ଚାଇନାରେ ଲକ୍‌ଡାଉନ୍‌, ଅଫିସ୍‌ରେ ରହୁଛନ୍ତି ୨୦ ହଜାର କର୍ମଚାରୀ…

ବେଜିଂ, ୩୦।୩ : ସମଗ୍ର ୟୁରୋପ ସମେତ ଚାଇନାକୁ କରୋନା ମହାମାରୀ ପୁଣି ଫେରିଛି। ନୂଆ ଭାରିଆଣ୍ଟ ଚାଇନାରେ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି । ଦ୍ରୁତ ଗତିରେ ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଚାଇନାର ବହୁ ସହରରେ ଲକଡାଉନ ଲାଗୁ କରାଯାଇଛି। ଚାଇନାର ଆର୍ଥିକ ସହର ସାଂଘାଇର ଅଧା ବନ୍ଦ ରହିଛି। ମଙ୍ଗଳବାର ଚାଇନାରେ ରେକର୍ଡ ସଂଖ୍ୟକ ୪୪୭୭ ମାମଲା ଚିହ୍ନଟ ହୋଇଛି।

ଏଭଳି ପରିସ୍ଥିତିରେ ଗୋଟିଏ ପରେ ଗୋଟିଏ ସହରରେ ଲକ୍‌ଡାଉନ୍‌ ଘୋଷଣା ଯୋଗୁ ଦେଶର ଅର୍ଥନୀତି ପାଇଁ ସଙ୍କଟ ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତିରେ କର୍ମଚାରୀମାନଙ୍କ ପାଇଁ ଅଫିସରେ ରହିବା ଏବଂ ଖାଇବା ବ୍ୟବସ୍ଥା କରାଯାଇଛି। ସାଂଘାଇର ଲୁଜିଆଜୁଇ ଜିଲାରେ ପ୍ରାୟ ୨୦ ହଜାର କର୍ମଚାରୀ, ବ୍ୟାଙ୍କର୍‌ ଏବଂ ବ୍ୟବସାୟୀମାନେ ଅଫିସରେ ରହୁଛନ୍ତି। ସେମାନଙ୍କ ପାଇଁ ଏଠାରେ ଶୋଇବାର ବ୍ୟବସ୍ଥା କରାଯାଇଛି।

ସାଂଘାଇର ଲୁଜିଆଜୁଇ ସହର ଶେୟାର, ବଣ୍ଡ ଏବଂ ବୈଦେଶିକ ମୁଦ୍ରା ପାଇଁ ଚାଇନାର ସବୁଠାରୁ ବଡ ବଜାର। ଗତ ବର୍ଷ ଏଠାରେ ୨୫୦୦ ଟ୍ରିଲିୟନ ୟୁଆନ (୨୯୨ ଟ୍ରିଲିୟନ ଡଲାର) ରୁ ଅଧିକ ଆର୍ଥିକ କାରବାର ହୋଇଥିଲା। ଏଭଳି ପରିସ୍ଥିତିରେ ଲକ୍‌ଡାଉନ୍‌ ଦ୍ୱାରା ଏଠାରେ ଅର୍ଥନୀତି ନଷ୍ଟ ହେବାର ଆଶଙ୍କାକୁ ଦୃଷ୍ଟିରେ ରଖ ଲକ୍‌ଡାଉନ୍‌ ଘୋଷଣା ପୂର୍ବରୁ କର୍ମଚାରୀମାନଙ୍କୁ କାର୍ଯ୍ୟାଳୟକୁ ଡକାଯାଇଥିଲା। ଲୁଜିଆଜୁଇରେ ୨୮୫ ଟି ଅଫିସ ଟାୱାର ଅଛି। ଏହା ବ୍ୟତୀତ ବହୁ ଅଣ-ଆର୍ଥିକ ପ୍ରତିଷ୍ଠାନ ମଧ୍ୟ ଏଠାରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମନକୁ ଖୁସି ରଖିବା ପାଇଁ ପ୍ରତିଦିନ ଏଥିରୁ ଗୋଟିଏ…

ପ୍ରତିଦିନ ଲାଲ୍‌ ଲଙ୍କା ଖାଇଲେ ଶରୀରର ଅନେକ ଉପକାର ହୋଇଥାଏ। ଏଥିରେ କ୍ୟାପ୍ସେସିନ୍‌ ନାମକ ରାସାୟନିକ ପଦାର୍ଥ ରହିଥାଏ। ଏହା ସ୍ନାୟୁତନ୍ତ୍ରକୁ ସୁରକ୍ଷିତ ରଖିଥାଏ। ଏହା...

୧୦ ଦିନର ଛୁଟି ପରେ ବି ଖୁସି ନାହାନ୍ତି ଏହି ଦେଶର ଲୋକ

ୟକୋହମା,୧।୫: କାର୍ଯ୍ୟବ୍ୟସ୍ତ ଜୀବନରୁ କର୍ମଚାରୀଙ୍କୁ ଏକାସାଙ୍ଗରେ ୧୦ ଦିନର ଛୁଟି ମିଳିବା ଏକ ବରଦାନରୁ କମ୍‌ ନୁହେଁ। କିନ୍ତୁ ଏଭଳି ଏକ ଦେଶ ଅଛି, ଯେଉଁଠି...

ବିସିସିଆଇ ଦେଲା ୫୧କୋଟି

ନୂଆଦିଲ୍ଲୀ, ୨୯ା୩ (ପି.ଟି.)- କୋଭିଡ୍‌-୧୯ ମହାମାରୀ ମୁକାବିଲା ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଶନିବାର ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୧କୋଟି ଟଙ୍କା ଦାନ...

୪ ଗଣତନ୍ତ୍ର ସମର୍ଥକଙ୍କୁ ଫାଶୀଦଣ୍ଡ, ମ୍ୟାନମାର୍‌ ମିଲିଟାରୀ ଶାସକଙ୍କୁ ବିରୋଧ…

ନାପିଦ୍ୱ, ୨୬।୭ : ମ୍ୟାନ୍‌ମାରର ମିଲିଟାରୀ ଶାସକ ୪ ଗଣତନ୍ତ୍ର ସମର୍ଥକଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି। ସେନା ପକ୍ଷରୁ କୁହାଯାଇଛି ଯେ ଏହି ଚାରିଜଣ...

ଶରଣାର୍ଥୀ ସଙ୍କଟ, ୧୨ ଦେଶ ପାଇଁ ସତର୍କ ଘଣ୍ଟି…

କାବୁଲ,୨୬।୮: ଆଫଗାନିସ୍ତାନ ଶରଣାର୍ଥୀ ସଙ୍କଟ ଧିରେ ଧିରେ ବଢ଼ିବାରେ ଲାଗିଛି। ଏତେ ସଂଖ୍ୟକ ଲୋକଙ୍କୁ ଥଇଥାନ କରାଯିବା ବିଶ୍ୱସ୍ତରରେ ଏକ ଆହ୍ବାନ ସୃଷ୍ଟି କରିଛି। ଜୀବନ...

ପାକିସ୍ତାନ ସବୁଠାରୁ ଦୁର୍ବଳ ଅର୍ଥବ୍ୟବସ୍ଥା: ବିଶ୍ୱବ୍ୟାଙ୍କ…

ଓ୍ବାଶିଂଟନ,୧୯।୧ : ବିଶ୍ୱବ୍ୟାଙ୍କ ପାକିସ୍ତାନକୁ ଦକ୍ଷିଣ ଏସିଆର ସବୁଠାରୁ ଦୁର୍ବଳ ଅର୍ଥନୀତି ବୋଲି କହିଛି। ବିଶ୍ୱବ୍ୟାଙ୍କର ଗ୍ଲୋବାଲ ଇକୋନୋମିକ ପ୍ରସ୍ପେଟକ୍ସ ରିପୋର୍ଟ ଅନୁଯାୟୀ ପାକିସ୍ତାନର ଆର୍ଥିକ...

ଭୂକମ୍ପ ମୃତ୍ୟୁ ସଂଖ୍ୟା ୫୦ ହଜାରକୁ ବୃଦ୍ଧି

ଆଙ୍କାରା, ୨୫।୨: ତୁର୍କୀ- ସିରିଆରେ ଭୂକମ୍ପଜନିତ ମୃତ୍ୟୁ ସଂଖ୍ୟା ଶନିବାର ୫୦ ହଜାରକୁ ବୃଦ୍ଧି ପାଇଛି। ଗତ ୬ ତାରିଖରେ ହୋଇଥିବା ଶକ୍ତିଶାଳୀ ଭୂକମ୍ପ ପରେ...

କନଷ୍ଟେବଳଙ୍କ ବଦାନ୍ୟତା

ମୁମ୍ବାଇ,୨।୪: ମହାରାଷ୍ଟ୍ରରେ କରୋନା ସଂକ୍ରମିତ ଓ ମୃତକଙ୍କ ସଂଖା ବଢି ଚାଲିଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ବି ସହାୟତାର ସୁଅ ଛୁଟିଛି। ଏହି...

Advertisement
Archives

Model This Week