ଗରା, ବାଲ୍‌ଟି ଧରି ରାସ୍ତାରେ ବସିଲେ

ନୀଳଗିରି,୯ା୬(ସ୍ବ.ପ୍ର.): ନୀଳଗିରି ଏକ ଜଳକଷ୍ଟ ଅଞ୍ଚଳ। ନୀଳଗିରି ଅଧୀନ ସ୍ବର୍ଣ୍ଣଚୂଡ଼ ପାହାଡ଼ ଚତୁଃପାର୍ଶ୍ୱରେ ଥିବା ଗ୍ରାମଗୁଡ଼ିକରେ ଏହି କଷ୍ଟ ଖରାଦିନେ ଅଧିକ ଦେଖାଯାଇଥାଏ। ଜଳକଷ୍ଟ ସହି ନ ପାରି ଲୋକମାନେ ରାସ୍ତାକୁ ଓହ୍ଲାଇଛନ୍ତି। ବାଲ୍‌ଟି ଓ ଗରା ଧରି ଲୋକେ ରାସ୍ତା ଅବରୋଧ କରିଛନ୍ତି।
ମହିଷାପଟା ପଞ୍ଚାୟତ ଜାମବଣି ଗାଁରେ ଦୀର୍ଘଦିନ ଧରି ବସୁଧା ଯୋଜନାରେ ଆସୁଥିବା ପାଣି ବନ୍ଦ ହୋଇଯାଇଥିଲା। ଗାଁରେ ଥିବା ନଳକୂପଗୁଡ଼ିକର ଜଳସ୍ତର କମିଯିବାରୁ ଗ୍ରାମବାସୀ ପାଣି ପାଇପାରୁ ନ ଥିଲେ। ଏନେଇ ଲୋକେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ସୁଦ୍ଧା ଫଳ ଶୂନ୍‌ ହୋଇଥିଲା। ଗ୍ରାମବାସୀ ବାଧ୍ୟ ହୋଇ ବୁଧବାର ଜାମବଣି ଗ୍ରାମର ଶତାଧିକ ମହଳା ପୁରୁଷ ବାଲ୍‌ଟି, ଗରା ଧରି ସକାଳେ ମିତ୍ରପୁର ଅଯୋଧ୍ୟା ରାସ୍ତାକୁ ଅବରୋଧ କରିଥିଲେ। ଖବରପାଇ ଘଟଣାସ୍ଥଳରେ ୧୩ନଂ. ଜିଲାପରିଷଦ ସଭ୍ୟ ଗତିକୃଷ୍ଣ ନନ୍ଦ, ମହିଷାପଟା ସରପଞ୍ଚ ରବୀନ୍ଦ୍ର ସିଂ, ସମିତିସଭ୍ୟ ଦୁଃଶାସନ ପୃଷ୍ଟି, ଭାଜପା ନେତା ଗଙ୍ଗାଧର ମିଶ୍ର ଓ ତାପସ ମହାନ୍ତି, ଆରଡବ୍ଲ୍ୟୁଏସ୍‌ ଏସଡ଼ିଓ ଇଂ. ରୂପେଶ କୁମାର ବେହେରା, ଜେଇ ଶୁଭଲକ୍ଷ୍ମୀ ମହାନ୍ତି, ବିଭାଗୀୟ କର୍ମଚାରୀ ପହଞ୍ଚତ୍ ବନ୍ଦ ପଡ଼ିଥିବା ନଳକୂପକୁ ମେଶିନ ଲଗାଇ ମରାମତି କରିଥିଲେ। ଏହାସହ ଯୁଦ୍ଧକାଳୀନ ଭିତ୍ତିରେ ୨ ନଳକୂପ ଖୋଲିବା ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୁ ହଟିଥିଲେ ଗ୍ରାମବାସୀ।


Enter your email to get our daily news in your inbox.

All Right Reserved By Dharitri.Com

ମୌଳିକ ସୁବିଧାରୁ ବଞ୍ଚିତ ୯୯ ଛାତ୍ରୀଛାତ୍ର

ବାଲେଶ୍ୱର,୮।୧୦,(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ହରିପୁର ପଞ୍ଚାୟତରେ ୧୯୫୯ ମସିହାରେ କସିମିଳା ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏଠାରେ ଶିଶୁ ବାଟିକାଠାରୁ ପଞ୍ଚମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?