ଚାଇନାରେ ଲକ୍‌ଡାଉନ୍‌, ଅଫିସ୍‌ରେ ରହୁଛନ୍ତି ୨୦ ହଜାର କର୍ମଚାରୀ…

ବେଜିଂ, ୩୦।୩ : ସମଗ୍ର ୟୁରୋପ ସମେତ ଚାଇନାକୁ କରୋନା ମହାମାରୀ ପୁଣି ଫେରିଛି। ନୂଆ ଭାରିଆଣ୍ଟ ଚାଇନାରେ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି । ଦ୍ରୁତ ଗତିରେ ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଚାଇନାର ବହୁ ସହରରେ ଲକଡାଉନ ଲାଗୁ କରାଯାଇଛି। ଚାଇନାର ଆର୍ଥିକ ସହର ସାଂଘାଇର ଅଧା ବନ୍ଦ ରହିଛି। ମଙ୍ଗଳବାର ଚାଇନାରେ ରେକର୍ଡ ସଂଖ୍ୟକ ୪୪୭୭ ମାମଲା ଚିହ୍ନଟ ହୋଇଛି।

ଏଭଳି ପରିସ୍ଥିତିରେ ଗୋଟିଏ ପରେ ଗୋଟିଏ ସହରରେ ଲକ୍‌ଡାଉନ୍‌ ଘୋଷଣା ଯୋଗୁ ଦେଶର ଅର୍ଥନୀତି ପାଇଁ ସଙ୍କଟ ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତିରେ କର୍ମଚାରୀମାନଙ୍କ ପାଇଁ ଅଫିସରେ ରହିବା ଏବଂ ଖାଇବା ବ୍ୟବସ୍ଥା କରାଯାଇଛି। ସାଂଘାଇର ଲୁଜିଆଜୁଇ ଜିଲାରେ ପ୍ରାୟ ୨୦ ହଜାର କର୍ମଚାରୀ, ବ୍ୟାଙ୍କର୍‌ ଏବଂ ବ୍ୟବସାୟୀମାନେ ଅଫିସରେ ରହୁଛନ୍ତି। ସେମାନଙ୍କ ପାଇଁ ଏଠାରେ ଶୋଇବାର ବ୍ୟବସ୍ଥା କରାଯାଇଛି।

ସାଂଘାଇର ଲୁଜିଆଜୁଇ ସହର ଶେୟାର, ବଣ୍ଡ ଏବଂ ବୈଦେଶିକ ମୁଦ୍ରା ପାଇଁ ଚାଇନାର ସବୁଠାରୁ ବଡ ବଜାର। ଗତ ବର୍ଷ ଏଠାରେ ୨୫୦୦ ଟ୍ରିଲିୟନ ୟୁଆନ (୨୯୨ ଟ୍ରିଲିୟନ ଡଲାର) ରୁ ଅଧିକ ଆର୍ଥିକ କାରବାର ହୋଇଥିଲା। ଏଭଳି ପରିସ୍ଥିତିରେ ଲକ୍‌ଡାଉନ୍‌ ଦ୍ୱାରା ଏଠାରେ ଅର୍ଥନୀତି ନଷ୍ଟ ହେବାର ଆଶଙ୍କାକୁ ଦୃଷ୍ଟିରେ ରଖ ଲକ୍‌ଡାଉନ୍‌ ଘୋଷଣା ପୂର୍ବରୁ କର୍ମଚାରୀମାନଙ୍କୁ କାର୍ଯ୍ୟାଳୟକୁ ଡକାଯାଇଥିଲା। ଲୁଜିଆଜୁଇରେ ୨୮୫ ଟି ଅଫିସ ଟାୱାର ଅଛି। ଏହା ବ୍ୟତୀତ ବହୁ ଅଣ-ଆର୍ଥିକ ପ୍ରତିଷ୍ଠାନ ମଧ୍ୟ ଏଠାରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘାତକ ଭୂତାଣୁ ଇବୋଲା

ଆମମାନଙ୍କୁ ଅନେକ ପ୍ରକାର ସଂକ୍ରମଣ ହୋଇଥାଏ। କେତେକ ସାମାନ୍ୟ କ୍ଷତିକାରକ ହୋଇଥିବା ବେଳେ ଆଉ କେତେକ ଗୁରୁତର ଓ ଅତ୍ୟନ୍ତ ଗୁରୁତର ହୋଇଥାଆନ୍ତି। ଜୀବାଣୁ, ପରଜୀବୀ, ଫଙ୍ଗସ୍‌,…

ଧୂମଧାମ୍‌ରେ ଚାଲିଛି ମା’ ରାମାୟାଣାମ୍ମା ଠାକୁରାଣୀ ଯାତ୍ରା: ବିରାଟ ପଟୁଆରରେ…

ଛତ୍ରପୁର,୨୫।୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ସହରର ଆରାଧ୍ୟ ଦେବୀ ମା’ ରାମାୟାଣାମ୍ମା ଠାକୁରାଣୀ ଯାତ୍ରା ଚଳିତ ବର୍ଷ ବ ଧୂମଧାମରେ ଚାଲିଛି l ସହରରେ ଆଧ୍ୟାତ୍ମିକ…

ଆହୁରି ପ୍ରଚଣ୍ଡ ହେବ ତାତି, ଏହି ୩ ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି

ଭୁବନେଶ୍ବର,୨୫।୫: ରାଜ୍ୟରେ କିଛିଦିନ ହେବ ପ୍ରଚଣ୍ଡ ତାତି ଜାରି ରହିଛି । ତେବେ ଆଗକୁ ଆହୁରି ତାତି ବଢିବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ…

ଏଙ୍ଗ୍‌ଜାଇଟିର ଲକ୍ଷଣ ଓ ଉପଚାର

ଆମ ସମସ୍ତଙ୍କର ମନ ବେଳେବେଳେ ବ୍ୟସ୍ତ, ବିବ୍ରତ, ବିଚଳିତ ଓ ଅସ୍ଥିର ରହିଥାଏ। ଏହା ମୁଖ୍ୟତଃ କେତେକ କଠିନ ଓ ଚିନ୍ତାଜନକ ପରିସ୍ଥିତିରେ ଦେଖାଯାଇଥାଏ। ଯେତେବେଳେ ପରିସ୍ଥିତି…

ପୋଖରୀ ପୁନରୁଦ୍ଧାର ଦାବି: ପଞ୍ଚାୟତ ଅଫିସରେ ସରପଞ୍ଚଙ୍କୁ ତାଲା ମାରିଲେ ମହିଳା

ଭେଡ଼େନ,୨୫।୫ (ହୃଷିକେଶ ଖମାରୀ): ଦିନକୁ ଦିନ ତାପମାତ୍ରା ବଢ଼ି ଚାଲିଥିବା ବେଳେ ଲୋକେ ଗାଧୋଇବା ଓ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଛନ୍ତି । ବରଗଡ଼…

‘ମୃତ ଝିଅ ଅପେକ୍ଷା ଛାଡପତ୍ର ପାଇଥିବା ଝିଅ ଭଲ’, ସୁପ୍ରିମ କୋର୍ଟରେ ଭାବପ୍ରବଣ ହୋଇଗଲେ SG ମେହେଟା

ନୂଆଦିଲ୍ଲୀ,୨୫।୫: ଭୋପାଳରେ ଘଟିଥିବା ବହୁଚର୍ଚ୍ଚିତ ଟ୍ବିଶା ଶର୍ମା ମୃତ୍ୟୁ ମାମଲା ସମ୍ପର୍କରେ ସଲିସିଟର ଜେନେରାଲ (SG)ତୁଷାର ମେହେଟ୍ଟା ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। ସୋମବାର (୨୫ ମଇ,…

ବ୍ରିଜ ଉପରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା ଓଲଟି ଲାଗିଗଲା ନିଆଁ, ଡ୍ରାଇଭର ନିଖୋଜ

ରାଉରକେଲା,୨୫ା୫(ସଙ୍ଗୀତା ଜେନା): ରାଉରକେଲାର ନୂତନ ବ୍ରାହ୍ମଣୀ ବ୍ରିଜ୍‌ ଉପରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ହାଇଓ୍ବା ଓଲଟି ପଡ଼ିବାରୁ ଏଥିରେ ନିଆଁ ଲାଗିଯାଇଥିଲା।…

ଧର୍ମେନ୍ଦ୍ର, ଶିବୁ ସୋରେନଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ, ୬୬ ଜଣଙ୍କୁ ସମ୍ମାନୀତ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୫।୫: ସୋମବାର ସାରେ ରାଷ୍ଟ୍ରପତି ଭବନର ଦରବାର ହଲରେ ପଦ୍ମ ପୁରସ୍କାର ସମାରୋହ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬୬ଜଣ ବିଶିଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri