ପାକିସ୍ତାନରେ ୧୨ଦିନ ପାଇଁ ଲକ୍‌ଡାଉନ ଘୋଷଣା, ଯୁଦ୍ଧ ପାଇଁ…

ଇସଲାମବାଦ,୨।୫: ପାକିସ୍ତାନରେ ଲକ୍‌ଡାଉନ ଘୋଷଣା ହୋଇଛି। ପାକ୍‌ର ଖୈବର ପଖତୁନଖୱା ପ୍ରଦେଶର ଖୈବର ଜିଲାରେ ମଙ୍କିପକ୍ସ ଭୂତାଣୁ ସଂକ୍ରମଣର ଏକ ମାମଲା ଚିହ୍ନଟ ହେବା ପରେ ୧୨ ଦିନିଆ ସ୍ମାର୍ଟ ଲକଡାଉନ ଘୋଷଣା କରିଛି। ଏହି ନିଷ୍ପତ୍ତି ଭୂତାଣୁର ସମ୍ଭାବ୍ୟ ସଂକ୍ରମଣକୁ ରୋକିବା ପାଇଁ ନିଆଯାଇଛି।

ଖୈବର ଜିଲାର ଉପାୟୁକ୍ତ କ୍ୟାପଟେନ (ଅବ.) ବିଲାଲ ଶାହିଦ ରାଓଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏହି ଲକଡାଉନ ସମୟରେ ପମ୍ପ ହାଉସ ଘୁଣ୍ଡି ଅଞ୍ଚଳର ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ପଥ ସିଲ କରାଯାଇଛି। କେବଳ ଜରୁରୀ ସେବା ଯଥା ଖାଦ୍ୟ ଦୋକାନ, ଔଷଧ ଦୋକାନ, ସାଧାରଣ ଦୋକାନ ଏବଂ ଜରୁରୀକାଳୀନ ସେବାଗୁଡିକ ଖୋଲା ରହିବ। ଅନ୍ୟ ସମସ୍ତ ବ୍ୟବସାୟ ଓ ଗତିବିଧି ଏହି ସମୟରେ ବନ୍ଦ ରହିବ।

ସୂଚନା ଅନୁଯାୟୀ, ଏହି ମାମଲା ଖୈବର ଜିଲ୍ଲାରେ ଚିହ୍ନଟ ହୋଇଥିବା ନବମ ମଙ୍କିପକ୍ସ ମାମଲା। ଗତ ତିନି ବର୍ଷରେ ଖୈବର ପଖତୁନଖୱାରେ ମୋଟ ୧୭ଟି ମାମଲା ରିପୋର୍ଟ ହୋଇଛି, ଯେଉଁମାନେ ଅଧିକାଂଶ ସଂଯୁକ୍ତ ଆରବ ଏମିରେଟ୍ସ କିମ୍ବା ସାଉଦି ଆରବରୁ ଫେରିଥିଲେ।

ସ୍ବାସ୍ଥ୍ୟ ବିଭାଗ ଜନସାଧାରଣଙ୍କୁ ସତର୍କ ରହିବାକୁ ଏବଂ କୌଣସି ସନ୍ଦେହଜନକ ଲକ୍ଷଣ ଦେଖାଦେଲେ ତୁରନ୍ତ ରିପୋର୍ଟ କରିବାକୁ ଅନୁରୋଧ କରିଛି। ଏହା ସହ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ସର୍ଭେଲାନ୍ସ ଓ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) ଗତ ଅଗଷ୍ଟ ୨୦୨୪ରେ ମଙ୍କିପକ୍ସକୁ ବିଶ୍ୱବ୍ୟାପୀ ସୱାସ୍ଥ୍ୟ ଜରୁରୀ ଅବସ୍ଥା ଘୋଷଣା କରିଥିଲା, ଯାହା ଏହି ରୋଗର ଗମ୍ଭୀରତାକୁ ସୂଚାଇଛି। ପାକିସ୍ତାନ ସରକାର ବିମାନବନ୍ଦର ଓ ସୀମାନ୍ତ ଅଞ୍ଚଳରେ ସ୍କ୍ରିନିଂ ବ୍ୟବସ୍ଥାକୁ କଡାକଡି କରିଛନ୍ତି ଏବଂ ଜନସାଧାରଣଙ୍କୁ ଆତଙ୍କିତ ନହେବା ପାଇଁ ଅପିଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ହେଲେ ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ

ମୁମ୍ବାଇ / ଭୁବନେଶ୍ୱର: ଦେଶର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ (Indian Idol Season 16) ର ମୁକୁଟ ଜିତି…

ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ…

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri