସୁବିଧାରୁ ବଞ୍ଚିତ ୯୯ ଛାତ୍ରୀଛାତ୍ର

ବାଲେଶ୍ୱର,୮।୧୦,(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ହରିପୁର ପଞ୍ଚାୟତରେ ୧୯୫୯ ମସିହାରେ କସିମିଳା ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏଠାରେ ଶିଶୁ ବାଟିକାଠାରୁ ପଞ୍ଚମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?